• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଆବଣ୍ଟିତ ଟିକସ ରାଶିରୁ ରାଜ୍ୟଗୁଡ଼ିକୁ ଅତିରିକ୍ତ ୪୫ ହଜାର କୋଟି ଟଙ୍କା ଜାରି କରିଛନ୍ତି। ଯାହା ଫଳରେ ଓଡ଼ିଶାକୁ ଅତିରିକ୍ତ ୨୦୮୩ କୋଟି ଟଙ୍କା ମିଳିଛି।
  2. ଦେଶର ଏକାଧିକ ରାଜ୍ୟର ସଡ଼କ ପ୍ରକଳ୍ପର ଉନ୍ନତୀକରଣ ଓ ପୁନଃନିର୍ମାଣ ଭଳି ବିଭିନ୍ନ ପ୍ରକାର ପ୍ରକଳ୍ପକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ  ମଞ୍ଜୁରି ପ୍ରଦାନ କରାଯାଇଛି। ସେଥିରେ ଓଡ଼ିଶାର ୩ଟି ପ୍ରକଳ୍ପ ରହିଛି।
  3. ଚଣ୍ଡୀଗଡ଼ର ବିଜେପି ସାଂସଦ ତଥା ଖ୍ୟାତନାମା ଅଭିନେତ୍ରୀ କିରଣ ଖେର ମଲ୍ଟିପ୍ଲ ମାଇଲୋମା ନାମକ ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏବେ ମୁମ୍ବାଇରେ ଚିକିତ୍ସିତ ହେଉଥିବା ଜଣାଯାଇଛି।
  4. ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଭାରତୀୟ ସେନା ପାଇଁ ଏକ ସ୍ବତନ୍ତ୍ର ପ୍ରକାରର ହାଲକା ବୁଲେଟ୍ ପ୍ରୁଫ ଜ୍ୟାକେଟ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛି।
  5. ପ୍ରାୟ ଦୁଇ ବର୍ଷ ପରେ ପୁନର୍ବାର ଭାରତରୁ ତୁଳା ଓ ଚିନି ଆମଦାନି କରିବାକୁ ନିଷ୍ପତ୍ତି ନେଇ ଇମ୍ରାନ୍ ଖାଁଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ବିରୋଧୀଦଳ ଓ ସାମ୍ବାଦିକମାନଙ୍କର ତୀବ୍ର ସମାଲୋଚନାର ସରବ୍ୟ ହୋଇଛନ୍ତି।
  6. ୫୧ତମ ଦାଦାସାହେବ ଫାଲ୍କେ ପୁରସ୍କାର 2019 ପାଇବେ ରଜନୀକାନ୍ତ।
  7. ପଶୁମାନଙ୍କ ପାଇଁ ବିଶ୍ବର ପ୍ରଥମ କୋଭିଡ୍ ଟିକା ରୁଷିଆରେ ବିକଶିତ ହୋଇଥିବା ଜଣାଯାଇଛି।
  8. ମହାମାରୀ କୋଭିଡ୍ର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ପ୍ରମାଣ ଖୋଜୁଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଓ ଚୀନ୍ର ମିଳିତ କମିଟି ରିପୋର୍ଟକୁ ଆମେରିକା, ଜାପାନ ଓ ବ୍ରିଟେନ୍ ସମେତ ୧୪ଟି ଦେଶ ବିରୋଧ କରିଛନ୍ତି।
  9. କେନ୍ଦ୍ର ସରକାରଙ୍କ ବିବାଦୀୟ ୩ ନୂତନ କୃଷି ଆଇନର ପର୍ଯ୍ୟାଲୋଚନା ପାଇଁ ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ କମିଟି ଏକ ବନ୍ଦ ଲଫାପାରେ ଚୂଡ଼ାନ୍ତ ରିପୋର୍ଟ ଅଦାଲତରେ ଗତ ୧୯ ତାରିଖରୁ ଦାଖଲ କରିସାରିଛି ବୋଲି କମିଟିର ଅନ୍ୟତମ ସଦସ୍ୟ ଅର୍ଥନୀତିଜ୍ଞ ଏଅନୀଲ ଘନବତ୍ ସୂଚନା ଦେଇଛନ୍ତି।
  10. ଆୟକର ବିଭାଗ  ପ୍ୟାନ କାର୍ଡ ସହ ଆଧାର ସଂଯୋଗ କରିବାର ଅନ୍ତିମ ସମୟ ଜୁନ ୩୦, ୨୦୨୧ ତାରିଖ ଯାଏଁ ବଢ଼ାଇଦେଇଛି। 
  11. ପଶ୍ଚିମବଙ୍ଗ ଓ ଆସାମ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଯଥାକ୍ରମେ ୮୦.୪୩% ଓ ୭୪.୭୬% ମତଦାନ ହୋଇଥିବା ନିର୍ବାଚନ ଆୟୋଗ (ଇସି)ଙ୍କ ପକ୍ଷରୁ କୁହାଯାଇଛି।
