• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କରୋନା ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହେଲା ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ବାରା ପ୍ରସ୍ତୁତ ଔଷଧ ୨-ଡିଅକ୍ସି-ଡି-ଗ୍ଲୁକୋଜ (୨-ଡିଜି), ଜରୁରୀ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କଲା ଡିସିଜିଆଇ, ଏହି ଔଷଧ ବ୍ୟବହାର ଦ୍ବାରା ରୋଗୀଙ୍କୁ କମ୍‌ ଅମ୍ଳଜାନ ଦରକାର ପଡ଼ିବ
  2. ଅମ୍ଳଜାନ ଆବଣ୍ଟନ ପାଇଁ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ
  3. ଦେଶରେ କୋଭିଡ-୧୯ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି କାରାଗାରଗୁଡିକରେ ଭିଡ କମାଇବାକୁ ସୁପ୍ରିମକୋର୍ଟଙ୍କ ଆଦେଶ। ଆବଶ୍ୟକ ନଥିଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବାକୁ ପରାମର୍ଶ
  4. ପାକିସ୍ତାନରେ ଜଣେ ହିନ୍ଦୁ ମହିଳା ସାନା ରାମଚାନ୍ଦ ଦେଶର ସମ୍ମାନଜନକ ସେଣ୍ଟ୍ରାଲ ସୁପରିଅର ସର୍ଭିସେସ (ସିଏସଏସ) ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେ ପାକିସ୍ତାନ ପ୍ରଶାସନିକ ସେବା (ପିଏଏସ)ରେ ଯୋଗଦେବେ
  5. ବ୍ରିଟେନରୁ ଭାରତକୁ ଆସୁଛି ୩ଟି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ। ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରୁ ପଣ୍ୟବାହୀ ବିମାନରେ ୧୮ ଟନ୍‍ ଓଜନର ପ୍ଲାଣ୍ଟ ଏବଂ ୧୦୦୦ ଭେଣ୍ଟିଲେଟର ଆସୁଛି
  6. କରୋନାରେ ପ୍ରାଣ ହରାଇଲେ ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ତଥା ୧୯୮୦ ଅଲିମ୍ପିକର ସ୍ବର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍‌ ସିଂହ
  7. ରାଜ୍ୟ ସରକାର ୧୮-୪୪ ବର୍ଷ ବୟସର ନାଗରିକମାନଙ୍କ ପାଇଁ ମଗାଇଥିବା କୋଭିସିଲ୍ଡ ଟିକାର ଏକ ଲକ୍ଷ ପାନ ଭୁବନେଶ୍ବରରେ ପହଞ୍ଚିଲା
  8. ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଆଜି ୧୦୩୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୦୧୯
  9. କଟକ ସହରରେ କରୋନା ସ୍ଥିତି ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ସୂଚନା। ଏସ୍‌ସିବିରେ ବଢ଼ିବ ଆଉ ୧୦୦ ବେଡ୍‌। ଏଥିରେ ୪୧ ଆଇସିୟୁ ଓ ୪୦ ଏସ୍‌ଡିୟୁ ରହିବ।
  10. ଜେଡିୟୁ ନେତା ତଥା ବିଧାନ ପରିଷଦ ତନବୀର ଅଖତରଙ୍କ କରୋନାଙ୍କ ଦେହାନ୍ତ ହୋଇଛି ।
  11. କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ନ ଥିଲେ ବି କୋଭିଡ୍‌ ହସ୍‌ପିଟାଲ୍‌ରେ ଆଡ୍‌ମିଶନ ହୋଇପାରିବ। ସାମାନ୍ୟ ଲକ୍ଷଣ ଦେଖାଯାଇଥିଲେ ରୋଗୀଙ୍କୁ ଆଡ୍‌ମିଶନ୍‌ କରାଯାଇପାରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
