• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜଧାନୀ ଦିଲ୍ଲୀରେ ଏଲଜି (ଉପରାଜ୍ୟାପାଳ)ଙ୍କୁ ଅଧିକ କ୍ଷମତା ପ୍ରଦାନକାରୀ ଆଇନ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗ୍ରୀନ୍‌ ସିଗ୍‌ନାଲ ।
  2. ଭାରତ – ଇଂଲଣ୍ଡ ମଧ୍ୟରେ ପୁଣେ ଠାରେ ଅନୁଷ୍ଠିତ ତୃତୀୟ ତଥା ଶେଷ ନିର୍ଣ୍ଣାୟକ ଦିନିକିଆରେ ଭାରତ ଇଂଲଣ୍ଡକୁ ୭ ରନ୍‌ରେ ପରାସ୍ତ କରିଛି।
  3.  ଚନ୍ଦକା ଥାନା ବିଞ୍ଝଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୩ ଛୁଆଙ୍କୁ ବିଷ ଦେଇ ମାଆ ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 
  4. ରାଉରକେଲା ସ୍ଥିତ ସିଭିକ ସେଣ୍ଟର ଠାରେ ୨୨ଟି ନାଟ୍ୟ ଅନୁଷ୍ଠାନ ଦ୍ବାରା ମିଳିତ ‘ଏକତ୍ର’ ସାଂସ୍କୃତିକ ଅନୁଷ୍ଠାନରେ ମହାଆଡମ୍ବର ସହିତ ବିଶ୍ୱନାଟ୍ୟ ଦିବସ ପାଳନ ହୋଇଛି। 
  5. ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ତଥା ବିଶିଷ୍ଟ ସାହିତ୍ୟିକ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଚଳିତ ବର୍ଷର ମର୍ୟ୍ୟାଦାଜନକ ‘କଳିଙ୍ଗରତ୍ନ’ ସମ୍ମାନ ପ୍ରଦାନ ପାଇଁ ମନୋନୀତ କରାଯାଇଛି। ଆଗାମୀ ଏପ୍ରିଲ ୨ ତାରିଖ ଅପରାହ୍ଣ ୫ଟାରେ ସାରଳା ଭବନଠାରେ ହେବାକୁ ଥିବା ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ଉତ୍ସବରେ ଭାରତର ଉପରାଷ୍ଟ୍ରପତି ଏମ୍‍. ଭେଙ୍କିଆ ନାଇଡ଼ୁ ଶ୍ରୀ ହରିଚନ୍ଦନଙ୍କୁ ଏହି ସମ୍ମାନ ପ୍ରଦାନ କରିବେ।
  6. ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆଉ ୧୦ଟି ନୂଆ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଆସିବ  ଏହି ବିମାନ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଦ୍ବିଗୁଣିତ ହୋଇଯିବ । 
  7. ମିଆଁମାରରେ ଏବେ ଯାଏ ସେନା ନେଇଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟରୁ ଏହା ସବୁଠୁ ବଡ଼ । ଆନ୍ଦୋଳନ ଦମନ କରିବାକୁ ଯାଇ ସେନା ୧୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି । 
  8. କରୋନା ମହାମାରୀ ମଧ୍ୟରେ ଟିକା ବିତରଣରେ ଭାରତ ପ୍ରଥମ ସ୍ଥାନରେ ରହିଛି। ଭାରତ ନିଜ ଲୋକଙ୍କୁ ଯେତିକି ଟିକା ବଣ୍ଟନ କରିଛି ତାଠାରୁ ଢେର୍‌ ଅଧିକ ଟିକା ବିଶ୍ବକୁ ବିତରଣ କରିଛି। 
  9.  ବିଜେପି ଓ ବିଜେଡି ପରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବରିଷ୍ଠ ନେତା ଅଜିତ ମଙ୍ଗରାଜଙ୍କ ଉପରେ ପୁଣି ଭରସା କରିଛି ଦଳ ।
  10. କ୍ରୀଡା କ୍ଷେତ୍ରରେ ଓଡିଶା ନମ୍ବର ୱାନ । ରାଜ୍ୟକୁ ମିଳିଲା ଦଶନ୍ଧିର ଶ୍ରେଷ୍ଠ କ୍ରୀଡା ପୁରସ୍କାର । କ୍ରୀଡାର ପ୍ରୋତ୍ସାହନ ପାଇଁ ଦଶନ୍ଧିର ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡିଶା ।
