• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ଯୋଗାଇବାରେ ପ୍ରାଥମିକତା ଦେବାକୁ ଘରୋଇ ଡାକ୍ତରଖାନାଗୁଡ଼ିକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।
  2. ନିଜ କର୍ମଚାରୀଙ୍କୁ କରୋନା ମୁକ୍ତ ରଖିବା ପାଇଁ ଟିସିଏସ, ଇନଫୋସିସ ଏବଂ ଆସେନଚର ପକ୍ଷରୁ ମାଗଣା କରୋନା ଟିକା ଦିଆଯିବ ବୋଲି ଜଣାପଡ଼ିଛି।
  3.  ‘ମେଟ୍ରୋ ମ୍ୟାନ୍‌’ ଭାବରେ ଖ୍ୟାତ ଇ ଶ୍ରୀଧରନ୍‌ଙ୍କୁ ଆସନ୍ତା କେରଳ ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)।
  4. ଶିବସେନା ଆଜି (ଗୁରୁବାର) ଘୋଷଣା କରିଛି ଯେ ସେମାନେ ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ; କିନ୍ତୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ମମତା ବାନାର୍ଜୀଙ୍କୁ ଜିତାଇବା ପାଇଁ ନିର୍ବାଚନ ପ୍ରଚାର କରିବେ।
  5. ୨୦୨୦ ମସିହାର ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ ସୂଚୀ ପ୍ରକାଶ ପାଇଛି। ବେଙ୍ଗାଲୁରୁ ତାଲିକାର ଶୀର୍ଷରେ ରହିଛି। 
  6. ସେହିଭଳି ଏକ ନିୟୁତରୁ କମ୍‌ ଜନସଂଖ୍ୟା ଥିବା ୬୨ଟି ସହର ମଧ୍ୟରେ ଶିମ୍‌ଲା ଶୀର୍ଷରେ ଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସହର ଦ୍ବିତୀୟ ସ୍ଥାନରେ ରହିଛି। କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି।
  7. କୋଭିଡ୍‌ ଟିକା ପ୍ରଦାନରେ ଏବେ ଭାରତ ଉପରେ ବିଶ୍ୱର ନଜର ରହିଛି । ହି ଟିକାକୁ ଭାରତ ୪୭ଟି ଦେଶକୁ ସପ୍ଲାଇ କରାଯାଇଛି । ଏଥିରେ ପାଖାପାଖି ୪ କୋଟି ୬୪ ଲକ୍ଷ ୨୯ ହଜାର ଭାକ୍‌ସିନ୍‌ ଗୁରୁବାର ବିଭିନ୍ନ ଦେଶକୁ ପଠାଯାଇଥିବା ଜଣା ପଡ଼ିଛି ।
  8. ଏଲନ ମସ୍କଙ୍କର space exploration technology corporationକୁ ବଡ ସଫଳତା ମିଳିଥିଲା। କାରଣ ଆଗରୁ ଦୁଇ ଥର ଏହି ପରୀକ୍ଷଣ ଫେଲ ମାରିଥିଲା । ତେଣୁ ଏଥର ଏଲନ ମସ୍କଙ୍କ ମିଶନ ମଙ୍ଗଳକୁ ବଡ ସଫଳତା ମିଳିଥିଲା । ତେବେ spaceX ମାଟି ଛୁଇଁବାର ୮ମିନିଟ ଭିତରେ ମିଶନକୁ ଲାଗିଥିଲା ଝଟକା । ଭୟଙ୍କର ବିସ୍ଫୋରଣ ସହ spaceX ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ।
  9. କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ମିତ୍ତଲ ।  ଏନେଇ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି । ୫୦ ହଜାର କୋଟି ଟଙ୍କା ନିବେଶରେ ଏହି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । 
  10.  ଆଧାର ମାଧ୍ୟମରେ ସତ୍ୟତା ଯାଞ୍ଚ ପୂର୍ବକ ୧୮ଟି ସେବାକୁ ଅନଲାଇନରେ ଯୋଗାଇ ଦିଆଯିବ। ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଲଣ୍ଣର୍ସ ଲାଇସେନ୍ସ ଓ ଗାଡି ପଞ୍ଜୀକରଣ ସମ୍ପର୍କିତ ବିଭିନ୍ନ ପରିବହନ ସେବା ପାଇବା ଲାଗି ଏଣିକି ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)କୁ ଯିବାକୁ ପଡିବ ନାହିଁ। ଅନଲାଇନରେ ଏହିସବୁ ସେବା ମିଳିବ। 
