• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି ପାଇଛି ।
  2. ବିଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ଏବଂ ୪,୧୪,୧୮୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୩୯୧୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ୁଥିବାରୁ ଭୟ ବଢ଼ିଛି। ଦେଶରେ ସକ୍ରିୟ ମାମଲା ମଧ୍ୟ ୩୬ ଲକ୍ଷ ପାର ହୋଇଯାଇଥିବା ବେଳେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ୟା ବଢ଼ିଛି। ଦେଶବ୍ୟାପୀ ଆଜି ସୁଦ୍ଧା କରୋନାରୁ ୧ କୋଟି ୭୬ ଲକ୍ଷ ୧୨ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ ସୁସ୍ଥ ହେବା ହାର ହ୍ରାସ ପାଇବାରେ ଲାଗିଛି ଏବଂ ଏହା ୮୧.୯୯ ପ୍ରତିଶତରେ ପହଞ୍ଚିଛି। ଏହା ସହିତ ସକ୍ରିୟ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଆଜି ଦେଶରେ ମୋଟ୍ ସକ୍ରିୟ ମାମଲା ୩୬ ଲକ୍ଷ ୪୫ ହଜାର ୧୬୪ ରହିଛି। ଏହା ମୋଟ ସଂକ୍ରମଣ ସଂଖ୍ୟାର ୧୬.୯୨ ପ୍ରତିଶତ।
  3. ଜୁନ ମାସର ପ୍ରଥମ ସପ୍ତାହର ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପହିଲାରେ କେରଳ ଛୁଇଁବ।
  4. କରୋନାରେ ଆକ୍ରାନ୍ତ ହୋଇ ବଲାଙ୍ଗିରରେ ଚିକିତ୍ସାଧିନ ଅବସ୍ଥାରେ ୭୫ ବର୍ଷ ବୟସରେ ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଆ ପ୍ରାଧ୍ୟାପକ ଡକ୍ଟର ଅଜାମ୍ବର ମଲ୍ଲଙ୍କ ପରଲୋକ ।  
  5. ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ପରେ କାମରେ ଲାଗି ପଡିଛନ୍ତି ଏମକେ.ଷ୍ଟାଲିନ । କରୋନା କାଳରେ ପ୍ରତି ପରିବାରକୁ ୪ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ଷ୍ଟାଲିନ । ୨ ହଜାର ଟଙ୍କାର ପ୍ରଥମ କିସ୍ତି ମେ ମାସ ସୁଦ୍ଧା ଦିଆଯିବ ।
  6. ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ଦିଲ୍ଲୀ ପାଇଁ ଦୈନିକ ୭୦୦ ମେଟ୍ରିକ୍‌ ଟନ୍‌ ତରଳ ମେଡିକାଲ୍‌ ଅକ୍ସିଜେନ୍‌ ଯୋଗାଇ ଦେବାକୁ ପଡ଼ିବ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି।
  7. ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କରୋନା ଭୁତାଣୁ ଏବେ ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟରେ ବି ପହଞ୍ଚିଯ଼ାଇଛି । ଏଭରେଷ୍ଟ ଆରୋହଣ କରୁଥିବା ପ୍ରାୟ ୧୭ ଜଣ ପର୍ବତାରୋହୀ କରୋନା ସଂକ୍ରମିତ ଥିବା ଏକ ବିବିସି ରିପୋର୍ଟରୁ ଜଣାପଡ଼ିଛି ।
  8. କର୍ଣ୍ଣାଟକରେ ଦୈନିକ ସଂକ୍ରମଣ ୫୦,୦୦୦ହେବା ପରେ ଏବେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି | ଏହି ଲକଡାଉନ ମେ’ ୧୦ ତାରିଖ ସକାଳ ୬ଟାରୁ ମେ’ ୨୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ |
  9. କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ତଥା ମାଟ୍ରିକ ପରୀକ୍ଷାଫଳ ପାଇଁ ପଦ୍ଧତି ଚୂଡ଼ାନ୍ତ ହୋଇଛି। ଆଜି ମାଟ୍ରିକ ପରୀକ୍ଷା ଫଳ ପାଇଁ ଚୂଡ଼ାନ୍ତ ପଦ୍ଧତ୍ତିକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁମୋଦନ କରାଯାଇଛି।
  10. ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଇବ ନଦୀରେ ନୂତନ ୪ ଲେନ ସେତୁ ପାଇଁ ସୁପାରିଶ କରିଛି ।
