• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୯ ମାସର ଉତ୍ତେଜନା ପରେ ଉଭୟ ଦେଶର ସେନା ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଉଭୟ ପକ୍ଷ ପର୍ଯ୍ୟାୟ କ୍ରମେ ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣ ପ୍ରାନ୍ତରୁ ସୈନ୍ୟ ବଳଙ୍କୁ ପଛକୁ ହଟାଇବା ପାଇଁ ରାଜି ହୋଇଥିଲେ । ଏହି ପ୍ରକ୍ରିୟା ଫେବ୍ରୁଆରୀ ୧୦ରୁ ଆରମ୍ଭ ହୋଇଯାଇଛି । 
  2. ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା କମାଇବାକୁ ଏବେ ସରକାର ଦେଶରେ ଇଲେକଟ୍ରିକ୍‌ ଟ୍ରାକ୍ଟର ଆଣିବାକୁ ଯୋଜନା ଚଳାଇଛନ୍ତି। ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି।
  3. ପାଖାପାଖି ୨୦ ପ୍ରତିଶତ କମ୍ପାନୀ ୨୦୨୧ରେ ଡବଲ ଡିଜିଟ୍‌ ଇନକ୍ରିମେଣ୍ଟ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। 
  4. ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ନାଟ୍ୟ ମଣ୍ଡପ କୋଣାର୍କରେ ଉଦଘାଟନ ହୋଇଛି ୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ । ଏହାକୁ ଉଦଘାଟନ କରିଛନ୍ତି ପଦ୍ମଶ୍ରୀ ରଘୁନାଥ ମହାପାତ୍ର ।
  5.  କରୋନା ଟିକାକରଣରେ ବହୁ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଦେଶରେ ଟିକାକରଣରେ ୭୫ ପ୍ରତିଶତ ପୂରଣ କରିଥିବା ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ତାଲିକା ମଧ୍ୟରେ ଓଡ଼ିଶାରେ ୮୧. ୮ ପ୍ରତିଶତ ରେକର୍ଡ କରାଯାଇଛି।
  6. କରୋନା ସଂକ୍ରମଣ ମାମଲାକୁ ଦେଖି ଓଡିଶା ସରକାର ସତର୍କ ହୋଇ ଉଠିଛନ୍ତି। ଏ ନେଇ ରାଜ୍ୟ ସରକାର ସାନି ସତର୍କତା ଜାରି କରିଛନ୍ତି।
  7. ପୁରୀରେ ଖୁବଶୀଘ୍ର ତିଆରି ହେବ ବିମାନ ବନ୍ଦର । ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଗୁରୁତର ସହ ଗ୍ରହଣ କରିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଏୟାରପୋର୍ଟ ପାଇଁ ସ୍ଥାନ ନିରୂପଣ ଏବଂ ଭିତ୍ତିଭୂମି ତଦାରଖ ପାଇଁ ଆସନ୍ତା ସପ୍ତାହରେ ପୁରୀ ଆସିବ କେନ୍ଦ୍ରୀୟ ଟିମ୍‌ ।
  8. ଏକାମ୍ର କ୍ଷେତ୍ର ପାଇଁ ସ୍ଥଗିତ ରହିଲା ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏ ବାଇ ଲ । ବହୁ ବାଦ ବିବାଦ ପରେ ଏହି ଡ୍ରାଫ୍ଟ ବାଇଲକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
  9. ଏଣିକି ଅନ୍‌ଲାଇନ୍‌ରେ ମିଳିବ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଓ ଦସ୍ତାବିଜ । ଏନେଇ ଟ୍ବିଟ୍‌ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
  10. ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କଲେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ୍‌ । କଡ଼ା ସୁରକ୍ଷା ବଳୟରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଏହି ବଲିଉଡ଼୍‌ ଅଭିନେତ୍ରୀ ।
