• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ରାଜ୍ୟରେ ଗୋଟିଏ ଦିନରେ ୧୦ ହଜାର ୩୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩୨୯ ଜଣ ସଂକ୍ରମିତ ରହିଛନ୍ତି ।
  2. ଗତ 24 ଘଣ୍ଟା ମଧ୍ୟରେ ଭାରତ ଦିନକୁ 4,03,738 ତାଜା COVID-19 ମାମଲା ରେକର୍ଡ କରିଛି, ଯାହା ରବିବାର ଦିନ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ 2,22,96,414 ରେ ପହଞ୍ଚିଛି ।
  3. ଆଗାମୀ ୨୦୨୨ ମାର୍ଚ୍ଚ ସୁଦ୍ଧା ଦେଶରେ ୩୬ କୋଟି ଭାରତୀୟଙ୍କୁ ସ୍ପୁଟନିକ-୫ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସମୟ ମଧ୍ୟରେ ଭାରତ ରୁଷଠାରୁ ୩୬୧ ନିୟୁତ ଟିକା ଆମଦାନୀ କରିବ। ଗତ ୧ ତାରିଖରେ ଭାରତ ୧୫ ଲକ୍ଷ ପାନ (ଡୋଜ୍) ସ୍ପୁଟନିକ-୫ ଟିକା ରୁଷଠାରୁ ଆଣିଛି।
  4. କରୋନା ଭୂତାଣୁ ବାୟୁ ମାଧ୍ୟମରେ ବ୍ୟାପିବା ନେଇ ପ୍ରକାଶିତ ତଥ୍ୟକୁ ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିକାର କେନ୍ଦ୍ର (ସିଡିସି) ସ୍ବୀକାର କରିଛି। କରୋନା ଭୂତାଣୁ ‘ସାର୍ସ-ସିଓଭି-୨’ ସଂକ୍ରମଣ ସଂକ୍ରାନ୍ତ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ମାର୍ଗଦର୍ଶିକାରେ ମଧ୍ୟ ‘ସିଡିସି ଏ ତଥ୍ୟ ସାମିଲ କରିଛି।
  5. ଭାରତରେ ପହଞ୍ଚିବାରେ ଲାଗିଛି ବିଶ୍ବ ସମୁଦାୟର ବିପୁଳ ସହାୟତାରୁ  ରାଜ୍ୟଗୁଡିକୁ ଦିଆଗଲାଣି ୧୬ଟି ଅକ୍ସିଜେନ ଜେନେରେଟର୍ ପ୍ଲାଣ୍ଟ, ୪୬୬୮ ଭେଣ୍ଟିଲେଟର୍ ।
  6. ୨୦୨୨ ମାର୍ଚ୍ଚ ସୁଦ୍ଧା ଦେଶରେ ୩୬ କୋଟି ଭାରତୀୟଙ୍କୁ ସ୍ପୁଟନିକ-ଭି ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି, ଏହି ସମୟ ମଧ୍ୟରେ ଭାରତ ରୁଷଠାରୁ ୩୬୧ ନିୟୁତ ଟିକା ଆମଦାନୀ କରିବ ।
  7. ହିମନ୍ତ ବିଶ୍ଵଶର୍ମା ହେବେ ଆସାମ ମୁଖ୍ୟମନ୍ତ୍ରୀ, ବିଜେପି ବିଧାୟକ ଦଳ ନେତା ନିର୍ବାଚିତ।
  8. କରୋନା ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ଅମ୍ଳଜାନ, ଔଷଧ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଉପରୁ ଜିଏସଟି ସମେତ  ସମସ୍ତ ପ୍ରକାର ଶୁଳ୍କ ଛାଡ଼ କରିବାକୁ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
  9. କୋଭିଡ-୧୯ ମହାମାରୀ ମୁକାବିଲା ନିମନ୍ତେ ଦେଶର ୨୫ ରାଜ୍ୟର ପଞ୍ଚାୟତ ପାଇଁ ଅର୍ଥ  ମନ୍ତ୍ରଣାଳୟର ୮୯୨୩.୮ କୋଟି  ପ୍ରଥମ  କିସ୍ତିରେ  ଟଙ୍କା ମଞ୍ଜୁର କରିଛି ।
  10. ୟୁନିସେଫ୍ର କାର୍ଯ୍ୟକାରୀ ନିର୍ଦେଶକ ହେନରିଟ୍ଟା ଏଚ୍ ଫୋର କହିଛନ୍ତି ଯେ ଭାରତରେ କରୋନା ସଂକ୍ରମଣ ଯେଉଁପରି ଭାବେ କାୟା ବିସ୍ତାର କରୁଛି ତାହା ଆଗାମୀ ଦିନରେ ଆହୁରି ଭୟଙ୍କର ରୂପ ନେଇପାରେ,ଏହା ସମଗ୍ର ବିଶ୍ବ ପାଇଁ ସତର୍କ ଘଣ୍ଟି ।
  11. ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ପ୍ରତିଷ୍ଠା କରିବା ପାଇଁ ମହାନଦୀ କୋଲ ଫିଲ୍ଡ(ଏମସିଏଲ୍) ବୋର୍ଡ ଅନୁମୋଦନ ଦେଇଛି, ଏଥିଲାଗି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
  12. ୟୁପିଏସସି ଦ୍ବାରା ଆୟୋଜିତ ପ୍ରାରମ୍ଭିକ ପରୀକ୍ଷାଗୁଡ଼ିକର ପ୍ରସ୍ତୁତି କରୁଥିବା ପ୍ରାର୍ଥୀମାନଙ୍କ ଲାଗି ଅଶ୍ଵସ୍ତିକର ଖବର। କରୋନା ମହାମାରୀ ଯୋଗୁ ୨୦୨୦ରେ ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପ୍ରାର୍ଥୀମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
