• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  OTT ପ୍ଲାଟଫର୍ମ , ନ୍ୟୁଜ ପୋର୍ଟାଲ ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଫେସବୁକ, ଟ୍ୱିଟର, ନେଟଫ୍ଲିକ୍ସ, ଇନଷ୍ଟାଗ୍ରାମ ଆଦି ସମସ୍ତ ସୋସିଆଲ ମିଡିଆ ପାଇଁ କଡ଼ା ନିୟମ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର, ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ନୂତନ ନିର୍ଦ୍ଦେଶାବଳୀ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ  ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶିତ ହେଉଛି, ଆଉ ଏସବୁ ପାଇଁ ସ୍ୱତନ୍ତ୍ର ଗାଇଡଲାଇନର ଆବଶ୍ୟକତା ରହିଛି।
  2. ପେଟ୍ରୋଲ ଡିଜେଲ ଦର ବୃଦ୍ଧି ବିରୋଧରେ ଦିଦିଙ୍କ ଇ-ବାଇକ ରାଲି। ତେଲ ଦର ଆକାଶଛୁଆଁ ଥିବାବେଳେ ସଡ଼କକୁ ଓହ୍ଲାଇ ଇ-ବାଇକର ରାଲି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ। 
  3. ୱାସିମ ଜିଲ୍ଲାରେ ଗତକାଲି ୩୧୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୯୦ ଜଣ ଛାତ୍ରଛାତ୍ରୀ।
  4. ଫେବୃଆରୀ ୨୬ ‘ଚକା ଜାମ୍‌’ ସହ ରାସ୍ତା ଅବରୋଧ ମଧ୍ୟ କରାଯିବ। ଦେଶବ୍ୟାପୀ ଏହି ବ୍ୟବସାୟ ବନ୍ଦ ଡାକରାରେ ପାଖାପାଖି ୪୦ ହଜାର ବ୍ୟବସାୟିକ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ଜଣାପଡ଼ିଛି।
  5. ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ୍ସ ୨୦୨୧ ପାଇଁ ଶେଷ ସୁଯୋଗକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କୁ ନିରାଶ କରିଛନ୍ତି ସୁପ୍ରିମକୋର୍ଟ। ୟୁପିଏସ୍‌ସି ସିଭିଲ ସର୍ଭିସ ପ୍ରିଲିମ୍ସ ପାଇଁ ବୟସସୀମା ଅତିକ୍ରମ କରି ସାରିଥିବା ପରୀକ୍ଷାର୍ଥୀଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମ୍‌ କୋର୍ଟ। ସର୍ବୋଚ୍ଚ ଅଦାଲତଙ୍କର ଏପରି ନିଷ୍ପତ୍ତି ୨୦୦୦ରୁ ଅଧିକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଏକ ବଡ ଝଟକା ଦେଇଛି।
  6. କରୋନା ଭାଇରସ ମହାମାରୀ ଲାଗି ଦେଶରେ ବନ୍ଦ କରାଯାଇଥିବା ପାସେଞ୍ଜର ରେଳ ସେବା ପୁଣି ଆରମ୍ଭ କରିବାକୁ ରେଲୱେ ବୋର୍ଡ ସବୁଜ ସଂକେତ ଦେଇଛନ୍ତି। ଏଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପୂର୍ବୋତ୍ତର ରେଳବାଇର ୩୨ଟି ରୁଟରେ ପାସେଞ୍ଜର, ଡିଏମୟୁ ଓ ମେମୁ ଟ୍ରେନ ଚଳାଇବେ ବୋଲି ଜଣାପଡିଛି।
  7. ବହୁ ଚର୍ଚ୍ଚିତ ପଞ୍ଜାବ ନାସନାଲ୍‌ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟାର୍ପଣ କରାଯିବା ନେଇ ରାସ୍ତା ପରିଷ୍କାର ହୋଇଛି ।
  8. ମାର୍ଚ୍ଚ ପହିଲାରୁ କରୋନା ଟିକାକରଣର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୬୦ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯିବ, ଯେଉଁମାନେ କୌଣସି ରୋଗରେ ପୀଡିତ ଥିବେ । 
