• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ତାମିଲନାଡୁ ସରକାର ସରକାରୀ କର୍ମଚାରୀଙ୍କ ଅବସର ସମୟସୀମାକୁ ୫୯ ବର୍ଷ ବଦଳରେ ୬୦ ବର୍ଷ ବୟସକୁ ବୃଦ୍ଧି କରିଛନ୍ତି ।
  2. ପାଣିପାଗ ବିଭାଗ ଅନୁମାନ ଲଗାଇଛି ଯେ,  ତାତି ଆହୁରି ବଢ଼ିବ ।  ଜଳୀୟବାଷ୍ପ ପରିମାଣ ୨୦% ପାଖାପାଖି କମ୍‌ ରହୁଛି ।ସ୍ଥିତିରେ ପରିବର୍ତ୍ତନ ନ ହେଲେ ମାର୍ଚ୍ଚ ପହିଲାବେଳକୁ ପାରଦ ୪୦ ଡିଗ୍ରୀ ଛୁଇଁପାରେ ।
  3. ଅଷ୍ଟ୍ରେଲିଆର ଅନେକ ସ୍ଥାନରେ ଏଭଳି ଏକ ରୋଗ ବ୍ୟାପିଛି, ଯେଉଁଥିପାଇଁ ସେଠାରେ ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ଚେତାବନୀ ଦିଆଯାଇଛି । ଏହି ରୋଗ ଏତେ ବିପଦଜନକ ଯେ ଏଥିରେ ଶରୀରର ଯେଉଁ ଅଶଂ ପ୍ରଭାବିତ ହେଉଛି ସେଠାରୁ ଧିରେ ଧିରେ ମାଂସ କମିବାକୁ ଲାଗୁଛି ।ଅଷ୍ଟ୍ରେଲିଆରେ ବ୍ୟାପିଥିବା ଏହି ରୋଗର ନାମ ବୁଋଲୀ ଅଲସର୍ । ଏହି ରୋଗ ହେବା ଦ୍ୱାରା ଶରୀରର ଅନେକ ଅଶଂରୁ ମାଂସ ଖାଇଯାଇଥାଏ । ଅଷ୍ଟ୍ରେଲିଆର କିଛି ଅଞ୍ଚଳରେ ଏହି ରୋଗ ଦେଖାଦେଇଛି । ଯାହା ପରେ ଆଖପାଖରେ ରହୁଥିବା ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
  4.  ଫେସ୍‌ବୁକ୍, ଟ୍ବିଟର୍‌ଭଳି ସୋସିଆଲ୍ ମିଡିଆ, ନେଟ୍‌ଫ୍ଲିକ୍ସ ଓ ଆମାଜନ୍‌ ପ୍ରାଇମ୍ ଭିଡିଓ ଭଳି ଓଭର୍ ଦି ଟପ୍ (ଓଟିଟି ପ୍ଲାଟ୍‌ଫର୍ମ ଯାହା ୱେବ ସିରିଜ୍ ପାଇଁ ପରିଚିତ) ପ୍ଲାଟଫର୍ମ ଓ ଡିଜିଟାଲ୍‌ ନିଉଜ ଉପରେ ସରକାର ଲଗାମ ଲଗାଇଛନ୍ତି।
  5.  ଦିଲ୍ଲୀ ସରକାରଙ୍କ ସବୁ ବିଭାଗରେ ଏବେ କେବଳ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର କରାଯିବ। ଏ ନେଇ କେଜ୍ରିୱାଲ ସରକାର ଏକ ଐତିହାସିକ ଘୋଷଣା କରିଛନ୍ତି । ଏହା ଲାଗୁ ହେବା ପରେ ଦିଲ୍ଲୀ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହେବ
  6. କରୋନା ଭାଇରସକୁ ମୁକାବିଲା କରିବା ପାଇଁ ଦେଶରେ ଚାଲିଥିବା କରୋନା ଟିକାକରଣ ଅଭିଯାନ ଆସନ୍ତା ଶନିବାର-ରବିବାର ଦିନ(ଫେବୃୟାରୀ ୨୭-୨୮) ଅନୁଷ୍ଠିତ ହେବ ନାହିଁ | ବାସ୍ତବରେ, ଏହି ଦୁଇ ଦିନ ମଧ୍ୟରେ ସରକାର କୋ-ୱିନ ଆପକୁ ୧.୦ ରୁ ୨.୦ କୁ ଅପଗ୍ରେଡ଼ କରିବେ |
  7.  ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନିର୍ଦ୍ଦେଶକ୍ରମେ ସିରିଆର ପୂର୍ବରେ ସକ୍ରିୟ ଥିବା ଇରାନ୍‌ ସମର୍ଥିତ ସନ୍ତ୍ରାସବାଦୀ ଗୋଷ୍ଠୀଙ୍କୁ ଟାର୍ଗେଟ କରି ୟୁଏସ୍‌ ସେନା ପକ୍ଷରୁ ଏହି ଏୟାର ଷ୍ଟ୍ରାଇକ୍‌ କରାଯାଇଥିବା ପେଣ୍ଟାଗନ ପକ୍ଷରୁ କୁହାଯାଇଛି।
