• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ମୋଟ କରୋନା ସଂକ୍ରମଣ ୨ କୋଟି ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩,୫୭,୨୨୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୩,୪୪୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଆଜି ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୦୨,୮୨,୮୩୩ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୨,୨୨,୪୦୮କୁ ବୃଦ୍ଧି ପାଇଛି।
  2. ଓଡ଼ିଶାର  ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମେ 5 ରୁ 31 ମେ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଛି ।
  3. ଆଇପିଏଲ୍ ୨୦୨୧ ବନ୍ଦ ହେବାରୁ ବିସିସିଆଇର ୨୨୦୦ କୋଟି କ୍ଷତି , ଷ୍ଟାର ସ୍ପୋର୍ଟ୍ସ ଦେବନି ଏତିକି କୋଟି ଟଙ୍କା।
  4. ଅନଲାଇନ ପାଠପଢା ପାଇଁ ବିଦ୍ୟାଳୟ ଦେୟ ହ୍ରାସ କରନ୍ତୁ: ସର୍ବୋଚ୍ଚ ନ୍ୟାୟାଳୟ ।
  5. କଙ୍ଗନାଙ୍କ ଟ୍ୱିଟର୍ ଆକାଉଣ୍ଟକୁ ସ୍ଥାୟୀଭାବେ ଅଚଳ କଲା ଟ୍ବିଟର ।
  6. ଆସନ୍ତା ଅଗଷ୍ଟ ପହିଲା ସୁଦ୍ଧା ଭାରତରେ କୋଭିଡ୍ଜନିତ ମୋଟ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ୧୯ ହଜାର ହୋଇଯିବ ବୋଲି ଆମେରିକାର ଏକ ପ୍ରମୁଖ ସ୍ବାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନ ଭବିଷ୍ୟବାଣୀ କରିଛି ।
  7. ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ମମତା ବାନାର୍ଜୀ ।
  8. ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହର ୨୭ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି ଉଭୟ ।
  9. ଲକଡାଉନ୍ ସମୟରେ ହାଇକୋର୍ଟରେ ମାମଲା ରୁଜୁ ପାଇଁ ହେଲେ ପାଳନ କରିବାକୁ ପଡିବ ନୂଆ ଏସଓପି । ଆସନ୍ତା 5 ତାରିଖ ରୁ 14 ଦିନ ପର୍ଯ୍ୟନ୍ତ ହେଉଥିବା ଲକ ଡାଉନକୁ ନଜରରେ ରଖି ଏସଓପି ଜାରି କରିଛନ୍ତି ଓଡିଶା ହାଇକୋର୍ଟ । 
  10. ଟେକ ମହିନ୍ଦ୍ରା ଏବଂ ଡିଜେଳ ବାୟୋସାଇନ୍ସ ଗବେଷଣା ଜାରି ରଖୁଛନ୍ତି । ମେକର୍ସ ଲ୍ୟାବ ହେଉଛି ଟେକ ମହିନ୍ଦ୍ରାର ଖିସର୍ଚ ଆଣ୍ଡ ଡେଇଲପମେଣ୍ଟ ଆର୍ମା ମଲହୋତ୍ରା କହିଛନ୍ତି ଯେ ମେଜର୍ସ ଲ୍ୟାବରେ କରେନାର ଗଣିତିକ ମଡେଲିଂ ବିଶ୍ଳେଷଣ ଆରମ୍ଭ କରାଯାଇଛି।
  11. ପ୍ରମୁଖ ବୈମାନିକ ବୈଜ୍ଞାନିକ ମାନସ ବିହାରୀ ବର୍ମାଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ବିହାରର ଦରଭଙ୍ଗା ସ୍ଥିତ ତାଙ୍କ ବାସଭବନରେ ଗତରାତିରେ ସେ ହୃଦ୍ଘାତରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦେଶର ପ୍ରଥମ ହାଲୁକା ଲଢ଼ୁଆ ଯୁଦ୍ଧ ବିମାନ (ଏଲ୍ସିଏ) ‘ତେଜସ୍’ର ବିକାଶ ଦିଗରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା।