  11. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ ବିକାଶ ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ଶଯ୍ୟାର ଶୁଭାରମ୍ଭ କଲେ । 
  12. ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ  ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଭଡ଼ା ବାବଦ ଦେୟ ୨ କୋଟି ୧୬ ହଜାର ଟଙ୍କା ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ନିର୍ଦେଶ ଦେଇଛନ୍ତି  ।
  13. ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ  ଶପଥ ନେଲେ ଏଆଇଏନ୍‌ଆରସି ମୁଖ୍ୟ ଏନ୍‌. ରଙ୍ଗସ୍ବାମୀ।
  14. ସୁପ୍ରିମକୋର୍ଟରେ ପ୍ରତିନିଧିତ୍ଵ କରୁଥିବା ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ର ପ୍ୟାନେଲ ପରାମର୍ଶଦାତା ଆଡ୍‌ଭୋକେଟ ମୋହିତ ଡି. ରାମ ଶୁକ୍ରବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନ ଆଆୟୋଗଙ୍କ ବର୍ତ୍ତମାନର କାର୍ଯ୍ୟକାରିତା ସହିତ ତାଙ୍କ ମୂଲ୍ୟବୋଧ ମେଳ ଖାଉନାହିଁ ବୋଲି ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି।
  15. ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୩୮୩ଟି ଟ୍ୟାଙ୍କରେ ୭୦୦୭.୪୩୬ଟନ୍‌ରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅମ୍ଳଜାନ ପଠାଯାଇଛି।
  16. କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ତଥା ମାଟ୍ରିକ ପରୀକ୍ଷାଫଳ ପାଇଁ ପଦ୍ଧତି ଚୂଡ଼ାନ୍ତ ହୋଇଛି। ଆଜି ମାଟ୍ରିକ ପରୀକ୍ଷା ଫଳ ପାଇଁ ଚୂଡ଼ାନ୍ତ ପଦ୍ଧତ୍ତିକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁମୋଦନ କରାଯାଇଛି।
  17. ଭାରତୀୟ ନୌସେନା ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର କୋଭିଡ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ପାଇଁ ଏହାର ଆବ-ଇନିସିଓ ଟ୍ରେନିଂ ଏଷ୍ଟାବ୍ଲିସମେଣ୍ଟ, ଆଇଏନ୍ଏସ୍ ଚିଲିକା, ନୌସେନା ଅଧିକାରୀ-ଭାରପ୍ରାପ୍ତ (ଓଡ଼ିଶା)ଙ୍କ ଅଧୀନରେ ଏକ କୋଭିଡ ସେବା କେନ୍ଦ୍ର ପ୍ରତିଷ୍ଠାରେ   ଅମ୍ଳଜାନ ସୁବିଧା ଥିବା ଅତିରିକ୍ତ ୧୫ ଶଯ୍ୟା ସହିତ ୧୫୦ ଶଯ୍ୟା ବିଶିଷ୍ଟ ଏକାନ୍ତବାସ ସୁବିଧା ରହିଛି କରାଯାଇଛି ।
  18. ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୧ ହଜାର ୮୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୦୭କୁ ବୃଦ୍ଧି ପାଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୫୧୨।
  19. ରାଜ୍ୟରେ ପ୍ରାୟ ୨୭ଶହରୁ ଊର୍ଦ୍ଧ ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ମୂଲ୍ୟାୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସାମିଲ ହେବେ। ତେବେ ସେମାନେ ଯେଭଳି ଯାତାୟାତରେ କୌଣସି ଅସୁବିଧା ଭୋଗ ନକରିବେ ସେଥିପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି।
  20. ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁରା ପରିବାର କରୋନାରେ ସଂକ୍ରମିତ ହୋଇଛି . ତେବେ ଶିଳ୍ପାଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.