• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.ଅଡିଓ କ୍ୟାସେଟ୍‌ ପରେ ଓଟେନ୍ସ କମ୍ପାକ୍ଟ ଡିସ୍କ (ସିଡି)ର ମଧ୍ୟ ଉଦଭାବକ ଲୋଉ ଓଟେନ୍ସଥିଲେ। ଓଟେନ୍ସଙ୍କ ୯୪ ବର୍ଷ ବୟସରେ ଶୁକ୍ରବାର (ସ୍ଥାନୀୟ ଦିନ ଶନିବାର) ପରଲୋକ ହୋଇଥିବା କମ୍ପାନୀ ଘୋଷଣା କରିଛି।
2.କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ପଦ ପଦବୀରେ ଥିବା ବ୍ୟକ୍ତି ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
3.ଆସନ୍ତା ୧୫ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ପ୍ରର୍ଦଶନୀ ‘କୃଷି ଓଡିଶା ୨୦୨୧’ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ FICCI ସହଯୋଗୀତାରେ ମାର୍ଚ୍ଚ ୧୫ରୁ କୃଷି ଓଡିଶା ୨୦୨୧ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ଆରମ୍ଭ ହେବାକୁ ଯାଉଛି 
4.ରାଜ୍ୟ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୮ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ୮ଟି ପ୍ରକଳ୍ପରେ ୧୨୧୪ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପରେ ୨୪୨୭ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । 
5.ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆଗାମୀ ମାଟ୍ରିକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ‘ପରୀକ୍ଷା ଦର୍ପଣ’ ପୁସ୍ତିକାର ଅଡିଓ ସଂକଳନ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି। 
6.ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଆଶ୍ରମପଡାରେ ରହୁଥିବା ସୁଦିପ୍ତ କୁମାର ସାହୁ  ତାଙ୍କ  ବହି ଲେଖିବେ ସେ କେବେ ଭାବିନଥିଲେ । ତେବେ ଆଜି ସେ ବହି ବ୍ରାଭୋ ଇଣ୍ଟର ନ୍ୟାସନାଲ ବୁକ ଅପ୍ ୱାଲ୍ଡ ରେକର୍ଡ ସ୍ଥାନ ମିଲିଛି । ବର୍ତମାନ ସେ ବିଶ୍ୱର ସର୍ବ କନିଷ୍ଠ ଲେଖକ ମାନ୍ୟତା ମିଲିଛି ।
7.ଫାଇଭ ଷ୍ଟାର ହୋଟେଲ ପାଇଁ ITC ନିବେଶ କରିବ ୧୪୧ କୋଟି କୋଟି ଟଙ୍କା । ଭୁବନେଶ୍ବର ଡୁମଡୁମାରେ ପଞ୍ଚ ତାରକା ହୋଟେଲ ନିର୍ମାଣ କରିବ ITC । ଭୁବନେଶ୍ବରରେ ଆଉ ଏକ ପଞ୍ଚ ତାରକା ହୋଟେଲ ନିର୍ମାଣ କରିବ ଫାଲକନ ।  ହୋଟେଲ ପାଇଁ ମୋଟ ୧୨୦ କୋଟି ଟଙ୍କା ନିବେଶ କରିବ ଫାଲକନ କମ୍ପାନୀ ।
8.କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ ମର୍ଯ୍ୟାଦାଜନକ ବାଲ୍‌ ସାହିତ୍ୟ ପୁରସ୍କାର ପାଇବା ପାଇଁ ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ନାୟକ ଏବଂ ବିଶିଷ୍ଟ ଯୁବ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା ଯୋଗ୍ୟ ବିବେଚିତ ହୋଇଛନ୍ତି।
9.ଘସିପୁରା ବ୍ଲକ୍ ଅତାସାହୀ ଗ୍ରାମର ଶିଶୁ ସାହିତ୍ୟିକ ଡ.ରାମଚନ୍ଦ୍ର ନାୟକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ । ଏନେଇ ଏକାଡେମୀ ତରଫରୁ ଚଳିତ ବର୍ଷ ପାଇଁ ପ୍ରକାଶିତ ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି । ଡ. ନାୟକଙ୍କ ରଚିତ ଶିଶୁ ଗଳ୍ପ ପୁସ୍ତକ ‘ବନ ଦେଉଳରେ ସୁନା ନେଉଳ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।
