• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୋଲାଭରମ ପ୍ରକଳ୍ପର ତଦାରଖ ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଶିସାସୟାନା ରେଡ୍ଡିଙ୍କ ନେତୃତ୍ବରେ ଛଅ ଜଣିଆ ଟିମ୍ ଗଠନ କରିଛନ୍ତି। 
  2. ପୂର୍ବରୁ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‌ ଭାବେ ପରିଚିତ ଏହି ଷ୍ଟାଡିୟମ୍‌ର ନାଁ ବଦଳାଇ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍ ରଖାଯାଇଛି।
  3. ଶ୍ରୀଲଙ୍କା ଚୀନରେ ନିର୍ମିତ କରୋନା ଟିକା ସିନୋଫର୍ମକୁ ବ୍ୟବହାର କରିବାକୁ ମନା କରିଦେଇଛି |
  4. ଭାରତୀୟ ରେଳ ପକ୍ଷରୁ  ସ୍ବଳ୍ପ ଦୂରଗାମୀ ଟ୍ରେନଗୁଡ଼ିକର ଭଡ଼ା ବଢାଇଦିଆଯାଇଛି । ଏପରିକି ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାକୁ ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
  5. କରୋନା ଟିକାକରଣ ସମ୍ପର୍କରେ ବୁଧବାର ଭାରତ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବା ସହ ୬୦ରୁ ଊର୍ଦ୍ଧ୍ବ ବୟସ୍କଙ୍କୁ କରୋନା ଟିକା ଦିଆଯିବ।
  6.  ‘କର୍ମଚାରୀ ପରିଚଳାନ କାର୍ଯ୍ୟାଳୟ’ର ମୁଖ୍ୟ ଭାବେ ଭାରତୀୟ-ଆମେରିକୀୟ ଓକିଲ ତଥା ଅଧିକାରକର୍ମୀ କିରଣ ଆହୁଜାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ ମନୋନୀତ କରିଛନ୍ତି।
  7. ଗତ ୨୧ ତାରିଖରେ ନିର୍ବାଚନ ହୋଇଥିବା ଗୁଜରାଟର ୬ଟି ଯାକ ପୌରନିଗମକୁ ବିଜେପି ପୁଣି ଥରେ ଅକ୍ତିଆର କରିନେଇଛି। ଅପରପକ୍ଷେ, ଆଜି ଘୋଷିତ ହୋଇଥିବା ଫଳାଫଳରୁ ନୂଆକରି ଲଢୁଥିବା ଅରବିନ୍ଦ କେଜ୍ରିଵାଲଙ୍କ ଆମ୍‌ ଆଦିମ୍‌ ପାର୍ଟି(ଆପ୍‌) ନିର୍ବାଚନରେ ଉଲ୍ଲେଖନୀୟ ଛାପ ଛାଡ଼ିଛି।
  8.  ମହାରାଷ୍ଟ୍ରରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮,୮୦୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୮୦ ଜଣଙ୍କ ମୃତ୍ୟୁ ହୋଇଛି। 
  9. ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟପାଳ ଜଗଦୀଶ ମୁଖୀ ବୁଧବାର ଆସାମକୁ ଫେବୃଆରୀ ୨୭ରୁ ଆଗାମୀ ୬ ମାସ ଲାଗି  ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି। ଏ ନେଇ ଏକ ଅଧିସୂଚନା ଜାରି ହୋଇଥିବା ବେଳେ ସଶସ୍ତ୍ର ବଳ (ସ୍ୱତନ୍ତ୍ର କ୍ଷମତା) ଅଧିନିୟମ ୧୯୫୮ ଧାରା ୩ରେ ଦିଆଯାଇଥିବା କ୍ଷମତା ବଳରେ ସାରା ରାଜ୍ୟ ଅଶାନ୍ତ କ୍ଷେତ୍ର ଘୋଷିତ  ହୋଇଛି। 
  10. ଫେବ୍ରୁଆରୀରେ ୩ ଥର ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ସରକାର ଫେବ୍ରୁଆରୀ ୪ରେ ଏଲପିଜି ସିଲିଣ୍ଡରର ଦାମରେ ୨୫ ଟଙ୍କା ବଢାଇଥିଲେ । ଏହାପରେ ୧୫ ତାରିଖରେ ୫୦ ଟଙ୍କା ବଢିଥିବା ବେଳେ ଏବେ ପୁଣି ୨୫ ଟଙ୍କା ବଢିଛି ।
  11. ଟ୍ରମ୍ପ ସରକାର ୨୦୨୦, ଡିସେମ୍ୱରରେ ଏହି ଟେଷ୍ଟରେ କିଛି ପରିବର୍ତ୍ତନ କରିଥିଲେ । ଯେଉଁଥିରେ ପ୍ରଶ୍ନ ସଂଖ୍ୟା ୧୦୦ରୁ ବଢ଼ାଯାଇ ୧୨୮ କରିଦିଆଯାଇଥିଲା । ଏଥିରେ ରାଜନୈତିକ ଏବଂ କିଛି ବିଚାର ସମ୍ୱନ୍ଧୀୟ ପ୍ରଶ୍ନ ମଧ୍ୟ ସାମିଲ୍‌ କରାଯାଇଥିଲା । ତେବେ ଟ୍ରମ୍ପଙ୍କ ଏହି ନୀତିକୁ ହଟାଇବା ସହିତ USCIS ସିଭିକ୍ସ ଟେଷ୍ଟରେ ଅନାବଶ୍ୟକ ଭାବେ ବାଧା ସୃଷ୍ଟି କରୁଛି ।