  8. ଯେଉଁ ଯାତ୍ରୀମାନେ କେବଳ କ୍ୟାବିନ ବ୍ୟାଗ (ସର୍ବାଧିକ ସାତ କିଲୋଗ୍ରାମ) ସହିତ ଯାତ୍ରା କରିବେ, ସେମାନଙ୍କୁ ବିମାନ ଭଡାରେ ରିହାତି ଦିଆଯିବ |
  9. ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏ ବଢ଼ିଲା କରୋନା ଗାଇଡଲାଇନ୍ ଅବଧି । 
  10. ଭାରତର ନିର୍ବାଚନ ଆୟୋଗ ଆଜି ୪ଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରି ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟ, ଆସାମରେ ୩ଟି ପର୍ଯ୍ୟାୟ ଏବଂ ତାମିଲନାଡ଼ୁ,କେରଳ ଓ ପୁଡୁଚେରିରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।
  11. ଆସାମ :  ୩ଟି ପର୍ଯ୍ୟାୟ ଭୋଟ ଗ୍ରହଣ :  ମାର୍ଚ୍ଚ ୨୭, ଏପ୍ରିଲ ୧,ଏପ୍ରିଲ ୬ କେରଳ  :  ଗୋଟିଏ ପର୍ଯ୍ୟାୟଭୋଟ ଗ୍ରହଣ : ଏପ୍ରିଲ ୬ ତାମିଲନାଡ଼ୁ : ଗୋଟିଏ ପର୍ଯ୍ୟାୟ ଭୋଟ ଗ୍ରହଣ : ଏପ୍ରିଲ ୬ ପୁଡୁଚେରି : ଗୋଟିଏ ପର୍ଯ୍ୟାୟ ଭୋଟ ଗ୍ରହଣ : ଏପ୍ରିଲ ୬ ପଶ୍ଚିମବଙ୍ଗ : ୮ଟି ପର୍ଯ୍ୟାୟ ଭୋଟ ଗ୍ରହଣ : ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬, ଏପ୍ରିଲ ୧୦, ଏପ୍ରିଲ ୧୭, ଏପ୍ରିଲ ୨୨, ଏପ୍ରିଲ ୨୬, ଏପ୍ରିଲ ୨୯ ମେ ୨ ତାରିଖରେ ଏସବୁ ନିର୍ବାଚନ ପାଇଁ ଭୋଟ ଗଣତି ହେବ ।
  12. ସିସୋର ଗ୍ରୁପ ଅଫ୍ କମ୍ପାନିଜର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତ କରି ନିଲାମ କରିବା ପାଇଁ ଚିଟ୍‌ଫଣ୍ତ ମାମଲାର ଶୁଣାଣି ଲାଗି ଗଠିତ ସ୍ବତନ୍ତ୍ର ଅଦାଲତ (ଡେଜିଗ୍‌ନେଟେଡ୍‌ କୋର୍ଟ) ନିର୍ଦ୍ଦେଶ ଦେଇଛନ୍ତି। ନିଲାମଲବ୍ଧ ଅର୍ଥ ଏହି ସ˚ସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
  13. ନୂଆ ସମୟ ଅନୁସାରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ୯ଟାରେ ଶେଷ ହେବ । ସେହିପରି ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ସକାଳ ୯ଟାରୁ ଦିନ ୧ଟା ଯାଏଁ ଚାଲିବ । ଏଥିସହିତ ପ୍ରତି ସ୍କୁଲରେ ପିଇବା ପାଣିର ସୁବିଧା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 
