• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟ ନିର୍ବାଚନ କମିସନରଙ୍କ ସହ କଥା ହୋଇ ପିପିଲିରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଥିବା ନେଇ ନିଷ୍ପତି ନେଇଛନ୍ତି । ଆସନ୍ତା ମେ’୧୬ ତାରିଖରେ ହୋଇଥାଆନ୍ତା ପିପିଲି ଉପନିର୍ବାଚନ।
  2. ରାଜ୍ୟରେ ଆହାର କେନ୍ଦ୍ର ଲକଡାଉନ ସମୟରେ ଖୋଲା ରହିବ । କିନ୍ତୁ ଆହାର କେନ୍ଦ୍ରରେ ବସି ଖାଇବାକୁ ଅନୁମିତି ଦିଆଯିବ ନାହିଁ । ଆହାର କେନ୍ଦ୍ରରୁ ପାର୍ସଲ ନେଇପାରିବେ ଲୋକେ । ଏ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।
  3. ପିପିପି ମୋଡରେ ପୁରୀରେ ଖୁବଶୀଘ୍ର ନିର୍ମାଣ କରାଯିବ ୧୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ହେବ । ଏହି କୋଭିଡ୍ ହସ୍ପିଟାଲକୁ ଭୁବନେଶ୍ୱର ସମ୍ ହସ୍ପିଟାଲ ପରିଚାଳନା କରିବ । ଏଥିରେ 20 ଟି ଆଇସିୟୁ ସହ 40 ଟି ସେମି ଆଇସିୟୁ ଓ 90ଟି ଅକ୍ସିଜେନ ଥିବା ସାଧାରଣ ବେଡ଼ ରହିବ।
  4. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ସେଠାରେ ପରିଚାଳନାକୁ ପରିପୃଷ୍ଟ କରିବାକୁ  କଟକ ମହାନଗର ନିଗମକୁ ୧୦ କୋଟି ଟଙ୍କାର ଆର୍ଥିକ ସହୟତା ପ୍ରଦାନ କରିଛନ୍ତି ।
  5. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର ପାଇଁ ରାଷ୍ଟ୍ରପତିଙ୍କୁ  ସୁପାରିଶ କରିଥିଲେ । ଏହି ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।
  6. ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ପରେ ସେମାନଙ୍କ ଟିକା କରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସୋମବାର ଦିନ ବିଏମସି ପକ୍ଷରୁ ସାମ୍ବାଦିକଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଛି।
  7. ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ରବିବାର ବ୍ୟତିତ ବାକି ସମସ୍ତ ଦିନରେ ଟିକାକରଣ ଜାରି ରହିବ । ଟିକା ନେବାକୁ ଚାହୁଁଥିବା ବ୍ୟକ୍ତିମାନେ ନିଜ ନିଜ ବ୍ୟବସ୍ଥାରେ ଯାଇ ସୋମବାରରୁ ଶନିବାର ମଧ୍ୟରେ ଟିକା ନେଇପାରିବେ
  8. ଆଯୋଧ୍ୟାରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି । ମୋଟ ୪୦ ସିଟ୍‌ରୁ ସମାଜବାଦୀ ଦଳ   ୨୪ ସିଟ୍‌ରେ ବିଜୟ ଲାଭ କରିଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୮ଟି ସିଟ୍‌ ସମାଜବାଦୀ ଦଳ
  9. ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ବିଶିମୁଣ୍ଡା ରାଧାକୃଷ୍ଣ ମଠର ମଠାଧିଶ ବାବା କହ୍ନାଇ ଚରଣ ଦାସଙ୍କୁ ନିର୍ମମ ଭାବେ କେହି ହତ୍ୟା କରିଥିବା ସୂଚନା ମିଳିଛି ।
  10. ସର୍ବସମ୍ମତି କ୍ରମେ ତୃଣମୂଳ କଂଗ୍ରେସ ନେତା ଘୋଷିତ ହେବା ପରେ ମେ ୫ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ୩ୟ ଇନିଂସ ଆରମ୍ଭ କରିବେ ମମତା ବାନାର୍ଜୀ
