• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରୁ ଭାରତ ଏବଂ ଚୀନ୍‌ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିବା ସହ ମୁତୟନ ହୋଇଥିବା ଯୁଦ୍ଧାସ୍ତ୍ରକୁ ମଧ୍ୟ ହଟାଇଦିଆଯାଇଛି।
  2.  ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସୈନ୍ୟ ଅପସାରଣ ସଂକ୍ରାନ୍ତ ରିପୋର୍ଟ ଆସୁଥିବା ବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖର ସାମ୍ପ୍ରତିକ ପରିସ୍ଥିତି ଉପରେ ରାଜ୍ୟସଭାରେ ଏକ ବିବୃତି ଦେଇଛନ୍ତି।
  3. କେନ୍ଦ୍ର ସରକାର ଗୁରୁବାର ସଂସଦରେ କହିଛନ୍ତି ଯେ, କୃଷକମାନଙ୍କ ବିରୋଧ ଯୋଗୁଁ ପ୍ରତିଦିନ ପ୍ରାୟ ୧.୮ କୋଟି ଟଙ୍କା ସରକାର ହରାଉଛନ୍ତି । 
  4.  ଏବେ ବିମାନ ଯାତ୍ରା ବାବଦେ ଅଧିକ ୩୦ ପ୍ରତିଶତ ବ୍ୟୟ କରିବାକୁ ହେବ। ସରକାର ଏୟାର ଫେୟାର ବ୍ୟାଣ୍ଡରେ ସଂଶୋଧନ କରିଛନ୍ତି। ଏଥିରେ ସର୍ବନିମ୍ନ ଓ ସର୍ବାଧିକ ଯାତ୍ରୀଭଡା ନୂଆକରି ନିର୍ଦ୍ଧାରିତ ହୋଇଛି। ସର୍ବ ନିମ୍ନ ଦରରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଭଡା ବୃଦ୍ଧି ହୋଇଥିବା ବେଳେ ସର୍ବାଧିକ ଦରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଜଣାପଡିଛି।
  5. ଏବେ ସୁଦ୍ଧା ୩୪୦ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି କେନ୍ଦ୍ର ସରକାର। ଗତ ୬ ବର୍ଷର ପ୍ରଦର୍ଶନ ଆଶାନୁରୂପ ନହୋବରୁ ସେମାନଙ୍କୁ ଅବସର ଦିଆଯାଇଛି। 
  6. ପ୍ରଖ୍ୟାତ ଚଳଚିତ୍ର ଅଭିନେତା କମଲ ହସନ୍‌ ସ୍ଥାପନା କରିଥିବା ରାଜନୈତିକ ଦଳ ମକ୍କଲ ନିଥି ମୟମ( ଏମଏନଏମ) ପାର୍ଟି ଗୁରୁବାର ତାଙ୍କୁ ଦଳର ସ୍ଥାୟୀ ସଭାପତି ମନୋନୀତ କରିଛି। 
  7. ପାଣ୍ଠି ସଂଗ୍ରହ ନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଆଦାୟ ହୋଇସାରିଲାଣି ତାହା କହିବା ସମ୍ଭବପର ନୁହେଁ । ଆନୁମାନିକ ଭାବେ ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଆସିସାରିଛି ।
  8.  ଆନ୍ଦୋଳନରତ କୃଷକ ସଂଗଠନ ଫେବୃଆରୀ ୧୮ ତାରିଖରେ ୪ ଘଣ୍ଟିଆ ରାଜ୍ୟବ୍ୟାପୀ ‘ରେଳରୋକ’ ଅଭିଯାନର ଘୋଷଣା କରିଛି । 
  9. ଜଣେ ୧୮ ବର୍ଷରୁ କମ୍ ବୟସର ମୁସଲିମ ଯୁବତୀ ବିବାହ କରିରାରିବେ ଏନେଇ ଏକ ମାମଲାର ଶୁଣାଣି କରି କହିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ।
  10. ନୌସେନା ଯୁଦ୍ଧତରୀ ଆଇଏନଏସ୍‌ ବିରାଟ ଡିସମେଣ୍ଟାଲ କାର୍ଯ୍ୟ ବର୍ତ୍ତମାନ ଲାଗି ସ୍ଥଗିତ ରଖିବା ନିମନ୍ତେ ସୁପ୍ରିମକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଜାହାଜକୁ ସ୍କ୍ରାପରେ ପରିଣତ କରିବାକୁ ସରକାରଙ୍କଠାରୁ କିଣିଥିବା କମ୍ପାନୀକୁ ଏ ନେଇ କୋର୍ଟ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି। 
  11. ଭାରତମାଳା ପରିଯୋଜନାରେ ରାୟପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫ କିଲୋମିଟର ରହିଛି। ଏହି ଅର୍ଥନୈତିକ କରିଡର ରାସ୍ତା ୬ଲେନ୍‍ ବିଶିଷ୍ଟ ହୋଇଥିବାବେଳେ ଏହା ୩ଟି ରାଜ୍ୟ ଛତିଶଗଡ, ଓଡିଶା ଓ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରିବ। 