  13. ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ ହେବାକୁ ଥିବାବେଳେ ମମତା ବାନାର୍ଜୀଙ୍କ ଦଳର ଅଂଶ ଭାବରେ ଆଜି ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏହି ଦଳର ୨୫  ଜଣ ଚେହେରା ଙ୍କ ମଧ୍ୟରେ 18 ଜଣ ନୂଆ ଅଛନ୍ତି। ୪୩  ଜଣଙ୍କ ମଧ୍ୟରୁ 9 ଜଣ ରାଜ୍ୟ ମନ୍ତ୍ରୀ ହେବେ।
  14. କୋଭିଡ-୧୯ ମହାମାରୀ ମୁକାବିଲା ନିମନ୍ତେ ଦେଶର ୨୫ ରାଜ୍ୟର ପଞ୍ଚାୟତ ପାଇଁ ଅର୍ଥ ମନ୍ତ୍ରଣାଳୟର ୮୯୨୩.୮ କୋଟି ଟଙ୍କା ମଞ୍ଜୁର| Rural Local Bodies ପ୍ରଥମ କିସ୍ତିର 2021-22 ବର୍ଷ ପାଇଁ ଘୋଷଣା ହୋଇଥିବା  ହୋଇଥିବା ଅନୁଦାନରେ ଓଡିଶା  333.8 କୋଟି ପାଇଛି ।
  15. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର କହିଛନ୍ତି ଯଦିଓ ଜାତୀୟ ରାଜଧାନୀରେ କୋଭିଡ ସଂକ୍ରମଣର ଦୈନିକ କୋଭିଡ ସଂକ୍ରମଣ  ହାର 23% ରହିଛି, ତଥାପି କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ କେଜ୍ରିୱାଲଙ୍କ ଦ୍ୱାରା ଏପ୍ରିଲ୍ 19 ରେ ଘୋଷଣା କରାଯାଇଥିବା ଦିଲ୍ଲୀରେ ଚାଲିଥିବା  ଲକ ଡାଉନ   ସୋମବାର ଦିନ ସକାଳେ ଶେଷ ହେବ, ଯାହା ଆସନ୍ତା ମେ 17 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
  16. ଆସନ୍ତାକାଲି ଆସାମର ନୂତନ ସିଏମ୍ ଭାବରେ ହିମନ୍ତ ବିଶ୍ବଶର୍ମା  ଶପଥ ଗ୍ରହଣ କରିବେ। ଆଜି ଗୁଆହାଟୀରେ ଆୟୋଜିତ ବିଧାନସଭା ପାର୍ଟି ବୈଠକରେ  ଶ୍ରୀ ସୋନୋୱାଲ ଶ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନାମ ପ୍ରସ୍ତାବ ଦେଇଥିଲେ।
  17. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ବାର୍ଷିକ 2 ପରୀକ୍ଷା ଚଳିତ ବର୍ଷ ଜୁନ୍ ମାସରେ ହେବାର ସମ୍ଭାବନା ନାହିଁ | COVID-19 ର ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ପରୀକ୍ଷା ପୂର୍ବରୁ ରାଜ୍ୟ ସରକାର ସ୍ଥଗିତ ରଖିଥିଲେ।
  18. ପ୍ରଖ୍ୟାତ ଓଡ଼ିଆ ସ୍ଥପତି  ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ଶେଷ ନିଶ୍ୱାସ ତ୍ୟାଗ କୋଭିଡ-୧୯ରେ ଆକ୍ରାନ୍ତ ୭୮ ବର୍ଷ ବୟସ୍କre ପ୍ରଖ୍ୟାତ ଓଡ଼ିଆ ସ୍ଥପତି  ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍)ରେ ଦେହାନ୍ତ  ହୋଇଛି ।
  19. ସୋମବାର ଦିନ ଖୋଲିବାକୁ ଥିବା ଦିଲ୍ଲୀର ରାକବ ଗଞ୍ଜ ଗୁରୁଦ୍ୱାରରେ ଥିବା କୋଭିଡ-କେୟାର ସୁବିଧା ପାଇଁ  ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ୨  କୋଟି ଟଙ୍କା  ଦେଇଛନ୍ତି ବୋଲି ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ମନଜିନ୍ଦର ସିଂ ସିର୍ସା କହିଛନ୍ତି ।
  20. ସୁପ୍ରିମକୋର୍ଟଙ୍କ ଦ୍ୱାରା  ସମଗ୍ର ଦେଶରେ ମେଡିକାଲ ଅମ୍ଳଜାନ ବିତରଣକୁ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ଥାପିତ ୧୨  ଜଣିଆ ଜାତୀୟ ଟାସ୍କ ଫୋର୍ସର ପ୍ରଥମ ବୈଠକ  ରବିବାର ଦିନ ଅନୁଷ୍ଠିତ ହୋଇଥିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.