  11. ପ୍ରାଣୀ ଉଦ୍ୟାନ ପକ୍ଷରୁ ମିଳିଥିବା ଅନୁଯାୟୀ, ଧଳା ବାଘୁଣୀ ବିଜୟା ସକାଳେ ଗୋଟିଏ ଛୁଆ ଏବଂ ଅନ୍ୟ ଦୁଇଟିକୁ ଅପରାହ୍ନରେ ଜନ୍ମ ଦେଇଥିଲା।
  12. ପ୍ରତ୍ୟେକ ରବିବାର ମହାପ୍ରଭୂଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଆସନ୍ତା ରବିବାରଠାରୁ ସପ୍ତାହରେ ଗୋଟିଏ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ । ଏହି ଦିନ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯିବ । 
  13. ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଅଭାବନୀୟ ଘଟଣା । ୩ ଛୁଆଙ୍କୁ ବିଷ ଦେଇ ମାଆ ନିଜେ ବିଷ ପିଇଛି  । ଘଟଣାରେ ୨ ପୁଅଙ୍କ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛଇ । 
  14. ଓଡ଼ିଶାରେ ଚିନ୍ତା ବଢ଼ାଇଲାଣି କରୋନା । ତିନି ଶହ ମୁହାଁ ହେଲାଣି ଦୈନିକ ସଂକ୍ରମଣ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୦ ନୂଆ ଆକ୍ରାନ୍ତ । 
  15. ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଅଘଟଣ । ଉଗ୍ର ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ପଡ଼ଥିବା ବେଳେ ଏଥିରେ ଜଣେ ସେବାୟତ ଆହତ ହୋଇଛନ୍ତି । 
  16. ଶିବସେନା କାର୍ଯ୍ୟକର୍ତ୍ତା ସଞ୍ଜୟ ରାଉତ ରବିବାର ଅନିଲ ଦେଶମୁଖଙ୍କୁ ଏକ ହଠାତ୍ ଗୃହମନ୍ତ୍ରୀ ବୋଲି କହିଛନ୍ତି।
  17. ମତଦାନ ଏଜେଣ୍ଟ ନିଯୁକ୍ତି ଉପରେ ଏକ ନୂତନ ନିୟମ ଆଦେଶକୁ ପ୍ରତ୍ୟାହାର କରିବାକୁ ତ୍ରିନାମୁଲ କଂଗ୍ରେସ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛି।
  18. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇ ଓଡିଆଙ୍କ ଇକୋ ପଦକ୍ଷେପ ପାଇଁ ପ୍ରଶଂସା କରିଛନ୍ତି। ମନ କି ବାତର 75 ତମ ଏପିସୋଡରେ କେନ୍ଦ୍ରାପଡା ଜିଲ୍ଲାର ବାରକୋଟ ଗାଁର ବିଜୟ କୁମାର କାବିଜୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ପାରାଦୀପରେ ଇଞ୍ଜିନିୟର ଅମରେଶ ସାମନ୍ତଙ୍କ ଇକୋ ପଦକ୍ଷେପକୁ ମଧ୍ୟ ମୋଦୀ ଉଲ୍ଲେଖ କରିଛନ୍ତି। ଅନେକ ଗାଁର ସୁରକ୍ଷା ପାଇଁ ଆମ୍ରେଶ ମାଇକ୍ରୋ ଜଙ୍ଗଲ ଲଗାଇଲେ |
  19. ରବିବାର ଦିନ ନେପାଳର ରାଜଧାନୀରେ ଅତି କମରେ 60 ଜଣଙ୍କୁ ଅଟକ ରଖାଯାଇଥିଲା ଏବଂ 400 ରୁ ଅଧିକ ମୋଟରସାଇକେଲ ଜବତ କରାଯାଇଥିଲା
  20. ଆରଟିଓ କାର୍ଯ୍ୟକର୍ତ୍ତା ସରବଶ୍ୱର ବେହୁରା ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ ଦୁଷ୍କର୍ମକାରୀମାନେ ଇମାମନଗର ଧର୍ମସଲା ପୋଲିସ କେନ୍ଦ୍ର ନିକଟରେ ତାଙ୍କ କାର ଉପରେ ବୋମା ଫିଙ୍ଗିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.