• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମହାରାଷ୍ଟ୍ରରେ କରୋନା ଭାଇରସ୍‌ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ଼ ଘୋଷଣା କରିଛନ୍ତି। ଯଦି ସ୍ଥିତିରେ ସୁଧାର ନଆସେ ତେବେ ଲକ୍‌ଡାଉନ୍‌ ନିଶ୍ଚିତ ରୂପେ ଲାଗିବ ବୋଲି ଉଦ୍ଧବ କହିଛନ୍ତି। 
  2. ମଧ୍ୟପ୍ରଦେଶର ସୁବେ ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟ ସରକାର ମାସ୍କ ପିନ୍ଧିବକୁ ବାଧ୍ୟମୂଳକ କରାଯାଇଛି। ଧର୍ମଶାଳା ଏବଂ ବିଦ୍ୟାଳୟକୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
  3. ଦେଶରେ ରାଜପଥ ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ୯,୨୨,୪୦୪ କୋଟି ଟଙ୍କାର ରାସ୍ତାକାମ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଦୈନିକ ରାସ୍ତା ନିର୍ମାଣକୁ ୪୦ କିମି ଯାଏଁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି 
  4. ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲାକୁ ଏହି ଆୱାର୍ଡରେ ସମ୍ମାନୀତ କରାଯାଇଛି । କୋଭିଡ୍-୧୯ ମହାମାରୀ ସମୟରେ ମଧ୍ୟରେ ଭଲ ପ୍ରଦର୍ଶନ କରି ଗଂଜାମ ଜିଲାର ୨ ଟି ବ୍ଲକ ହିଂଜିଳି ଓ ଶେରଗଡ ଏବଂ  ୪ ଟି ପଂଚାୟତ ବଡଖଣ୍ଡି, ରାମଚନ୍ଦ୍ରପୁର, ଆଡପଡା ଓ ବଡବୋରସିଙ୍ଗିକୁ ଆୱାର୍ଡ ଗୁଡିକ ପାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।
  5.  ୨୦୨୦ ଏପ୍ରିଲ ପହିଲାରୁ ୨୦୨୧ ମାର୍ଚ୍ଚ ୩୧ ମଧ୍ୟରେ ପୂର୍ବତଟ ରେଳପଥ ୨୦୫ ନିୟୁତ ଟନ୍ ପଣ୍ୟ ପରିବହନ କରିଛି।
  6. କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ନୂଆ ଆୟକର ରିଟର୍ଣ୍ଣ ଫର୍ମ ଜାରି କରାଯାଇଛି। ଏ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି।
  7. ଦେଶ ତଥା ରାଜ୍ୟରେ ସଂକ୍ରମଣ ଏବେ ତୀବ୍ର ହେବାରେ ଲାଗିଛି। ଏହାକୁ ଦୃ‌ଷ୍ଟିରେ ରଖି ଜିଲା ସଦର ମହକୁମାରେ ଅଧିକ ଶଯ୍ୟା ଏବଂ ‘ଅକ୍ସିଜେନ’ ମହଜୁଦ ରଖିବାକୁ ହେବ।
  8. ଭୁବନେଶ୍ୱର ଭିତରେ ହେଉଥିବା ବିବାହରେ କେବଳ ୧୦୦ ଜଣ ଲୋକ ଯୋଗ ଦେଇପାରିବେ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି ବିଏମସି ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ଗାଇଡ୍‌ଲାଇନ୍‌ ଆସନ୍ତା ୬ ତାରିଖରୁ ଲାଗୁ କରାଯିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି।
  9. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ୍ ଏବଂ ପୁର୍ତ୍ତ ସଚିବ କିଷନ କୁମାର ଆଜି ଫୁଲବାଣୀରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି । ୪୫୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି । ୩୦ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
  10.  ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ରବି ଋତୁ ପାଇଁ ଜମା କରାଯାଇଛି ।
  11.  କ୍ରମାଗତ ଭାବେ ଚାରି ବର୍ଷ ଧରି ପାରାଦୀପ ବନ୍ଦର ପଣ୍ୟ କାରବାର ୧୦୦ ଏମ୍‍.ଏମ୍‍.ଟିରୁ ଉର୍ଦ୍ଧ ପଣ୍ୟ କାରବାର କରିବା ରେ ସଫଳତା ହାସଲ କରିଛି। 
  12. ଉତ୍କଳ ଦିବସ ଅବସରରେ ରିଲିଜ୍‍ ହୋଇଛି  ଓଡ଼ିଆ ଭାବୋଦ୍ଦୀପକ ସଙ୍ଗୀତ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’। ଏଥିରେ ରାଜ୍ୟପାଳ କଣ୍ଠଦାନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ପ୍ରଦାନ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଆ ଭାବ ଉଦ୍ଦୀପକ ଗୀତରେ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ।
  13. ରିଲିଜ୍‍ ହୋଇଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଛି ସଙ୍ଗୀତ ‘ମୁଁ ବିଜୁବାବୁ ପରି ହେବି’। ଏହି ଗୀତରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି। 
  14. ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୫୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । 
  15. ସିବିଏସଏଇ ଲଞ୍ଚ କଲା ଇ-ପରୀକ୍ଷା ପୋର୍ଟାଲ୍ । ଏହାଦ୍ୱାରା ପରୀକ୍ଷା ସମ୍ୱନ୍ଧିତ ସମସ୍ତ ସୂଚନା ଉପଲବ୍ଧ ହେବ ।
  16. ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ୟୁପି ସରକାର ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକରୀ ଏବଂ ବେସରକରୀ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ୍‌ ୧୧ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ଗୁଡ଼ିକ ବନ୍ଦ ରହିବା ନେଇ ଏହି ଯୋଗୀ ସରକାର ସ୍ପଷ୍ଟ କରିଛନ୍ତି ।  
  17. ମାର୍ଚ୍ଚରେ କରୋନା ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ଏପ୍ରିଲ ମାସରେ କରୋନା ଚରମ ସୀମାରେ ପହଁଚିବ ବୋଲି ଅନୁମାନ କରାଯାଉଛି ।
  18. ୪ ତାରିଖରୁ ବର୍ଦ୍ଧିତ ବିଦ୍ୟୁତ ଦର ଲାଗୁ ହେଉଥିବା ବେଳେ  କାଲି ପୁଣି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ଲାଗି ବିରୋଧୀ  ପ୍ରସ୍ତୁତ  ହେଉଛନ୍ତି।
  19. ଆଗାମୀ ୩ ଦିନ ପର୍ଯ୍ୟନ୍ତ ବର୍ଷା ସହ କାଳବୈଶାଖୀ ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ଅପରାହ୍ନ ଠାରୁ ୪ ତାରଖ (ରବିବାର) ମଧ୍ୟାହ୍ନ ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି ଜିଲ୍ଲାରେ କାଳବୈଶାଖୀ ସହ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଥିବା ନେଇ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
  20. ତୈଳ କ୍ଷେତ୍ରରେ ସାଉଦୀ ଆରବ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ଭାରତ ପଦକ୍ଷେପ ଗ୍ରହଣ କରିଛି। ଏହି ଅନୁଯାୟୀ, ଭାରତ ସାଉଦୀ ଆରବରୁ ଅଶୋଧିତ ତୈଳ ଆମଦାନୀ ଏକ ତୃତୀୟାଂଶ କମ୍‌ କରିବାକୁ ଯାଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.