  12. ଶନିବାର ଦିନ ସୁପ୍ରିମକୋର୍ଟ ଏକ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି, ଯାହା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମେଡିକାଲ ଅମ୍ଳଜାନ ଏବଂ ଅତ୍ୟାବଶ୍ୟକ ଔଷଧ ବଣ୍ଟନ ଉପରେ ନଜର ରଖିବେ |
  13. ଭାରତୀୟ ହକି ଦଳର ପୂର୍ବତନ ସଦସ୍ୟ ତଥା ୧୯୮୦ ଅଲିମ୍ପିକର ସ୍ବର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍‌ ସିଂହ କରୋନାରେ ଆକ୍ରାନ୍ତ ହୋଇ ଗତ ୧୫ ଦିନ ଧରି ଚିକିତ୍ସାଧୀନ ଥିବାବେଳେ ଆଜି ଲକ୍ଷ୍ନୌରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।
  14. ନବଗଠିତ ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ଅଧିବେଶନ ଶନିବାରଠାରୁ ଆରମ୍ଭ ହୋଇଛି। ତୃଣମୂଳ କଂଗ୍ରେସ ବିଧାୟକ ବିମାନ ବାନାର୍ଜୀ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।
  15. ଭାରତରେ ଉପୁଜିଥିବା କୋଭିଡ୍‌-୧୯ ସଙ୍କଟ ପାଇଁ ଡାକ୍ତରୀ ପତ୍ରିକା ‘ଲାନ୍‌ସେଟ୍‌’ର ସମ୍ପାଦକୀୟରେ କେନ୍ଦ୍ର ସରକାରଙ୍କୁ ଦାୟୀ କରାଯାଇଛି। କେନ୍ଦ୍ର ସରକାର ‘ସୁପର୍‌ସ୍ପ୍ରେଡର୍‌’ ‌ବୋଲି କୁହାଯାଉଥିବା ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେବା ସହ ଟିକାକରଣ ଅଭିଯାନ ମଧ୍ୟ ମନ୍ଥର କରିଦେଲେ ବୋଲି ଉପରୋକ୍ତ ପତ୍ରିକାର ସମ୍ପାଦକୀୟରେ ଉଲ୍ଲେଖ ଅଛି।
  16. ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ) ଦ୍ବାରା ପ୍ରସ୍ତୁତ କରୋନା ନିବାରଣ ଔଷଧକୁ ଆଜି ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ମଂଜୁରି ଦେଇଛି। ଏହି କୋଭିଡ୍‌ ପ୍ରତିରୋଧକ ଔଷଧର ନାମ ରହିଛି ‘୨-ଡିଜି’।
  17. ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଦିନକରେ ୧୯,୨୧୬ ନୂଆ ସଂକ୍ରମଣ ମାମଲା ଆସିଥିବା ବେଳେ ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଜିଟିଭ୍‌ ହାର ୪୦ ପ୍ରତିଶତରୁ ଅଧିକ।
  18. ବ୍ରିଟେନକୁ ପଠାଯିବାକୁ ଥିବା କୋଭିଶିଲ୍ଡର ୫୦ ଲକ୍ଷ ଡୋଜ ବର୍ତ୍ତମାନ ଭାରତରେ ବ୍ୟବହୃତ ହେବ |
  19. ଅଲିଗଡ ମୁସଲିମ ବିଶ୍ଵ ବିଦ୍ୟାଳୟକୁ ଗ୍ରାସିଛି କରୋନାର ଦ୍ଵିତୀୟ ଲହର। ପରିସ୍ଥିତି ଏତେ ଭୟାନକ ଯେ ଗତ ୨୦ ଦିନରେ ୧୭ ଜଣ ପ୍ରଫେସରଙ୍କ ମୃତ୍ୟୁ କରୋନା ଏବଂ ଅନ୍ୟ ରୋଗରେ ହୋଇଛି। ପ୍ରଫେସରଙ୍କ ବ୍ୟତୀତ କରୋନାରେ ଏଏମୟୁ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି।
  20. କୋଭିଡ୍‌ରେ ଆକ୍ରାନ୍ତ ହୋଇ ୭୬ ବର୍ଷ ବୟସରେ ​‌ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଯୋଗ ଗୁରୁ ସ୍ବାମୀ ଆଧ୍ୟାତ୍ମାନନ୍ଦ । ଶନିବାର ଦିନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.