• +91-9861016349 / +91-9437281655
  • Email: amarisatya@gmail.com

Odia Current News

କରୋନାକୁ ରୋକିବାକୁ ଉଭୟ ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ କରୋନା ଟିକା ଦିଆଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜ୍ୟରେ ୨୦୨୪ ସୁଦ୍ଧା ସମସ୍ତଙ୍କ ଘରକୁ ପାନୀୟ ଜଳ ଯୋଗାଇବେ ରାଜ୍ୟ ସରକାର। ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ୯୦ ଗୋଟି ମେଗା ଜଳ ଯୋଗାଣ ପ୍ରକଳ୍ପକୁ ରାଜ୍ୟ ସରକାର ହାତକୁ ନେଇଛନ୍ତି ।

ଓଡିଶାର ରାଜଧାନୀରେ ୧୯୪ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀ ବିଜେପିର ପୂର୍ବତନ ଉପାଅଧ୍ୟକ୍ଷ ଜିଏସ ବାୱା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ୫୮ ବର୍ଷୀୟ ଏହି ଭାଜପା ନେତା ଦିଲ୍ଲୀର ଫତେହ ନଗରରେ ରହୁଥିଲେ।

ବିଶ୍ବର ସବୁଠୁ ଉତ୍ତପ୍ତ ସହର ଭାବେ ମଙ୍ଗଳବାରଓଡିଶାର ବାରିପଦା ଲିଷ୍ଟରେ ରହିଥିବା ଜଣାପଡ଼ିଛି। ବାରିପଦାରେ ତାମମାତ୍ରା ୪୪.୬ ଥିଲା।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE)ର ତଥ୍ୟ ଅନୁଯାୟୀ, ଫେବୃଆରୀ ୨୦୨୧ରେ ବେକାରୀ ହାର ୬.୯ ପ୍ରତିଶତରେ ପହଞ୍ଚିଛି ।

ରେଲଓ୍ଵେ ରାତ୍ରି ସମୟରେ ଯାତ୍ରୀଙ୍କୁ ମୋବାଇଲ ଓ ଲ୍ୟାପଟପ୍ ଚାର୍ଜିଂ କରିବାକୁ ଆଉ ଅନୁମତି ଦେଇନପାରେ। କିଛି ଟ୍ରେନରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିବା ପରେ ରେଲଓ୍ଵେ ଏହି ପଦକ୍ଷେପ ନେବାକୁ ବିବଶ ହେବାକୁ ପଡିଛି।

ହରିଦ୍ୱାରର ଏକ ଆଶ୍ରମରେ ଅବସ୍ଥାନ କରୁଥିବା ୩୨ ତୀର୍ଥଯାତ୍ରୀ ମଙ୍ଗଳବାର କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି।

ରାଷ୍ଟ୍ରପତିଙ୍କର ବାଇପାସ୍ ସର୍ଜରୀ ସଫଳତାର ସହ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ।

କେନ୍ଦ୍ର ସରକାର କୋଭିଡ୍-୧୯ର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ(ଡିଏଲ), ପଞ୍ଜୀକରଣ ପ୍ରମାଣପତ୍ର(ଆରସି) ପରି କାଗଜପତ୍ରର ବୈଧତାକୁ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ରାଜଧାନୀ ଗାନ୍ଧି ନଗରରେ ରଜତ ତୋଳା କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ତାଙ୍କୁ ତରାଜୁରେ ରୂପା ସହ ଓଜନ କରାଯାଇଥିଲା। ପରେ ମୋଟ ରୂପା ଓଜନ ୮୫ କେଜି ଥିବା ଜଣାପଡିଛି। ଏହି ରୂପାକୁ ସେ ରାଜ୍ୟର ପଶୁଧନ କଲ୍ୟାଣ ଲାଗି ସମର୍ପିତ କରିଛନ୍ତି।

