• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଟୋଲ ପ୍ଲାଜା ଅତିକ୍ରମ କରୁଥିବା ବାହନଙ୍କ ଶୁଳ୍କ ଆପେ ଆପେ ଆକାଉଣ୍ଟରୁ କଟି ଜମା ହେଉଛି। ଏହି ବାବଦେ ସାରା ଦେଶରେ ଦୈନିକ ୧୦୪କୋଟି ଟଙ୍କା ଟୋଲ ଶୁଳ୍କ ଜମା ହେଉଥିବା ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ସୂଚିତ କରିଛନ୍ତି।
  2. କୋଭିଡ୍‌ ଭ୍ୟାକସିନ୍‌ ପ୍ରତି ଡୋଜ୍‌ ପିଛା ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ସହିତ ଟିକା ପାଇଁ ସର୍ଭିସ୍‌ ଚାର୍ଜ ୧୦୦ ଟଙ୍କା ରଖାଯାଇଛି । ତେବେ ସରକାରୀ ହସ୍ପିଟାଲଗୁଡିକରେ ଭ୍ୟାକ୍‌ସିନ୍‌ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ବୋଲି ସୂଚନା ମିଳିଛି ।
  3. ମାର୍ଚ୍ଚ ପହିଲାରୁ ଦେଶରେ ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ପର୍ଯ୍ୟାୟ କ୍ରମେ ଦେଶ​‌ରେ ବରିଷ୍ଠ ନାଗରିକମାନଙ୍କୁ ଭ୍ୟାକସିନ୍‌ ଦିଆଯିବ ।
  4. ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କିଛି ମାସ ପୂର୍ବେ ତାଙ୍କ ବିରୋଧରେ ବିଦ୍ରୋହ କରିଥିବା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ସହ ଗୋଟିଏ ହେଲିକପ୍ଟରରେ ସଭାସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁଇ ନେତା କଂଗ୍ରେସ ଦ୍ଵାରା ଆୟୋଜିତ କୃଷକ ପଞ୍ଚାୟତକୁ ସମ୍ବୋଧିତ କରିବାକୁ ଏକାଠି ପହଞ୍ଚିଥିଲେ।
  5. ଗାନ୍ଧୀ ଗ୍ଲୋବାଲ୍‌ ଫ୍ୟାମିଲି ବୈଠକରେ ଗୁଲାମ ନବୀଙ୍କ ସମେତ କଂଗ୍ରେସର ଆଗଧାଡିର ଅସନ୍ତୁଷ୍ଟ ନେତାମାନେ ସାମିଲ ହୋଇଥିଲେ । ବୈଠକରେ ବରିଷ୍ଟ କଂଗ୍ରେସ ନେତା କପିଳ ଶିବଲ୍‌ଙ୍କ ସମେତ, ଆନନ୍ଦ ଶର୍ମା, ଭୁପେନ୍ଦ୍ର ସିଂହ ହୁଡ୍ଡା, ମନୀଷ ତିଓ୍ବାରୀ ଓ ରାଜ ବାବ୍ବରଙ୍କ ଭଳି କଂଗ୍ରେସର ଜି-୨୩ ନେତା ଏକାଠି ଗୋଟିଏ ମଞ୍ଚରେ ନଜର ଆସିଛନ୍ତି ।
  6. ଆନ୍ତର୍ଜାତୀୟ ବିମାନ ସେବା ମାର୍ଚ୍ଚ ୩୧ ତାରିଖ ଯାଏଁ ବ୍ୟାନ କରାଯାଇଛି। ଏନେଇ ଡିଜିସିଏ (DGCA) ସୂଚନା ଦେଇଛି।
  7.  ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ-୧୯ ଭାକସିନର ଟିକା କୋଭାକ୍ସିନର ୨ କୋଟି ଡୋଜ୍ କିଣିବା ପାଇଁ ଭାରତ ବାୟୋଟେକ୍ ସହ ବୁଝାବଣା କରିଥିଲା ।
  8. ହରିୟାଣା ଜିନ୍ଦର ଜଣେ ଚାଷୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରକ୍ତରେ ଚିଠି ଲେଖି ନୂଆ କୃଷି ଆଇନ ରଦ୍ଦ କରିବାକୁ ଏମଏସପି ଲାଗୁ କରିବାକୁ ଦାବି କରିଛନ୍ତି। 
  9. ପ୍ରଧାନମନ୍ତ୍ରୀ ମୋଦି ଆଜି ଭିଡିଓ କନଫରେନସିଂ ଜରିଆରେ ଭାରତ ଖେଳନା ମେଳା ୨୦୨୧ ଉଦଘାଟନ କରିଛନ୍ତି। ସ୍ବଦେଶୀ ଖେଳନାକୁ ପ୍ରାତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଏହି ମେଳା ୪ ଦିନ ଯାଏଁ ଚାଲିବ।
  10. ଗତ ବର୍ଷ ରାଫେଲ ବିମାନ ଆସିବା ପରେ ଭାରତୀୟ ବାୟୁସେନା  ‘ଲଙ୍ଗ୍ ରେଞ୍ଜ ପ୍ରେସିସନ ଷ୍ଟ୍ରାଇକ’ କ୍ଷମତା ହାସଲ କରିଛି । ଏହାର ଅର୍ଥ ହେଉଛି ରାଫେଲ ବିମାନ ଭାରତୀୟ ବାୟୁସୀମା ମଧ୍ୟରେ ରହି ପାକିସ୍ତାନର ଯେକୌଣସି ଟାର୍ଗେଟକୁ ଧ୍ବଂସ କରିପାରିବ ।
  11. ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟାସ୍ଥିତ ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହ ଆମାଜୋନିଆ-୧ ସହ ୧୮ଟି ଉପଗ୍ରହକୁ ଉତକ୍ଷେପଣ କରାଯିବ । 
