- ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୧୦୩୨୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୫୭୭୯ ଓ ସ୍ଥାନୀୟ ସଂକ୍ରମିତ ୪୫୪୨ ଜଣ ରହିଥିବା ଜଣାଯାଇଛି। ଚିହ୍ନଟ କରାଯାଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୬୬ ଜଣଙ୍କୁ ଚିହ୍ନଟ କରାଯାଇଛି।
- 24 ମଇରୁ ତିନି ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ ବୋଲି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି .
- ଓଡ଼ିଶାରେ ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ ମଧ୍ୟ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
- ସାଧାରଣ ଲୋକଙ୍କ ସୁରକ୍ଷା ଏବଂ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ଏକ ୱେବସାଇଟ ଲଞ୍ଚ କରାଯାଇଛି । ବିବାହ ଓ ଅନ୍ତେଷ୍ଟିକ୍ରିୟା ପାଇଁ ଅନୁମତି ଚାହୁଁଥିଲେ www.bhubaneswarcuttackpolice.gov.in ୱେବସାଇଟରେ ଆବେଦନ କରିବାକୁ ପଡିବ ।
- କରୋନା ମହାମାରୀ ଭାରତରେ ଗୋଟିଏ ଦିନରେ ୫୦ ଜଣ ଡାକ୍ତରଙ୍କ ଜୀବନ ନେଇଛି। ଏହାର ଦ୍ୱିତୀୟ ଲହର ବ୍ୟାପିବା ଦିନଠାରୁ ଇତିମଧ୍ୟରେ ଦେଶରେ ୨୪୪ ଜଣ ଡାକ୍ତରଙ୍କର ଏଥିରେ ମୃତ୍ୟୁ ଘଟିସାରିଲାଣି। ଗତବର୍ଷ ପ୍ରଥମ ପର୍ଯ୍ୟାୟ ସଂକ୍ରମଣରେ ମୋଟ ୭୩୬ ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଥିଲା।
- ଦେଶର ହୃଦ୍ରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ ୬୨ ବର୍ଷରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।
- କରୋନାରେ ଆଖି ବୁଜିଛନ୍ତି ପୂର୍ବତନ ଜାତୀୟ ଭାର ଭାରତ୍ତୋଳନକାରୀ ସ୍ବର୍ଣ୍ଣବିଜେତା ମଧୁଲିତା ରାଉତ। ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା। ସେ ରାଉରକେଲା ଇସ୍ପାତ କାରଖାନା (ଆରଏସପି) ସିନିୟର ଫିଲ୍ଡ ଆସିଷ୍ଟାଣ୍ଟ ଏବଂ ପ୍ରୋଟୋକଲ ଅଧିକାରୀ ଥିଲେ।
- ମହାରାଷ୍ଟ୍ର, ଗୁଜରାଟରେ ବାତ୍ୟା 'ତାଉତେ'ର ତାଣ୍ଡବ: ମୁମ୍ବାଇରେ ୧୧୪ କିମି ବେଗରେ ବହିଲା ପବନ, ଗୋଆରେ ହେଲା ଭୀଷଣ ବର୍ଷା।
- ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ ।
- ‘ଦୀର୍ଘ କାର୍ଯ୍ୟ ସମୟ’ ବା ସୀମା ଠାରୁ ଅଧିକ ସମୟ କାର୍ଯ୍ୟ କରିବା କାରଣରୁ ହୃଦ୍ରୋଗ ଓ ‘ଷ୍ଟ୍ରୋକ୍’ ଜନିତ ମୃତ୍ୟୁ ବୃଦ୍ଧି ପାଉଛି ବୋଲି ସୋମବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦାବି କରିଛି।
- ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ଗାଁରେ ତାଲାବନ୍ଦ ନିଷ୍ପତ୍ତି ନେଇପାରିବେ ସରପଞ୍ଚ। କୋଭିଡ଼ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସାମିଲ ହେବ ଗାଁ କଲ୍ୟାଣ ସମିତି, ଘରକୁ ଘର ବୁଲି ସର୍ଭେ କରିବେ ଏଏନ୍ଏମ୍ ଓ ଆଶାକର୍ମୀ।
- ଶିବସୁନ୍ଦର ଦାସ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ ନିଯୁକ୍ତ।
- ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସଂଗ୍ରହାଳୟ (ମ୍ୟୁଜିୟମ) ଦିବସ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରଖାଯାଇଛି ‘ସଂଗ୍ରହାଳୟଗୁଡିକର ଭବିଷ୍ୟତ: ପୁନରୁଦ୍ଧାର ଓ ପୁନଃପରିକଳ୍ପନା’।
- କରୋନାର ଦେଶୀ ଔଷଧ, ‘ଟୁ-ଡିଜି’କୁ ଉଦଘାଟନ କଲେ ସରକାର , ପାଉଡର ଆକାରରେ ରହିଛି ଔଷଧ, ପାଣି ସହ କରିବାକୁ ହେବ ସେବନ।
- ମେକ୍ସିକୋ ସୁନ୍ଦରୀ ଆଣ୍ଡ୍ରିଆ ମେଜା ୨୦୨୦ର ମିସ୍ ୟୂନିଭର୍ସ ମୁକୁଟ ବିଜୟିନୀ ହୋଇଛନ୍ତି।
- ଆସନ୍ତା ଛଅ ସପ୍ତାହ ମଧ୍ୟରେ ଏହା ୮୦ ନିୟୁତ କୋଭିଡ ଟିକା ଯୋଗାଇବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସେ କହିଛନ୍ତି, ତାଙ୍କ ରାଷ୍ଟ୍ର ଟିକା ଯୋଗାଣରେ ବିଶ୍ୱରେ ପ୍ରମୁଖ ସ୍ଥାନ ନେବ। ଏହା ଆଷ୍ଟ୍ରାଜେନେକା କୋଭିଡ ଟିକା ଯୋଗାଇଦେବ।
- ଆସନ୍ତା ସପ୍ତାହରୁ କୋୱିନ ପୋର୍ଟାଲ ହିନ୍ଦୀ ଏବଂ ଅନ୍ୟ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ।
- ବିଶ୍ବର ୧ନଂ ପୁରୁଷ ଟେନିସ୍ ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିକ୍ଙ୍କୁ ପରାସ୍ତକରି ଇଟାଲିଆନ୍ ଓପନ୍ ଚମ୍ପିଆନ୍ ହେବା ସତ୍ତ୍ବେ ସ୍ପେନ୍ର ରାଫେଲ ନାଦାଲ ଏଟିପି ସିଙ୍ଗଲ୍ସ ମାନ୍ୟତାରେ ୩ୟ ସ୍ଥାନରେ ରହିଛନ୍ତି।
- ଘରୋଇ ଇଂଲଣ୍ଡ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବଂ ପରେ ଭାରତ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ର ଫାଇନାଲ ମ୍ୟାଚ୍ ଖେଳିବା ଲାଗି ନ୍ୟୁଜିଲାଣ୍ଡ ଟେଷ୍ଟ ଦଳର ଅଧିନାୟକ ଖେଳାଳି ସୋମବାର ଲଣ୍ଡନରେ ପହଞ୍ଚିଛନ୍ତି।
- କୋଭିଡ ମୁକାବିଲା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ଅଭିନେତା ରଜନୀକାନ୍ତ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୋମବାର ସେ ଷ୍ଟାଲିନଙ୍କୁ ଭେଟି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଉକ୍ତ ଅର୍ଥ ଦାନ କରିଛନ୍ତି
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.