• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କିରଣ ବେଦୀ ୨୦୧୬, ମେ ୨୯ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ହେଲେ ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ରହୁଥିଲା ।ତେଲେଙ୍ଗାନାର ରାଜ୍ୟପାଳ ଡ. ତାମିଲସାଇ ସୁନ୍ଦରରାଜନଙ୍କୁ ପୁଡ଼ୁଚେରୀର ଉପରାଜ୍ୟପାଳଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇଦିଆଯାଇଛି ।
  2. ଗୋଧ୍ରା ଟ୍ରେନ ପୋଡ଼ି ୧୯ ବର୍ଷ ପରେ ଏହି ଘଟଣାର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରଫିକ ହୁସେନ ବହୁଟୁକଙ୍କୁ ପୋଲିସ  ଗିରଫ ହୋଇଛି। 
  3. ଦେଶର ୧୮୮ଟି ଜିଲ୍ଲାରେ ଗତ ୭ ଦିନ ମଧ୍ୟରେ ଜଣେ ହେଲେ ନୂଆ ‌କରୋନା ରୋଗୀ ବାହାରି ନାହାନ୍ତି। ସେହିଭଳି ଗତ ୨୧ ଦିନ ମଧ୍ୟରେ ଦେଶର ୨୧ଟି ଜିଲ୍ଲାରେ ଜଣେ ହେଲେ ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। 
  4. ‘ହୁ’ ଟିମ୍‌ର ମୁଖ୍ୟ ତଦନ୍ତକାରୀ ପିଟର୍‌ ବେନ୍‌ ଏମ୍ବାର୍କ କହିଛନ୍ତି ଯେ ଉହାନରେ ହିଁ କରୋନା ଭାଇରସ୍‌ ବ୍ୟାପକ ଭାବେ ପ୍ରଥମେ ବ୍ୟାପିଥିଲା ଏବଂ କର୍ତ୍ତୃପକ୍ଷ ଏହାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇନଥିଲେ।
  5.  ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଦୈନିକ ୨୪ଘଣ୍ଟାରୁ ୧୪ ଘଣ୍ଟା ପାଠ ପଢ଼। ୬ ଘଣ୍ଟା ଶୋଇବା ପାଇଁ ଓ ୪ ଘଣ୍ଟା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଦେବା ପାଇଁ ପରାମର୍ଶ ଦିଆ ଯାଇଛି  
  6.  ସ୍ମାର୍ଟ ସିଟି ରାଉରକେଲାରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ। ଏଥିସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ମୋଟ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି l
  7. ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ କରି ଗୁଜବ ରଟେଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଦେବୀଲାଲ ବୁରଦକ ଓ ସ୍ୱରୂପ ରାମଙ୍କୁ ରାଜଦ୍ରୋହ ଅପରାଧରେ ଗିରଫ କରିଥିଲା। ଅତିରିକ୍ତ ସେସନସ୍‌ ଜଜଙ୍କ କୋର୍ଟ ମାମଲାରେ ଶୁଣାଣି  କରିଛନ୍ତି। ଉପଦ୍ରବୀଙ୍କୁ ଚୁପ କରିବା ଲାଗି ସରକାର ଏପର୍ଯ୍ୟନ୍ତ ଏହି ଆଇନର ଉପଯୋଗ କରିଆସିଛନ୍ତି। ତେବେ ଅସନ୍ତୁଷ୍ଟଙ୍କୁ ଡରାଇବା ଲାଗି ଏହାର ଉପଯୋଗ ଆଇନର ମର୍ଯ୍ୟଦା କ୍ଷୁର୍ଣ୍ଣ କରୁଥିବା କୋର୍ଟ କହିଛନ୍ତି।
  8.  ବ୍ରିଟେନ ପରେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଭୂତାଣୁ ଷ୍ଟ୍ରେନ୍‌ ଏପରି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ତେବେ ଭାରତ ମଧ୍ୟ ଏବେ ଏହି ଭୂତାଣୁ ଷ୍ଟ୍ରେନରୁ ମୁକ୍ତ ନଥିବା ମଙ୍ଗଳବାର ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମହାନିର୍ଦ୍ଦେଶକ  ବଲରାମ ଭାର୍ଗବଙ୍କ  ସୂଚନାରୁ ଜଣାପଡିଛି।
  9. ଏଥର ମହାକୁମ୍ଭ ମାତ୍ର ୩୦ ଦିନ ପାଇଁ ହେବ। ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ। ୩୦ ଦିନ ପାଇଁ କୁମ୍ଭ ଆୟୋଜନ କରାଯାଇଛି।
  10.  ଭାରତୀୟ ଛାତ୍ରୀ ରଶ୍ମୀ ସାମନ୍ତ ବ୍ରିଟେନର ବିଶ୍ୱବିଖ୍ୟାତ ଅକ୍ସଫର୍ଡ ୟୁନିଭର୍ସିଟି ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇ ପ୍ରଥମ ଭାରତୀୟ ମହିଳାଭାବରେ  ଇତିହାସ ରଚିଛନ୍ତି। 
  11.  ମେ’ ୧୮ ତାରିଖ ସକାଳ ୪ଟା ୧୫ ମିନିଟରେ ଶ୍ରଦ୍ଧାଳୁଙ୍କ ପାଇଁ ବଦ୍ରୀନାଥ ମନ୍ଦିର କବାଟ ଖୋଲି ଦିଆଯିବ। 
