- ନ୍ୟୁଜିଲାଣ୍ଡର ସବୁଠୁ ବଡ଼ ସହର ଅକଲାଣ୍ଡରେ ତିନି ଦିନିଆ ଲକଡାଉନ କରାଯାଇଛି। ଏହି ଲକଡାଉନ୍ ରବିବାର ମଧ୍ୟରାତ୍ରରୁ କାର୍ଯ୍ୟକାରୀ ହେବ।
- ଚେନ୍ନାଇରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଅର୍ଜୁନ ମୁଖ୍ୟଯୁଦ୍ଧ ଟ୍ୟାଙ୍କ (ଏମକେ-୧ଏ) ସେନାକୁ ହସ୍ତାନ୍ତର କରିଛନ୍ତି। ସେ ଏହି ଅତ୍ୟାଧୁନିକ ଟ୍ୟାଙ୍କର ସଲାମୀ ମଧ୍ୟ ଗ୍ରହଣ କରିଛନ୍ତି।
- ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ମାମଲା ବନ୍ଦ ହୋଇଯାଇଛି । ଶନିବାର ମହାଭିଯୋଗ ପ୍ରସ୍ତାବକୁ ନେଇ ସିନେଟରେ ଭୋଟିଂ ହୋଇଥିଲା । ଏଥିରେ ୫୭ଟି ଭୋଟ୍ ତାଙ୍କ ବିରୋଧରେ ପଡିଥିବା ବେଳେ ୪୩ଟି ଭୋଟ୍ ତାଙ୍କ ସପକ୍ଷରେ ପଡିଥିଲା । ତେଣୁ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ବହୁମତ ମିଳିନଥିଲା ।
- କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କୁ ସମର୍ଥନ କରିଛନ୍ତି ମହାତ୍ମା ଗାନ୍ଧିଙ୍କ ନାତୁଣୀ ତାରା ଗାନ୍ଧି ଭଟ୍ଟାଚାର୍ଯ୍ୟ। ଆନ୍ଦୋଳନକୁ ତାଙ୍କର ସମର୍ଥନ ଜଣାଇବା ଲାଗି ସେ ଶନିବାର ଗାଜିପୁର ବର୍ଡରରେ ପହଞ୍ଚିଥିଲେ।
- ଅର୍ଥମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ, ଭାରତର ବ୍ୟବସାୟ ଜନସଙ୍ଘରୁ ବିଜେପିର ଯାତ୍ରା ଭଳି । ନାଗରିକ, ଟିକସ୍ ଦାତା ଆଦି ଦେଶର ଆର୍ଥିକ ମୂଳଦୁଆ ମଜବୁତ ଦିଗରେ କାମ କରୁଛନ୍ତି ।
- ବିଶ୍ୱର କେବଳ ଏକ ପ୍ରତିଶତ ଗାଡି ଭାରତରେ ଥିବାବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା(୧୦ ପ୍ରତିଶତ) ଭାରତରେ ଘଟିଥାଏ | ସଡକ ସୁରକ୍ଷା ଉପରେ ବିଶ୍ୱ ବ୍ୟାଙ୍କର ରିପୋର୍ଟରେ କିଛି ଏଭଳି ସୂଚନା ଦିଆଯାଇଛି |
- ଫେବ୍ରୁଆରି ୧୫ ମଧ୍ୟରାତ୍ରିରୁ ବାଧ୍ୟତାମୂଳକ ଭାବେ ଲାଗୁ ହେବ ଫାସଟ୍ୟାଗ ।
- ବିଜେପି ମମତା ସରକାରଙ୍କ ବିରୋଧରେ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ କରିଥିବାବେଳେ ଟିଏମସି(ତୃଣମୂଳ କଂଗ୍ରେସ) ‘ଦିଦିର ଦୂତ’ ଯାତ୍ରା ଶୁଭାରମ୍ଭ କରିଛି |
- ବାଇଡେନ୍ ପ୍ରଶାସନ ‘ସାଧାରଣ ସେବାରେ ପ୍ରବୀଣ’ ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କୁନିଯୁକ୍ତ କରିଛି। ସୋନାଲୀ ନିଜ୍ହଓ୍ଵାନ୍ ‘ଡାଇରେକ୍ଟର୍ ଅଫ୍ ଆମେରିକର୍ପସ୍ ଷ୍ଟେଟ୍ ଆଣ୍ଡ୍ ନ୍ୟାସ୍ନାଲ୍’ର ନିର୍ଦେଶକ ଏବଂ ପ୍ରିଷ୍ଟନ୍ଙ୍କୁ ‘ଏକ୍ଷ୍ଟର୍ନାଲ୍ ଆଫେୟାର୍ସ’ର ନୂତନ ମୁଖ୍ୟ ଭାବେ ମନୋନୀତ କରାଯାଇଛି।
- ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡ଼େଙ୍କ ୧୪ ମାସର କାର୍ଯ୍ୟକାଳ ସରିବାକୁ ଆଉ ମାତ୍ର ମାସକରୁ ଅଳ୍ପ ଅଧିକ ବାକି ରହିଛି।
- ଦେଶରେ ନିର୍ମାଣ ହୋଇଥିବା ଯୁଦ୍ଧ ବିମାନ ତେଜସ୍ର ସଫଳତା ପରେ ଏବେ ସ୍ବଦେଶୀ ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ’ ସେନାରେ ସାମିଲ ହେବାକୁ ଯାଉଛି। ଆସନ୍ତାକାଲି ୧୧୮ଟି ଅର୍ଜୁନ ଟ୍ୟାଙ୍କ ଆନୁଷ୍ଠାନିକ ଭାବେ ସେନାରେ ସାମିଲ ହେବ
- ଏଲପିଜି ଗ୍ୟାସ୍ ସିଲିଣ୍ଡର ପିଛା ଦର ଆଉ ୫୦ ଟଙ୍କା ମହଙ୍ଗା ହୋଇଛି। ସବସିଡି ଗ୍ୟାସ୍ ସିଲିଣ୍ଡରରେ ଏହି ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ରବିବାର ମଧ୍ୟ ରାତ୍ରରୁ ରାଷ୍ଟ୍ରୀୟ ରାଜଧାନୀରେ ନୂଆ ଦର ଲାଗୁ ହେବ ବୋଲି ଘୋଷଣା କରାଯାଇଛି।
- ଭାରତରେ ୩ଟି ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ସମର୍ଥନ କରିଛି ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ସଂଗଠନ।
- ପତିଆଲାରେ ଚଳିତ ଫେବୃଆରୀ ୧୮ରେ ପ୍ରଥମ, ୨୫ରେ ୨ୟ ଓ ମାର୍ଚ୍ଚ ୫ରେ ୩ୟ ଇଣ୍ଡିଆନ ଗ୍ରାଁ ପ୍ରି ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଓଡ଼ିଆ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ଓ ଧାବକ ଅମିୟ ମଲ୍ଲିକ ଅଂଶଗ୍ରହଣ କରିବେ।
- ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚର ୨ୟ ଦିନରେଇଂଲଣ୍ଡ ନିଜ ପ୍ରଥମ ଇନିଂସରେ ୧୩୪ରନରେ ଅଲଆଉଟ ହେବା ପରେ ଭାରତ ୨ୟ ଇନିଂସରେ ଗୋଟିଏ ଓ୍ବିକେଟ ହରାଇ ୫୪ ରନ କରି ୨୪୯ ରନରେ ଅଗ୍ରଣୀ ହୋଇପାରିଛି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.