• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପ୍ରିମକୋର୍ଟ ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମବୀର ସିଂହଙ୍କ ଦ୍ବାରା ହୋଇଥିବା ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଧାରା ୨୨୬ ଅଧୀନରେ ଏହି ଆବେଦନ ହାଇକୋର୍ଟରେ ଦାଖଲ ହେବା ଉଚିତ୍‌ ବୋଲି ଜଷ୍ଟିସ୍‌ କୌଲ କହିଛନ୍ତି।
  2. ଜାତୀୟ ରାଜଧାନୀ ଦିଲ୍ଲୀରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି)ଙ୍କୁ ଅଧିକ କ୍ଷମତା ଦେବା ଲାଗି କେନ୍ଦ୍ର ସରକାର ଆଣିଥିବା ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର(ଜିଏନସିଟିଡି) ସଂଶୋଧନ ବିଧେୟକ ବୁଧବାର ରାଜ୍ୟସଭାରେ ଗୃହୀତ ହୋଇଛି। ଏହାପୂର୍ବରୁ ସରକାର ମାର୍ଚ୍ଚ ୨୨ ତାରିଖ ଦିନ ବିଧେୟକକୁ ଲୋକସଭାରେ ଗୃହୀତ କରାଇଥିଲେ।
  3. ଜଷ୍ଟିସ ଏନ.ଭି. ରମଣ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି(ସିଜେଆଇ) ହୋଇପାରନ୍ତି। ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି ସିଜେଆଇ ଜଷ୍ଟିସ ଏସ. ଏ. ବୋବଡେ।
  4.  ଯକ୍ଷ୍ମା ନିରାକରଣ ଦିଗରେ ଶ୍ରେଷ୍ଠ ୧୦ଟି ଜିଲ୍ଲା ମଧ୍ୟରେ ଓଡିଶାର ୪ଟି ଜିଲ୍ଲା ରହିଛି । ସୋନପୁର ଜିଲ୍ଲା ଦ୍ୱିତୀୟରେ ଥିବା ବେଳେ ଦେବଗଡ ତୃତୀୟ, ଜଗତସିଂହପୁର ପଞ୍ଚମ , ବୌଦ୍ଧ ଷଷ୍ଠ ସ୍ଥାନରେ ରହିଛି।
  5. ୨୦୨୦ରେ ହୋଇଥିବା ଏଭଳି କାରବାରରୁ ଜଣାପଡିଛି ଯେ, କରୋନା ମହାମାରୀ ସମୟରେ ହିଁ ଏହି ନକଲି ନୋଟ୍‌ କାରବାର କରୁଥିବା ଅପରାଧିମାନେ ଅଧିକ ସକ୍ରିୟ ହୋଇଉଠିଥିଲେ। ୨୦୨୦ରେ ଦେଶରେ ମୋଟ ୮ ଲକ୍ଷରୁ ଅଧିକ ନକଲି ନୋଟ୍‌ ଜବତ କରାଯାଇଥିଲା।
  6. ରାଜ୍ୟରେ ତାପମାତ୍ରା ବଢୁଥିବା ବେଳେ ଅଂଶୁଘାତର ମୁକାବିଲା ପାଇଁ  ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ଯକ୍ରମ କରାଯିବ।
  7. ଦେଶର ୧୮ଟି ରାଜ୍ଯରୁ ୭୭୧ଟି ଏହି ନୂଆ ଷ୍ଟ୍ରନ ମାମଲା ଚିହ୍ନଟ ହୋଇଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ଅଲଗା ଅଲଗା ଷ୍ଟ୍ରେନ୍ ମଧ୍ୟ ଚିହ୍ନଟ ହୋଇଛି । ସେଥିମଧ୍ୟରେ ଓଡିଶାରୁ ୩ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
  8. ବସ୍ତିବାସିନ୍ଦାଙ୍କୁ ଅତି କମ୍ରେ ୩୦ ବର୍ଗ ମିଟର ଜମି ମିଳିବ। ପ୍ରକୃତରେ ଦଖଲରେ ଥିବା ଜମିର ପରିମାଣ ଯଦି ୩୦ ମିଟରରୁ କମ୍‍ ହୋଇଥିବ ଏବଂ ତାଙ୍କ ଜମିକୁ ଲାଗି କରି କିଛି ଖାଲି ଜମି ଥାଏ ତା ହେଲେ ତାଙ୍କୁ ଅନ୍ୟୂନ ୩୦ ବର୍ଗ ମିଟର ଜମି ଦିଆଯିବାକୁ ବ୍ୟବସ୍ଥା କରାଯିବ। ରାଜ୍ୟ କ୍ୟାବିନେଟରେ ମଙ୍ଗଳବାର ବସ୍ତି ବାସିନ୍ଦାମାନଙ୍କ ପାଇଁ ଜମି ଅଧିକାର ଅଧିନିୟମ ୨୦୧୭ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ଦେଇଛି।
  9. ବିହାର ବିଧାନସଭା ବଜେଟ ଅଧିବେଶନର ୨୦ ତମ ଦିନରେ ମଙ୍ଗଳବାର ବିହାର ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ବିଲ୍, ୨୦୨୧କୁ ନେଇ ତୁମୁଳକାଣ୍ଡ ହୋଇଛି। ବିଧାନସଭାରେ ଯାହାସବୁ ଘଟିଲା ତାହା ଗଣତନ୍ତ୍ରକୁ ନିନ୍ଦିତ କରିଛି। ସଦନ ବାହାରେ ପୁଲିସ ବିଧାୟକଙ୍କୁ ଟଣାଓଟରା କରୁଥିଲେ, ଜୋତାରେ ଗୋଇଠା ମାରୁଥିଲେ।
