• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ପୂରଣ ହୋଇଛି ୧୦୦ ବର୍ଷ। ଶହେ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭାରେ କେବଳ ବାପୁଙ୍କ ଉପରେ ସ୍ୱତନ୍ତ୍ର ଆଲୋଚନା ହେଇ ଛି ।
  2. ୨୦୧୯ ପାଇଁ ସୁଲତାନ କ୍ବାବୁସ ଏବଂ ୨୦୨୦ ପାଇଁ ମୁଜିବର ରେହମାନଙ୍କୁ  ମରଣୋତ୍ତର ଗାନ୍ଧୀ ଶାନ୍ତି ପୁରସ୍କାର ସମ୍ମାନରେ ସମ୍ମାନିତ କରାଯିବ। ପ୍ରଥମ ଥର ପାଇଁ ମରଣୋତ୍ତର ଭାବେ ଏହି ପୁରସ୍କାର ଦିଆଯିବ। ଏଥିରେ ଏକ କୋଟି ଟଙ୍କାର ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯିବ।
  3. ସୋନୁ ସୁଦ ୩୦୦ ଛାତ୍ରୀଙ୍କୁ ଅନଲାଇଲ କ୍ଲାସ ପାଇଁ ମୋବାଇଲ ଫୋନ ଯୋଗାଇଦବେ ବୋଲି  ଟ୍ବିଟ କରି ଜଣାଇଛନ୍ତି।
  4. ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖା କ୍ଷେତ୍ରରେ ୧୫% ସଂରକ୍ଷଣ ବ୍ୟବସ୍ଥା   ପାଇଁ ଗୃହରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ
  5. ଋଣ ଗ୍ରହିତା ସେମାନଙ୍କ ଋଣ କିସ୍ତି ଏଣିକି ନିୟମିତ ପ୍ରଦାନ କରିବେ। ଏହା ସହିତ ଏହି ସମୟ ମଧ୍ୟରେ ଯେଉଁ ସୁଧ ବୃଦ୍ଧି ପାଇଛି ତାହାକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ  ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି।
  6. ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ  ଇଂଲଣ୍ଡ ଠାରୁ ୬୬ ରନରେ ବିଜୟୀ ହୋଇଛି ।
  7. ୨୦୧୮ ଜୁନରେ ଆସିଲା ୨୦୨୧ ମାର୍ଚ୍ଚ ୨୩ରେ ଫେରିଗଲା ବାନ୍ଧବ ଗଡ଼ର ସୁନ୍ଦରୀ ମଣିଷଖିଆ ବାଘୁଣୀ ।
  8. ବିବାହ ଉତ୍ସବରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ପୂର୍ବେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି ମିଳୁଥିଲା।  ଏପରିକି ଦାହ ଓ ଶୁଦ୍ଧି କ୍ରିୟାରେ ଏଣିକି ୫୦୦ ପରିବର୍ତ୍ତେ ୫୦ ଜଣଙ୍କୁ ଅନୁମତି ମିଳିବ। ଏହି ନୂତନ ଗାଇଡ୍‌ଲାଇନ୍‌ ମାର୍ଚ୍ଚ ୨୬ରୁ ଲାଗୁ ହେବ।
  9. ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ଦ୍ୱାରା ଜାରି ହେଲଥ୍ ବୁଲେଟିନ ଅନୁସାରେ ଜାତୀୟ ରାଜଧାନୀରେ ମଙ୍ଗଳବାର ୧ ହଜାର ୧୦୦ ନୂଆ  କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
  10. କେନ୍ଦ୍ର ଶିକ୍ଷା, ସଞ୍ଚାର ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧୋତ୍ରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଡିଜିଟାଲ ମାଧ୍ୟମରେ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଛନ୍ତି।
  11. ଏପ୍ରିଲ ୧ ରୁ ଓଡ଼ିଶାରେ ଏହି ନିୟମ ହେଲମେଟ୍ କଡାକଡି ଭାବେ ଲାଗୁ କରିବା ଲାଗି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢୀ ସମସ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ କମିସନରେଟ ପୁଲିସକୁ ଚିଠି ଲେଖିଛନ୍ତି।
  12. ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଙ୍ଗଳବାର ଅନ୍ତର୍ଜାତୀୟ ଉଡାଣ କଟକଣା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି।
  13. ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯ ଘୋଷଣା କରାଯାଇଛି। ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ‘ଭୋସ୍‌ଁଲେ’ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା ହୋଇଥିବାବେଳେ ‘ଅସୁରନ୍‌’ ପାଇଁ ଧନୁଷଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।
  14. ଏପ୍ରିଲ 1 ରୁ 45 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି କରୋନାଭାଇରସ  ଟିକା ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର ଘୋଷଣା କରିଛନ୍ତି।
  15. ବର୍ତ୍ତମାନ  ତାମିଲନାଡୁ ସରକାର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଅନଲାଇନ୍ ଶିକ୍ଷାଦାନ ମୋଡକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
  16. ୧୬.ବିବାଦୀୟ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କୁ ତାଙ୍କୁ ସେବା ପାଇଁ "ଫିଟ୍ ନୁହେଁ" ବୋଲି କହିବା ପରେ ତାଙ୍କୁ  ସେବାରୁ ଅକାଳ ଅବସର ଦିଆଯାଇଛି ।
  17. ଆମେରିକାର ଭିତ୍ତିକ ଶିଖମାନଙ୍କ ସହାୟତାରେ SGPC ସ୍ଵର୍ଣ ମନ୍ଦିର କମ୍ପ୍ଲେକ୍ସରେ ଏକ ସୋଲାର ଶକ୍ତି ବ୍ୟବସ୍ଥା ସ୍ଥାପନ କରିବ |
  18. କଂଗ୍ରେସର ପୂର୍ବତନ ମନ୍ତ୍ରୀ ଓ ଭେଟେରାନ ନେତା ଗୁରୁନମ ସିଂ ଅବୁଲ ଖୁରାନାଙ୍କ 90 ବର୍ଷ ବୟସରେ ମଙ୍ଗଳବାର ତାଙ୍କ ଚଣ୍ଡିଗଡ଼ ବାସଭବନରେ ଦେହାନ୍ତ ହୋଇଛି।
  19. ବିଶୃଙ୍ଖଳା ମଧ୍ୟରେ ବିହାର ପୋଲିସ ବିଲ୍ ବିଧାନସଭା ଦ୍ୱାରା ପାରିତ ହୋଇଥିଲା।
  20. ୨୦୨୧, ଏପ୍ରିଲ ତାରିଖରୁ ଆରମ୍ଭ ହୋଇଥିବା ରବି ରୁତୁରେ କିଣାଯାଇଥିବା ଫସଲ ପାଇଁ ଦେୟ ବିଳମ୍ବ ହେଲେ କୃଷକମାନଙ୍କୁ ୯ ପ୍ରତିଶତ ସୁଧ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର ଘୋଷଣା କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.