• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ବ ଅର୍ଥନୀତି ଫୋରମ୍(WEF)‌ର ରିପୋର୍ଟ ଅନୁସାରେ କୋଭିଡ-୧୯ ପାଇଁ ପୁରୁ​‌ଷ ଏବଂ ମହିଳା ମାନଙ୍କ ମଧ୍ୟରେ ଥିବା ଅନ୍ତର (ଗ୍ୟାପ୍‌) ପ୍ରାୟ ୧୩୬ ବର୍ଷ ହୋଇଯାଇଛି । ଏହାର ଅର୍ଥ ପୁରୁଷଙ୍କ ସମକକ୍ଷ ହେବାକୁ ମହିଳାମାନଙ୍କୁ ଏବେ ଆହୁରି ୧୩୫.୬ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ତେବେ ଫୋରମର ଅନୁମାନ ଅନୁସା​‌ରେ ଏହି ଗ୍ୟାପ୍‌ ୨୦୨୦ରେ ୯୯.୫ ବର୍ଷ ଥିଲା। କିନ୍ତୁ ଏଥିରେ ଆହୁରି ୩୬ ବର୍ଷ ଯୋଗ ହୋଇଥିବା ଜଣାପଡ଼ିଛି।
  2. ପ୍ରତି ସିଲିଣ୍ଡର ପିଛା ୧୦ ଟଙ୍କା ହ୍ରାସ ହୋଇଛି। ଏହି ନୂଆ ଦର ସାରା ଦେଶରେ ୧ ଏପ୍ରିଲରୁ ଲାଗୁ ହେବ ବୋଲି ଆଇଓସିଏଲ ଘୋଷଣା କରିଛନ୍ତି।
  3. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୧ ଏପ୍ରିଲ ୨୦୨୧ରୁ ଲାଗୁ ହେବାକୁ ଥିବା ଅଟୋ ଡେବିଟ୍‌ ପେମେଣ୍ଟ ନିୟମର ତାରିଖ ସମ୍ପ୍ରସାରଣ କରିଛନ୍ତି। ଏବେ ଏହି ନିୟମ ଦେଶରେ ୩୦ ସେପ୍ଚେମ୍ବର ୨୦୨୧ରୁ ଲାଗୁ ହେବ।
  4. ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏପ୍ରିଲ୍‌ ମାସ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି । ଏପ୍ରିଲ୍‌ ୧ରୁ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ଗାଇଡ୍‌ଲାଇନ୍‌ । 
  5. ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଫାକଲ୍ଟି ଅଫ୍ ମେଡିସିନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ୮ଟି ବିଭାଗ ୧ ନମ୍ବର ମାନ୍ୟତା ପାଇଛି । 
  6. ଛୋଟ ପିଲାଙ୍କୁ କେବେ ଟିକା ଦିଆଯିବ ତାହା ଉପରେ ସରକାର ଚିନ୍ତା କରୁଥିବା ବେଳେ ଏବେ ଏହି ଚିନ୍ତା ଦୂର ହୋଇପାରେ। କାରଣ ଫାଇଜର-ବାୟୋଏନଟେକ୍‌ କୋଭିଡ-୧୯ ଟିକା ୧୨-୧୫ ବର୍ଷୀୟ ପିଲାଙ୍କ ଉପ​‌ରେ ଶତ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି।
  7. ଭଦ୍ରକର ଓଡ଼ିଆ ବୋହୁ ଇପ୍ସିତା ପ୍ରିୟଦର୍ଶିନୀ, ମିସ ଫେମିନା୫୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଟପ ୨୦ରେ ନିଜ ସ୍ଥାନ ପାଇଥିଲେଓଡିଶାବାସୀଙ୍କ ଆଶୀର୍ବାଦ ଓ ପ୍ରବଳ ମାତ୍ରାରେ ଭୋଟିଂ ପାଇ ସେ ଶ୍ରେଷ୍ଠ ୧୦ରେ ନିଜ ସ୍ଥାନ ପକ୍କା କରିଛନ୍ତି  । 
  8. କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ବିଜୁ ପକ୍କା ଘର ଯୋଜନାର ଷ୍ଟିକରକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ଚିଠି ଲେଖିଛି । 
  9. ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ରହିବ । ଏନେଇ ରାଜ୍ୟ ସରକାରଙ୍କ ଦକ୍ଷତା କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଜି ବିଜ୍ଞପ୍ତି ପ୍ରକାଶ କରିଛି।
  10. ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଛି ସଂଗୀତ ‘ମୁଁ ବିଜୁ ବାବୁ ପରି ହେବି’ ଏଥିରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି । 
  11. ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଛି ସଂଗୀତ ‘ମୁଁ ବିଜୁ ବାବୁ ପରି ହେବି’ ଏଥିରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି ।