  12. ବିକେୟୁ ନେତା ରାକେଶ ଟିକାୟ ରାଜସ୍ଥାନଶିକରରେ ମଙ୍ଗଳବାର ମହାଞ୍ଚାୟତ କରିଥିଲେ। ଏଥିରେ ଯଦି ସରକାର କୃଷି ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ଚାଷୀ ସଂସଦ ଘେରାଉ କରିବେ ବୋଲି ଘୋଷଣା କରିଛନ୍ତି।
  13. ଗୃହ ମନ୍ତ୍ରଣାଳୟ ଭାରତର ସବୁଠୁ ବଡ କୋଭିଡ୍ କେୟାର ସେଣ୍ଟର ସର୍ଦ୍ଦାର ପଟେଲ୍ କୋଭିଡ୍ କେୟାର ସେଣ୍ଟର ଆଣ୍ଡ ହସ୍ପିଟାଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଏନସିଆରରେ କରୋନା ସ୍ଥିତିରେ ଆସିଥିବା ସୁଧାର ଏବଂ ରୋଗୀଙ୍କ ହ୍ରାସ କାରଣରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। 
  14. ତିନିଦିନ ବ୍ୟାପି ଚାଲିବ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା । ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳ ମହିମା ଗାଦିକୁ ଜିଲ୍ଲା ବାହାରର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ଆସିବାକୁ ବାରଣ କରାଯାଇଛି ।
  15. ମାର୍ଚ୍ଚ ୧ ତାରିଖଠାରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ।
  16. ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଲୋକସେବା ଭବନ ପରିବର୍ତ୍ତେ ଏଣିକି ଖାରବେଳ ଭବନର ସପ୍ତମ ମହଲାକୁ ଏହା ଉଠିଯିବ।
  17. ରାଜ୍ୟ ସରକାରଙ୍କ ପକ୍ଷରୁ ୭ମାସ ତଳେ ଜାରି କରାଯାଇଥିବା ଆର୍ଥିକ ମିତବ୍ୟୟତାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବୁଧବାର ଜାରି ନିର୍ଦେଶନାମାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମିନା ଦର୍ଶାଇଛନ୍ତି ଯେ ୨୦୨୦ ଜୁଲାଇ ୭ରେ ବିଭିନ୍ନ କ୍ଷେତ୍ରରେ ଯେଉଁ ଆର୍ଥିକ କଟକଣା ଲଗାଯାଇଥିଲା ସେଥିରୁ ସରକାର କେତେକ କ୍ଷେତ୍ରରେ ପ୍ରତ୍ୟାହାର କରିନେଇଛନ୍ତି।
  18. ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (ସିଭିଲ୍‌ ସର୍ଭିସ୍‌ ପରୀକ୍ଷା) ପାଇଁ ବୟସ ଅତିକ୍ରାନ୍ତ ପ୍ରାର୍ଥୀଙ୍କୁ ଅତିରିକ୍ତ ସୁଯୋଗ ମିଳିବ ନାହିଁ। ସୁପ୍ରିମକୋର୍ଟ ବୁଧବାର ଏ ସଂକ୍ରାନ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି। କରୋନା ସମୟରେ ପରୀକ୍ଷାରୁ ବଞ୍ଚିତ ହୋଇଥିବା ବୟସ ଅତିକ୍ରାନ୍ତ ପ୍ରାର୍ଥୀଙ୍କ ପକ୍ଷରୁ ଗୋଟିଏ ଅତିରିକ୍ତ ସୁଯୋଗ ପାଇଁ ଆବେଦନ କରାଯାଇଥିଲା।
  19. ବ୍ରାଜିଲର ଦକ୍ଷିଣ-ପୂର୍ବ ପ୍ରଦେଶ ମିନାସ ଗେରାଇସ୍‌ ଅନ୍ତର୍ଗତ ତାପିରାଠାରେ ବାସ କରୁଥିବା ଦୁଇ ୧୯ବର୍ଷୀୟ ଯମଜ ମାୟଲା ଓ ସୋଫିଆ ମିଳିତ ଭାବେ ଲିଙ୍ଗ ନିରୂପଣ ଅସ୍ତ୍ରୋପଚାର କରିଛନ୍ତି। ଏଭଳି ଘଟଣା ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି।
  20. ଭାରତ-ଇଂଲଣ୍ଡ ମଧ୍ୟରେ ‘ନରେନ୍ଦ୍ର ମୋଦୀ’ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୧୧୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.