• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୋମବାରଠାରୁ ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ। ତେବେ ଟିକା କରଣ ପୂର୍ବରୁ କେନ୍ଦ୍ର ସରକାର କରୋନା ଟିକାକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ଏଣିକି ଘରୋଇ ହସ୍ପିଟାଲରେ ମଧ୍ୟ ଉପଲବ୍ଧ ହେବ କରୋନା ଟିକା। ଘରୋଇ ହସ୍ପିଟାଲରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା।
  2. ମାର୍ଚ୍ଚ ୧ ତାରିଖରୁ ଅନେକ ଟ୍ରେନ୍ ଚଳାଚଳ ଆରମ୍ଭ କରିବ ବୋଲି ଭାରତୀୟ ରେଳ ଘୋଷଣା କରିଛି । ଉତ୍ତର ପ୍ରଦେଶ ଏବଂ ବିହାରର ଯାତ୍ରୀମାନେ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳରୁ ସର୍ବାଧିକ ସୁବିଧା ପାଇବେ ।
  3. ମାର୍ଚ୍ଚରେ କ୍ରମାଗତ ୧୧ ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏଥିମଧ୍ୟରୁ ମାର୍ଚ୍ଚ ୫, ମାର୍ଚ୍ଚ ୧୧, ମାର୍ଚ୍ଚ ୨୨, ମାର୍ଚ୍ଚ ୨୯ ଓ ମାର୍ଚ୍ଚ ୩୦ ରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏହା ବ୍ୟତୀତ ୪ଟି ରବିବାର ଓ ଦ୍ୱିତୀୟ ଶନିବାର ବ୍ୟାଙ୍କ ବନ୍ଦ ରହିବ । ଅର୍ଥାତ୍ ସମୁଦାୟ ୧୧ ଦିନ ବ୍ୟାଙ୍କରେ କୌଣସି କାମ ହେବ ନାହିଁ ।
  4. ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ରେ ବିଭିନ୍ନ ପ୍ରସଙ୍ଗରେ କହିବା ବେଳେ ଦେଶସେବା ଲାଗି ପ୍ରେରଣା ଦେଉଥିବା ଓଡ଼ିଶାର ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।ଜଗତସିଂପୁର ଅରଖକୂଦ ଗ୍ରାମର ୨୮ ବର୍ଷୀୟ ଯୁବକ ସିଲୁ ନାୟକ ୨୦୧୬ ମସିହାରେ ମହାଗୁରୁ ବାଟାଲିଅନ ପ୍ରତିଷ୍ଠା କରି ନାଉଗାଁ, ବାଲିକୁଦା ପ୍ରଭୃତି ଅଞ୍ଚଳର ଯୁବକମାନଙ୍କୁ ସେନାବାହିନୀରେ ଯୋଗଦେବାପାଇଁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। 
  5. ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଉପଲକ୍ଷେ ଗୀତଟି ରିଲିଜ ହେବ। ହଜି ଯାଉଥିବା ଲୋକ କଥାକୁ ଏହି ଗୀତରେ ସ୍ଥାନ ଦିଆଯାଇଛି। ଅନ୍ୟପଟେ ପ୍ରଥମ ଥର ମହାମହିମ ରାଜ୍ୟପାଳ ଓଡ଼ିଆ ଗୀତରେ କଣ୍ଠ ଦାନ କାରି ଓଡିଆ ଭାଷା ସଂସ୍କୃତି ଓ ଅସ୍ମିତାକୁ ମନେ ପକାଇଛନ୍ତି। ଓଡ଼ିଶାର ଲୁଚି ଯାଉଥିବା କଥା ଓ ଶବ୍ଦ ଏଥିରେ ସ୍ଥାନ ପାଇଛି ।
  6. ଭାରତୀୟ ଅନ୍ତରୀକ୍ଷ ଗବେଷମା ସଂଗଠନ (ଇସ୍ରୋ)ପକ୍ଷରୁ ରବିବାର ଶ୍ରୀହରି କୋଟା ମହାକାଶ କେନ୍ଦ୍ରରୁ ଚଳିତ ବର୍ଷର ପ୍ରଥମ ରକେଟ୍ ମହାକାଶକୁ ପଠାଇଛି। ଏହି ରକେଟ୍ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ର(ଏସଡିଏସସି) ଏସଏଚଏଆରରୁ ୨୮ ଫେବୃଆରୀ ସକାଳ ୧୦ଟା ୨୪ ମିନିଟରେ ଉତକ୍ଷେପଣ କରିଛି। 
  7. ପାରମ୍ପରିକ ଔଷଧ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ଶୁକ୍ରବାର ଦିନ ଭାରତ ତାଇଓ୍ଵାନ୍‌ର ‘ନ୍ୟାସ୍‌ନାଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଇନିଜ୍‌ ମେଡିସିନ୍‌’କୁ (ଏନ୍‌ଆର୍‌ଆଇସିଏମ୍‌) ୫୭୦,୦୦୦ ନିୟୁ ତାଇଓ୍ଵାନ୍‌ ଡଲାର୍‌ ଅନୁଦାନ ଦେଇଛି। 
  8. କେନ୍ଦ୍ର ସରକାର ଆଗାମୀ ୨ ବର୍ଷ ମଧ୍ୟରେ ୧ କୋଟିରୁ ଉର୍ଦ୍ଧ୍ବ ଆବଶ୍ୟକ ଲୋକଙ୍କୁ ମାଗଣା ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ ପାଇଁ ଏବଂ ରୋଷେଇ ଗ୍ୟାସ୍‌କୁ ଲୋକମାନଙ୍କ ନିକଟରେ ସୁବିଧାରେ ପହଞ୍ଚାଇବା ପାଇଁ ଯୋଜନା କରୁଛନ୍ତି । 
