• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ -ଯେଉଁମାନେ ଅମ୍ଳଜାନ  ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଅମ୍ଳଜାନ ଉପଲବ୍ଧ କରାଇବା ପାଇଁ ପଦକ୍ଷେପ ନିଆଯାଉଛି।
  2. ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୨୨ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବିଭିନ୍ନ ଆରଟିଓରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରାଯାଇଛି ।
  3. ପ୍ରଫେସର ଉମାବଲ୍ଲଭ ମହାପାତ୍ର ,ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବରେ  ମଙ୍ଗଳବାର ଦାୟିତ୍ବ ଗ୍ରହଣ କରିଛନ୍ତି ।
  4. ପ୍ରଥମେ ଭୁବନେଶ୍ୱର ଓ ଏବେ କଟକର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଅଳ୍ପ ସଂଖ୍ୟାକୁ ସେବାୟତଙ୍କୁ ନେଇ ଠାକୁରଙ୍କ ନୀତିକାନ୍ତି କରାଯିବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି ।
  5. ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି ହୋଇଛି । ମେଡିକାଲ ଯେମିତି ହଟସ୍ପଟ ନପାଲଟିବ, ସେଥିପାଇଁ କଡ଼ା ତାଗିଦ କରାଯାଇଛି। ପ୍ରତ୍ୟେକ ହସ୍ପିଟାଲରେ ଅଲଗା ଜ୍ୱର ଓ ଆଇସୋଲେସନ କ୍ଲିନିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ଆସୁଥିବା ସବୁ ଲୋକଙ୍କ ସ୍କ୍ରିନିଂ କରାଯିବାକୁ ନିର୍ଦ୍ଦେଶ। ଏହାଛଡ଼ା ପର୍ୟ୍ୟନ୍ତ ହାତଧୁଆ ବ୍ୟବସ୍ଥା ଓ ସାନିଟାଇଜର ରଖିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।
  6. ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ ପରୀକ୍ଷା ବାତିଲ ହେଲା ପରେ ଆଇସିଏସଇ ତାର ଦଶମ ବୋର୍ଡ ପରୀକ୍ଷା ବାତିଲ କରିଛି । ଏନେଇ ଆଇସିଏସଇ ପକ୍ଷରୁ ସୂଚନା ଜାରି କରାଯାଇଛି।
  7. କୁମ୍ଭ ମେଳା  ଓଡିଶା  ଫେରନ୍ତା ୩୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ଯରୁ ୧୩ଜଣଙ୍କ ନମୁନା ପଜିଟିଭ୍ ଚିହ୍ନଟ ହୋଇଛି।
  8. ଅଦଳବଦଳ ପ୍ରକିୟାରେ ମଙ୍ଗଳବାର ନନ୍ଦନକାନନରୁ ୧୩ ପଶୁପକ୍ଷୀଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଚିଡିଆଖାନାକୁ ପଠାଯାଇଛି । ଏମାନଙ୍କ ମଧ୍ୟରେ ଧଳା ବାଘୁଣୀ (ରାଗିଣୀ) ଓ କଳା ବାଘ (ଭିକି), ୩ଟି ଘଡିଆଳ କୁମ୍ଭୀର, ୮ ଟି ପିଜାଣ୍ଟକୁ ଇନ୍ଦୋର କମଳା ନେହୁର ପାର୍କ ପଠାଯାଉଛି।
  9. ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ୟୁଜିସି NET ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ନୂଆ ତାରିଖ ଜଣାଇଦିଆଯିବ ବୋଲି ୟୁଜିସି ପକ୍ଷରୁ ସୂଚନା ଦିଆଯାଇଛି ।
  10. ମହାରାଷ୍ଟ୍ର ରାଜ୍ୟ କ୍ୟାବିନେଟ୍ ସଂପୂର୍ଣ୍ଣ ଲକ୍‌ଡାଉନ୍ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୁପାରିସ୍ କରିଛନ୍ତି। ଏପ୍ରିଲ ୮ଟାରୁ ଲକ୍‌ଡାଉନ୍‌ ଲାଗୁ ହେବା ନେଇ ସଙ୍କେତ ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ।