  12. ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ୧୦ହଜାର ୯୦୦ କୋଟି ଟଙ୍କାର ପୁଞ୍ଜିନିବେଶକୁ କେନ୍ଦ୍ର କ୍ୟାବିନେଟ୍‍ ଅନୁମୋଦନ କରିଛି।ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଅଧୀନରେ ଏହି ପୁଞ୍ଜିନିବେଶ କରାଯିବ।
  13. ଏପ୍ରିଲ ୫ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ସକାଳୁଆ ହେବ। ଏ ନେଇ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ ସକାଳ ୭ରୁ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ।
  14. କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଦ୍ରବ୍ୟ ଓ ସେବା କର – ଜିଏସଟି କ୍ଷତିପୂରଣ ବାବଦକୁ ୩୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗତ ୨୭ ମାର୍ଚ୍ଚରେ ଏହି କ୍ଷତିପୂରଣ ବାବଦକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅର୍ଥ ଦିଆଯାଇଥିବା ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି।
  15. ଦେଶରେ ଗତ ୩ ଦିନ ମଧ୍ୟରେ ଉଡ଼ାନ୍ ଯୋଜନାରେ ୨୨ଟି ନୂତନ ମାର୍ଗରେ ବିମାନ ସେବାର ଶୁଭାରମ୍ଭ କରାଯାଇଛି। ଏଥିରେ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଭୁବନେଶ୍ୱରକୁ ମଧ୍ୟ ବିମାନ ସେବା ରହିଛି। ସେହିପରି ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରରେ ୬ଟି ନୂଆ ମାର୍ଗରେ ବିମାନ ଚଳାଚଳ ଆରମ୍ଭ କରାଯାଇଛି। ମଙ୍ଗଳବାର ମେଘାଳୟର ଶିଲଂରୁ ତ୍ରିପୁରାର ଅଗରତାଲାକୁ ପ୍ରଥମ ସିଧାସଳଖ ବିମାନ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।
  16. ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) 2015-16 ଆର୍ଥିକ ବର୍ଷରୁ ବକେୟା ଭାବରେ ସହରବାସୀଙ୍କ ଠାରୁ ଅଳିଆ ସଂଗ୍ରହ ପାଇଁ ଉପଭୋକ୍ତା ଶୁଳ୍କ ସଂଗ୍ରହ କରିବା ଆରମ୍ଭ କରିଛି।
  17. 15 ଜଣ ପ୍ରାର୍ଥୀ ଓଡିଶାର ପିପିଲି ଉପନିର୍ବାଚନ  ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।
  18. ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁର ବୁଧବାର ଦିନ କେନ୍ଦ୍ରୀୟ ମୁମ୍ବାଇର ଦାଦର ଠାରେ ସ୍ୱର୍ଗତ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ସ୍ମୃତିର ମୂଳଦୁଆ ପକାଇଛନ୍ତି।
  19. ଜାନୁୟାରୀ 1, 1977 ପୂର୍ବରୁ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବିକଳ୍ପ ଭାବରେ ଦର୍ଶାଯାଇଥିବା କେନ୍ଦ୍ରଗୁଡିକ ମଧ୍ୟରୁ ଚୟନ କରିବାକୁ ଯୋଗ୍ୟ ଅଟନ୍ତି | ସେମାନେ କରୋନା ଟୀକାକରଣ ପାଇଁ ଜାତୀୟ ହେଲ୍ପଲାଇନ ନମ୍ବର 1075 ର ସାହାଯ୍ୟ ନେଇପାରିବେ  ।
  20. ୟୁପି ଗ୍ରାମ ପଞ୍ଚାୟତ ନିର୍ବାଚନ 2021 ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କ ଲୋକପ୍ରିୟତାର ଏକ ପ୍ରମୁଖ ପରୀକ୍ଷା ହେବ ଏବଂ ବିରୋଧୀ ଦଳଙ୍କ ପାଇଁ ଜନସାଧାରଣଙ୍କ ମନୋବଳର ସୁଯୋଗ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.