  12. କୋଭିଡ -୧୯ ବିରୋଧରେ କୋଭିସିଲ୍ଡ ଟିକା ନିର୍ମାତା କମ୍ପାନି ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନରେ ନିଜର କାରବାର ବୃଦ୍ଧି କରିବାକୁ ଯାଉଛି । ଅଦର ପୁନାୱାଲାଙ୍କ କମ୍ପାନି ବ୍ରିଟେନରେ ୨,୪୫୭ କୋଟି ଟଙ୍କା ନିବେଶ କରିବେ ବୋଲି ସୂଚନା ମିଳିଛି ।
  13. ବର୍ତ୍ତମାନ ଜେଇଇ-ମେନ ମେ ୨୦୨୧ ର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି | ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ଏ ସମ୍ପର୍କରେ ନୋଟିସ ଜାରି କରିଛି।
  14. କେନ୍ଦ୍ର ସରକାର ୨ ମାସର ମାଗଣା ରାସନ ଘୋଷଣା କରିଥିବା ବେଳେ ଦିଲ୍ଲୀ ସରକାର ଦିଲ୍ଲୀର ୭୨ ଲକ୍ଷ ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ୨ ମାସର ରାସନ ଦେବାକୁ ଘୋଷଣା କରିଛନ୍ତି ।
  15. ସମ୍ବିଧାନର ଧାରା ୧୪ ( ଆଇନ ଆଗରେ ସମସ୍ତେ ସମାନ) ଏବଂ ଧାରା ୨୧ (ଜୀବନର ସୁରକ୍ଷା ଏବଂ ବ୍ୟକ୍ତି ସ୍ବାଧୀନତା)ର ପାଳନ ସହିତ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନର ଟିକା ନୀତିର ପୁନଃ ସମୀକ୍ଷା କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି  ସୁପ୍ରିମ୍ କୋର୍ଟ ଖଣ୍ଡପୀଠ କହିଛନ୍ତି।
  16. ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଏବଂ ଓଡିଶା ସାହିତ୍ୟ ଏକାଡେମି ପକ୍ଷରୁ ପ୍ରକାଶିତ କୋଣାର୍କ ପତ୍ରିକାର ସ୍ବତନ୍ତ୍ର ସଂଖ୍ୟା ପ୍ରକାଶ କରାଯିବ।
  17. ସ୍ଵର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି । ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା  ଓଡିଆ ସାହିତ୍ୟିକ ମାନଙ୍କୁ ଏହି ପୁରସ୍କାର ଓଡିଶା ସରକାରଙ୍କ ପକ୍ଷରୁ  ପ୍ରତିବର୍ଷ  ଦିଆଯିବ।  ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।
  18. ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କୋଭିଡ-୧୯କୁ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ଅନ୍ତଃରାଜ୍ୟ ଯାତ୍ରା କାଳରେ କୋଭିଡ ପରୀକ୍ଷଣର ଆବଶ୍ୟକତା ନଥିବା କହିଛନ୍ତି। 
  19. ଇମ୍ୟୁନିଟି ସିଷ୍ଟମକୁ ବୃଦ୍ଧି କରୁଥିବା ରେମଡେସିଭିରର ଉତ୍ପାଦନରେ ତିନିଗୁଣା ବୃଦ୍ଧି ହୋଇଛି । ଯାହାଫଳରେ ପ୍ରତି ମାସରେ ୧ କୋଟି ୫ଲକ୍ଷ ଇଞ୍ଜେକ୍ସନ୍ ପ୍ରସ୍ତୁତ ହୋଇପାରିବ ବୋଲି କେନ୍ଦ୍ରୀୟ ରସାୟନ ଏବଂ ଉର୍ବରକ ରାଜ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟା ମଙ୍ଗଳବାର କହିଛନ୍ତି 
  20. ଭାରତର ଜିଡିପି ଅଭିବୃଦ୍ଧି ହାର ୧୧.୧ ପ୍ରତିଶତ ପର୍ଯ୍ୟନ୍ତ ରହିପାରେ। ତେବେ ଏହା ପୂର୍ବରୁ ଏହି ହାର ୧୧.୭ ପ୍ରତିଶତ ପର୍ଯ୍ୟନ୍ତ ଆକଳନ କରାଯାଉଥିଲା। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.