• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସ୍ବଦେଶୀ ଡ୍ରୋନ ଜ୍ଞାନକୌଶଳ ବିକାଶ ଦୃଷ୍ଟିରୁ ଡିଆରଡିଓ ସୈନ୍ୟ ଉପକରଣଗୁଡ଼ିକୁ ଅତ୍ୟାଧୁନିକ କରିବାରେ ଉଦ୍ୟମ ଚଳାଇଛି। ଏହି କ୍ରମରେ ‘ରୁସ୍ତମ-୨’ ମଧ୍ୟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଣ ଭରି ପାରୁଥିବା ଅତ୍ୟାଧୁନିକ ମାନବବିହୀନ ବିମାନ ବା ଡ୍ରୋନ ହେବ।
  2. ସୂଚନାଯୋଗ୍ୟ ଯେ ୧୯୯୯-୨୦୦୦ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ପରିମାଣ ବର୍ଷକୁ ୩ କୋଟି ଥିବାବେଳେ ଏବେ ତାହା ୧୦୦ କୋଟିକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ପରିମାଣ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ହେବ। 
  3. ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପକ୍ଷରୁ ସୋମବାର ଦିଆଯାଇଥିବା ଓଡିଶା ବନ୍ଦ ପାଳନ ଡାକରା ସଫଳ ଓ ଶାନ୍ତିପୂର୍ଣ୍ଣ ହୋଇଥିବା ଜଣାପଡିଛି। 
  4. ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ମଞ୍ଚ ଉପରେ ଭାଷଣ ଦେଉଥିବାବେଳେ ସେ ଚେତାଶୂନ୍ୟ ହୋଇପଡିଥିଲେ।
  5. ଏକ ୨ ଦିନିଆ ଜାତୀୟ ଇ-ବିଧାନ ପ୍ରୟୋଗ କର୍ମଶାଳା ଓଡିଶା ବିଧାନସଭା ନୂଆ ସମ୍ମିଳନୀ କକ୍ଷରେ ଆଜି ଉଦ୍‌ଘାଟିତ ହୋଇଯାଇଛି। ଏହି କର୍ମଶାଳାକୁ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍‌ଘାଟନ କରିଥିଲେ। 
  6. ଫେବୃଆରୀ ଶେଷ ଭାଗରେ ଭାଗବତ ଗୀତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଏବଂ ନାମ ସହିତ ମହାକାଶକୁ ଏକ ଉପଗ୍ରହ ଉତକ୍ଷେପଣ କରାଯିବ। ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂତନ ସ୍ବରୂପ ପ୍ରଦାନ କରିଥିବା ବିଶିଷ୍ଟ ମହାକାଶ ବିଜ୍ଞାନୀ ସତୀଶ ଧାୱନଙ୍କ ନାମରେ ଏହି ନାନୋ ସାଟେଲାଇଟ୍ ନାମିତ ହୋଇଛି।
  7. ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ପକ୍ଷରୁ କ୍ରମାଗତ ସପ୍ତମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୨୯ ରୁ ୩୦ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୫ ରୁ ୨୬ ପଇସା ବୃଦ୍ଧି ପାଇଛି। ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।
  8. ସରକାରଙ୍କ ଘରୋଇକରଣର ଆଗାମୀ ପର୍ଯ୍ୟାୟ ପାଇଁ ୪ ମଧ୍ୟମ ଧରଣର ରାଜ୍ୟ ସଞ୍ଚାଳିତ ବ୍ୟାଙ୍କକୁ ଚୟନ କରିଛନ୍ତି। ଏହି ଚାରି ବ୍ୟାଙ୍କ ଖୁବ୍ ଶୀଘ୍ର ଘରୋଇକରଣ ହେବାକୁ ଯାଉଛି। ତାଲିକାରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବ୍ୟାଙ୍କ ଅଫ ଇଣ୍ଡିଆ(ବିଓଆଇ), ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ସାମିଲ।
  9. ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌  ଛୋଟ ବ୍ୟବସାୟୀଙ୍କ ସହ କଥା ହୋଇଛନ୍ତି। ଏହାସହ ସେମାନଙ୍କ ବ୍ୟବସାୟ ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ସମୟରେ ଆଟଲାଣ୍ଟାର ଭାରତୀୟ ରେଷ୍ଟୁରାଣ୍ଟ ‘ନାନ୍‌-ଷ୍ଟପ୍‌’ ମାଳିକ ନୀଲ ଏବଂ ସମୀରଙ୍କ ସହ କଥା ହୋଇଛନ୍ତି ବାଇଡେନ୍‌। ଏହା ସହ ଆଟଲାଣ୍ଟା ଗଲେ ସେମାନଙ୍କ ରେଷ୍ଟୁରାଣ୍ଟ ଯିବେ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍‌।
  10. ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ୫ ଟଙ୍କାରେ ଖାଇବାକୁ ଦେବାକୁ ନୂଆ ଯୋଜନା ଆରମ୍ଭ କରିଛନ୍ତି ଦିଦି। ଏହି ନୂଆ ଯୋଜନାର ନାଁ ରଖାଯାଇଛି ‘ମା’ ଯୋଜନା। ଏହି ନାଁ ତୃଣମୂଳ କଂଗ୍ରେସର ସ୍ଲୋଗାନ ‘ମା’ ମାଟି ମାନୁଷ’ରୁ ନିଆଯାଇଛି। 
