• +91-9861016349 / +91-9437281655
  • Email: amarisatya@gmail.com

Odia Current News

୧.ଦେଶରେ ଦିବ୍ୟାଙ୍ଗ ମହିଳାମାନଙ୍କ କ୍ଷେତ୍ରରେ ଓଡ଼ିଶା ପ୍ରଥମ । କେରଳ ଓ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। କେବଳ ଦିବ୍ୟାଙ୍ଗ ମହିଳାଙ୍କ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ନୁହେଁ  ବରଂ ପୁରୁଷ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି ।

2. କୋଭିଡ୍ ଟିକା ନିର୍ମାଣରେ ବ୍ୟବହୃତ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ରପ୍ତାନିକୁ ଆମେରିକା ଓ ୟୁରୋପ ନିଷିଦ୍ଧ କରିଦେଇଛନ୍ତି। ଫଳରେ ଏବେ ଭାରତରେ ଟିକାପ୍ରସ୍ତୁତି ଭୀଷଣ ଭାବେ ପ୍ରଭାବିତ ହେଉଛି ବୋଲି ବିଶ୍ୱର ସର୍ବାଧିକ ଟିକା ନିର୍ମାତା ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ମୁଖ୍ୟ ଆଦର ପୁନାଵାଲା କହିଛନ୍ତି ।

3.କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନିର୍ଦ୍ଧାରିତ ସମୟରେ ମେ ୪ରୁ ଉଭୟ ଶ୍ରେଣୀର ପରୀକ୍ଷା ଅଫ୍ଲାଇନ୍ରେ ହେବ । ପରୀକ୍ଷା ବାତିଲ୍ ହେବ ନାହିଁ କି ତାରିଖ ଘୁଞ୍ଚିବ ନାହିଁ ।

4. ବାହାର ରାଜ୍ୟରୁ ଆସିବା ଉପରେ ଲାଗିଲା କଟକଣା: ନେଗେଟିଭ୍ ରିପୋର୍ଟ ନ ଥିଲେ ୭ ଦିନ ସଙ୍ଗରୋଧ ।

5. ଆମେରିକାର ବିଦ୍ୟୁତ୍ ଯାନ ନିର୍ମାତା ଟେସ୍ଲା ଭାରତରେ ୩ଟି ବଡ଼ ସହରରେ  ସୋ’ରୁମ୍ ଖୋଲିବ ।

6. ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସିବିଆଇ ତଦନ୍ତକୁ ବିରୋଧ କରି ମହାରାଷ୍ଟ୍ର ସରକାର କରିଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

7. ଓଡ଼ିଶାରେ ଗୁରୁବାର ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୮୯୦ରେ ପହଞ୍ଚିଛି ।

8. ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ପାଳନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏପ୍ରିଲ ୧୧ ଜ୍ୟୋତିରାଓ ଫୁଲେଜୀଙ୍କ ଜୟନ୍ତୀ ଏବଂ ଏପ୍ରିଲ ୧୪ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଥିବାରୁ ଏହି ୪ ଦିନ ‘ଟିକା ଉତ୍ସବ’ ଭାବେ ପାଳନ ହେବ ।

9. ରାଜ୍ୟରେ ଦୈନିକ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ଫେଲ୍ ମାରିଛି ।

10. ମାଓବାଦୀଙ୍କ କବଳରେ ଥିବା ସିଆରପିଏଫ ଯବାନ ରାକେଶ୍ୱର ସିଂହ ମାନହାସ ମୁକ୍ତ ହୋଇଛନ୍ତି। ବନ୍ଧକ ଯବାନ ରାକେଶ୍ୱର ସିଂହଙ୍କୁ ଛାଡ଼ି ଦେଇଛନ୍ତି ମାଓବାଦୀ ।

11. ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘମାନଙ୍କୁ ଦିଆଯିବ । ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି ।

