• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଛନ୍ତି । ବିଧାନସଭା ଚିକିତ୍ସାଳୟରେ ସେ ଏହି ଟିକା ନେଇଛନ୍ତି।
  2. କାଉନସିଲ୍‌ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ (ସିଆଇଏସସିଇ) ପକ୍ଷରୁ ଆଇସିଏସଇ (ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜେୁକେଶନ) ଏବଂ ଆଇଏସସି (ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ) ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ୮ରୁ ଦ୍ବାଦଶ ଏବଂ ମେ ୫ରୁ ଦଶମ ବୋର୍ଡ ପରୀକ୍ଷା ଆୟୋଜିତ ହେବ।
  3. ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ୯୨ ଆସନରେ ଦେବା ପାଇଁ ବାମଦଳଗୁଡ଼ିକ ସହମିତ ହୋଇଛି।
  4.  ଦିଲ୍ଲୀରେ ପୁଣି ଥରେ ସବ୍‌ସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘଟିଛି। ମାର୍ଚ୍ଚ ୧ ଅର୍ଥାତ ଆଜିଠାରୁ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇଛି। ଫଳରେ ବର୍ତ୍ତମାନ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟ ୭୧୪ ଟଙ୍କାରୁ ବୃଦ୍ଧି ପାଇ ୮୧୯ ଟଙ୍କାରେ ପହଞ୍ଚିଛି।
  5. ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ଜାନୁଆରୀ ୧୫ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ଏହି ପାଣ୍ଠି ସଂଗ୍ରହ ଅଭିଯାନ ମାଘ ପୂର୍ଣ୍ଣିମା (ଫେବୃଆରୀ ୨୭) ଶନିବାର ଶେଷ ହୋଇଛି। ଏହି ୪୪ଦିନିଆ ପାଣ୍ଠି ସଂଗ୍ରହ ଅଭିଯାନରେ ମନ୍ଦିର ନିର୍ମାଣ ନିମନ୍ତେ ୨୧୦୦ କୋଟି ଟଙ୍କାରୁ ଅଧିକ ନଗଦ ଅର୍ଥ ସଂଗ୍ରହ ହୋଇଛି। 
  6. ପୁଲିସ ସେବାରୁ ଗତକାଲି ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ଡକ୍ଟର ମହାନ୍ତି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି।
  7. ଲଣ୍ଡନ୍‌ସ୍ଥିତ ଗୋଟିଏ ବେଡ୍‌ରୁମ୍‌ ଥିବା ଏକ ଆପାର୍ଟମେଣ୍ଟ୍‌ରେ ଥାଇ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଫେବ୍ରୁଆରି ୧୯ ତାରିଖ ଦିନ ମଙ୍ଗଳ ଗ୍ରହରେ ଅବତରଣ କରିଥିବା ‘ନାସା’ର ‘ପର୍ସୁଭିୟରାନ୍‌ସ୍‌ ରୋଭର୍‌’କୁ ନିୟନ୍ତ୍ରଣ କରୁଛନ୍ତି। 
  8. ୨୦୨୪ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ରବିବାର ଦିନ ସୂଚନା ଦେଇଛନ୍ତି।
  9. ସୋମବାର ସକାଳେ ନୂଆଦିଲ୍ଲୀର ‘ଏମ୍‌ସ୍‌’ରେ କରୋନାଭାଇରସ୍‌ ଟିକା ନେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ନର୍ସ ପି. ନିବେଦିତାଙ୍କୁ କହିଲେ, ଟିକା ଦେଲ ଅଥଚ ଜଣାପଡ଼ିଲାନି। 
  10. ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଦୁଇ ବରିଷ୍ଠ ନେତା ଡିକେ ଶିବକୁମାର ଏବଂ ଏବଂ ବିରୋଧୀ ଦଳ ନେତା ସିଦ୍ଧରାମେୟା ଏବେଠାରୁ ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି।