  11.  ସରକାର ନୂଆ ନିୟମ ଅନୁଯାୟୀ ଓଭରଟାଇମ୍ ସମୟ ସୀମା ବଦଳାଇ ପାରନ୍ତି । ନୂଆ ନିୟମ ଅନୁଯାୟୀ, ଯଦି ନିର୍ଦ୍ଧାରିତ ଘଣ୍ଟା ଅପେକ୍ଷା ୧୫ ମିନିଟ୍ ଅଧିକ କାମ କରାଯାଏ, ତେବେ ଏହାକୁ ଓଭରଟାଇମ୍ ଶ୍ରେଣୀରେ ରଖାଯିବ । ଏଥିପାଇଁ କମ୍ପାନୀକୁ କର୍ମଚାରୀଙ୍କୁ ଏ ନେଇ ପାରିଶ୍ରମିକ ଦେବାକୁ ପଡିବ ।
  12. ଗ୍ରେଟା ଥନବର୍ଗଙ୍କ ତରଫରୁ କୃଷକ ଆନ୍ଦୋଳନକୁ ନେଇ ସେୟାର କରିଥିବା ଟୁଲକିଟ ମାମଲାରେ କ୍ଲାଇମେଟ୍ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସର ସାଇବର କ୍ରାଇମ ୟୁନିଟ ଶନିବାର ଦିନ ଦିଶାଙ୍କୁ ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘରୁ ଗିରଫ କରିଥିଲେ। 
  13.  ଚଳିତ ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଦେଶବାସୀଙ୍କୁ ମହଙ୍ଗା ମାଡ ହୋଇଛି । ଏଲପିଜି ସିଲିଣ୍ଡର ଦାମ୍ ୫୦ ଟଙ୍କା ଯାଏଁ ବୃଦ୍ଧି ପାଇଛି । ସେହିପରି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛ ।
  14.  କେନ୍ଦ୍ର ସରକାରୀ କର୍ମଚାରୀ ଏବେ ସବୁ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ଜରୁରୀ । ଏନେଇ ଶ୍ରମ ମନ୍ତ୍ରାଳୟ ଏକ ନିର୍ଦ୍ଦେଶନାମା ଜାରି କରି କର୍ମଚାରୀଙ୍କୁ କହିଛି ।
  15. ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଭାରତ ଟିକା ଦେବା ଆରମ୍ଭ କରିବ। ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ଏଭଳି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। 
  16. ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ୍‌ରେ ଏହି ଦୁଇ ଲୋକପ୍ରିୟ ସୋସିଆଲ୍ ନେଟ୍‌ୱର୍କିଂ ସାଇଟକୁ  ସେମାନଙ୍କର ବର୍ତ୍ତମାନ ପ୍ରଚଳିତ ପ୍ରାଇଭେସି ପଲିସି ବା ଗୋପନୀୟତା ନୀତି ବିଷୟରେ ସ୍ପଷ୍ଟ କରିବାକୁ କୁହାଯାଇଛି। ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ଗୋପନୀୟ ରଖାଯାଉନଥିବା ଅଭିଯୋଗ କରି ଏକ ମାମଲା ରୁଜ୍ଜୁ ହେବା ପରେ ସର୍ବୋଚ୍ଚ ଅଦାଲତ ଏହି ନୋଟିସ୍ ଜାରି କରିଛନ୍ତି।
  17. ଦୀର୍ଘ ୧୩ ମାସ ପରେ ଚେନ୍ନାଇ ମେଟ୍ରୋପଲିଟାନ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌(ଏମ୍‌ଟିସି) ସୋମବାର ପୁଣି ଥରେ ବୟସ୍କ ଲୋକମାନଙ୍କ ପାଇଁ ବସ୍‌ରେ ମାଗଣା ଟିକେଟ୍‌ ବ୍ୟବସ୍ଥା ଲାଗୁ କରିଛି। ୨୦୧୬ ମସିହା ଫେବ୍ରୁଆରି ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଅନୁସାରେ ୬୦ ବର୍ଷରୁ ଊର୍ଧ୍ବ ବୟସ୍କମାନେ ଏମ୍‌ଟିସି ବସ୍‌ରେ ମାସକୁ ୧୦ ଥର ମାଗଣାରେ ଯାତ୍ରା କରିପାରିବାର ସୁବିଧା ରହିଛି।
  18. ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‌ ଟିକା ପ୍ରଦାନ ନେଇ ପୁଣି ଥରେ ତୃତୀୟ ଥର ପାଇଁ ସରକାର ଅବଧି ବୃଦ୍ଧି କରିଛନ୍ତି। ଏହି ଅବଧି ଆସନ୍ତା ୨୫ ତାରିଖକୁ ବୃଦ୍ଧି କରାଯାଇଛି।
  19. କର୍ଣ୍ଣାଟକ ସରକାର ଅଯୋଗ୍ୟ ବିପିଏଲ କାର୍ଡଧାରୀଙ୍କ ବିରୋଧରେ ନିଜର ଆଭିମୁଖ୍ୟ କୋଠର କରିଛନ୍ତି। ସରକାର ଦୁଇ ଚକିଆ ଯାନ, ଟିଭି, ଫ୍ରିଜ୍ କିମ୍ବା ପାଞ୍ଚ ଏକରରୁ ଅଧିକ ଜମି ଥିବା  ବିପିଏଲକାର୍ଡ ହିତାଧିକାରୀଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନିଜର କାର୍ଡ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 
  20. ଅବସର ନେବାର ୨୧ ବର୍ଷ ପରେ ଜଳସଂପଦ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିଛି ନ୍ୟାୟ । ତାଙ୍କର ପେନସନ୍‌, ଅବସରକାଳୀନ ସମସ୍ତ ପ୍ରାପ୍ୟ ୨ମାସ ଭିତରେ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.