• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡିଶା ରାଜ୍ୟରେ କୋରୋନା ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
  2. ତାମିଲନାଡୁରେ  ଡିଏମ୍କେ ମୁଖ୍ୟ ଏମ୍.କେ ଷ୍ଟାଲିନ୍ ଶୁକ୍ରବାର ରାଜଭବନ ପରିସରରେ ୩୪ଜଣିଆ ମନ୍ତ୍ରିମଣ୍ଡଳ ସହିତ ଶପଥ ନେବେ।
  3. କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହେବେ ଆଜି ଏଆଇଏନ୍ଆରସି ମୁଖ୍ୟ ଏନ୍. ରଙ୍ଗସ୍ବାମୀ ଶପଥ ନେବେ
  4. ପ୍ରତିଦିନ କେନ୍ଦ୍ର ଦିଲ୍ଲୀକୁ ୭୦୦ ଟନ୍‌ ଅକ୍ସିଜେନ ଦେବ । କିନ୍ତୁ ହାଇକୋର୍ଟରେ ଦିଲ୍ଲୀ ସରକାର କହିଥିଲେ ପ୍ରତିଦିନ ୫୫୦ ଟନ୍‌ ଅକ୍ସିଜେନ୍‌ର ଆବଶ୍ୟକତା ରହିଛି। ଏହାର ଅର୍ଥ କେନ୍ଦ୍ର ସରକାର ଦିଲ୍ଲୀକୁ ପାଖାପାଖି ୧୫୦ ଟନ୍‌ ଅଧିକ ଅକ୍ସିଜେନ୍‌ ଯୋଗାଇବେ ।  ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନରେନ୍ଦ୍ର ମୋଦୀଙ୍କୁ ୭୦୦ ଟନ୍‌ରୁ ଅଧିକ ଅକ୍ସିଜେନ୍‌ ଉପଲବ୍ଧ କରାଇବାକୁ ନେଇ ଧନ୍ୟବାଦ ଜଣାଇଛନ୍ତି। 
  5. ଭାରତୀୟ ଜୀବନ ବୀମା ନିଗମ ବା ଏଲ୍‌ଆଇସି କରୋନା ପରିସ୍ଥିତିକୁ ଦୃଷ୍ଚିରେ ରଖି ମେ ମାସ ୧୦ ତାରିଖରୁ ଏହାର ସମସ୍ତ କାର୍ଯ୍ୟାଳୟରେ ସପ୍ତାହକୁ ମାତ୍ର ୫ଦିନ କାମ ହେବ ବୋଲି ଘୋଷଣା କରିଛି ।
  6. କୋଭିଡ-୧୯ ର ବ୍ୟାପକ ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି |
  7. ମମତା କହିଛନ୍ତି, ପଶ୍ଚିମବଙ୍ଗରେ ନିର୍ବାଚନ ପରେ ହିଂସାରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଅଧା ଟିଏମସି କାର୍ଯ୍ୟକର୍ତ୍ତା ଥିଲେ । ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ପଶ୍ଚିମବଙ୍ଗ ସରକାର କୁଚ ବିହାର ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୫ ଜଣଙ୍କ ପରିବାରକୁ ହୋମଗାର୍ଡ ଚାକିରୀ ଦେବେ।
  8. ମଧ୍ୟପ୍ରଦେଶରେ ସରକାର କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟରେ କରୋନା କର୍ଫ୍ୟୁ ଅବଧି ୧୫ ମେ’ ଯାଏ ବଢ଼ାଇଦେଇଛନ୍ତି । ସପ୍ତାହାନ୍ତ କର୍ଫ୍ୟୁ ସକାଳ ୬ ଯାଏ ଲାଗୁ ରହିବ।
  9. ଶ୍ରୀଲଙ୍କା ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଭାରତରୁ ଯାଉଥିବା ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇଛି |
  10. ଦିଲ୍ଲୀରେ ହୋମ ଆଇସୋଲେସନ ରହୁଥିବା ରୋଗୀଙ୍କ ପାଇଁ ବଡ ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ ସରକାର । ଜରୁରୀ ପରିସ୍ଥିତିରେ ଘରେ ଆଇସୋଲେସନରେ ଥିବା ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର ।
