• +91-9861016349 / +91-9437281655
  • Email: amarisatya@gmail.com

Odia Current News

ରାଜଧାନୀ ଭୁବନେଶ୍ବରରେ କଡାକଡି ହୋଇଛି କୋଭିଡ ନିୟମ। ମାସ୍କ ସହ ସାମାଜିକ ଦୁରତ୍ବକୁ ଗୁରୁତ୍ବ ଦିଆଯାଇଛି। ଏହାରି ମଧ୍ୟରେ ରାଜଧାନୀରେ କୋଭିଡ ନିୟମ ମାନୁନଥିବା ଅମାନିଆଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ପ୍ରଶଂସା କରିଛି । ମାସ୍କ ଆମକୁ କରୋନାରୁ ରକ୍ଷା କରିପାରିବ । 

ଗତକାଲି ବରିଷ୍ଠ କିରଣୀ ଦିଲ୍ଲୀପ କୁମାର ଜେନାଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ମାରିଥିଲା ଭିଜିଲାନ୍ସ । ୩କୋଟିରୁ ଅଧିକ ସମ୍ପତି ଠାବ କରାଯାଇଥିଲା । 

 

ଓଡ଼଼ିଶାକୁ ଆସିଲା ଆଉ ଅଢ଼େଇ ଲକ୍ଷ କୋଭିସିଲ୍‌ଡ ଟିକା । ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ସ୍ବତନ୍ତ୍ର ଭ୍ୟାନ୍‌ ଯୋଗେ ରାଜ୍ୟ ଟିକା ଭଣ୍ଡାରକୁ ନିଆଯାଇଛି। 

 

ଆସନ୍ତା ୨୦ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥର ଅପରାହ୍ନ ୩ଟା ୩୦ରେ ଟଣାହେବ ରୁକୁଣା ରଥ । ଏନେଇ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ରଥ ଉପରେ ୨୦ ରୁ୨୫ ଜଣ ସେବାୟତ ରହିବେ ।

 

ଜମ୍ମୁ କଶ୍ମୀରର ସୋପିୟାନ ହାଦିପୋରାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷା ବାହିନୀରର ଏନକାଉଣ୍ଟରରେ ଟଳିଛନ୍ତି ୩ କୁଖ୍ୟାତ ଆତଙ୍କବାଦୀ। 

 

ଆଜିଠୁ ସାରା ଦେଶରେ ଟିକା ଉତ୍ସବ । ଆଜିଠୁ ୧୪ ତାରିଖ ଯାଏ ଚାଲିବ ଟିକା ଉତ୍ସବ । କରୋନା ନିୟନ୍ତ୍ରଣ ପାଇଁ ସାରା ଦେଶରେ ଟିକା ଉତ୍ସବର ଆୟୋଜନ କରାଯାଇଛି ।

 

ଦିଗ୍‌ଜ ଟେକ୍ କମ୍ପାନୀ ଗୁଗଲ ଓ ଆଲ୍‌ଫାବେଟ୍‌ର ସିଇଓ ସୁନ୍ଦର ପିଚାଇଙ୍କୁ କମ୍ପାନୀର ୫୦୦ କର୍ମଚାରୀ ଚିଠି ଲେଖି ଗୁଗଲ ଅଫିସ୍‌ରେ ଚାଲିଥିବା ଉତ୍ପୀଡନକୁ ନେଇ ଅଭିଯୋଗ କରିଛନ୍ତି।

 

ୟୁନାଇଟେଡ ଆରବ ଏମିରେଟସ୍‌ (ୟୁଏଇ)ର ଅନ୍ତରୀକ୍ଷ କାର୍ଯ୍ୟକ୍ରମ ଲାଗି ଦୁବାଇ ଶାସକ ଶେଖ ମହମ୍ମଦ ବିନ ରସିଦ୍ ଅଲ ମକତୌମ ଶନିବାର ୨ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି। ଏଥିରେ ଜଣେ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ପୁରୁଷ।

 

 ମହାରାଷ୍ଟ୍ରରେ ଲଗାତାର ସଂକ୍ରମଣ ବଢ଼ି ଚାଲିଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିପାରନ୍ତି।

