• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ପାଳନ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଲେଖିଛନ୍ତି ‘ଓଡ଼ିଆ ସ୍ଵାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି।
  2. ଦିଲ୍ଲୀ ସୀମାନ୍ତରେ କୃଷକମାନଙ୍କ ପ୍ରତିବାଦର ନେତୃତ୍ୱ ନେଉଥିବା ମହିଳାଙ୍କ ପ୍ରତି ‘ଟାଇମ୍‌’ ପତ୍ରିକା ତା’ର ଆନ୍ତର୍ଜାତିକ ପ୍ରଚ୍ଛଦ ଉତ୍ସର୍ଗ କରିଛି।
  3. ଗତବର୍ଷ ତୁଳନାରେ ୬.୮% ବୃଦ୍ଧି କରି ଶୁକ୍ରବାର ଦିନ ଚୀନ୍‌ ତା’ର ପ୍ରତିରକ୍ଷା ବଜେଟ୍‌ ୨୦୯ ବିଲିୟନ୍‌ ଡଲାର୍‌କୁ ବୃଦ୍ଧି କରିଛି।
  4. ପ୍ରତିବର୍ଷ ଭାରତୀୟ ଘରମାନଙ୍କରେ ମୁଣ୍ଡପିଛା ୫୦ କିଲୋ ଖାଦ୍ୟ ନଷ୍ଟ ହେଉଥିବା କଥା ଗୁରୁବାର ଦିନ ‘ୟୁନାଇଟେଡ୍‌ ନେସନ୍‌ସ୍‌ ଏନ୍‌ଭାଇରନ୍‌ମେଣ୍ଟ୍‌ ପ୍ରୋଗ୍ରାମ୍‌’ (ୟୁଏନ୍‌ଇପି) ଦ୍ୱାରା ପ୍ରକାଶିତ ‘ଫୁଡ୍‌   ଓ୍ଵଷ୍ଟ୍‍ ଇଣ୍ଡେକ୍ସ୍‍ ରିପୋର୍ଟ ୨୦୨୧’ରୁ ଜଣାପଡ଼ିଛି।
  5. ଭାରତୀୟ-ଆମେରିକୀୟମାନେ ଯୁକ୍ତରାଷ୍ଟ୍ର ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ ‘ନାସା’ର ବୈଜ୍ଞାନିକମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ରେ କଥାବାର୍ତ୍ତା କରିବା ବେଳେ କହିଛନ୍ତି।
  6. ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୫ ତମ ଜନ୍ମ ଜୟନ୍ତୀ  ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ ସେବାକେନ୍ଦ୍ର ଓ ଓଡ଼ିଶାଓ୍ୱାନ୍ ପୋର୍ଟାଲ ଲୋକାର୍ପିତ କରିଛନ୍ତି ।
  7. ଆଗରୁ ପ୍ଲାଟଫର୍ମ ଟିକେଟ ପାଇଁ ୧୦ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଏଥିପାଇଁ ୩୦ଟଙ୍କା ଦେବାକୁ ପଡ଼ିବ ।
  8. ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର ହୋଇଛି।
  9. ଜିଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଯେତେସବୁ ଠିକା କର୍ମଚାରୀ ସରକାରୀ ନୀତି ଅନୁଯାୟୀ ଠିକଣା ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ନିୟମିତ କରାଯିବ। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ନିର୍ଦେଶନାମାକୁ ଆଧାର କରି ରାଜ୍ୟ ସରକାର ଏହିଭଳି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି।
  10. .ଜୁଲୁଣ୍ଡା ଗାଁର ରୋଜି ସାହୁ(୨୩)ଙ୍କର ବଲାଙ୍ଗୀର ଜିଲା ଲୋଇସିଙ୍ଗା ଥାନା ଅନ୍ତର୍ଗତ ତେନ୍ତୁଳିଖୋଲ ଗ୍ରାମର ବିଶିକେସନ ସାହୁଙ୍କ ସହ ରୀତି ନୀତି ଅନୁଯାୟୀ ଧୁମଧାମରେ ବିବାହ ସମ୍ପନ୍ନ ହୋଇଥିଲା। ସକାଳେ ଝିଅ ବିଦା ସମୟରେ ରୋଜି କାନ୍ଦି କାନ୍ଦି ହଠାତ୍ ତଳେ ପଡ଼ି ଯାଇଥିଲେ।  ତେବେ ହୃଦଘାତରୁ ନବବଧୂର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି।
