• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସାମ୍ପ୍ରତିକ ସ୍ଥିତିରେ, ଇପିଏଫ୍ (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି)ର ସୁଧ ହାର ୨୦୨୧ ଆର୍ଥିକ ବର୍ଷରେ ପୁଣିଥରେ ହ୍ରାସ ପାଇପାରେ।
  2. ଅଗ୍ରଣୀ ସ୍ପୋର୍ଟସ୍ ବାଇକ୍ ନିର୍ମାତା କାଓ୍ୱାସାକି ୨୦୨୧ ନିଞ୍ଜା-୩୦୦ ବିଏସ-୬ର ଏକ ଟିଜର ଜାରି କରିଥିଲା । ଏବେ କମ୍ପାନୀ ନିଜର ବହୁ ପ୍ରତିକ୍ଷୀତ ବାଇକ ନିଞ୍ଜା-୩୦୦ ବିଏସ-୬କୁ ଭାରତରେ ଲଞ୍ଚ୍ କରିଛି ।
  3. ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ପାଇଁ ଦାବି କରି ଆଗତ ଏକ ପିଟିଶନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।
  4. ସରକାରଙ୍କ ରାୟଠାରୁ ଭିନ୍ନ ରାୟ ରଖୁଥିବା ବିଚାରର ଅଭିବ୍ୟକ୍ତିକୁ ଦେଶଦ୍ରୋହ କୁହାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।
  5. ଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ନିର୍ଦେଶକ ବିକାଶ ମହଲଙ୍କ ଘରେ ଆୟକର ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ଫାଣ୍ଟମ ଫିଲ୍ମ ସହିତ ଜଡ଼ିତ ରହିଛି।
  6. ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଜେଲ ଦଣ୍ଡ ଭୋଗି ନିକଟରେ ମୁକୁଳିଥିବା ଶଶିକଳା  ବୁଧବାର ଅପ୍ରତ୍ୟାଶିତ ଭାବେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି।
  7. ଭାରତ ବାୟୋଟେକ୍  ସ୍ଵଦେଶୀ ଭ୍ୟାକସିନ କୋଭାକ୍ସିନର ତୃତୀୟ ପର୍ଯ୍ୟାୟର କ୍ଲିନିକଲ ଟ୍ରାଏଲର ପରିଣାମ ଜାରି କରିଛି। କମ୍ପାନୀ ଅନୁଯାୟୀ, ପରୀକ୍ଷଣରେ କୋଭାକ୍ସିନ ୮୧ ପ୍ରତିଶତ ପ୍ରଭାବଶାଳୀ ରହିଛି। 
  8. ଜାପାନୀ ଧନକୁବେର ୟୁସାକୁ ମେଜୱା ଖୁବ ଶୀଘ୍ର ଚନ୍ଦ୍ର ଭ୍ରମଣରେ ଯାଉଛନ୍ତି।ତାଙ୍କ ସହ ଚନ୍ଦ୍ର ବୁଲିଯିବା ଲାଗି ୮ ଜଣଙ୍କୁ ଆମନ୍ତ୍ରଣ କରିଛନ୍ତି।
  9. ରମେଶ ଜାରକିହୋଲି କର୍ଣ୍ଣାଟକ ସରକାରରେ ଜଳ ସେଚନ ମନ୍ତ୍ରୀ ଅଛନ୍ତି । ତାଙ୍କ ବିରୋଧରେ ପାଓ୍ୱାର ଟ୍ରାନ୍ସମିଶନ କର୍ପେରେସନ ଲିମିଟେଡରେ ଜଣେ ମହିଳାଙ୍କୁ ଚାକିରୀ ଦେବା ନାଁରେ ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ । ସେ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ନିକଟକୁ ପଠାଇ ଦେଇଛନ୍ତି ।
  10.  ଦିଲ୍ଲୀ ନଗର ନିଗମ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଆମ ଆଦମୀ ପାର୍ଟ ଦମଦାର୍ ପ୍ରଦର୍ଶନ କରିଛି । ଦଳ ୫ଟିରୁ ୪ଟି ଓ୍ୱାର୍ଡରେ ବାଜିମାତ କରିଛି । ତେବେ ଅନ୍ୟ ଏକ ଆସନରେ କଂଗ୍ରେସ ବିଜୟ ଲାଭ କରିଛି ।
  11. ମଧ୍ୟପ୍ରଦେଶ ଗ୍ୱାଲିୟରରେ ବୋହୁର ଅପମାନଜନକ କଥା ସହି ନ ପାରି ଅବସରପ୍ରାପ୍ତ ଏସଡିଓ (SDO )ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। 