  11. ଦିଲ୍ଲୀ ହେଉଛି ପ୍ରଥମ ପ୍ରଦେଶ ଯେଉଁଠି ସରକାର ଇ-ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲାଗି ନୀତି ପ୍ରସ୍ତୁତ କରିଛନ୍ତି। ଇ-ଯାନ କ୍ରୟ ଉପରେ ଗ୍ରାହକଙ୍କୁ ସବ୍‌ସିଡୀ ମଧ୍ୟ ଦିଆଯାଉଛି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ସରକାର ଏ ଦିଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି।
  12. ଓଡ଼ିଶାରେ  ମଙ୍ଗଳବାର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ୧ ଲକ୍ଷ ଡୋଜ୍‌ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି । ଏହି ଟିକା ପହଞ୍ଚିବା ପରେ ରାଜ୍ୟରେ ଦେଖା ଦେଇଥିବା ଟିକାର ଅଭାବ ଦୂର ହୋଇପାରିବ।
  13. ବିଶ୍ୱରେ କରୋନା ମହାମାରୀ ପ୍ରଭାବରେ ୯ ମାସରେ ଏକ ନିୟୁତ ଲୋକଙ୍କର ପ୍ରାଣହାନି ଘଟିଛି.  ପରବର୍ତ୍ତୀ ସମୟରେ ମାତ୍ର ୪ ମାସ ମଧ୍ୟରେ ୨ ନିୟୁତ ଏବଂ ୩ ମାସରେ ୩ ନିୟୁତ ଲୋକ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ବିଶ୍ୱର ସମସ୍ତ ରାଷ୍ଟ୍ର ଯଦି କରୋନା ମୁକାବିଲା କରିବାକୁ ଉଦ୍ଦିଷ୍ଟ ସମ୍ବଳ ଯୁକ୍ତିଯୁକ୍ତ ଭାବରେ ସମସ୍ତଙ୍କ ମଧ୍ୟରେ ଆବଣ୍ଟନ କରନ୍ତି ତେବେ ଆଗାମୀ କିଛିମାସ ମଧ୍ୟରେ ବିଶ୍ୱରେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେସସ୍‍ କହିଛନ୍ତି।
  14. କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି-କେନ୍ଦ୍ର COVID-19 ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ତିନି ସପ୍ତାହ ଅତି ଗୁରୁତ୍ୱପୂର୍ଣ୍ଣ
  15. ତିନି ମାସ ମଧ୍ୟରେ କର୍ମଚାରୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗ ଉପରେ ନିଷ୍ପତ୍ତି ନେବାକୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ସମସ୍ତ କେନ୍ଦ୍ର ସରକାରୀ ଅନୁଷ୍ଠାନକୁ  କହିଛନ୍ତି।
  16. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କରୋନାଭାଇରସ ପଜିଟିଭ୍ ଜଣାପଡିବାପରେ  କେଜ୍ରିୱାଲ  ଘରେ ନିଜକୁ ଆଇଶୋଲସନରେ ରହିଛନ୍ତି
  17. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୟୁଏଇ ଏବଂ ପର୍ତ୍ତୁଗାଲ ନେତୃତ୍ୱଙ୍କ ପରାମର୍ଶ କ୍ରମେ ଆସନ୍ତା 8 ରେ ଏହି ଶିଖର ସମ୍ମିଳନୀକୁ  ଏକ ଭର୍ଚୁଆଲ୍ ଫର୍ମାଟରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
  18. ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ଦିନ ପ୍ରାୟ 68% ମତଦାନ ରେକର୍ଡ କରାଯାଇଛି।
  19. ବିଜେପି ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ କହିଛନ୍ତି ଯେ COVID-19 ପୀଡିତଙ୍କ ମୃତଦେହ ଜମା ହୋଇଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ମହାମାରୀ ପ୍ରଭାବିତ ଲୋକଙ୍କ ସେବା କରୁଥିବା ଲୋକଙ୍କ ସକାରାତ୍ମକ କାହାଣୀ ଦେଖାଇବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।
  20. ମଙ୍ଗଳବାର ଦିନ ସିଙ୍ଗାପୁର ଘୋଷଣା କରିଛି ଯେ ଭାରତରୁ ଯାତ୍ରୀମାନଙ୍କୁ ଅତିରିକ୍ତ ସାତ ଦିନ ରହିବାକୁ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.