• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୯୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୧୫୩୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୮୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୮୩୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
  2. ରାଜ୍ୟରେ ଆସନ୍ତା ୫ ତାରିଖରୁ ୧୪ ଦିନିଆ ଲକଡାଉନ୍ ଲାଗୁ ହେବ । ଏହି ଲକଡାଉନ ୧୯ ତାରିଖ ଯାଏଁ ବଳବତ୍ତର ରହିବ । 
  3. ଭାରତୀୟ ପ୍ରାଶାସନିକ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଲବଣ୍ୟେନ୍ଦୁ ମାନସିଂହଙ୍କ  ଗତକାଲି ନୂଆଦିଲ୍ଲୀର ଦ୍ୱାରକା ସ୍ଥିତ ବାସଭବନରେ ହୃଦ୍ଘାତରେ ପରଲୋକ ହୋଇଯାଇଛି .
  4. 214ରୁ ଉର୍ଦ୍ଧ୍ବ ଆସନରେ ବିଜୟ ହାସଲ ସହିତ ମମତାଙ୍କ ତୃଣମୂଳ କଂଗ୍ରେସ ଦଳ (ଟିଏମ୍‌ସି) ପୁଣିଥରେ ତୃତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି।
  5. କେରଳରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଐତିହାସିକ ବିଜୟ ହୋଇଛି। ୪ ଦଶନ୍ଧିରେ ପ୍ରଥମ ଥର ବାମମେଣ୍ଟ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିଛି।
  6. ଦୀର୍ଘ ୧୦ ବର୍ଷ ପରେ ଷ୍ଟାଲିନ୍‌ଙ୍କ ନେତୃତ୍ବାଧୀନ ଡିଏମ୍‌କେ ପୁଣିଥରେ କ୍ଷମତାକୁ ଫେରିଛି। ୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ଡିଏମ୍‌କେ ୧୫୫ ଆସନରେ ଆଗୁଆ/ଅଗ୍ରଣୀ ଥିବାବେଳେ ଏଆଇଏଡିଏମ୍‌କେ ୭୫ ଆସନରେ ଆଗୁଆ ରହିଛି।
  7. ଆସାମରେ ବିଜେପି ‌ନେତୃତ୍ବାଧୀନ ଏନ୍‌ଡିଏ ପୁଣିଥରେ କ୍ଷମତାକୁ ଫେରିଛି। ୧୨୬ ଆସନ ବିଶିଷ୍ଟ ଆସାମରେ ଏନ୍‌ଡିଏ ୭୮ ଆସନରେ ବିଜୟୀ/ଅଗ୍ରଣୀ ଥିବ‌ାବେଳେ କଂଗ୍ରେସ ନେତୃତ୍ବାଧୀନ ମହାମେଣ୍ଟ ୪୭ ଆସନରେ ବିଜୟୀ/ଅଗ୍ରଣୀ ରହିଛି।
  8. ଟିଏମସି ମୁଖ୍ୟ ମମତା ବାନାର୍ଜୀ ନନ୍ଦିଗ୍ରାମ ସିଟ୍‌ରେ ପରାଜୟ ସ୍ବୀକାର କରିଛନ୍ତି। ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୭ ଭୋଟରେ ହାରିଛନ୍ତି ମମତା।
  9. ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶିଲ ମୋଦୀଙ୍କ ସାନ ଭାଇ ଅଶୋକ କୁମାରଙ୍କ କରୋନାରେ ନିଧନ ହୋଇଯାଇଛି। 
  10. ମେଟ୍ରୋ ପ୍ରୋଜେକ୍ଟସ୍‌କୁ ଗତି ଦେଉଥିବାରୁ ମେଟ୍ରୋ ମ୍ୟାନ୍‌ ଭାବେ ପରିଚୟ ଲାଭ କରିଥିବା ବେଳେ ଶ୍ରୀଧରନ ରାଜନୀତି ମୈଦାନରେ ଫେଲ୍‌ ମାରିଛନ୍ତି। 
  11.  ଟି ରବିଶଙ୍କର ରିଜର୍ଭ ବ୍ୟାଙ୍କ ଇଣ୍ଡିଆ (RBI)ର ପରବର୍ତ୍ତୀ ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି ।
  12. ମହାରାଷ୍ଟ୍ରବାସୀଙ୍କୁ ସହଯୋଗ କରିଛନ୍ତି ମହାନ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସକର । ଏଠାକାର ସରକାରଙ୍କୁ ରିଲିଫ ଫଣ୍ଡକୁ ୭ ଲକ୍ଷ ଅର୍ଥରାଶି ଦାନ କରିଛନ୍ତି ଲତା ଦିଦି ।
  13. ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ ।
  14. ଆସନ୍ତା ୧୬ ତାରିଖରେ ରବିବାର ପିପିଲିରେ ଭୋଟ୍ ଗ୍ରହଣ କରାଯିବ । ରବିବାର ସଟଡାଉନରେ ମତଦାନ କରାଯିବ ।
  15. ଅନ୍ତର୍ଜାତୀୟ ବଡ଼ି ବିଲଡର ଓ ମିଷ୍ଟର ଇଣ୍ଡିଆ ରହିସାରିଥିବା ଜଗଦୀଶ ଲାଡ଼ ଗତ ଶୁକ୍ରବାର ବଡୋଦରାର ଏକ ହସ୍ପିଟାଲରେ କରୋନା ଭାଇରସରେ ପୀଡିତ ହୋଇ ଜୀବନ ହାରିଛନ୍ତି 
  16. ଖଣ୍ଡଗିରି ଫ୍ଲାଏ ଓଭର ହେଲାଣି ରେଡି। ଫ୍ଲାଏ ଓଭର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ସପ୍ତାହେ ଭିତରେ ଯାନବାହାନ ଚଳାଚଳ ଆରମ୍ଭ ହେବ ।  ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏନ୍ ଏଚ ଏ ଆଇ ଡିଭିଜନ ର ଚିଫ ଜେନେରାଲ ମ୍ୟାନେଜର ରାମ ପ୍ରସାଦ ପଣ୍ଡା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.