• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆମେରିକା ଯଦି ନିଜର ଭିତ୍ତିଭୂମି ବିକାଶ ଖର୍ଚ୍ଚକୁ ନ ବଢ଼ାଏ, ତେବେ ଚୀନ୍‌ ଆମଠାରୁ ଆମ ଦାନା ଛଡ଼େଇନେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସତର୍କ କରାଇ ଦେଇଛନ୍ତି।
  2. ମାଇକ୍ରୋସପ୍ଟର ସହ ସଂସ୍ଥାପକ ତଥା ସମାଜସେବୀ ବିଲ୍‌ ଗେଟ୍‌ସ ୨୦୧୫ରେ ବିଶ୍ୱକୁ ମହାମାରୀ ସମ୍ପର୍କରେ ସଚେତନ କରାଇଥିଲେ। ଏବେ ବିଲ୍‌ ଗେଟ୍‌ସଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କହିଛନ୍ତି, ଆଗାମୀ ଯୁଦ୍ଧରେ ମିସାଇଲ ବା ନ୍ୟୁକ୍ଲିୟର ସହ ନୁହେଁ, ଭାଇରସ ସହ ଆମକୁ ଲଢିବାକୁ ପଡ଼ିପାରେ।
  3. କେନ୍ଦ୍ର ସରକାର ଫ୍ୟାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ କରିବାକୁ ପୂର୍ବରୁ ଘୋଷଣା କରିଛନ୍ତି । ସରକାର ଫେବୃଆରୀ ୧୫ ତାରିଖ ଠାରୁ ଲାଗୁ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି 
  4. ଏବେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ଲାଗି ମଧ୍ୟ ଏହାକୁ ଜରୁରି କରାଯାଇଛି। ଯାହା ଦେଶରେ ୧ ଏପ୍ରିଲ ୨୦୨୧ରୁ ଲାଗୁ ହେବ।
  5. ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହେବ।
  6.  ଡା.ରାମଚନ୍ଦାନୀ ଶୁକ୍ରବାର ଠାରୁ ଏକ କ୍ଲିନିକ୍ ଖୋଲିଛନ୍ତି। କ୍ଲିନିକକୁ ଚିକିତ୍ସା ସେବା ପାଇବା ପାଇଁ ଆସୁଥିବା ରୋଗୀଙ୍କୁ ମାତ୍ର ଏକ ଟଙ୍କା ଫି ଦେବାକୁ ପଡ଼ିବ। ତେବେ କୌଣସି ଏକ କ୍ଲିନିକ୍‌ରେ ଟଙ୍କାଟିଏ ଫି ଦେଇ ଚିକିତ୍ସା ସେବା ପାଇବା ପଶ୍ଚିମ ଓଡିଶାରେ ପ୍ରଥମ ବୋଲି ଜଣାପଡିଛି।
  7.  ରାଷ୍ଟ୍ରୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଅନେକ ସହରରୁ ଦିଲ୍ଲୀକୁ ନନ୍ ଷ୍ଟପ୍ ବିମାନ ସେବା ଆରମ୍ଭ କରିଛି। ଏୟାର ଇଣ୍ଡିଆ ରାଞ୍ଚି, କୋଲକାତା, ଯୋଧପୁର, ବେଙ୍ଗାଲୁରୁ ଓ ଆସାମ ରାଜଧାନୀ ଦିବ୍ରୁଗଡରୁ ଦିଲ୍ଲୀ ଯାଏଁ ବିମାନ ସେବା ଆରମ୍ଭ କରିଛି। 
  8.  ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଏପ୍ରିଲ୍‌ ୧ରୁ ଚଳାଯିବା ନେଇ ସେମିତି କୌଣସି ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ କରାଯାଇନାହିଁ ବୋଲି ଶନିବାର ରେଳବାଇ ପକ୍ଷରୁ କୁହାଯାଇଛି ।
  9.  ରାଜ୍ୟପାଳ ବିଜେପି ଦିଶା ନିର୍ଦେଶରେ କାର୍ଯ୍ୟ କରୁଛନ୍ତି। ଏହା ସହ ଯଦି କେନ୍ଦ୍ର ସରକାର ଚାହୁଁଛନ୍ତି ସମ୍ବିଧାନ ବଞ୍ଚିରହୁ ତେବେ ରାଜ୍ୟପାଳଙ୍କୁ ପ୍ରତ୍ୟାହାର କରିନିଅନ୍ତୁ ବୋଲି ଶିବସେନା ଦାବି ମଧ୍ୟ କରିଛି।