  12. ଶୁକ୍ରବାର ଦିନ କାନାଡା ଆଷ୍ଟ୍ରାଜେନିକାର କୋଭିଡ୍‌-୧୯ ଟିକାକୁ ଅନୁମୋଦନ କରିବା ସହ ଆଗାମୀ ସପ୍ତାହରେ ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଉତ୍ପାଦିତ ଏହି ଟିକାର ୫ ଲକ୍ଷ ଡୋଜ୍‌ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛି। 
  13. କରୋନା ସଂକ୍ରମଣ ବୃଦ୍ଧି ପାଇଁ ବର୍ତ୍ତମାନ ଭକ୍ତମାନଙ୍କୁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧବିନାୟକ ମନ୍ଦିରରେ ଭଗବାନ ଗଣେଶଙ୍କ ଦର୍ଶମ ପାଇଁ ପ୍ରଥମେ ଅନଲାଇନରେ ପଞ୍ଜିକରଣ କରିବାକୁ ପଡିବ। ମାର୍ଚ୍ଚ ପହିଲାରୁ ଏହି ବ୍ୟବସ୍ଥା କାର୍ଯ୍ଯକାରୀ ହେବ ବୋଲି ମନ୍ଦିରର ପରିଚାଳନା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
  14. ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଶାଳ ସାଇକେଲ୍ ଶୋଭାଯାତ୍ରା କରାଯିବ। ଏହା ସହିତ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଏପ୍ରିଲ ୧୭ ପର୍ଯ୍ଯନ୍ତ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି ।
  15.  ରାଜ୍ୟରେ ମୋଟ ୩୦ ଟି ସାଇନ୍ସ ପାର୍କ କରାଯିବା । ପ୍ରଥମ ପର୍ଯ୍ଯାୟରେ ୧୦ ଟି ଏବଂ ଦ୍ଵିତୀୟ ପର୍ଯ୍ଯାୟରରେ ଆଉ ୧୦ ଟି ସାଇନ୍ସ ପାର୍କ ଖୋଲିବା ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା
  16.  5-T ଅନଲାଇନ ସେବା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5-T ଅଧିନରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ ସେବା ଲୋକାର୍ପିତ ହୋଇଛି । ମହିଳା ଓ ଶିଶୁମାନଙ୍କୁ ତ୍ବରିତ ଓ ଗୁଣାତ୍ମକ ସେବା ଯୋଗାଇବାରେ ଏହି ଉଦ୍ୟମ ସହାୟକ ହେବ ।
  17. ଭାରତରେ ଅରବପତିଙ୍କ ସଂଖ୍ୟା ଆସନ୍ତା ୫ ବର୍ଷ ମଧ୍ୟରେ ଆହୁରି ୬୩ ପ୍ରତିଶତ ବୃଦ୍ଧି ପାଇବ। ବିଶ୍ବର ଅନ୍ୟ ଯେକୌଣସି ପ୍ରଗତିଶୀଳ ରାଷ୍ଟ୍ର ତୁଳନାରେ ଭାରତରେ ବିତ୍ତଶାଳୀ ମାନଙ୍କ ସମ୍ପତ୍ତି ବୃଦ୍ଧି ସହିତ ସେମାନଙ୍କ ସଂଖ୍ୟା ମଧ୍ୟ ବଢିବ ବୋଲି ଆନ୍ତର୍ଜାତିକ ସମ୍ପତ୍ତି ପରାମର୍ଶକାରୀ ସଂସ୍ଥା ନାଇଟ୍ ଫ୍ରାଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ଗ୍ଲୋବାଲ ୱେଲଥ୍ ରିପୋର୍ଟରେ କୁହାଯାଇଛି।
  18. ମେ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ୧୮ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୨ ତାରିଖରେ ପରୀକ୍ଷା ସରିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । 
  19. ଦେଶରେ ବଢିଚାଲିଛି ତୈଳ ଦର । ଲଗାତର ଦୁଇ ସପ୍ତାହ ଧରି ଦେଶରେ ପେଟ୍ରୋଲ- ଡିଜେଲ୍ ଦର ବଢିଚାଲିଛି। ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲର ୧୦୦ ଟପିଗଲାଣି। ଯାହା ସାଧାରଣ ଜନତାକୁ ହନ୍ତସନ୍ତ କରୁଛି
  20. ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୁଜୁରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ସଂକ୍ରମଣ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ମହାରାଷ୍ଟ୍ରରେ ସର୍ବାଧିକ ଦୈନିକ ସଂକ୍ରମଣ ୮ ହଜାର ୩୩୩ ହୋଇଥିବା ବେଳେ କେରଳରେ ୩ହଜାର ୬୭୧ଟି ଓ ପଞ୍ଜାବରେ ୬୨୨ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.