  11. ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ସଫଳତା ପାଇବା ପରେ ଡିଏମକେ ଅଧ୍ୟକ୍ଷ ଏମ କେ ଷ୍ଟାଲିନ୍ ମେ’ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବ । ବିଜୟ ପରେ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
  12. ସବୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ମେ ମାସରେ ହେବାକୁ ଥିବା ସବୁ ଅଫଲାଇନ ପରୀକ୍ଷାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯ଼ାଇଛି । ଏସବୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ମଧ୍ୟରେ ରହିଛି ଆଇଆଇଟି, ଏନଆଇଟି, ଟ୍ରିପଲଆଇଟି ଓ ସମସ୍ତ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ।
  13. ସୋମବାର ରାଜଧାନୀରେ ୩୦ କୋଟି ଟଙ୍କାର ମଦ ବିକ୍ରି କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି।
  14. ସଂସଦ ନିର୍ମାଣ କାର୍ଯ୍ୟ ନଭେମ୍ବର ୨୦୨୨ସୁଦ୍ଧା, ଉପ-ରାଷ୍ଟ୍ରପତି ଏନକ୍ଲେଭ ମେ’ ୨୦୨୨ସୁଦ୍ଧା ଏବଂ ଡିସେମ୍ବର ୨୦୨୨ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିର୍ମାଣ କାମ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି। 
  15. ଉଚ୍ଚ ନ୍ୟାୟାଳୟ  ଦେଉଥିବା ମୌଖିକ ମନ୍ତବ୍ୟକୁ ରିପୋର୍ଟିଙ୍ଗ୍ କରିବାରୁ ଗଣମାଧ୍ୟମକୁ ନିବୃତ୍ତ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଭାରତର ନିର୍ବାଚନ କମିସନ୍‌କୁ କହିଛନ୍ତି।
  16. ଅନୁମତି ମିଳିଲେ ଫାଇଜର ଭାରତକୁ ୭ କୋଟି ଡଲାରର ଟିକା ପଠାଇବା ସମ୍ଭାବନା ରହିଛି। ଭାରତରେ ଦେଖାଦେଇଥିବା କୋଭିଡ ଷ୍ଟ୍ରେନ୍ କେବଳ ଫାଇଜର୍ ମାଧ୍ୟମରେ ନିୟନ୍ତ୍ରିତ ହୋଇପାରିବ ବୋଲି ଇସ୍ରାଏଲୀ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
  17. ପଶ୍ଚିମବଙ୍ଗରେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ହୋଇଥିବା ହିଂସା ବିରୋଧରେ ବିଜେପି ମେ ୫ରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ବିରୋଧ ପ୍ରଦର୍ଶନ ସମୟରେ କୋଭିଡ୍ ପ୍ରଟୋକଲ ପାଳନ କରାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।
  18. ମୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟର ସିଇଓ ଆଦର ପୁନାଵାଲା ଆଶଙ୍କା ପ୍ରକଟ କରିଛନ୍ତି। କାରଣ ତାଙ୍କ ସଂସ୍ଥା ଜୁଲାଇ ବେଳକୁ ହିଁ ନିଜର ଟିକା ପ୍ରସ୍ତୁତି କ୍ଷମତାକୁ ମାସିକ ୬-୭ କୋଟିରୁ ୧୦ କୋଟି ଯାଏ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ସୁତରାଂ ସେତେବେଳକୁ ଏହି ଟିକା ଅଭାବ ଦୂର ହୋଇପାରେ ବୋଲି ସେ ଏପରି ଭବିଷ୍ୟବାଣୀ କରିଛନ୍ତି।
  19. ଆଇଆଇଟି କାନପୁର ‘ସୂତ୍ର’ ମଡେଲର ଆକଳନ ଚଳିତମାସ ଶେଷ ବେଳକୁ ସ୍ଥିତିରେ ସୁଧାର ଭୁବନେଶ୍ବର : ଆସନ୍ତା ୩-୪ଦିନ ଭିତରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.