  10. ଚାଷୀ ଆନ୍ଦୋଳନ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଦ୍ବାରା ଗଠିତ କମିଟି ଇତିମଧ୍ୟରେ ପଞ୍ଜାବ, ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଓ କର୍ଣ୍ଣାଟକ ସମେତ ୧୮ଟି ରାଜ୍ୟ ସରକାରଙ୍କ ସହ ନୂତନ କୃଷି ଆଇନ ସମ୍ପର୍କରେ ଆଲୋଚନା କରି ସାରିଲେଣି ବୋଲି କହିଛନ୍ତି।
  11. କୋଟିଆ ମାମଲାରେ ସୁପ୍ରିମ କୋର୍ଟ ଆଜି ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ୧୯ ତାରିଖ ପୂର୍ବରୁ ଜବାବ ଦେବାପାଇଁ କୁହାଯାଇଛି। 
  12. ୨୦୨୦ ମସିହାରେ ଆନ୍ଧ୍ରପ୍ରଦେଶ, ବିହାର, ତାମିଲ୍‌ନାଡ଼ୁ, ପୁଦୁଚେରୀ ଏବଂ ମଧ୍ୟପ୍ରଦେଶରେ ହୋଇଥିବା ପ୍ରାକୃତିକ ଦୁର୍ବିପାକ ଏବଂ ପଙ୍ଗପାଳ ଆକ୍ରମଣର କ୍ଷତିକୁ ବିଚାର କରି ୩ ହଜାର ୧ଶହ ୧୩ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି ।
  13.  ୨୦୨୧ ବିଶ୍ୱ ରେଡିଓ ଦିବସର ଶୀର୍ଷକ ‘ନୂଆ ବିଶ୍ୱ – ନୂଆ ରେଡିଓ’ ରହିଛି।
  14. ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ଲାଗି ଆଜି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ବିକାଶ ଭବନ ଓ ବିଶ୍ୱନାଥ ପାଠାଗାରର କିଛି ଅଂଶ ଭଙ୍ଗା ଯାଇଛି । ଏହା ଛଡ଼ା ଏକ ସ୍କୁଲ ମଧ୍ୟ ଭଙ୍ଗା ଯାଇଛି ।
  15. ୨୦୨୦ରେ ଦେଶରେ ମୋଟ ୯୬୫ ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପ୍ରତିଦିନ ହିସାବରେ ଦେଖିଲେ ଦୈନିକ ୨/୩ ଥର ଭୂକମ୍ପନ ହୋଇଥିବା ନ୍ୟାଶନାଲ ସେଣ୍ଟର ଅଫ ସେସିମୋଲୋଜି (ଏନସିଏସ) ତରଫରୁ ସୂଚନା ଦିଆଯାଇଛି।
  16. ଉତ୍ତରପ୍ରଦେଶର ଯୋଗୀ ସରକାର କରୋନା ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଓ ସଟଡାଉନର  ସାମାନ୍ୟ ଭୁଲ କରିଥିବା ବ୍ୟକ୍ତିଙ୍କ ଉପରୁ କେସ ଉଠାଇନେବାକୁ ନିଷ୍ପତ୍ତି ନେଇଛନ୍ତି | ଏହା ଦ୍ୱାରା ପ୍ରାୟ ଅଢେଇଲକ୍ଷ ଲୋକଙ୍କୁ ଲାଭ ମିଳିବ 
  17. କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି। ଏହାର ସର୍ବାଧିକ ସୀମାକୁ ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
  18. ରାଜ୍ୟରେ ପଞ୍ଜୀକୃତ ୮୩ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି। ହେଲେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଥମ ଡୋଜ୍ ଟିକାକରଣ ପାଇଁ ବଢ଼ା ଯାଇଥିବା ଅବଧି ଆଜି ଶେଷ ହେଉଛି। 
  19. ଗତ ୭ ତାରିଖରେ କରାଯାଇଥିବା ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଶୀତ କମିଛି। ଏଥିସହ ବର୍ଷାର ସମ୍ଭାବନା ଅଧିକ ହୋଇଛି। ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। 
  20. ଓଡ଼ିଶାର ଜଣାଶୁଣା ସାମ୍ବାଦିକ,ଲେଖକ,ସମ୍ପାଦକ ତଥା ବିଶିଷ୍ଟ ପରିବେଶ କର୍ମୀ ଅଭୟ ସିଂହଙ୍କର ଦେହାନ୍ତ ହୋଇଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.