• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୂର୍ବରୁ ମେ ୧୪ରେ ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଥିବାବେଳେ ଏବେ ତାହା ମେ ୧୦ରୁ ଆରମ୍ଭ ହେବ ଓ ତାହା ଜୁନ ୨୮ ପର୍ୟ଼୍ୟନ୍ତ ଚାଲିବ ।
  2. ଜାମନଗରସ୍ଥିତ ଏହାର ବିଶୋଧନାଗାର-ତଥା-ପେଟ୍ରୋରସାୟନ କଂପ୍ଲେକ୍ସ ତଥା ଏହାର ଅନ୍ୟାନ୍ୟ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସଂପ୍ରତି ଦୈନିକ ୧୦୦୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁଛି, ଯାହା ଭାରତରେ ହେଉଥିବା ମୋଟ ଉତ୍ପାଦନର ୧୧ ପ୍ରତିଶତ।
  3. ବାଲେଶ୍ୱରର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ରେଡ୍ ବେଳେ ପୋଲିସ ୧ କେଜି ୩୬୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି । ଚୋରା ବାଇକରେ ବ୍ରାଉନସୁଗର ଚାଲାଣ ବେଳେ ଏସଟିଏଫ୍ ହାତରେ ଧରା ପଡ଼ିଛନ୍ତି ୨ ଜଣ ନିଶା ମାଫିଆ ।
  4. ଅନ୍ତର୍ଜାତୀୟ ବଡ଼ି ବିଲଡର ଓ ମିଷ୍ଟର ଇଣ୍ଡିଆ ରହିସାରିଥିବା ଜଗଦୀଶ ଲାଡ଼ ଗତ ଶୁକ୍ରବାର ବଡୋଦରାର ଏକ ହସ୍ପିଟାଲରେ କରୋନା ଭାଇରସରେ ପୀଡିତ ହୋଇ ଜୀବନ ହାରିଛନ୍ତି । ପାଖାପାଖି ୪ ଦିନ ପର୍ଯ୍ୟନ୍ତ କରୋନା ସହ ଯୁଦ୍ଧ କରିବା ପରେ ଜୀବନ ହାରିଛନ୍ତି ଜଗଦୀଶ। ମୃତ୍ୟୁ ବେଳକୁ ଜଗଦୀଶଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା।
  5. କେଜ୍ରିଓ୍ବାଲ୍‌ ସରକାର ରାଜ୍ୟରେ ଲାଗିଥିବା ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ବଢ଼ାଇ ଦେଇଛନ୍ତି। ଏହା ପୂର୍ବରୁ ଲାଗିଥିବା ଲକ୍‌ଡାଉନ୍‌ ଅବଧି ୩ ମେ’ ସକାଳ ୫ ପର୍ଯ୍ୟନ୍ତ ଥିଲା। ଯାହାକି ଏବେ ୧୦ ମେ’ ସକାଳ ୫ ଯାଏ ଘୁଞ୍ଚାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟ୍‌ରରେ ସୂଚନା ଦେଇଛନ୍ତି।
  6. ଏଣିକି ବ୍ୟକ୍ତିଗତ ବ୍ୟବହାର ପାଇଁ ଲୋକେ ବିଦେଶରୁ ଅକ୍ସଜେନ୍‌ କନସେନଟ୍ରେଟର କ୍ରୟ କରିପାରିବେ। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଅନୁସାରେ, ଅକ୍ସିଜେନ୍‌ କନସେନଟ୍ରେଟର କୌଣସି ବ୍ୟକ୍ତି ନିଜ ଅର୍ଥରେ ପୋଷ୍ଟ, କୁରିୟର ଏବଂ ଇ-କମର୍ସ ସାଇଟ୍‌ରୁ କ୍ରୟ କରିପାରିବେ ।  ତେବେ ଏହି ଅନୁମତି ୩୧ ଜୁଲାଇ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିବ ବୋଲି ବିଦେଶ ବାଣିଜ୍ୟ ମହାନିର୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।
  7. ବିଶିଷ୍ଟ ସୀତାର ବାଦକ ପଣ୍ଡିତ ଦେବବ୍ରତ (ଦେବୁ) ଚୌଧୁରୀଙ୍କ କରୋନାରେ ନିଧନ ହୋଇଯାଇଛି। ଶନିବାର ଏକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଦେବବ୍ରତ ଚୌଧୁରୀ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ପଣ୍ଡିତ ଚୌଧୁରୀଙ୍କ ପୁଅ ପ୍ରତୀତ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି।
