• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ - ଏଣିକି କାରରେ ଏକୁଟିଆ ଯାତ୍ରା କରୁଥିଲେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

2.ରାଜ୍ୟରେ ଟିକା ଅଭାବ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଭ୍ୟାକସିନ ନଥିବାରୁ ରାଜ୍ୟରେ ବନ୍ଦ ହୋଇଗଲାଣି ୧୧୦୩ଟି ଟିକାକରଣ କେନ୍ଦ୍ରରୁ  ୪୦୦ ଟିକାକରଣ କେନ୍ଦ୍ର ।

3.ୟାହୁ ଆନସରସ୍‌ ସେବାବନ୍ଦ ହେବ । ଚଳିତମାସ ୨୦ରୁ ଗ୍ରାହକମାନେ ‘ୟାହୁ ଆନସର୍ସ’ରେ ଆଉ ପ୍ରଶ୍ନ କିମ୍ବା ଉତ୍ତର ପୋଷ୍ଟ କରିପାରିବେ ନାହିଁ । ଚଳିତବର୍ଷ ମେ’ ୪ରେ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ।

4.ଦିଲ୍ଲୀ କୋର୍ଟ ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ  INX ମିଡିଆ ସ୍କାମ ସମ୍ବନ୍ଧୀୟ ଅର୍ଥ ହେରଫେର ମାମଲାରେ ବ୍ୟକ୍ତିଗତ ହାଜିରରୁ ମୁକ୍ତ କରିଛନ୍ତି ।

5.ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପୃଷ୍ଠଭୂମିରେ ସରକାରଙ୍କ ଟିକା ରପ୍ତାନି ନୀତି ଏବଂ ଟିକା କୂଟନୀତି ବିରୋଧରେ ଦିଲ୍ଲୀର ଶାସକ ଆମ୍ ଆଦମୀ ପାର୍ଟି ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କରିଛି।

6.ଗତ ୨୪ ଘଣ୍ଟାରେ ପୁଲିସ ୨୭ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୦ଟି ଗାଡ଼ି ଜବତ କରିଛି। ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରିଛି। ଏନେଇ ରାଜ୍ୟ ପୁଲିସ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

7.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 9 ଏପ୍ରିଲ 2021 ଦିନ ମଧ୍ୟାହ୍ନ 12 ଟା ସମୟରେ ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରୁ ମଧ୍ୟାହ୍ନ 12 ଟା ସମୟରେ ‘ଉତ୍କଳ କେଶରୀ’ ଡକ୍ଟର ହରେକୃଷ୍ଣ ମହତବଙ୍କ ଦ୍ୱାରା ଲିଖିତ
‘ଓଡିଶା ଇତିହାସ ’ର   ହିନ୍ଦୀ ଅନୁବାଦ ପ୍ରକାଶ କରିବେ।

8.ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଅଭିଯାନକୁ ଆଶାତୀତ ସଫଳତା ମିଳିଛି। ଗତ ମାସରେ ରେକର୍ଡ ପରିମାଣ ୧୮, ୨ ୨୧ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇ ଏହି ଅଭିଯାନରେ ମାଇଲଖୁଣ୍ଟ ସ୍ଥାପନ କରିଛି।

9.ଓଡ଼ିଶା ସାଇକେଲିଷ୍ଟ ସ୍ୱାତୀ ସିଂ ବ୍ୟକ୍ତିଗତ ବର୍ଗରେ ୩ ହଜାର ମିଟର ଦୂରତାକୁ ୪:୦୫:୫୪୭ ସେକେଣ୍ଡରେ ନୂଆ ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏଥିସହ ନଭି ମୁମ୍ବାଇରେ ଅନୁଷ୍ଠିତ ଜାତୀୟ ରୋଡ୍ ସାଇକେଲିଂ ଚାମ୍ପିଅନସିପରେ ୬୦ କିମି ରୋଡ୍ ମାସ ଷ୍ଟାର୍ଟରେ ସ୍ୱାତୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସ୍ୱାତୀଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ।

10.COVID-19 ମାମଲାରେ ବୃଦ୍ଧି ଘଟିଥିବା ବେଳେ 10 ଏବଂ 12 ଶ୍ରେଣୀର ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଆବେଦନପତ୍ରରେ ଦସ୍ତଖତ କରିଛନ୍ତି ଯାହା ମେ ମାସରେ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ କିମ୍ବା ଅନଲାଇନ୍ ମୋଡରେ କରିବାକୁ ସରକାରଙ୍କୁ ଅନୁରୋଧ କରିଛି।

11.ଖୁବ୍‌ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଓଡ଼ିଶା ମାରିଟାଇମ୍‌ ବୋର୍ଡ ।

12.ମଧ୍ୟପ୍ରଦେଶର ଭୋପାଳସ୍ଥିତ ଫାଉଣ୍ଡେସନ ଅଫ୍‌ ଆର୍ଟ ଆଣ୍ଡ କଲ୍‌ଚର ଦ୍ୱାରା ଓଡ଼ିଶାର ଚିତ୍ର ଓ ଭାସ୍କର୍ଯ୍ୟଶିଳ୍ପୀଙ୍କ କଳାକୃତିକୁ ନେଇ ଆୟୋଜିତ ହୋଇଛି ‘ଅନ୍‌ୱାର୍ଡ ଓଡ଼ିଶା’ ଶୀର୍ଷକ ଅନ୍‌ଲାଇନ କଳା ପ୍ରଦର୍ଶନୀ । କ୍ୟୁରେଟର ଅନୁପ କୁମାର ଚାନ୍ଦ ଓ ଆସିଷ୍ଟାଣ୍ଟ କ୍ୟୁରେଟର ପୁନମ୍‌ ଜୈନଙ୍କ ଦ୍ୱାରା ଓଡ଼ିଶାର ୬୧ଜଣ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ କଳାକୃତି ଏଥିରେ ସ୍ଥାନ ପାଇଛି ।

13.ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ଆଜି ଠାରୁ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ ।

14.ବିଦେଶୀ ମୁଦ୍ରା ବିନିମୟ ବଜାର(ଇଣ୍ଟରବ୍ୟାଙ୍କ)ରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୦୫ ପଇସା ତଳକୁ ଖସିଯାଇଛି। ଫଳରେ ୧ ଡଲାର ମୂଲ୍ୟ ୭୪ ଟଙ୍କା ୪୭ ପଇସା ରହିଛି ।

15.ରାଜ୍ୟମାନଙ୍କୁ କେନ୍ଦ୍ରର ତାଗିଦ: ଟିକା ଅଭାବ ନାହିଁ, ଅଯଥା ଭୟ ସୃଷ୍ଟି କରନାହିଁ ।

16.ଛତିଶଗଡ଼ ସଂକ୍ରମଣ ଉଭୟ ରାଜ୍ୟ ଓ ‌କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି। ଦିନକରେ ଛତିଶଗଡ଼ରେ ସର୍ବାଧିକ ୯,୯୨୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।

17.ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଆଲୋଚନା । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ୱଚ୍ଛ ଓ ସବୁଜ ଉର୍ଜା ଆପଣାଇବା ଦିଗରେ ଉଭୟ ଦେଶ ସହଯୋଗୀ ହେବେ ।

18.କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

19.ପିପିଲି ଉପନିର୍ବାଚନ: ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ପ୍ରଚାର କରିବେ ନବୀନ ।

20.କୋଟିଆ ଗ୍ରାମପୁଞ୍ଜରେ ୧୪୪ ଧାରା ଜାରି । ପ୍ରତି ଗାଁ ଦାୟିତ୍ୱରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.