କର୍ଣ୍ଣାଟକରେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଓ ରାଲି ଉପରେ କଟକଣା ଜାରି କରାଯାଇଛି।

ଗତ ବର୍ଷ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତ ଇଞ୍ଚେ ବି ଜମି ହରାଇନାହିଁ ବୋଲି ସେନାମୁଖ୍ୟ ଜେନେରାଲ ଏମଏମ ନାରାଓ୍ବାଣେ କହିଛନ୍ତି ।

ଏପ୍ରିଲ ପହିଲାରୁ ଅଚଳ ହେବ ସ୍ବୟଂଚାଳିତ ବିଲ୍ ପୈଠ ବ୍ୟବସ୍ଥା, ଆକାଉଣ୍ଟରୁ ଟଙ୍କା କାଟିବା ପୂର୍ବରୁ ମେସେଜ ପଠାଇ ଅନୁମତି ମାଗିବ ବ୍ୟାଙ୍କ

ପରୀକ୍ଷାଗାରରୁ ଲିକ୍ ହୋଇ ବ୍ୟାପିବା ନୁହେଁ, ବାଦୁଡ଼ି କିଂବା ଅନ୍ୟ ପ୍ରାଣୀଙ୍କ ମାଧ୍ୟମରେ କରୋନାଭାଇରସ୍ ମାନବ ଶରୀରରେ ପ୍ରବେଶ କରିଥିବାର ମନେହୁଏ ବୋଲି ‘କୋଭିଡ୍-୧୯ର ଉତ୍ପତ୍ତି ସଂକ୍ରାନ୍ତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ଚୀନ୍ କରିଥିବା ମିଳିତ ଅଧ୍ୟୟନରୁ ଜଣାପଡ଼ିଛି।

ତାମିଲନାଡୁରେ ଆୟକର ବିଭାଗର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି), ବିଧାୟକ ଆର. ଚନ୍ଦ୍ରଶେଖରଙ୍କ ଡ୍ରାଇଭର ଆଲାଗାରାସାମୀଙ୍କ ଘରେ ଚଢ଼ାଉ କରି ୧ କୋଟି ଟଙ୍କା ଜବତ କରିଛି ।

ମିଆଁମାରରେ ସେନା ବିରୋଧରେ ଚାଲିଥିବା ବିରୋଧକୁ ନଜରରେ ରଖି ଆମେରିକା ପକ୍ଷରୁ ବଡ ଘୋଷଣା କରାଯାଇଛି | ଆମେରିକା ସୋମବାର ମିଆଁମାର ସହିତ ବାଣିଜ୍ୟ ଚୁକ୍ତି ସ୍ଥଗିତ ରଖିଛି।

ମହାରାଷ୍ଟ୍ର ସରକାର ରାଜ୍ୟର ଜଙ୍ଗଲ ଅଫିସର ଦୀପାଳି ଚୌହାନଙ୍କ ଆତ୍ମହତ୍ୟା ଘଟଣାରେ ମେଲଘାଟ ସଂରକ୍ଷିତ ଜଙ୍ଗଲ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀନିବାସ ରେଡ୍ଡୀଙ୍କୁ ନିଲମ୍ବନ କରିଛନ୍ତି।

ଭାରତରେ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହର ପ୍ରଭାବ ମେ ମାସ ଶେଷପର୍ଯ୍ୟନ୍ତ ଲାଗି ରହିପାରେ। ଏହି ସମୟ ମଧ୍ୟରେ ଦେଶରେ ପ୍ରାୟ ୨୫ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇପାରନ୍ତି।

କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଦ୍ରବ୍ୟ ଓ ସେବା କର – ଜିଏସଟି କ୍ଷତିପୂରଣ ବାବଦକୁ ୩୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗତ ୨୭ ମାର୍ଚ୍ଚରେ ଏହି କ୍ଷତିପୂରଣ ବାବଦକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅର୍ଥ ଦିଆଯାଇଥିବା ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.