  11. ୨୯୧ ପ୍ରାର୍ଥୀଙ୍କ ତାଲିକା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନର୍ଜୀ  ଘୋଷଣା ହୋଇଥିବା ତାଲିକାରେ ୫୦ ପ୍ରତିଶତ ମହିଳାଙ୍କୁ ସ୍ଥାନ‌ ଦିଆଯାଇଛି । କେବଳ ସେତିକି ନୁହେଁ ଚଳିତ ଥର ମୁସଲିମ୍‌ ପ୍ରାର୍ଥୀଙ୍କୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ଟିଏମ୍‌ସି ସୁପ୍ରିମୋ । ମୋଟ ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୪୨ ଜଣ ମୁସିଲିମ୍‌ଙ୍କ ନାଁ ଘୋଷଣା କରାଯାଇଛି ।
  12. ଟିଏମ୍‌ସି ସୁପ୍ରିମୋ ଚଳିତ ଥର ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବେ ।
  13. ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି ।
  14. ଚାନ୍ଦିପୁରରେ ଥିବା ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ଶୁକ୍ରବାର ଦିନ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ସଲିଡ୍ ଇନ୍ଧନ ଡକ୍ଟେଡ୍ ରାମଜେଟ୍ (ଏସଏଫଡିଆର) କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷା କରିଛି ।
  15. ଦେଶର ବାସପୋଯୋଗୀ (ଇଜ୍‌ ଅଫ ଲିଭିଙ୍ଗ) ସହର ତାଲିକା ପ୍ରକାଶ ପାଇଛି। ଓଡିଶାର ରାଜଧାନୀ ଭୁବନେଶ୍ବର ଦ୍ବିତୀୟ ଶ୍ରେଷ୍ଠ ବାସପୋଯୋଗୀ ସହର ବିବେଚିତ ହୋଇଛି।
  16. ମାର୍ଚ୍ଚ ୨୧ରେ ମୋ କଲେଜ ଅଭିଯାନର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌‌ଫରେନ୍ସିଂ ମାଧ୍ୟମରେ ଲୋକସେବା ଭବନର ସମ୍ମିଳନୀ କକ୍ଷରୁ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ(ଏମ୍‌ସିଏପିଏସ୍‌)ର ଆରମ୍ଭ କରିବେ।
  17. ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓ ଭଳି ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଦନ୍ତହୀନ। ଏହାର କୌଣସି ଦାନ୍ତ ନାହିଁ ବୋଲି ଆଜି (ଶୁକ୍ରବାର) ସୁପ୍ରିମକୋର୍ଟ କହିଛନ୍ତି।
  18. ଗୁରୁବାର ରାଜ୍ୟରୁ ଆଉ ୬୪ ଜଣ କରୋନା ଅକାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୯୦୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି।
  19. ପଶ୍ଚିମବଙ୍ଗ ଓ ଆସାମର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ଜାରି ହୋଇଛି। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୪ଟି ଜିଲ୍ଲାରେ ଅବସ୍ଥିତ ୩୦ଟି ଆସନରେ ଏପ୍ରିଲ୍‍ ପହିଲାରେ ଭୋଟ୍‍ ଗ୍ରହଣ ହେବ। ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ୧୨ ତାରିଖ ରହିଛି। ୧୫ ତାରିଖ ଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ୧୭ ତାରିଖ ରହିଛି।
  20. ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଇନିଂସରେ ଭାରତ ୭ ୱିକେଟ ହରାଇ ୨୯୪ ରନ୍ ସଂଗ୍ରହ କରିଛି। ଋଷଭ ପନ୍ତଙ୍କ ଚମତ୍କାର ୧୦୧ ରନ ଇଂଲଣ୍ଡ ବିପକ୍ଷରେ ଭାରତକୁ ଦୃଢ ଅଗ୍ରଣୀ ଦେଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.