 

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଶନିବାର ଦିନ ସ୍ଥଳସେନାର ଉପମୁଖ୍ୟ ପଦରେ ଅବସ୍ଥାପିତ କରାଯାଇଛି । ସେ ଏହା ପୂର୍ବରୁ ସେନାର କର୍ପସ-୯ର କମାଣ୍ଡର ପଦ ସମ୍ଭାଳୁଥିଲେ।

 

୯.୮୦ କୋଟିକୁ ଟପିଲା ଦେଶରେ କୋଭିଡ-୧୯ ଟିକାକରଣ ।

 

ଏଣିକି ବିବାହ ନିମନ୍ତ୍ରଣ କାର୍ଡ଼ରେ ଲେଖିବାକୁ ପଡିବ ବର-କନ୍ୟାଙ୍କ ଜନ୍ମତାରିଖ, ସରକାର ଜାରି କଲେ ନୂଆ ନିୟମ ।ତେବେ ଏଭଳି ଏକ ପଦକ୍ଷେପ ଓଡ଼ିଶାରେ ନୁହେଁ ବରଂ ରାଜସ୍ଥାନରେ ନିଆଯାଇଛି |

 

ଦକ୍ଷିଣ ବ୍ରାଜିଲରେ ନିର୍ମିତ ହେଉଛି ବିଶ୍ୱର ସର୍ବ ବୃହତ୍ତ ଜୀଶୁ ମୂର୍ତ୍ତି,‘କ୍ରିଷ୍ଟ ଦି ରିଡିମର’ଠାରୁ ମଧ୍ୟ ବଡ଼ ।ଏହାର ନିର୍ମାଣ ବାବଦେ ୨ ନିୟୁତ ରିୟଲ (୩ଲକ୍ଷ ୫୦ ହଜାର ଡଲାର) ଖର୍ଚ୍ଚ ହେବ।  ତେବେ ଲୋକଙ୍କ ଦାନରେ ଏହି କାର୍ଯ୍ୟ ଏଠାରେ ଆଗେଇ ଚାଲିଛି।

 

ଲୋକପ୍ରିୟ ଟିଭି ଧାରାବାହିକ ବି.ଆର ଚୋପ୍‌ଡ଼ାଙ୍କ ‘ମହାଭାରତ’​ରେ ଇନ୍ଦ୍ର ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ସତୀଶ କାଉଲ୍‌ଙ୍କର କରୋନାରେ ମୃତ୍ୟୁ ଘଟିଛି। ତାଙ୍କୁ ୭୪ବର୍ଷ ହୋଇଥିଲା।

 

ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ଟୁର୍ଣ୍ଣାମେଣ୍ଟ ନିର୍ଦେଶକ ରୋମା ଖାନ୍ନାଙ୍କ ଇସ୍ତଫା ।

 

ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨ୟ ମ୍ୟାଚରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ୭ ଓ୍ବିକେଟରେ ପରାସ୍ତ କରିଛି ।

 

ରାଜ୍ୟରେ ବିସ୍ଫୋରକ ହେଉଛି ‌ଦୈନିକ ସଂକ୍ରମଣ: ରେଡ୍ ଜୋନ୍‌ରେ ଖୋର୍ଧା ଓ ସୁନ୍ଦରଗଡ଼ ।

 

ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ, ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି ତା’ର ହିସାବ ଲୋକଙ୍କୁ ଦେବାକୁ ପଡ଼ିବ: ନବୀନ ପଟ୍ଟନାୟକ ।

 

ଲାଭା ଉଦଗୀରଣ, ଆକାଶ ସାରା ଭୟଙ୍କର ନିଆଁ ଓ ଧୂଆଁ : ଦକ୍ଷିଣ କାରବିଆନରେ ଭୟାବହ ସ୍ଥିତିକୁ ଦେଖି ହଜାର ହଜାର ଲୋକଙ୍କୁ ଘର ଛାଡି ପଳାଇବାକୁ ନିର୍ଦ୍ଦେଶ ଦେଲା ପ୍ରଶାସନ ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.