  11. କ୍ଷମତାସୀନ ହେବା କେତେ ଘଣ୍ଟା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୁଲିସ ବ୍ୟବସ୍ଥାକୁ ପୁନଃବ୍ୟବସ୍ଥିତ କରିବା ସହ ୨୯ଜଣ ଶୀର୍ଷସ୍ତରୀୟ ପୁଲିସ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ବାଚନ କମିସନ୍‌ଙ୍କଦ୍ବାରା ସ୍ଥାନାନ୍ତରିତ ହୋଇଥିଲେ।
  12. ମାଡ୍ରାସ୍‌ ହାଇକୋର୍ଟଙ୍କ ‘ନକାରାତ୍ମକ’ ମନ୍ତବ୍ୟ ବିରୋଧରେ ନିର୍ବାଚନ କମିସନ୍‌ କରିଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ ରାୟ ଦେଇ କହିଛନ୍ତି, ଅଦାଲତର ବିଚାରଧାରା ‘ରିପୋର୍ଟିଙ୍ଗ୍‌’ କରିବାରେ ଗଣମାଧ୍ୟମ ଉପରେ କୌଣସି କଟକଣା ନାହିଁ। ଏହା ହେଉଛି ବାକ୍‌ ସ୍ବାଧୀନତା ଏବଂ ମତ ପରିପ୍ରକାଶର ଅବିଚ୍ଛେଦ୍ୟ ଅଂଶ।
  13. ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଅଦର୍‌ ପୁନାୱାଲା ଏବଂ ତାଙ୍କ ପରିବାରକୁ ‘ଜେଡ୍‌+’ ସୁରକ୍ଷା ଯୋଗାଇ ଦେବାକୁ ଦାବି କରି ବୁଧବାର ଦିନ ବମ୍ବେ ହାଇକୋର୍ଟରେ ‘ରିଟ୍‌ ପିଟିସସନ୍‌’ ଦାଏର କରାଯାଇଛି।
  14. କେବଳ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଓଡିଶା ରାଜ୍ୟରେ ୧୭ ଲକ୍ଷ ୪୭ ହଜାର ଲୋକ ଅପେକ୍ଷା କରି ରହିଛନ୍ତି । ରାଜ୍ୟରେ ୬୦ ବର୍ଷରୁ ଅଧିକ ୧୧ ଲକ୍ଷ ୭୧ ହଜାର ଲୋକ ସେମାନଙ୍କ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଅନାଇ ବସିଛନ୍ତି ।
  15. ଓଡ଼ିଶାରେ କରୋନା ମହାମାରୀ ସମୟରେ  କେବଳ ଏପ୍ରିଲ ମାସରେ ଲୋକଙ୍କୁ ଫୋନ କରି ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ସାଇବର ଲୁଟେରା ଲୁଟିନେଇଛନ୍ତି |
  16. ଆସନ୍ତା ୩ ଦିନ ଭିତରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆହୁରି ୨୮ ଲକ୍ଷ ଟିକା ଯୋଗାଇ ଦିଆଯିବ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ମିଶି କେନ୍ଦ୍ର ସରକାର କୋଭିଡ ମହାମାରୀ ବିରୁଦ୍ଧରେ ସଂଗ୍ରାମର ନେତୃତ୍ୱ ନେଉଛନ୍ତି।
  17. ୨୦୨୨ ଜୁନ୍‌ ସୁଦ୍ଧା  ଭୁବନେଶ୍ବରରେ ଟିକା ଉତ୍ପାଦନ ୟୁନିଟ୍‌ର ନିର୍ମାଣ ଆରମ୍ଭ ହେବ , କୋଭାକ୍ସିନ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ବାୟୋ-ଟେକ୍ନୋଲୋଜି ଇନ୍‌କ୍ୟୁବେସନ୍‌ ପ୍ରୋତ୍ସାହନ ନିମନ୍ତେ ୧୫କୋଟି ଟଙ୍କାର ପ୍ରାବଧାନ କରାଯାଇଛି  ।
  18. ଓଡିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି କରିଛି , ଆଜି ସୁଦ୍ଧା ୩୪୫ଟି ଟ୍ୟାଙ୍କର୍‍ ଯୋଗେ ପଠାଯାଇଛି ଅମ୍ଳଜାନ।
  19. ଅତିରିକ୍ତ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା, ୧୫ ଲକ୍ଷ ଡୋଜ ଟିକା ଦେବାକୁ କେନ୍ଦ୍ରକୁ ନିବେଦନ କରିଛୁ ।
  20. କରୋନା ସଚେତନତା ନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୫କୋଟି ଜରିମାନା ଆଦାୟ ହୋଇଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.