• +91-9861016349 / +91-9437281655
  • Email: amarisatya@gmail.com

Odia Current Affair

  1. ଏକାମ୍ର କ୍ଷେତ୍ରରୁ ବାଇ ଲ ପ୍ରତ୍ୟାହାର କରୁ କେନ୍ଦ୍ର ପ୍ରସଙ୍ଗ ଉଠାଇବାକୁ ଓଡିଆ ସାଂସଦଙ୍କୁ ଅପିଲ୍ ଟ୍ଵିଟ୍ କରି ଦାବି କଲେ ମୁଖ୍ୟମନ୍ତ୍ରୀ
  2. ତୃତୀୟ କିସ୍ତିରେ ଚାଷୀଙ୍କୁ ମିଳିଲା ୨୦୦୦ ଟଙ୍କା
  3. ସ୍ବାସ୍ଥ୍ୟବିଭାଗର ଆକଳନ ଅନୁଯାୟୀ ଶୁକ୍ରବାର ସୁଦ୍ଧା ପ୍ରାୟ ୪ଲକ୍ଷ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ୍‌ ଯୋଦ୍ଧା ଟିକା ନେଇ ସାରିଲେଣି। ଆସନ୍ତାକାଲି ୨ୟ ପର୍ଯ୍ୟାୟର ଶେଷ ଦିନ। ଇତିମଧ୍ୟରେ ୮୩.୧% ସ୍ବାସ୍ଥ୍ୟକର୍ମୀ ଏବଂ ୫୭.୭% ସମ୍ମୁଖ କୋଭିଡ୍‌ ଯୋଦ୍ଧା ଟିକା ନେଇ ସାରିଲେଣି 
  4. ଦକ୍ଷିଣ ଦିଲ୍ଲୀରେ ଏବେ ଗ୍ରାହକଙ୍କୁ ଖାଦ୍ୟ ପରିବେଷଣ କରୁଥିବା ରେଷ୍ଟୁରାଣ୍ଟ ମାନେ ନନ୍ ଭେଜ୍‌ ଖାଦ୍ୟ ପରଷିବା ବେଳେ ସେମାନଙ୍କ ପସନ୍ଦ ପଚାରି ସେହି ଅନୁସାରେ ପରଷିବେ। ଏଥିରେ ସେମାନଙ୍କୁ ପରଷା ଯାଉଥିବା ଖାଦ୍ୟ ‘ହଲାଲ’ ନା  ‘ଝଟକା’ ଗ୍ରାହକ ଜାଣିପାରିବେ।
  5. ଚାମୋଲୀ ଜିଲ୍ଲା ଋଷିଗଙ୍ଗା ନଦୀ ଉପରି ଭାଗରେ ଏକ ହ୍ରଦ ସୃଷ୍ଟି ହୋଇଥିବା ଏବେ ଜଣାପଡିଛି। ଯାହାକୁ ନେଇ ସମଗ୍ର ଜିଲ୍ଲା ଏବେ ଆତଙ୍କିତ ଅବସ୍ଥାରେ। ଉପଗ୍ରହରୁ ମିଳିଥିବା ଚିତ୍ରରୁ ଏହି ହ୍ରଦର ସୂଚନା ମିଳିଛି।
  6. ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥବା ବେଳେ ଚଣ୍ଡୀଗଡ଼ ଓ ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।
  7. ଏଥି ସହିତ ଜମ୍ମୁରେ ଭୂକମ୍ପର ଜୋର୍‌ଦାର ଝଟ୍‌କା ଅନୁଭୂତ ହୋଇଛି। 
  8. ବୁର୍ଲା ଭିମସାରରେ ଡ଼ାକ୍ତରମାନେ କୋଭିଡ଼-୧୯ ଟିକାର ଦୁଇଟି ଡ଼ୋଜ ପରେ ଆଣ୍ଟିବଡ଼ି ଆଞ୍ଚଳିକ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟରର(ଆରଏମଆସି) ସାଇଣ୍ଟିଷ୍ଟ ବୈଜ୍ଞାନିକ ମାନଙ୍କ ମିଳିତ ମିଳିତ ସହଯୋଗରେ ଅଧ୍ୟୟନ କରାଯିବ। 
  9. ରାକେଶ ଟିକାୟତ ସଫା ସଫା କହିଛନ୍ତି ଯେ, ‘କୃଷି ଆଇନ ପ୍ରତ୍ୟାହାର ହେବା ପରେ ଯାଇ ଚାଷୀମାନେ ଘରକୁ ଫେରିବେ ।
  10. ପ୍ରଥମ କରି କୌଣସି ସ୍ପେସ୍‌ ଏଜେନ୍ସି ଭାରତୀୟ ଶିଳ୍ପ ସାହାର୍ଯ୍ୟରେ ସାଟେଲାଇଟ୍‌ ଏବଂ ରକେଟ୍‌ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଛି ।ଏହି ଦୁଇଟି କମ୍ପାନୀର ସାଟେଲାଇଟ୍‌ରେ ସୋଲାର୍‌ ପ୍ୟାନେଲ୍‌କୁ ଲାଗାଇବାରେ ଇସ୍ରୋ ସହାୟତା କରିଛି ।
  11.  କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାରେ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଦଳର ନେତା ଭାବେ ଚୟନ କରାଯାଇଛି ।