  12.  ଚାଷୀ ମାନଙ୍କ ସମସ୍ୟାସର ସମାଧାନ ପାଇଁ ବିଜେପି ପକ୍ଷରୁ ପୂର୍ବରୁ ବିଭିନ୍ନ ପ୍ରକାରର ଆନ୍ଦୋଳନ କରାଯାଇଥିବା ସତ୍ୱେ ଏ ପର୍ଯ୍ୟନ୍ତ ସେମାନଙ୍କର ସମସ୍ୟାର ସମାଧାନ କରାଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ଏଣୁ ଆସନ୍ତା ୧୩ ତାରିଖରେ ଶନିବାର ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟିଆ ଚକା ଜାମ କରିବ ବିଜେପି। 
  13. ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୨୨୭ ରନ୍‌ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। 
  14. ଅଜିମ୍‌ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟ ଦ୍ବାରା ୫ଟି ରାଜ୍ୟର ୪୪ ଜିଲ୍ଲା ଅନ୍ତର୍ଗତ ୧,୧୩୭ଟି ବିଭିନ୍ନ ସ୍କୁଲ୍‌ର ୧୬,୦୬୭ ଜଣ ପିଲାଙ୍କୁ ସାମିଲ କରାଯାଇ ସଂପନ୍ନ ହୋଇଥିବା ଏହି ଅନୁଧ୍ୟାନରେ ଏଭଳି ନିର୍ଯାସ ମିଳିଛି। ସେଥିରୁ ହାରାହାରି ୯୨ ପ୍ରତିଶତ ବିଦ୍ୟାର୍ଥୀଙ୍କ ଠାରେ ଅତି କମ୍‌ରେ ଗୋଟିଏ ସ୍ବତନ୍ତ୍ର ଭାଷାଜ୍ଞାନ ଆହରଣ କରିବାର ଦକ୍ଷତାରେ ହ୍ରାସ ଘଟିଥିବା ବେଳେ ୮୨ ପ୍ରତିଶତ ଛାତ୍ରଛାତ୍ରୀ ଅତି କମ୍‌ରେ ଗୋଟିଏ ଗାଣିତିକ କୌଶଳ ଆହରଣ କରିବାର ଦକ୍ଷତା ମଧ୍ୟ ହରାଇ ବସିଥିବା ଜଣାଯାଇଛି।
  15.  ଚୀନ୍‌ ଗୁରୁବାର ବିବିସି ନ୍ୟୁଜ୍‌ ଚ୍ୟାନେଲର ପ୍ରସାରଣକୁ ନିଷିଦ୍ଧ କରିଛି। ଚୀନ୍‌ ପରିପ୍ରେକ୍ଷୀରେ ପ୍ରସାରଣ ନିର୍ଦ୍ଦେଶାବଳି ଉଲ୍ଲଂଘନ କରିଥିବାରୁ ଏହାର ନ୍ୟୁଜ୍‌ କାର୍ଯ୍ୟକ୍ରମକୁ ଚୀନ୍‌ରେ ପ୍ରସାରଣ ହେବାକୁ ଦିଆଯିବ ନାହିଁ
  16. ଓଡିଆ ଭାଷାକୁ ୨୦୧୪ରୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ସତ୍ତ୍ୱେ ଏହି ଭାଷାର ପ୍ରଚାର ଓ ପ୍ରସାର ପାଇଁ କୌଣସି ସମର୍ପିତ ସେଣ୍ଟର ଅଫ ଏକ୍ସଲେନ୍ସ ସ୍ଥାପନ କରାଯାଇନାହିଁ କି ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇନାହିଁ।
  17. ଭାରତୀୟ ବଜାରକୁ ପ୍ରବେଶ କରିବ ଦେଶର ପ୍ରଥମ ସିଏନଜି ଟ୍ରାକ୍ଟର।ଇନ୍ଧନ ବାବଦକୁ ସିଏନଜି ଟ୍ରାକ୍ଟରରେ ବର୍ଷକୁ ଲକ୍ଷେ ଟଙ୍କା କମ୍‌ କରିହେବ ବୋଲି ଗୁରୁବାର ସରକାରଙ୍କ ପକ୍ଷରୁ କୁହାଯାଇଛି।
  18. କରୋନା ଭାଇରସ ମହାମାରୀକୁ ନେଇ ବ୍ରଟିଶ ବୈଜ୍ଞାନିକ ସାରା ବିଶ୍ୱକୁ ସତର୍କ କରିଛନ୍ତି। ଏହି ଭୂତାଣୁର ନୂଆ ଷ୍ଟ୍ରେନ୍‌ ହୁଏତ ପୃଥିବୀକୁ ଦ୍ୱିତୀୟବାର ଆକ୍ରାନ୍ତ କରିପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି।
  19.  ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ଏହିକ୍ରମରେ ଗୁରୁବାର ପେଟ୍ରଲ ଓ ଡିଜେଲ ମୂଲ୍ୟ ଚଳିତମାସରେ  ପୁଣିଥରେ ବଢିଛି।ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପେଟ୍ରୋଲ ଓ ଡିଜେଲରୁ ସରକାର ଆଦାୟ କରୁଥିବା ଶୁଳ୍କ ଛାଡ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।
  20. ଗୁରୁବାର ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବଡ଼ ବୟାନ ଦେଇଛନ୍ତି । ଶାହା କହିଛନ୍ତି କୋଭିଡ-୧୯ ଟିକାକରଣ ସମାପ୍ତ ହୋଇଯିବା ପରେ ପଶ୍ଚିମବଙ୍ଗରେ ମାତୁଆ ସମୁଦାୟ ସମେତ ଶରଣାର୍ଥୀଙ୍କୁ ସିଏଏ ଅନୁଯାୟୀ ଭାରତୀୟ ନାଗରିକତା ଦେବା ପ୍ରକ୍ରିୟା ଆରମ୍ଭ ହେବ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.