  12. ଶିକ୍ଷା ମନ୍ତ୍ରାଳୟ ଅଧିନରେ ଆସୁଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲିଂ ବା ଏନଆଇଓଏସ ପ୍ରାଚୀନ ଭାରତୀୟ ଜ୍ଞାନ ଓ ପରମ୍ପରାକୁ ନେଇ ୧୦୦ ମଦ୍ରାସାରେ ନୂଆ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । 
  13. ସରକାର ସାର୍ବଜନୀନ କ୍ଷେତ୍ରକୁ ଘରୋଇକରଣ କରୁଛନ୍ତି। ଏହା ପ୍ରତିବାଦରେ ମାର୍ଚ୍ଚ ୧୫ରେ ପୂରା ଦେଶର ଶ୍ରମିକ ଓ କର୍ମଚାରୀ ସଡକକୁ ଓହ୍ଲାଇବେ ଓ ରେଲଓ୍ଵେ ଷ୍ଟେସନ  ବାହାରେ ଧାରଣା ପ୍ରଦର୍ଶନ କରିବେ।
  14. ଫାଇଜର୍‌ ଟିକାର ସଫଳତାରୁ ଜଣାପଡ଼ୁଛି ଯେ, କୋଭିଡ୍‌-୧୯ରେ ହେଉଥିବା ମୃତ୍ୟୁ ୮୩ ପ୍ରତିଶତ କମିଯାଇଛି । ଆଷ୍ଟ୍ରାଜେନିକା ଟିକାରେ ବୃଦ୍ଧି ହେଉଥିବା ରୋଗ ପ୍ରତିରୋଧକ ଶକ୍ତି ଜଟିଳ ରୋଗରୁ ସୁରକ୍ଷା ଦେବା ସହିତ ଏସ୍‌ଏଆର୍‌ଏସ୍‌ସି ଓବି ୨ ଭଳି ସଂକ୍ରମିତ ମାମଲାରୁ ବଞ୍ଚାଇଥାଏ ।  
  15.    ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତିଵ ଦୁଷ୍କର୍ମ ଏବଂ ସହମତିରେ ଶାରୀରିକ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ରହିଛି ।
  16.  ଲୋକଙ୍କୁ କରୋନା ଟିକା ଦେବା ପାଇଁ ଡାକ୍ତରଖାନାଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟସୂଚୀକୁ ଅବଲମ୍ବନ କରିବାକୁ ପଡ଼ିବ ନାହିଁ। ଡାକ୍ତରଖାନାଗୁଡ଼ିକ ନିଜ ସୁବିଧା ଅନୁସାରେ ଲୋକଙ୍କୁ ଟିକା ଦେଇ ପାରିବେ
  17. ନିର୍ବାଚନ କମିଶନ (ଇସି) ବିଧାନସଭା ନିର୍ବାଚନ ଘୋଷିତ ୫ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା ବିଜ୍ଞାପନ ଫଳକ ହଟାଇବାକୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। 
  18. ରିତେଶ ଅଗ୍ରୱାଲ ସିମ୍‌ ବିକ୍ରେତାରୁ ବିଶ୍ବର ସବୁଠୁ ବଡ ହୋଟେଲ ଶୃଙ୍ଖଳ ‘ଓୟୋ‘ର ପ୍ରତିଷ୍ଠାତାବର୍ତ୍ତମାନ ବିଶ୍ବର ସର୍ବକନିଷ୍ଠ ବିଲିଆନେର ପାଲଟି ଯାଇଛନ୍ତି। 
  19. ଏଲନ୍ ମସ୍କ ବର୍ତ୍ତମାନ ରିଲାଏନ୍ସ  ଜିଓ ଏବଂ ଭାରତର ଅନ୍ୟ ଟେଲିକମ୍କୁ କଡ଼ା ପ୍ରତିଯୋଗିତା ଦେବାକୁ ଯାଉଛନ୍ତି। ସ୍ପେସ ଏକ୍ସ କମ୍ପାନୀ ଦ୍ବାରା ପରିଚାଳନାଧୀନ ଷ୍ଟାର ଲିଙ୍କ ଇଣ୍ଟରନେଟ୍ ସେବାକୁ ମସ୍କ ଭାରତରେ ପ୍ରବେଶ କରାଇବାକୁ ଯାଉଛନ୍ତି। ପ୍ରଥମ ପଞ୍ଜୀକରଣ ଉପଭୋକ୍ତାଙ୍କୁ ପ୍ରଥମେ ସେବା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
  20. ଓଡ଼ିଶାରମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଦୁଇଟି ପ୍ଲାନେଟାରିଅମ ଅଛି। ଏହାସହିତ ଆଉ ୬ ଟି ପ୍ଲାନେଟାରିଅମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୩୦ ଟି ଜିଲ୍ଲା ରେ ମଧ୍ୟ ୩୦ ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.