  10. ସରକାର ଟିକାକରଣରୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବ । ଏହାବ୍ୟତୀତ ସରକାର ଟିକାର ରପ୍ତାନୀ ନକରି ଦେଶରେ ହିଁ ଭାକସିନେସନକୁ ଜୋରଦାର କରିବେ ।
  11. ରାଜ୍ୟରେ ବଢୁଥିବା କରୋନା ଭାଇରସ ମହାମାରୀ ସଂକ୍ରମଣ ଯୋଗୁ ତେଲେଙ୍ଗାନା ସରକାର ସମସ୍ତ ବିଶ୍ୱବିଦ୍ୟାଳୟଙ୍କ ପିଜି, ଡିଗ୍ରି ପରୀକ୍ଷା ସମେତ ଅନ୍ୟ ପରୀକ୍ଷା ବାତିଲ କରିଦେଇଛନ୍ତି।
  12. ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ବୁଧବାର ବିଧାନସଭା ବହିଷ୍କାର ଘୋଷଣା କରିଛନ୍ତି। ମଙ୍ଗଳବାର ସଶସ୍ତ୍ର ପୋଲିସ ବିଲ୍‌କୁ ଗୃହରେ ବିରୋଧ କରିବା ବେଳେ ଯାହା ସବୁ ଘଟିଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ତେଜସ୍ୱୀ କହିଛନ୍ତି। ବିହାର ବିଧାନସଭା ଲାଗି ଏହା ଏକ କଳା ଦିନ ବୋଲି କହିବା ସହ ସରକାର ଘଟଣା ଲାଗି ନିସର୍ତ୍ତ କ୍ଷମା ଯାଚନା ନ କରିବା ପର୍ଯ୍ୟନ୍ତ ବିରୋଧୀ ଦଳ ଆଉ ବିଧାନସଭାକୁ ଫେରିବନି ବୋଲି କହିଛନ୍ତି।
  13. ୟୁନାଇଟେଡ ଆରବ ଏମିରେଟ (ୟୁଏଇ) ଅର୍ଥମନ୍ତ୍ରୀ ତଥା ଦୁବାଇ ଉପଶାସକ ହମଦାନ ବିନ୍ ରଶିଦ ଅଲ ମଖତୁମଙ୍କର  ୭୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
  14. ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଗତ କରିବା ଲାଗି ଅନୁନ୍ୟ ୮ରୁ ୧୦ ବର୍ଷ ଲାଗିଯିବ ବୋଲି ବିଜେପି ନେତା ସୁଶୀଲ ମୋଦି ବୁଧବାର ରାଜ୍ୟସଭାରେ କହିଛନ୍ତି।
  15. ଆଣ୍ଟିଲିଆ ବୋମା ଆତଙ୍କ ମାମଲାରେ ଗିରଫ ହୋଇଥିବା‌ ସଚିନ ଭାଜେଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ୟୁଏଏପିଏ (ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ)ଲାଗୁ କରିଛି।
  16. ବକେୟା ଦରମା ଓ ଅନ୍ୟାନ୍ୟ ବିବାଦରେ ଛନ୍ଦି ହୋଇଥିବା ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆର୍‌ଆଇଟି) ବିକ୍ରି ହେବ। ଏଭଳି ନିଷ୍ପତ୍ତି ନେଇଛନ୍ତି ରାଉରକେଲା ଟେକ୍ନିକାଲ ଏଜୁକେଶନ ସୋସାଇଟିର ଅର୍ଥ କମିଟି। ଶିକ୍ଷାନୁଷ୍ଠାନକୁ ପ୍ରାୟ ୫ କୋଟି ୨୭ ଲକ୍ଷ ଟଙ୍କାରେ ବିକି ଦେବାକୁ ନିଷ୍ପତ୍ତି ହୋଇଛି।
  17.  ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ମଧ୍ୟରେ ମେମୁ ଟ୍ରେନ୍‌ ଚଳାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-ଭଦ୍ରକ ମେମୁ(୬୮୪୦୮) ଏପ୍ରିଲ ୭ରୁ ଭୁବନେଶ୍ୱରରୁ ସନ୍ଧ୍ୟା ୫ଟା ୫୫ରେ ଛାଡ଼ି ରାତି ୯ଟା ୧୫ରେ ଭଦ୍ରକରେ ପହଞ୍ଚିବ।
  18. ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବିରୋଧରେ ହାଇକୋର୍ଟରେ ୨୨୦୧୧ଟି ମାମଲା ବିଚାରାଧୀନ ଅଛି। ଏହି ମାମଲାଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ବିଗତ ଆନୁମାନିକ ୧୦ ବର୍ଷ ଧରି ବିଚାରାଧୀନ ଅଛି।
  19. ରାଜ୍ୟରେ ନିଖୋଜ ଶିଶୁଙ୍କୁ ଉଦ୍ଧାର ଉଦ୍ଦେଶ୍ୟରେ ୩୬ ପୁଲିସ ଜିଲ୍ଲା ‌ତରଫରୁ ୩୭ଟି ମାନବ ଚାଲାଣ ବିରୋଧୀ ସ୍ୱତନ୍ତ୍ର ୟୁନିଟ୍‌ ଖୋଲାଯାଇଛି। ରାଜ୍ୟରେ ଉକ୍ତ ୟୁନିଟର ସୁଦୃଢ଼ୀକରଣ ପାଇଁ ୩ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି।
  20. ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ କୋଭିଡ୍ ସଂକ୍ରମଣକୁ ଦେଖି ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.