  11. ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ରବିବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଵନ ମହାକାଶ କେନ୍ଦ୍ରରୁ ୨୦୨୧ ମସିହାର ପ୍ରଥମ ତଥା ୫୩ତମ ପିଏସ୍‌ଏଲ୍‌ଭି ରକେଟ୍‌ର ଉତ୍‌କ୍ଷେପଣ ସଫଳତାର ସହ ସଂପନ୍ନ ହୋଇଛି।
  12. ପ୍ରେସ୍‌ ଇନଫରମେସନ୍‌ ବ୍ୟୁରୋ (ପିଆଇବି)ର ପ୍ରମୁଖ ମହାନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜୟଦୀପ ଭଟ୍ଟନାଗର । ୧୯୮୬ ବ୍ୟାଚ୍‌ର ଭାରତୀୟ ସୂଚନା ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଜୟଦୀପ ଭଟ୍ଟନାଗର ଏହା ପୂର୍ବରୁ ଦୂରଦର୍ଶନ ସମାଚାର ବିଭାଗ ଏବଂ ଦୂରଦର୍ଶନର ବାଣିଜ୍ୟ, ବିକ୍ରୟ ଓ ମାର୍କେଟିଂ ବିଭାଗର ବ୍ୟବସାୟିକ ମୁଖ୍ୟ ଥିଲେ ।
  13. ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର୍‌ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ହୋଇଛନ୍ତି । 
  14. ଭାରତୀୟ ସେନା ନିଜ ବ୍ୟବହାର ପାଇଁ ଏକ ମେସେଜିଙ୍ଗ୍ ଆପ୍ ଡେଭେଲପ୍ କରିଛନ୍ତି ଯାହାର ନାଁ ସିକ୍ୟୋର ଆପ୍ଲିକେସନ୍ ଫର୍ ଇଣ୍ଟରନେଟ୍ ଅର୍ଥାତ SAI. ସୂତ୍ର ଅନୁଯାୟୀ ସେନା ଏପ୍ରିଲ ୧ ତାରିଖରୁ ଏହି ଆପ ବ୍ୟବହାର କରିବେ। 
  15. ଇଣ୍ଟରନେସନାଲ ମାର୍କେଟର ଟ୍ରେଣ୍ଡକୁ ଦେଖି ସୋମବାର ଘରୋଇ ମାର୍କେଟ୍‌ରେ ସୁନା ଏବଂ ରୁପା ଦାମରେ ଉତ୍ଥାନ ଏବଂ ପତନ ଦେଖିବାକୁ ମିଳିଛି । ଘରୋଇ ମାର୍କେଟ୍‌ରେ ସୁନା ୦.୬୮ ପ୍ରତିଶତ ଅର୍ଥାତ ୩୧୦ ଟଙ୍କା ବୃଦ୍ଧିପାଇ ୧୦ ଗ୍ରାମ ପ୍ରତି ୪୬,୦୪୬ ଟଙ୍କା ରହିଛି । କିନ୍ତୁ ରୁପାର ଦାମରେ ହ୍ରାସ ପରିଲକ୍ଷିତ ହୋଇଛି । ୧.୧୩ ପ୍ରତିଶତ ଅର୍ଥାତ ୭୭୮ ଟଙ୍କା ହ୍ରାସ ପାଇଁ ରୁପାର ଦାମ କିଲୋ ପିଛା ୬୯,୫୬୨ ଟଙ୍କା ରହିଛି ।
  16. ରାଉରକେଲାର ଗୃହିଣୀ ପ୍ରତିମା ସାହୁ ମହାରାଷ୍ଟ୍ରର ନାଗପୁର ସହରରେ ଅନୁଷ୍ଠିତ ‘ମିସେସ୍ ଇଣ୍ଡିଆ ୨୦୨୧’ ମୁକୁଟ ଜିତି ଇସ୍ପାତ ସହରକୁ ଫେରି ଆସିଛନ୍ତି। 
  17. ମହାପ୍ରଭୁ ଲିଙ୍ଗରାଜଙ୍କ ଶିବରାତ୍ରୀ ଆୟୋଜନ ନେଇ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅନୁମତି ଦେଇଛି। କୋଭିଡ୍-୧୯ ଗାଇଡଲାଇନ୍ ପାଳନ ସହିତ ଚଳିତ ବର୍ଷ ଏକାମ୍ର କ୍ଷେତ୍ରରେ ଜାଗର ଅନୁଷ୍ଠିତ ହେବ ।
  18. ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପରିସମାପ୍ତି ଘଟାଇଛନ୍ତି ଉଚ୍ଚ ନ୍ୟାୟାଳୟ।
  19. ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ତାମିଲନାଡୁରେ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ‌ବଢ଼ା ଯାଇଛି। 
  20. ଭୁବନେଶ୍ୱର-କଟକ ରାସ୍ତାରେ NH 16 ରେ ଥିବା କୁଆଖାଇ LHS ବ୍ରିଜ୍ ଜରୁରୀ ମରାମତି କାର୍ଯ୍ୟ ପାଇଁ ଆସନ୍ତାକାଲି ଠାରୁ 60 ଦିନ ପର୍ଯ୍ୟନ୍ତ ସାଧାରଣ ବ୍ୟବହାର ପାଇଁ ବନ୍ଦ ରହିବ ବୋଲି କମିଶନର୍ ପୋଲିସ୍ ସୂଚନା ଦେଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.