  12. ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ପୋଲିସକର୍ମୀ ମଦ ସେବନ ନକରିବାର ଶପଥ ନେଇଛନ୍ତି। ଏଥିପାଇଁ କୌଣସି ପୋଲିସକର୍ମୀ ଯଦି ଡ୍ୟୁଟି ସମୟରେ ମଦ ପିଇଥିବା ଧରା ପଡନ୍ତି ତେବେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ତତ୍କାଳ ଚାକିରିରୁ ବରଖାସ୍ତ କରାଯିବ। 
  13.   ‘ଏମ୍ଏଯସ୍‍ ଧୋନୀ- ଦି ଅନ୍ଟୋାଲ୍ଡ ଷ୍ଟୋରୀ’ ଏବଂ ‘କେସରୀ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ଼ ଅଭିନେତା ସନ୍ଦୀପ ନାହରଙ୍କ ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ସନ୍ଦୀପଙ୍କୁ ତାଙ୍କ ପତ୍ନୀ କାଞ୍ଚନ ଏବଂ ସାଙ୍ଗମାନେ ଗୋରେଗାଓଁସ୍ଥିତ ଫ୍ଲାଟରେ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ। ପରେ ତାଙ୍କୁ ଏସଭିଆର୍ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
  14.   ଦିଲ୍ଲୀର ପାମ୍‌ ଗ୍ରୀନ୍‌ ରିସର୍ଟରେ ଫେବୃଆରୀ ୧୨ରୁ ୧୪ ମଧ୍ୟରେ ତିନିଦିନ ଧରି ଆୟୋଜିତ ମିସ୍‌ ଟିନ୍‌ ଇଣ୍ଡିଆ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାରେ ଓଡ଼ିଆ ଝିଅ ପ୍ରିତିକା ଜେନା ପ୍ରଥମ ଓ ତମନ୍ନା ଦାଶ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। 
  15.  ପାତାଳୀ ଶ୍ରୀକ୍ଷେତ୍ର ବିଶ୍ବ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବ। ଆଜିକୁ ୧୬୦୦ ବର୍ଷ ତଳେ ମହାପ୍ରଭୂ ଏଠାରେ ୧୪୪ ବର୍ଷ ଧରି ପାତାଳୀ ହୋଇଥିଲେ। ଏଠାରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ପୁରୀକୁ ନିଆଯାଇ ନବକଳେବର କରାଯାଇଥିଲା।
  16. ହାଇକୋର୍ଟ ସାରଥୀଙ୍କୁ ପ୍ରବଚନ ଅନୁମତି ଦେଇଥିବା ସୂଚନା ମିଳିଛି। କୋଭିଡ଼୍‍ ନିୟମକୁ ପାଳନ କରିବା ସହ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 
  17.  ଗୁରୁତର ଶକ୍ତି ସଂକଟ ଆମେରିକାରେ ଅଶୋଧିତ ତୈଳ (କ୍ରୁଡ) ଉତ୍ପାଦନ ହ୍ରାସ କରିଛି।  ବଡବଡ ରିଫାଇନାରୀ ବନ୍ଦ ହୋଇଯିବା ତୈଳ ଉତ୍ପାଦନରେ ବାଧା ଉପୁଜିଥିବା ବେଳେ ପାଇପଲାଇନ୍‌ ଯୋଗାଣ ମଧ୍ୟ ଠପ ହୋଇଯାଇଛି। ଫଳରେ ନ୍ୟୁୟର୍କରେ ବର୍ଷରେ ପ୍ରଥମ ଥର କ୍ରୁଡ ବାରଲ ପିଛା ଦର ୬୦ ଡଲାରକୁ ପହଞ୍ଚିଛି। 
  18. ରଥକାଠ ଅନୁକୂଳ ଅବସରରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜନୈକ ଦାତା ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି। ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି ବଡ ଠାକୁରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମା ସୁଭଦ୍ରାଙ୍କ ୨ଟି ତଡକି ଏବଂ ୨ଟି ଝୋବା ।
  19.  କୋଭିଡ୍‌-୧୯ ମହାମାରୀ ପାଇଁ ଗତବର୍ଷ ପ୍ରଥମ ସଂସ୍କରଣ ବାଧାପ୍ରାପ୍ତ ହେବା ପରେ ଅନ୍‌ଏକାଡେମି ରୋଡ୍ ସେଫଟି ବିଶ୍ବ ସିରିଜ୍‌ ଟି-୨୦ ପ୍ରତିଯୋଗିତା ଚଳିତ ବର୍ଷ ମାର୍ଚ୍ଚ ୨ରୁ ଆରମ୍ଭ ହେବାକୁ ଯାଉଛି।
  20.  ୨୦୧୬ରେ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ହୋଇଥିବା ଦେଶଦ୍ରୋହ ମାମଲାକୁ ନେଇ ପଟିଆଲା ହାଉସ୍ କୋର୍ଟ କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ ସମନ ଜାରି କରିଛି ।ସମସ୍ତ ଅଭିଯୁକ୍ତଙ୍କୁ ମାର୍ଚ୍ଚ ମାସ ୧୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  (Collected from mass media)

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.