• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ମହାରାଷ୍ଟ୍ରରେ ପତଞ୍ଜଳୀର କରୋନିଲ ଔଷଧର ବିକ୍ରି ହୁ ଏବଂ ଏଆଇଏମଏ ପରି ସକ୍ଷମ ସ୍ଵାସ୍ଥ୍ୟ ସଂସ୍ଥାର ବିନା ଅନୁମତିରେ ହୋଇ ପାରିବ ନାହିଁ। ଆଇଏମଏ ମଧ୍ୟ କରୋନିଲର ପ୍ରାମାଣିକତା ଉପରେ ପ୍ରଶ୍ନ ଉଠାଇଛି। ହୁ ମଧ୍ୟ କୋଭିଡ୍ ଉପଚାର ପାଇଁ ପତଞ୍ଜଳୀ ଆୟୁର୍ବେଦକୁ କୌଣସି ପ୍ରକାରର ସ୍ଵୀକୃତି ଦେବାକୁ ମନା କରିଛି।
  2. ଉତ୍ତରାଖଣ୍ଡର ଚାମୋଲି ହିମସ୍ଖଳନର ହୋଇ ଅଦ୍ୟାବଧି ନିଖୋଜ ଥିବା ୧୩୫ ଜଣ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ମୃତ ଘୋଷଣା କରାଯାଇଛି। 
  3. ପ୍ରଧାନ ବିଚାରପତି ଚୋଲେନ୍ଦ୍ର ଶମଶେରଙ୍କ ନେତୃତ୍ଵାଧୀନ ପାଞ୍ଚ ଜଣିଆ ପୀଠ ପ୍ରଧାନମନ୍ତ୍ରୀ ଓଲିଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇ ଆଗାମୀ ୧୩ ଦିନ ଭିତରେ ସଂସଦ ଅଧିବେଶନ ଡକାଇବାକୁ କହିଛନ୍ତି।
  4. କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ  କରିବା ଲାଗି ଜିଏସଟି କାଉନସିଲକୁ ଅନୁରୋଧ କରାଯାଇଛି।
  5. କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଗତକାଲି (୨୨ ଫେବୃଆରୀ)ଠାରୁ ମହାରାଷ୍ଟ୍ରର ଅମରାବତୀରେ ଏକ ସପ୍ତାହ ପାଇଁ ଲକଡାଉନ ଘୋଷଣା କରାଯାଇଛି
  6. ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତ ଏହାର ଏୟାରସ୍ପେସ ବ୍ୟବହାର କରିବାକୁ ଅନୁମତି ଦେଇଛି।
  7. ଗୁଜୁରାଟର ଭରୁଚରେ ଥିବା ୟୁପିଏଲ-୫ କେମିକାଲ କାରଖାନାରେ ବିସ୍ଫୋରଣ ଘଟିଛି | ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ଆହତ ହୋଇଛନ୍ତି |
  8. ପ୍ରତିରକ୍ଷା କ୍ରୟ ପରିଷଦ (ଡିଏସି) ବୈଠକରେ ଭାରତୀୟ ସେନା ନିମନ୍ତେ ୧୧୮ଟି ଅର୍ଜୁନ ମାର୍କ ୧ଏ ଯୁଦ୍ଧ ଟ୍ୟାଙ୍କ ଖରିଦକୁ ଅନୁମୋଦନ ଦିଆଯାଇଛି । ଏଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୬ ହଜାର କୋଟି ଟଙ୍କା ରହିବା ଅଟକଳ କରାଯାଉଛି ।
  9.  ରାଜଧାନୀ ଭୁବନେଶ୍ୱର ସହ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି 
  10. ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ଲିଟର ପିଛା ୯୦.୯୩ ଟଙ୍କା ହୋଇଛି । ସେହିଭଳି ଡିଜେଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଦେଶର କିଛି ସହରରେ ପେଟ୍ରୋଲ ଦର ୧୦୦ ପାର୍‌ କରିଗଲାଣି । 
  11. ବିଧାନସଭାରେ ଆଜି ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ -୦୨୦ ପାରିତ ହୋଇଛି। ଏହି ବିଧେୟକ ପାରିତ ହେବା ଫଳରେ ଏବେ ରାଜ୍ୟ‌ରେ ମେରିଟାଇମ ବୋର୍ଡ ଗଠନ ହେବ।
  12. ଇରାକ ରାଜଧାନୀ ବାଗଦାଦରେ ଆମେରିକା ଦୂତାବାସ ଉପରେ ୩ଟି ରକେଟ୍‌ ମାଡ଼ ହୋଇଛି। ଏଥିରୁ ଗୋଟିଏ ଗ୍ରିନ୍‌ ଜୋନ୍‌ରେ ପଡ଼ିଥିବା ବେଳେ ଦ୍ବିତୀୟଟି ପାଖାପାଖି ଅଞ୍ଚଳରେ ପଡ଼ିଥିବା ସୂଚନା ମିଳିଛି। 
  13.  ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଫେବୃୟାରି ମାସ ୨୭ ତାରିଖଠାରୁ ଦିବ୍ରୁଗଡ଼ ଏବଂ ମାର୍ଚ୍ଚ ମାସ ୪ ତାରିଖ ଠାରୁ କନ୍ୟାକୁମାରୀରୁ ଏକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଅଛି 
  14. ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ସ୍କୁଲ ଖୋଲିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। 
  15. ଲକଡାଉନ ସମୟରେ ୧୦ ଲକ୍ଷ ୭ହଜାର ୩୩୦ ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି।
  16. ପିପିଲି ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି
  17. ୨୦୨୫ ସୁଦ୍ଧା ଦୁଃସାଧ୍ୟ ବ୍ୟାଧି ଯକ୍ଷ୍ମା ବା ଟ୍ୟୁବରକ୍ୟୁଲୋସିସ୍ (ଟି.ବି)ର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ରୋଗ ସହ ଯୁଦ୍ଧ କରିବା ପାଇଁ କ୍ୟାଟରିଜ୍ ବ୍ୟବହୃତ ନ୍ୟୁକ୍ଲି ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ (ସିବିନାଟ) ମେସିନ୍‌ର ବ୍ୟବହାର ଖୁବ୍ ଶକ୍ତିଶାଳୀ ଅସ୍ତ୍ର ଭାବେ ଉଭା ହୋଇପାରିଛି ।
  18. ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ରକୁ ମଞ୍ଜୁର କରିଛନ୍ତି।
  19. ମହାନଗର ନିଗମ ଓ ପୌର ନିର୍ବାଚନ ଏବେ ହୋଇ ନ ପାରେ। ନିର୍ବାଚନ ନ ହେବା ନେଇ ମନ୍ତ୍ରୀଙ୍କ ଉତ୍ତରରୁ ଆଭାସ ମିଳିଛି। 
  20. କଲର୍ସ ଟିଭି ରିୟଲିଟି ଶୋ’ ବିଗ୍‌ବସ୍‌-୧୪ର ଫଳ ପ୍ରକାଶ ପାଇଛି। ରୁବିନା ଦିଲା ପ୍ରତିଯୋଗିତାର ବିଜୟୀ ହୋଇଛନ୍ତି। ସିଙ୍ଗର ରାହୁଲ ବୈଦ୍ୟ ପ୍ରଥମ ରନର୍ସଅପ୍ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.