12.କୋଟିଆରେ ଫେଲ ମାରିଲା ପ୍ରଶାସନର ପଦକ୍ଷେପ । ୧୪୪ ଧାରା ଭାଙ୍ଗି, ପୁଲିସକୁ ପ୍ରତିବାଦ କରି ଆନ୍ଧ୍ରକୁ ଭୋଟ ଦେବାକୁ ଗଲେ କୋଟିଆବାସୀ ।

13. ପୋଲାଭରମ୍ ପ୍ରକଳ୍ପ ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଏଲ. ନାଗେଶ୍ବର ରାଓ ଓହରି ଯାଇଛନ୍ତି । ଏହି ମାମଲାର ଶୁଣାଣିକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ଶୁଣାଣି ନୂଆ ବେଞ୍ଚରେ ହେବ ।

14. ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍ ମହିଳା ସମିତି ଶିଶୁ ଯତ୍ନ କେନ୍ଦ୍ରରେ ଦୁଷ୍କର୍ମର ଶିକାର ହୋଇ ଜଣେ ଦିବ୍ୟାଙ୍ଗ ମହିଳା କର୍ମଚାରୀ ଶିଶୁପୁତ୍ର ଜନ୍ମ ଦେବା ମାମଲା ନୂଆ ମୋଡ଼ ନେଇଛି। କେବଳ ଦୁଷ୍କର୍ମ ନୁହେଁ, ପୀଡ଼ିତା ମହିଳାଙ୍କ ଦୁଇ ସନ୍ତାନକୁ ବି ବିକ୍ରି କରି ଦିଆଯାଇଛି।

15. ସର୍ଭିସ୍ ଟ୍ୟାକ୍ସ/ଜିଏସଟି ପଇଠ ପାଇଁ ଆଇନଜୀବୀଙ୍କୁ ନୋଟିସ୍ ଜାରି ନ କରିବାକୁ ଜିଏସଟି କମିସନର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବେ। ଏଥିପାଇଁ କମିସନରଙ୍କୁ ଓଡ଼ିଶା ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଜିଏସଟି କମିସନରଙ୍କ ଏପରି ନିର୍ଦ୍ଦେଶନାମାର କପି ହାଇକୋର୍ଟରେ ଦାଖଲ କରିବେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଡି.ପି. ତ୍ରିପାଠୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

16.  ଆସନ୍ତା ୪ଦିନ ପର୍ୟ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଅନୁଭୂତ ହେବ। ପ୍ରାୟ ବିଜୁଳି ଘଡଘଡି, କୁଆପଥର ଏବଂ ବର୍ଷାର ସମ୍ଭାବନା ରହିଛି।

17. ରାଜ୍ୟରେ ୫୦୦ରୁ ଉର୍ଦ୍ଧ୍ବ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜ ଅଧ୍ୟାପକଙ୍କୁ ଜାତୀୟ ସ୍ତରର ପ୍ରତିଷ୍ଠିତ ଅଭିଜ୍ଞ ପ୍ରଫେସରଙ୍କ ଦ୍ବାରା ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ଦେଶର ଦୁଇ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ବବିଦ୍ୟାଳୟ ଓ ହାଇଦରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସହ ଚୁକ୍ତିପତ୍ର ସ୍ବାକ୍ଷର କରାଯାଇଛି।

18. ଅପ୍ରିଲ୍ ୧୦ରୁ ସମସ୍ତ ଛତିଶଗଡ଼କୁ ଯିବାଆସିବା ପାଇଁ ଟ୍ରେନ୍ ବନ୍ଦ କରିବା ଲାଗି ରେଲ୍ୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ଛତିଶଗଡ଼ରୁ ଓଡ଼ିଶା ଆସୁଥିବା ସମସ୍ତ ରେଳଯାତ୍ରୀଙ୍କୁ ଓଡ଼ିଶା ମନା କରାଯାଇଛି।

19. ଦେଶର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାପାଇଁ ସରକାର ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛନ୍ତି ।

20. ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଆମେରିକା ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.