  14. ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲରେ କେନ୍ଦ୍ର ସରକାରଙ୍କ ପକ୍ଷରୁ  ଟିକାକରଣ ହେଉଥିବା ବେଳେ ବିଏସକେୱାଇ ଅଧିନସ୍ଥ ରାଜ୍ୟର ୧୮୩ ଘରୋଇ ହସ୍ପିଟାଲ ବାଦ୍ ପଡିଯିବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ବିଏସକେୱାଇରେ ଚାଲିଥିବା ୧୮୩ ହସ୍ପିଟାଲକୁ ଟିକାକରଣରେ ସାମିଲ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି।
  15.  ଆସନ୍ତା ୨୭ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେଉଛି ‘ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧’ -ଭାରତୀୟ ଖେଳଣା ମେଳା-୨୦୨୧।
  16. ଭୁବନେଶ୍ବର ଭାରତର ସର୍ବାଧିକ ଉତ୍ତପ୍ତ ସହର ପାଲଟି ଯାଇଛି। ଗୁରୁବାର ଦେଶର ବିଭିନ୍ନ ସହରରେ ରହିଥିବା ସର୍ବାଧିକ ତାପମାତ୍ରା ମଧ୍ୟରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରହିଛି। 
  17. ଡିସେମ୍ୱର ତ୍ରୈମାସିକରେ ଭାରତର ସକଳ ଘରୋଇ ଉତ୍ପାଦ ବା ଜିଡିପିରେ ୦.୪ ପ୍ରତିଶତ ବୃଦ୍ଧି ହୋଇଛି । ଅର୍ଥାତ ଅର୍ଥବ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଥିବା ପରିଲକ୍ଷିତ ହୋଇଛି ।
  18. ଆନ୍ତର୍ଜାତୀୟ ବଜାରରେ ସଙ୍କଟ କାରଣରୁ ସପ୍ତାହର ଶେଷ ଦିନରେ ସେୟାର ବଜାରରେ ଜବରଦସ୍ତ ହ୍ରାସ ଦେଖିବାକୁ ମିଳିଛି । ସକାଳ ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସରେ ୭୮୩ ଅଙ୍କର ହ୍ରାସ ସହିତ ୫୦,୨୫୬.୭୧ ପଏଣ୍ଟ୍‌ରେ ଖୋଲିଥିଲା । ହେଲେ, ଆମେରିକା ଦ୍ୱାରା ସିରିଆରେ ପକାଯାଇଥିବା ବମ୍‌ର ଖବର ପ୍ରସାରଣ କାରଣରୁ ୧୨ଟା ସମୟ ପାଖାପାଖି ସେନ୍‌ସେକ୍ସରେ ୧,୬୭୭ ଅଙ୍କ ହ୍ରାସ ହୋଇଥିଲା ଏବଂ ବାଜର ୪୯,୩୬୨ ଅଙ୍କକୁ ଖସି ଯାଇଥିଲା ।
  19.  ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଣ୍ଡର୍‌ ୟୁସୁଫ୍ ପଠାନ୍‌ ୨୦୦୭ ମସିହା ଟି-୨୦ ୱାର୍ଲ୍ଡକପ୍ ଏବଂ ୨୦୧୧ ମସିହା ୫୦ ଓଭର୍‌ର ୱାର୍ଲ୍ଡକପ୍ ଜିତିଥିବା ଭାରତୀୟ ଦଲର ସଦସ୍ୟ ରହିସାରିଛନ୍ତି । ସେ ଶୁକ୍ରବାର ଟ୍ୱିଟ୍‌ କରି ସନ୍ୟାସ ଘୋଷଣା କରିଥିବା ଜଣାପଡ଼ିଛି ।
  20. ଦିବ୍ୟାଙ୍ଗଙ୍କୁ ବିବାହ କଲେ ପୂର୍ବରୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଏବେ ଆଉ ୨ ଲକ୍ଷ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ମିଳିବ । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.