  8. କର୍ଣ୍ଣାଟକ ମ୍ୟୁନିସିପାଲିଟି ନିର୍ବାଚନରେ ବାଜି ମାରିଛି କଂଗ୍ରେସ । ଏପ୍ରିଲ ୨୭ରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରୁ ୧୦ ସିଟରୁ କଂଗ୍ରେସ ୬, ଜେଡି(ଏସ) ୨ ଓ ବିଜେପି ଗୋଟିଏ ସିଟ୍ ହାସଲ କରିଛି । ତେବେ ଏଠାରେ ଆଗୁଆ ରହି ବାଜି ମାରିଛି କଂଗ୍ରେସ ।
  9. ଶୁକ୍ରବାର ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ ହୋଇଥିବା ବେଳେ ଶନିବାର ମଧ୍ୟ ଆଉ ଜଣଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କର କରୋନା ଯୋଗୁଁ ପରଲୋକ ହୋଇଛି ।କନୁପ୍ରିୟା ଜଣେ ଲୋକପ୍ରିୟ ଉପସ୍ତାପିକା ସହ ଜଣେ ପ୍ରଖ୍ୟାତ ଅଭିନେତ୍ରୀ ମଧ୍ୟ ଥିଲେ । ସେ ମଧ୍ୟ ବ୍ରହ୍ମକୁମାରୀ ଆଶ୍ରିତ ଥିଲେ ।
  10. ଲଣ୍ଡନ ଯାଇଥିବା ପୁନାଓ୍ବାଲା କହିଛନ୍ତି ଭ୍ୟାକସିନ୍ ଚାହିଦା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ତାଙ୍କ ପାଖକୁ ଘନଘନ ଫୋନ୍‌ ଆସୁଛି। ଏହା ସହ ତାଙ୍କୁ ଧମକ ମଧ୍ୟ ମିଳୁଛି। ଭ୍ୟାକସିନକୁ ନେଇ ଭାରତର କିଛି ଶକ୍ତିଶାଳୀ ଲୋକ ତାଙ୍କୁ ହଇରାଣ କରୁଛନ୍ତି। ସେ ଭାରତ ଫେରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି।
  11. ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ re ୪ ୱିକେଟରେ ଜିତିଲା ମୁମ୍ବାଇ । ଚେନ୍ନାଇର ଦ୍ୱିତୀୟ ପରାଜୟ ।
  12. ଚଳିତ ଏପ୍ରିଲରେ ରେକର୍ଡ ପରିମାଣର ଜିଏସଟି ସଂଗ୍ରହ ହେଲା, ମୋଟ ଆଦାୟ ହେଲା  ଦେଢ ଲକ୍ଷ କୋଟି  ।
  13. ସିବିଏସଇ ଦଶମ ପରୀକ୍ଷା ଫଳ  ଜୁନ୍ ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ । ସବୁ ସ୍କୁଲକୁ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ।
  14. ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି  ।
  15. ମ୍ସ ନିର୍ଦ୍ଦେଶକ  କହିଛନ୍ତି , କଠୋର ଲକଡାଉନ ଲାଗୁ ନ ହେଲେ ଆଉ ସମ୍ଭାଳି ହେବ ନାହିଁ ।
  16. ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୩୦୦ରୁ ଅଧିକ ଭାରତୀୟ ବୈଜ୍ଞାନିକ, ‘ସମୟ ପୂର୍ବରୁ ଭୂତାଣୁର ନୂଆ ଭ୍ୟାରିଏଣ୍ଟ ଉପରେ ଅଧ୍ୟୟନ ଜରୁରୀ’ ।
  17. ଟିକା ଅଭାବ ଭିତରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଦିଲ୍ଲୀ, ମହାରାଷ୍ଟ୍ର ସମେତ ଦେଶର ୮ଟି ରାଜ୍ୟରେ ସାଙ୍କେତିକ ଭାବେ ସାବଳକଙ୍କୁ ଦିଆଗଲା କରୋନା ଟିକା । 
  18. ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌, ଟ୍ବିଟ୍‌ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ।
  19. ମଇ ୧ ତାରିଖ ଠାରୁ ଏଲପିଜି ସିଲିଣ୍ଡର ଶସ୍ତା ହେଲା ,୧୯ କେଜି ସିଲିଣ୍ଡର ମୂଲ୍ୟରେ ୪୫ ଟଙ୍କା.୫୦ ପଇସା ହ୍ରାସ ହେଲା ।
  20. କରୋନା ବିରୋଧୀ ଲଢେଇରେ ରାଜ୍ୟମାନଙ୍କୁ ମିଳିଲା କେନ୍ଦ୍ରର ସହାୟତା । କେନ୍ଦ୍ରସରକାର ଜାରି କଲେ ଏସଡିଆରଏଫ୍ ର ପ୍ରଥମ କିସ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.