  9. ତାମିଲନାଡୁର ଜଣେ ମହିଳା ଆଇପିଏସ ଅଧିକାରୀ ଆଇନ ଓ ବ୍ୟବସ୍ଥାର ସ୍ୱତନ୍ତ୍ର ପୁଲିସ ଡିଜି ରାଜେଶ ଦାସଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି |
  10. ପଞ୍ଜାବ ଅମୃତସରର ଜନୈକା ଗୃହିଣୀ ଲଟେରିରେ ପ୍ରଥମ ପୁରସ୍କାର ଜିତିବା ସହ ହାତେଇ ନେଇଛନ୍ତି ୧ କୋଟି ଟଙ୍କା। ପଞ୍ଜାବ ରାଜ୍ୟ ସରକାରଙ୍କ ପକ୍ଷରୁ କରା ଯାଉଥିବା ଏହି ଲଟେରିରେ ସେ ୧୦୦ ଟଙ୍କା ଦେଇ ଏକ ଟିକେଟ କିଣିଥିଲେ।
  11. ଭାରତୀୟ କିସାନ ୟୁନିୟନର ମୁଖ୍ୟ ମଲକିତ ସିଂ କହିଛନ୍ତି ଯେ ମାର୍ଚ୍ଚ ୧ ତାରିଖରୁ କୃଷକମାନେ(ଗୋପାଳକ) କ୍ଷୀରର ମୂଲ୍ୟ ବଢାଇବାକୁ ଯାଉଛନ୍ତି | ଏହା ପରେ ଲିଟର ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବା ଦୁଗ୍ଧ ବର୍ତ୍ତମାନ ଦୁଇଗୁଣ ମୂଲ୍ୟରେ ଅର୍ଥାତ୍ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେବ ।
  12. ଦେଶରେ ହଠାତ୍‌ ପୁଣିଥରେ କରୋନାଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଗୁରୁବାର ଦିନ ବିଦେଶରୁ ଭାରତ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ମାର୍ଗଦର୍ଶିକା ଓ ନିର୍ଦ୍ଦେଶାବଳୀ ଜାରି କରିଛି।
  13.  ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପଲାନିସ୍ୱାମୀ ଏନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ।
  14. ଆଜି (ଗୁରୁବାର) ପୁଣି ଥରେ ଦିଲ୍ଲୀରେ ଘରୋଇ ବ୍ୟବହାର ଲାଗି ଉଦ୍ଦିଷ୍ଟ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଏଲପିଜି ସିଲିଣ୍ଡର ପିଛା ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ଘଟିଛି ।
  15. ଗତ ଦୁଇ ମାସ ମଧ୍ୟରେ ଏଲପିଜିର ସିଲିଣ୍ଡର ପିଛା ଦରରେ ୨୦୦ ଟଙ୍କାର ମୂଲ୍ୟ ବୃଦ୍ଧି ଘଟିଛି। 
  16. ଜଳସଂପଦ ମନ୍ତ୍ରୀ। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ କରିଥିବାରୁ ଜଳପ୍ରବାହ ଆହୁରି କମିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। 
  17. ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। 
  18.  ରବି ଋତୁରେ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହେବ। ଏହା ଏପ୍ରିଲ୍‌ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। 
  19. ଦୁର୍ଘଟଣା ପରେ ଯଦି ସଂପୃକ୍ତ ଗାଡିର ଡ୍ରାଇଭର ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କର ଲାଇସେନ୍ସ୍ ରଦ୍ଦ ହୋଇଯିବ । ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବିହାର ସରକାର ।
  20. ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢିବଢି ଚାଲିଛି। ଇନ୍ଧନ ଦର ବୃଦ୍ଧି ଏବେ ଦେଶବାସୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.