• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଶୁକ୍ରବାର ବଡ଼ ନିଷ୍ପତ୍ତି ନୋଇଛନ୍ତି। କରୋନା ପାଇଁ ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ କଲେଜକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । 

2.ଟିକା ଉତ୍ସବ’ କୁ ସଫଳ କରିବା ଲାଗି ୨୫ ଲକ୍ଷ ଡୋଜ୍ର ଟିକା ପଠାଇବାକୁ ପୁଣିଥରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ଓଡିଶା  ରାଜ୍ୟ ସରକାର।

3.ବିବାଦୀୟ ମହନ୍ତ ଗୋପାଳ ରାମାନୁଜ ଦାସଙ୍କୁ  ଶ୍ରୀକ୍ଷେତ୍ରର ସବୁଠୁ ଧନୀ ମଠ ‘ଏମାର’ର ପରିଚାଳନା ଦାୟିତ୍ବରୁ ହଟାଯାଇଛି ।

4.‘ଓଡ଼ିଶା ଇତିହାସ’ ର ହିନ୍ଦୀ ସଂସ୍କରଣ ଉନ୍ମୋଚିତ: ମହତାବ ଇତିହାସର ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ: ପ୍ରଧାନମନ୍ତ୍ରୀ ଦ୍ୱାରା  ଉଦ୍ଘାଟିତ  ହୋଇଛି ।

5.ଐତିହାସିକ ଅସୁରଗଡ଼ର ବିକାଶ ହେବ  , ଇକୋ ଟୁରିଜିମ ଓ ପିକନିକ ସ୍ପଟ୍ର ମାନ୍ୟତା ମଧ୍ୟ  ପାଇବ ।

6.ଓଡ଼ିଶାରେ କୋଭିଡ୍ ଟିକା ଯେତିକି ଆବଶ୍ୟକ ତାକୁ କେନ୍ଦ୍ର ସରକାର ଦେଇପାରୁନାହାନ୍ତି । ଏବେ ପ୍ରଧାନମନ୍ତ୍ରୀ ମୋଦୀ ୧୧ ତାରିଖରୁ ଟିକା ମେଳା କରାଯିବ ବୋଲି ଘୋଷଣା କରିଛନ୍ତି ।

7.କମଲଜିତ୍ ସିଂହ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି  ଭାବେ  ନିଯୁକ୍ତି  ପାଇଛନ୍ତି .

8.ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା ଘୁଞ୍ଚିବ ନାହିଁ । ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ପରୀକ୍ଷା ଅନୁଷ୍ଠିତ ହେବ  ବୋଲି  ସୂଚନା  ମିଳିଛି .

9.ଭାରତୀୟ ଜଳ ସୀମାରେ ଆମେରିକାର ଅପରେସନ୍; ପ୍ରତିବାଦ ଜଣାଇଲା ଭାରତ, କୂଟନୈତକ ସଂପର୍କ ଖରାପ ହେବା ଆଶଙ୍କା ।

10.ଭାରତରେ ଫାଣ୍ଟାସି ସ୍ପୋର୍ଟସ୍ ଜଗତରେ ଅନ୍ୟତମ ନବୀନ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ କମ୍ପାନୀ ସ୍ପୋର୍ଟଜ୍ଏକ୍ସଚେଞ୍ଜ ଏହାର ଦୂତ ଭାବେ ପୃଥ୍ବୀ ସ’ଙ୍କୁ ନିଯୁକ୍ତ କରିଛି ।

11.କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ସୌର ପ୍ୟାନେଲ୍ ନିର୍ମାଣ ପାଇଁ ଉତ୍ପାଦନ ସଂଯୋଜିତ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

12.ଦେଶରେ ଗତ ଆର୍ଥିକ ବର୍ଷରେ ନିଟ୍ ୯.୪୫ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ଆଦାୟ ହୋଇଛି ।

13.କୋଭିଡ୍ ସତ୍ତ୍ବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବିଭାଗର ନୋଡାଲ୍ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନକୁ ବାଧ୍ୟତାମୂଳକ କରାଯାଇଛି ।

14.ପେଟ୍ରୋଲ, ଡିଜେଲ ଉପରେ କରୋନା ମାଡ଼, ବିକ୍ରି ୯.୧ ପ୍ରତିଶତ କମିଲା, ୨୦ ବର୍ଷରେ ପ୍ରଥମ ।

15.୧୨ ଜିଲାକୁ ୟେଲୋ ୱାର୍ଣ୍ଣିଂ, ୧୩ ଯାଏ କାଳବୈଶାଖୀ । ଶନିବାର ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲାର ପ୍ରାୟ ସ୍ଥାନରେ କାଳବୈଶାଖୀ ହୋଇପାରେ ।

16.ଏଣିକି ନିଜ ନିଜ ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର। ଜାତି ପ୍ରମାଣପତ୍ର ସହ ଆୟ ଓ ଆବାସିକ ପ୍ରମାଣପତ୍ର ମଧ୍ୟ ମିଳିବ । ଦଶମ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲରେ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

17.ମାସ୍କ ନ ପିନ୍ଧିଲେ ଦଣ୍ଡ: ଦୁଇଗୁଣା ହେଲା ଜରିମାନା, ଏଣିକି ୨ ହଜାର ଟଙ୍କା ।

18.ଟିଟିଲାଗଡରେ ରେଳ ଓଭରବ୍ରିଜ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ । ୧୦୪୨ ମିଟର ଦୀର୍ଘ ରେଲୱେ ଓଭରବ୍ରିଜ ପାଇଁ ଖର୍ଚ୍ଚ ହୋଇଛି ୭୧.୫୯ କୋଟି ଟଙ୍କା ।

19.ଭାରତୀୟ ଜଳପଥରେ ଆମେରିକାର ଅବାଧ ପ୍ରବେଶ । ଭାରତର ସମ୍ମତି ବିନା ଲାକ୍ଷାଦ୍ୱୀପର ଏକ୍ସକ୍ଲୁସିଭ ଇକୋନମିକ ଜୋନରେ ଆମେରିକା କଲା ପ୍ରବେଶ ।

20.ବିଦେଶକୁ କମିଲା ଭାରତୀୟ ଟିକା ରପ୍ତାନିର ହାର, ୨୦ ଦିନରେ ପଠାଯାଇଛି ମାତ୍ର ୪୫ ଲକ୍ଷ ଡୋଜ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.