  12. ଓଡ଼ିଶା ରାଜ୍ୟ ସରକାର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କାର ରଵି ସହାୟତା ପ୍ରଦାନ କରିଛନ୍ତି।
  13. ଲଗାତର ୬ ମାସ ପାଇଁ ଜିଏସଟି ସଂଗ୍ରହରେ ବୃଦ୍ଧି ଦେଖିବାକୁ ମିଳିଛି। ଗତ ମାର୍ଚ୍ଚରେ ୧ ଲକ୍ଷ ୨୩ ହଜାର ୯୦୨ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।
  14. ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ସଙ୍ଗୀତ ‘ମୁଁ ବିଜୁବାବୁ ପରି ହେବି ଗୁରୁବାର ରିଲିଜ୍ ହୋଇଛି।
  15. ଉତ୍କଳ ଦିବସ ଅବସରରେ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏକ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ହ୍ୟୁମାନିଟି ( ମାନବିକତାର ପ୍ରତିମୂର୍ତ୍ତି) ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି।
  16. ମହାତ୍ମାଙ୍କ ଓଡିଶା ଆଗମନର ସ୍ମାରକୀ ଭାବରେ ଆଜି ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଠଯୋଡିର ବେଲଭ୍ୟୁ ଛକରେ ନିର୍ମିତ ଗାନ୍ଧୀ ଭିତ୍ତି ସ୍ଥାପତ୍ୟକଳା ( ହାଇ ରିଲିଫ୍ ମ୍ୟୁରାଲ ସ୍କଲ୍ପଚର)ର ଲୋକାର୍ପଣ କରିଛନ୍ତି।
  17. ଆସନ୍ତା ୨୦୨୨ ମସିହା ସୁଦ୍ଧା ଭାରତର ସ୍ୱାସ୍ଥ୍ୟସେବା ଶିଳ୍ପ ୩୭୨ ମିଲିୟନ୍ ଡଲାର ଛୁଇଁବ। ଗତ ୫ ବର୍ଷ ମଧ୍ୟରେ ଦେଶରେ ସ୍ୱାସ୍ଥ୍ୟସେବା ଶିଳ୍ପ କ୍ଷେତ୍ରରେ ୨୨ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ନୀତି ଆୟୋଗ ତାର ସଦ୍ୟତମ ରିପୋର୍ଟରେ ସୂଚନା ଦେଇଛି।
  18. ସାରଳା ସାହିତ୍ୟ ସଂସଦ ପକ୍ଷରୁ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ  ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଏବଂ ସଂସଦର ୪୦ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହେବ।  ଏହି ସମାରୋହରେ ଭାରତର ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ମୁଖ୍ୟ ଅତିଥି ରୂପେ ଯୋଗଦେବେ।
  19. ୨୦୨୩ ମହିଳା ଫୁଟବଲ ବିଶ୍ବକପ୍ର ଉଦ୍ଘାଟନୀ ମ୍ୟାଚ୍ ଅକ୍ଲାଣ୍ଡର ଇଡେନ୍ ପାର୍କରେ ଖେଳାଯିବ ଏବଂ ଫାଇନାଲ ମ୍ୟାଚ୍ ଅଷ୍ଟ୍ରେଲିଆର ସିଡନୀ ଷ୍ଟାଡ଼ିୟମରେ ଆୟୋଜିତ ହେବ ବୋଲି ଫିଫା ତରଫରୁ ସୂଚନା ଦିଆଯାଇଛି।
  20.  ‘ଆର୍ଜିରିଆ ପ୍ରଜାତିର (କଳମ ପ୍ରଜାତି) ଏହି ଉଦ୍ଭିଦକୁ ‘ଆର୍ଜିରିଆ ଶରଦ୍‌ଚନ୍ଦ୍ରଜୀ ଭାବେ ନାମିତ କରାଯାଇଛି। କୋହ୍ଲାପୁରର ଏକ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ଅଧ୍ୟାପନା କରୁଥିବା ଲଓ୍ଵାଣ୍ଡ୍‌ ଏବଂ ଶିମ୍ପାଲେ କହିଛନ୍ତି ଯେ, ‘ଅଲାମପ୍ରଭୁ ଦେବ-ରାଇରୁ (ପବିତ୍ର କୁଞ୍ଜ) ଏହି ନୂତନ ପ୍ରଜାତିର ଉଦ୍ଭିଦ ମିଳିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.