  11. ଆଇପିଏଲ ନିଲାମର କିଛି ସମୟ ପୂର୍ବରୁ ବାମହାତୀ ସିମର ଚେତନଙ୍କ ବ୍ରେସ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିବାବେଳେ ରାଜସ୍ଥାନ ରୟାଲ୍ସ ୧ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି।
  12. ପୂର୍ବ ଲଦାଖ୍‌‌ରେ ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଦୀର୍ଘ ୮ ମାସ ଧରି ଭାରତ ଓ ଚୀନ୍‌ ସେନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିଛି। 
  13. କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ଦାଖଲ କରିଥିବା ଜବାବର ପ୍ରତିଜବାବ ପ୍ରଦାନ ଲାଗି ସୁପ୍ରିମକୋର୍ଟ ଓଡିଶା ସରକାରଙ୍କୁ ଚାରି ସପ୍ତାହ ସମୟ ଦେଇଛନ୍ତି।
  14. ଜମ୍ମୁ କାଶ୍ମୀରରେ ଆଜି ୨ଟି ଆତଙ୍କବାଦୀ ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।
  15. ପ୍ରିନ୍ସ ହାରି ଏବଂ ପତ୍ନୀ ମେଘନ୍‌ ମାର୍କେଲ ବ୍ରିଟିଶ ରାଜ ପରିବାର ସହ ସେମାନଙ୍କର ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି। ରାଣୀ ଏଲିଜାବେଥ୍‌ ଏକ ଘୋଷଣା କରି କହିଛନ୍ତି, ହାରି ଏବଂ ମେଘନ୍‌ ରାଜ ପରିବାର କାର୍ଯ୍ୟକାରୀ ସଦସ୍ୟ ଭାବେ ଆଉ ଫେରିବେ ନାହିଁ। 
  16. ପୁଡୁଚେରୀରେ କଂଗ୍ରେସ ନେତୃତ୍ବାଧୀନ ସରକାର ଏବେ ଟଳମଳ ସ୍ଥିତିରେ ରହିଛି। ଆଗାମୀ ୨୨ ତାରିଖରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କୁ ଆଜି ଉପରାଜ୍ୟପାଳ କହିଛନ୍ତି। 
  17. ଆଗକୁ ପଶ୍ଚିମବଙ୍ଗ, କେରଳ, ଆସାମ, ତାମିଲନାଡୁ ଓ ପୁଡୁଚେରି ଆଦି ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିଲା ବେଳେ ଏବେ ନାଗରିକ ସଂଶୋଧନ ଆଇନ(ସିଏଏ) ପୁଣି ଥରେ ଚର୍ଚ୍ଚାକୁ ଫେରିଛି।
  18. ଗତରାତି (ଶୁକ୍ରବାର) ପ୍ରାୟ ୨:୩୦ ସମୟରେ ‘ନାସା’ର ରୋଭର୍‌ ‘ପର୍ସୁଭିୟରନ୍‌ସ୍‌’ ମଙ୍ଗଳ ଗ୍ରହରେ ଅବତରଣ କରିଛି। ମଙ୍ଗଳ ଗ୍ରହରେ ଜୀବସତ୍ତା ଥିଲା କି, ନାହିଁ, ଜାଣିବା ନିମନ୍ତେ ସେଠାରୁ ଏହି ରୋଭର୍‌ ଶିଳା ନମୁନା ସଂଗ୍ରହ କରି ଫେରିବ। 
  19. ଗତବର୍ଷ ଜୁନ୍‌ ମାସରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଉପତ୍ୟକାରେ ସଙ୍ଗଠିତ ସଂଘର୍ଷରେ ପ୍ରାଣ ହରାଇଥିବା ଚାରିଜଣ ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ର ସୈନିକମାନଙ୍କର ନାମ ଓ ପୂର୍ଣ୍ଣ ବିବରଣୀ ଚୀନ୍‌ ପ୍ରଥମ କରି ଉଲ୍ଲେଖ କରିଛି।
  20. ଓଡ଼ିଶା ତୀରନ୍ଦାଜି ସ˚ଘ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ୨୨ତମ ରାଜ୍ୟ ତୀରନ୍ଦାଜି ପ୍ରତିଯୋଗିତା ଶୁକ୍ରବାରଠାରୁ ଆରମ୍ଭ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.