  11. ଦିଲ୍ଲୀ ହାଇକୋର୍ଟ ଗୁରୁବାର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ କରୋନା ଟିକା ଉତ୍ପାଦନ କରିବାର ପ୍ରକୃତ କ୍ଷମତା ସମ୍ପର୍କରେ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ହାଇକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି ଯେ, ଆମେ ଅନ୍ୟ ଦେଶକୁ ଟିକା ବିକ୍ରି କରୁଛୁ, କିନ୍ତୁ ଆମ ନିଜ ଲୋକଙ୍କୁ  ଟିକା ଦେଇ ପାରୁନୁ। 
  12. ବାଜରା ଶରୀର ପ୍ରତି ସ୍ୱାସ୍ଥ୍ୟକର ହୋଇଥିବା ଦୃଷ୍ଟିରୁ ଏ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି ପାଇଁ ୨୦୨୩ ମସିହାକୁ ଆନ୍ତର୍ଜାତିକ ବାଜରା ବର୍ଷ ଭାବେ ପାଳନ କରାଯିବାକୁ ଜାତିସଂଘ
    ସାଧାରଣ ପରିଷଦରେ ନିଷ୍ପତ୍ତି ନିଆଯାଇଛି।
  13. ଓଟିଟି ମଞ୍ଚ (ଓଭର ଦି ଟପ୍‌ ପ୍ଲାଟଫର୍ମ)ରେ ପ୍ରଦର୍ଶିତ କିଛି କାର୍ଯ୍ୟକ୍ରମ ଓ ୱେବ୍‌ ଧାରାବାହିକରେ ମଧ୍ୟ ବେଳେ ବେଳେ ନଗ୍ନତା ଦେଖିବାକୁ ମିଳୁଥିବାରୁ ସୁପ୍ରିମକୋର୍ଟ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି।
  14. ଆମେରିକୀୟ ଥିଙ୍କ ଟ୍ୟାଙ୍କ ‘ଫ୍ରିଡମ ହାଉସ୍’ ଭାରତର ଫ୍ରିଡମ ରାଙ୍କିଙ୍ଗକୁ ଗତବର୍ଷ ତୁଳନାରେ ଆହୁରି ହ୍ରାସ କରିଛନ୍ତି। ପୂର୍ବରୁ ଭାରତ ଫ୍ରି କ୍ୟାଟେଗରୀ ଦେଶଙ୍କ ସୂଚୀରେ ଥିଲା। 
  15. ବିଶ୍ୱର ବିଭିନ୍ନ ସେୟାର ବଜାରରେ ଏବେ ବିକ୍ରିର ପର୍ଯ୍ୟାୟ ଚାଲିଛି। ଯାହାର ଚାପ ଗୁରୁବାର ଭରତୀୟ ସେୟାର ବଜାର ଉପରେ ପଡିଛି। ଫଳରେ ସେୟାର ବଜାର ହ୍ରାସରେ ବନ୍ଦ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ଇଣ୍ଡେକ୍ସ ୫୯୮.୫୭ ଅର୍ଥାତ ୧.୧୬ ପ୍ରତିଶତ ହ୍ରାସ ସହ ୫୦୮୪୬.୦୮ସ୍ତରରେ ବନ୍ଦ ହୋଇଛି।
  16. ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଖେଳ ଶେଷ ହୋଇଛି । ପ୍ରଥମ ଦିନରେ ଇଂଲଣ୍ଡ ୨୦୫ ରନ୍‌ କରି ଅଲଆଉଟ ହେବା ପରେ ଭାରତ ୧୨ ଓଭରରେ ଗୋଟିଏ ଓ୍ବିକେଟ୍‌ ହରାଇ ୨୪ ରନ୍‌ ସଂଗ୍ରହ କରିଛି ।
  17. ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଚଳିତ ବର୍ଷ ଜାଗର ଯାତ୍ରା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ୧୧ତାରିଖ ସକାଳ ୬ ଘଟିକାଠାରୁ ୧୨ ତାରିଖ ସକାଳ ୬  ଘଟିକା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ ।
  18. ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟି ଦେଲେ ଡାକ୍ତର । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ସ୍ଥାନାନ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  । 
  19. ଆସନ୍ତା ୧୧ ତାରିଖ ମହା ଶିବରାତ୍ରୀ ଅବସରରେ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାଶରେ କଟକଣା ଜାରି କରାଯାଇଛି । ପ୍ରଭୁ ଚନ୍ଦ୍ରଶେଖରଙ୍କ ଜାଗର ଯାତ୍ରାରେ ଜିଲ୍ଲା ବାହାର ଲୋକଙ୍କୁ କପିଳାଶକୁ ବାରଣ କରାଯାଇଛି । 
  20. ବର୍ଦ୍ଧିତ ଭଡା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବଢିଛି । ସାଧାରଣ ବସ୍ ଭଡା ୮୦ ପଇସାରୁ ୮୫କୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ୍‌ ବସ୍ ଭଡା ୮୪ ପଇସାରୁ ୮୯ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡା କିଲୋମିଟର ପିଛା ୧୦ ପଇସା ବୃଦ୍ଧି ହୋଇଛି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.