• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଇଏନଏସ  ତଲୱାର୍‍ ୪୦ଟନ୍‍ ତରଳ ମେଡିକାଲ୍‍ ଅକ୍ସିଜେନ୍‍ ବାହାରିନରୁ ଆଣି କର୍ଣ୍ଣାଟକର ନ୍ୟୁ ମାଙ୍ଗାଲୋର ବନ୍ଦରରେ  ପହଞ୍ଚିଛି
  2. ଭାରତ ଆସୁଛି ଆଉ ୩ଟି ରାଫେଲ ବିମାନ, ଜାମନଗର ବାୟୁସେନା ଘାଟିରେ ଓହ୍ଲାଇବ
  3. ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ
  4. ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଲା ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା
  5. ଚଳିତ ଖରିଫ ଋତୁରେ କୃଷକଙ୍କୁ ସମବାୟ ସଂସ୍ଥା ମାଧ୍ୟମରେ ୯ ହଜାର କୋଟି ଟଙ୍କାର ସ୍ବଳ୍ପ ମିଆଦି ଫସଲ ଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି
  6. ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ସଂକ୍ରମଣ କମୁଛି
  7. କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  8. ରାଜ୍ୟରେ ପେନ୍‌ସନ୍ ହିତାଧିକାରୀଙ୍କ ଲାଇଫ୍‌ ସାର୍ଟିଫିକେଟ୍‌ ଦାଖଲ ସମୟସୀମାକୁ ପୁନର୍ବାର ବୃଦ୍ଧି କରାଯାଇଛି।ଯେଉଁ ପେନ୍‌ସନ୍ ହିତାଧିକାରୀ ‘ପେନ୍‌ସନ୍‌ ଡିସ୍‌ବର୍ସିଂ ଅଥରିଟି’ (ଟ୍ରେଜେରି/ବ୍ୟାଙ୍କ)ଙ୍କ ନିକଟରେ ସାର୍ଟିଫିକେଟ୍‌ ଦାଖଲ କରି ନାହାନ୍ତି, ସେମାନେ ଅଗଷ୍ଟ ସୁଦ୍ଧା ଦାଖଲ କରିପାରିବେ।
  9. ଆଜି ୧୫ଟି ଜିଲ୍ଲାରେ ୧୪୦୮ ଟିକାକରଣ କେନ୍ଦ୍ର ବନ୍ଦ ରହିଥିବା ବେଳେ ଆସନ୍ତାକାଲି ୯ଟି କେନ୍ଦ୍ରରେ ଟିକାକରଣ କରାଯିବ ନାହିଁ। 
  10. ବେଙ୍ଗାଲୁରୁରେ କୋଭିଡ୍‌ ସଂକ୍ରମଣ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଛି। ପ୍ରତି ସେକେଣ୍ଡ୍‌ରେ ବେଙ୍ଗାଲୁରୁରେ ଜଣେ କରୋନା ସଂକ୍ରମିତ ହେଉଛନ୍ତି।
  11. ଚଳିତ ମାସ ୭ ବେଳକୁ ଭାରତ ଏହାର କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣର ଶୀର୍ଷ ଛୁଇଁବ ବୋଲି ସରକାରଙ୍କ କୋଭିଡ୍‌-୧୯ ସ୍ଥିତିର ପୂର୍ବାନୁମାନ ପାଇଁ ଉଦ୍ଦିଷ୍ଟ ଗାଣିତିକ ନମୁନାର ପ୍ରମୁଖ ବିଶେଷଜ୍ଞ ପ୍ରଫେସର ଏମ୍‌ ବିଦ୍ୟାସାଗର ଭବିଷ୍ୟବାଣୀ କରିଛନ୍ତି। 
  12. ଦିଲ୍ଲୀକୁ ଅକ୍ସିଜେନ୍‌ ଯୋଗାଣ ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ ଜାରି କରିଥିବା ଅବମାନନା ନୋଟିସ୍‌ ଉପରେ ଆଜି ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌ କୋର୍ଟ।
  13. ଭାରତ ଆସୁଛି ଆଉ ୩ଟି ରାଫେଲ ବିମାନ, ଜାମନଗର ବାୟୁସେନାଘାଟିରେ ଓହ୍ଲାଇବ
  14. ଆହ୍ଲାବାଦ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ନ ହେବାରୁ କୋଭିଡ ରୋଗୀଙ୍କ ମୃତ୍ୟୁକୁ ଅପରାଧିକ ଦର୍ଶାଇ ନରସଂହାର ବୋଲି କହିଛନ୍ତି
  15. ରାଜସ୍ଥାନର ସେଣ୍ଟ୍ରାଲ ଜେଲରେ ୮୦ ବର୍ଷୀୟ ଆଶାରାମଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା । ତାଙ୍କ ଅବସ୍ଥା ଦେଖି ଜେଲ ପ୍ରଶାସନ ତାଙ୍କୁ ଡାକ୍ତରଖାନା ନେଇଛନ୍ତି ।
  16. ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ନାତକ ପାଠ୍ୟକ୍ରମରେ ଆସନ୍ତା ଶିକ୍ଷାବର୍ଷଠାରୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‍ସିସି) ଶିକ୍ଷାକୁ ଏକ ସ୍ୱତନ୍ତ୍ର ବିଷୟ ଭାବେ ସାମିଲ କରାଯିବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏ ସଂକ୍ରାନ୍ତରେ ପ୍ରେରଣ ହୋଇଥିବା ଚିଠି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପହଞ୍ଚିଥିବା ଜଣାଯାଇଛି।
  17. ଏକ ଟ୍ରାଏଲ କୋର୍ଟ ଦ୍ୱାରା ସାମ୍ବାଦିକ ପ୍ରିୟା ରମାଣୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବରଙ୍କ ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ଦାୟର ଆବେଦନର ଶୁଣାଣି ଆସନ୍ତା ଅଗଷ୍ଟ ୧୧ରେ ହେବ ବୋଲି ଜଣାପଡିଛି।
  18. ଯେଉଁମାନଙ୍କ ନିକଟକୁ ଦୂରଭାଷ ଯନ୍ତ୍ର ଜରିଆରେ ବାର୍ତ୍ତା ଯିବ ସେମାନେ ହିଁ ଟିକାକରଣ କେନ୍ଦ୍ର ଯାଇ ପାରିବେ ବୋଲି ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
  19. ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୧୦,୫୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୭୭ ଓ ସୁନ୍ଦରଗଡରୁ ୧୧୮୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। 
  20. କରୋନା କଟକଣା ସମୟରେ ବାହାଘର ୫୦ ଏବଂ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୨୦ଜଣଙ୍କୁ ନେଇ କୌଣସି କାର୍ଯ୍ୟ ନିମନ୍ତେ ସ୍ୱୀକୃତିପତ୍ର ପାଇବା ଲାଗି ମଧ୍ୟ ଉପ ପୁଲିସ ଆୟୁକ୍ତ (ଡିସିପି)ଙ୍କ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ। ଏହି ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି। ଏଥିପାଇଁ ଅନୁମତି ନେବା ଲାଗି ପୁଲିସର ସହାୟକ ସଂଖ୍ୟା ୧୦୦କୁ ଯୋଗାଯୋଗ କରି ଏ ସମ୍ପର୍କରେ ସହାୟତା ନେଇ ହେବ ବୋଲି କହିଛନ୍ତି ଉପ ପୁଲିସ ଆୟୁକ୍ତ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.