  12. ଲଦାଖସ୍ଥିତ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ଦୀର୍ଘ ୯ ମାସ ଧରି ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଏହା ଧିରେଧିରେ ପ୍ରଶମିତ ହେବାରେ ଲାଗିଛି । ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ପରେ ଚୀନ୍ ପଛକୁ ହଟିଛି ।
  13. ୫୦ବର୍ଷରୁ ଅଧିକ ବର୍ଷର ଲୋକଙ୍କୁ ୨୦୨୧ ମାର୍ଚ୍ଚରୁ କରୋନା ସଂକ୍ରମଣରୁ ରକ୍ଷା ପାଇ ପାଇଁ ଟିକା ଦେବା ଆରମ୍ଭ କରାଯିବ। 
  14.  ବରିଷ୍ଠ ଟିଏମସି ନେତା ତଥା ରାଜ୍ୟସଭା ସାଂସଦ ଦୀନେଶ ତ୍ରିବେଦୀ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।
  15. ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ ସରକାର ଶୁକ୍ରବାର ମଧ୍ୟରାତ୍ରିରୁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୫ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଦେଶର ସବୁଠାରୁ କମ୍‌ ଦର ହେବ।
  16. ‘କୋଟିଆ’ରେ ଅନୁପ୍ରବେଶ ସଂକ୍ରାନ୍ତରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାର ତ୍ବରିତ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତିପକ୍ଷ ଆନ୍ଧ୍ର ପ୍ରଦେଶକୁ ନୋଟିସ୍ ଜାରି କରିଛନ୍ତି। 
  17. କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଆଗାମୀ ଦିନରେ ଆହୁରି ବ୍ୟାପକ କରିବାକୁ ଯୋଜନା ହେଉଛି। ଚାଷୀ ଆନ୍ଦୋଳନର ମୁଖ୍ୟ ସ୍ଥଳ ଦିଲ୍ଲୀ ସିଂଘୁ ସୀମାରେ ଦୀର୍ଘକାଳୀନ ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିିଛି।
  18. ଓଡ଼ିଶା କ୍ରି‌କେଟ୍‌କୁ ବିଗତ ଏକ ଦଶନ୍ଧି ଧରି ସେବା କରିଥିବା ବୋଲିଂ ଅଲରାଉଣ୍ଡର୍‌ ଦୀପକ ବେହେରା ଗୁରୁବାର ଅପ୍ରତ୍ୟାଶିତ ଭାବେ ସବୁ ଫର୍ମାଟ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।
  19. ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଉଦ୍ୟୋଗ ଆଧାର ପୋର୍ଟାଲ ଅନୁସାରେ ୨୦୧୫ ଜୁନ୍‍ ମାସରୁ ୨୦୨୦ ମସିହା ମଧ୍ୟରେ ଦେଶରେ ୧ କୋଟି ୨ ଲକ୍ଷ ୩୨ ହଜାର ୪୬୮ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପଞ୍ଜିକୃତ ହୋଇଛି।
  20. ମୋଗଲ ଉଦ୍ୟାନ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ। ସତର୍କତାମୂଳକ ପଦକ୍ଷେପ ଭାବରେ, ଚଳିତ ବର୍ଷ ୱାକ-ଇନ୍‍ ପ୍ରବେଶ ଉପଲବ୍ଧ ହେବ ନାହିଁ। ଭ୍ରମଣକାରୀଙ୍କୁ କେବଳ ଅଗ୍ରୀମ ଅନଲାଇନ ଟିକଟ ବୁକିଂ ମାଧ୍ୟମରେ ଉଦ୍ୟାନ ବୁଲି ଦେଖିବାକୁ ଅନୁମତି ଦିଆଯିବ। 
  21. ୨୦୧୯ ଜୁନ୍ ପରଠାରୁ ‘କାଳିଆ’ ସହାୟତା ମିଳି ନ ଥିବାରୁ ରାଜ୍ୟ ସରକାର ଓଡ଼ିଶାର ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଜରିଆରେ ବାଣ୍ଟିବେ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥ ସିଧାସଳଖ ଦିଆଯିବ। 

© 2020 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.