  9. ୬୦ ବର୍ଷରୁ ବୟସ୍କ   ଏବଂ  ବହୁରୋଗରେ ପୀଡିତ ଥିବା ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କୋଉଇନ ଆପରେ ପଞ୍ଜିକରଣ କରିବାକୁ ପଡିବ । ଘରୋଇ ଟିକାକରଣ କେନ୍ଦ୍ରରେ ସର୍ଭିସ ଚାର୍ଜକୁ ମିଶାଇ ୨୫୦ ଟଙ୍କା ଦେବାକୁ ପଡିବ ଓ ସରକାରୀ ଡାକ୍ତରଖାନରେ ମାଗଣାରେ ଟିକା ମିଳିବ ।
  10. ଏନ୍‌ଡିଏ ମେଣ୍ଟରୁ ଅଲଗା ହୋଇଛି ସହଯୋଗୀ ବୋଡୋଲାଣ୍ଡ୍‌ ପିପୁଲ୍ସ ପ୍ରଣ୍ଟ୍ (BPF) ଏ ନେଇ  ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଦଳର ଅଧ୍ୟକ୍ଷ ହଗ୍ରମା ମୋହିଲିରେ ।
  11. ଏକ ରିପୋର୍ଟ ଅନୁଯାୟୀ, ଭାରତର ସବୁଠାରୁ ଧନୀ ୫ଜଣ ଭିକାରୀଙ୍କ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ମୁମ୍ବାଇର ପରେଲ କ୍ଷେତ୍ରର ଭିକ ମାଗୁଥିବା ଭରତ ଜୈନ। ତାଙ୍କ ପାଖରେ ମୁମ୍ବାଇରେ ଦୁଇଟି ଫ୍ଲାଟ ଅଛି ଯାହାର ଆନୁମାନିକ ମୂଲ୍ୟ ୧୪୦ ଲକ୍ଷ ଟଙ୍କା ଅର୍ଥାତ ୧ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି। ରିପୋର୍ଟ ଅନୁଯାୟୀ ସେ ମାସକୁ ଭିକ ମାଗି ୭୫ ହଜାର ଆୟ କରନ୍ତି।
  12.  ସର୍ବ ଭାରତୀୟ ସ୍ତରରେ ହେବାକୁ ଥିବା ଆର୍ମି ଜିଡି ପରୀକ୍ଷା ବାତିଲ। ପ୍ରଶ୍ନପତ୍ର ଲିକ୍‌  ଯୋଗୁଁ  ଏଭଳି ନିଷ୍ପତ୍ତି ନିଆଯାଇଛି। 
  13. ମହାରାଷ୍ଟ୍ରର ପୁଣେରେ କରୋନା ମାମଲା ବଢୁଥିବା କାରଣରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସ୍କୁଲ, କଲେଜ୍ ଏବଂ ଘରୋଇ କୋଚିଂ ସେଣ୍ଟର ବନ୍ଦ କରାଯାଇଛି।
  14. ୟୁକ୍ରେନିୟନ ରେସଲର୍ସ ଆଣ୍ଡ କୋଚେସ୍‌ ମେମୋରିଆଲ ଟୁର୍ନାମେଣ୍ଟର ଫାଇନାଲରେ ବେଲାରୁସର ପୂର୍ବତନ ବିଶ୍ଵ ଚାମ୍ପିୟନ ଭନେସା କଲାଞ୍ଜିସ୍କାୟାଙ୍କୁ ୧୦-୮ ସେଟ୍‌ରେ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି।
  15. ଦେଶରେ କୋଭିଡ ଟିକାକରଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ସକାଳ ସୁଦ୍ଧା ସାରା ଦେଶରେ ୧ କୋଟି ୪୩ ଲକ୍ଷ ୧ ହଜାର ୨୬୬ ଜଣଙ୍କୁ ଟିକାକରଣ କରାଯାଇଛି।
  16. ସି-ଭୋଟର ପକ୍ଷରୁ ଶନିବାର ଏ ସଂକ୍ରାନ୍ତ ଓପିନିୟନ ପୋଲ୍‌ ଫଳାଫଳ ପ୍ରକାଶ କରାଯାଇଛି। ଏଥିରେ ସର୍ବାଧିକ ଚର୍ଚ୍ଚାରେ ଥିବା ପଶ୍ଚିମବଙ୍ଗକୁ ଯେଉଁ ମତାମତ ମିଳିଛି ସେଥିରେ ତୃଣମୂଳ କଂଗ୍ରେସ ବାଜିମାତ୍‌ କରିବ ବୋଲି ସୂଚନା ମିଳିଛି। 
  17. ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବାହାଘର ହେବ ବୋଲି ସୂଚନା ମିଳିଛି।
  18. ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତି ପାଳନ କରାଯିବ। 
  19. ଟେଷ୍ଟ ସିରିଜ୍‌ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ମାର୍ଚ୍ଚ ୧୨ରେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। 
  20. ଭୁବନେଶ୍ୱର ପରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଅନୁଗୁଳ ସହର । ଆଜି ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଅନୁଗୁଳ । କାରଣ ଅନୁଗୁଳର ତାପମାତ୍ରା ଆଜି ୪୦.୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.