10.ଚନ୍ଦ୍ରଶେଖର ହୋତା  ପ୍ରବନ୍ଧ ପୁସ୍ତକ ‘ଚେତନାର ଅନ୍ବେଷଣ’ ପାଇଁ ଏହି ପୁରସ୍କାର ପାଇବେ। 
11.ସରକାରୀ ଇଂଜିନୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ସରକାରୀ ଇଂଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍‌ ଫି ଛାଡ କରିଛନ୍ତି ରାଜ୍ୟ ସରକାର । ଓଡିଶାର ସମସ୍ତ ଛାତ୍ରଛାତ୍ରୀଙ୍କର ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କାର ହଷ୍ଟେଲ ଫି ଛାଡ କରିଛନ୍ତି ରାଜ୍ୟ ସରକାର ।
12.ଫେବୃଆରୀରେ ପେଟ୍ରୋଲିୟମ ଉତ୍ପାଦର ମୋଟ ଉପଯୋଗ ହାର ୪.୯ ପ୍ରତିଶତ ହ୍ରାସ ହୋଇଛି।
13.‘ଅତିଥି’ ହେଉଛି ଏକ ଆପ୍‌। ପୁଲିସ ପକ୍ଷରୁ ଏହାର ତିଆରି ଚାଲିଛି ଏବଂ ଖୁବଶୀଘ୍ର ଏହି ଆପ୍‌ କାର୍ଯ୍ୟକାରୀ ହେବ। ଏହା ସାହାଯ୍ୟରେ ଟ୍ବିନ ସିଟିରେ ଅପରାଧୀଙ୍କୁ ଧରିବ ପୁଲିସ। ‘
14.ରେକର୍ଡ ବୁକ୍‌ରେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍‌। ଦିନିକିଆ ଦଳର ଅଧିନାୟିକା ୩୮ ବର୍ଷୀୟା ମିତାଲି ପ୍ରଥମ ଭାରତୀୟ ତଥା ବିଶ୍ବର ଦ୍ବିତୀୟ କ୍ରିକେଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିଛନ୍ତି।
15.    ଟାଇମସ୍‍ ହାୟର ଏଜୁକେସନ୍‍ ଏମର୍ଜିଂ ଇକୋନୋମି ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ୍‍-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ୨୫୧-୩୦୦ ରାଙ୍କ୍ରେ  ରହିଛି।
16.ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ଗତବର୍ଷ ମାର୍ଚ୍ଚ ୧୧ରେ କୋଭିଡ-୧୯କୁ ବୈଶ୍ୱିକ ମହାମାରୀ ଘୋଷଣା କରିଥିଲେ। ଏହା ପରଠାରୁ ବର୍ଷ ତମାମ୍‌ କୋଭିଡ ଯୋଗୁ ବିଶ୍ବ ଅର୍ଥ ବ୍ୟବସ୍ଥାରେ ବଡ଼ ବ୍ୟବଧାନ ସୃଷ୍ଟି ହୋଇଚାଲିଥିଲା। ଫଳରେ ଋଣ ହ୍ରାସ ସହ ଋଣ ପରିଶୋଧ ହାରରେ ଦ୍ରୁତ  ହ୍ରାସ ଦେଖାଦେଇଛି।
17. ବିଶ୍ବରେ ଓପନ୍‌ ସେଲ୍‌ ପ୍ୟାନେଲ୍‌ ମୂଲ୍ୟରେ ବୃଦ୍ଧି ଘଟିବା  କାରଣରୁ ଏପ୍ରିଲ ମାସରୁ ଦେଶରେ ଏଲ୍‌ଇଡି ଟିଭି ମହଙ୍ଗା ହେବାକୁ ଯାଉଛି।। ଏମିତିକି ମାତ୍ର ମାସକ ମଧ୍ୟରେ ଓପନ୍‌ ସେଲ୍‌ ପ୍ୟାନେଲ୍‌ ମୂଲ୍ୟରେ ୩୫% ଦର ବୃଦ୍ଧି ବଜାରରେ ଏଲ୍‌ଇଡି ଟିଭି ଦର ବଢ଼ାଇବ। 
18.ଚଳିତ ସପ୍ତାହରେ ୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ। ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ। ଯାହା ଫଳରେ ମାର୍ଚ୍ଚ ୧୫ ଓ ୧୬ ତାରିଖରେ ହେବ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିବ।
19.ବିଶ୍ୱ ବଜାରରେ  ଅଶୋଧିତ ତୈଳ ମୂଲ୍ୟ ଶନିବାର ରେକର୍ଡ ସ୍ତରରେ ପହଞ୍ଚିଛି। ଲଣ୍ଡନ୍‌ ବ୍ରେଣ୍ଟ କ୍ରୁଡ୍‌ ୬୭ ଡଲାର ଉପରକୁ ଯାଇ ବ୍ୟାରେଲ ପିଛା ୬୮ ଡଲାର ଛୁଇଁବାକୁ ବସିଛି।
20.ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.