• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଉତ୍ତର ପ୍ରଦେଶ ଏବଂ ବିହାର ସୀମାନ୍ତରେ ଗଙ୍ଗାନଦୀରେ ୪୫ରୁ ଅଧିକ ମଣିଷଙ୍କ ମୃତଦେହ ଭାସୁଛି। ସେଗୁଡିକ ପଚିଯାଇ ଏବେ ବିହାର ପଟ ବକ୍ସର ଜିଲାର ଚଉସା ନିକଟରେ ନଦୀ କୂଳରେ ଲାଗିରହିଛି।
  2. ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୯ ହଜାର ୭୯୩ ନୂଆ ସଂକ୍ରମିତ। ଏହାକୁ ମିଶାଇ ରାଜ୍ୟରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୪ ହଜାର ୬୬୬କୁ ବୃଦ୍ଧି ପାଇଛି। 
  3. ଓଡ଼ିଶାର ଜଣେ ଜଣାଶୁଣା ଫୁଟ୍‌ବଲ ଖେଳାଳି କିଶୋର ଦାସଙ୍କର ସୋମବାର ସକାଳୁ ରାଉରକେଲାରେ ପରଲୋକ ଘଟିଛି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।
  4. ଭାରତୀୟ ପୁରୁଷ ଫୁଟବଲର ପୂର୍ବତନ ଡିଫେଣ୍ଡର ତଥା ୧୯୬୨ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଫର୍ଚୁନାଟୋ ଫ୍ରାଙ୍କୋଙ୍କ ସୋମବାର ଦେହାନ୍ତ ହୋଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। 
  5. କରୋନା ମହାମାରୀର ପ୍ରଭାବ ମଧ୍ୟରେ ନେପାଳରେ ପୁଣି ରାଜନୈତିକ ସଂକଟ ଦେଖାଦେଇଛି। ନେପାଳର ପ୍ରଧାନମନ୍ତ୍ରୀ ତଥା ସିପିଏନ୍-ୟୁଏମ୍ଏଲ୍ (କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ-ୟୁନିଫାଏଡ୍ ମାର୍କ୍ସବାଦୀ ଲେନିନିଷ୍ଟ) ନେତା ଖଡ୍ଗ ପ୍ରସାଦ ଶର୍ମା ଓଲି ସୋମବାର ସଂସଦରେ ଆସ୍ଥା ଭୋଟରେ ହାରିଯାଇଛନ୍ତି।
  6. ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ରୁଆ ହସ୍ପିଟାଲର ଆଇସିୟୁ ଭିତରେ ଅମ୍ଳଜାନ ଯୋଗାଣରେ ସମସ୍ୟା ହେତୁ ଅତି କମରେ ୧୧ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଚିତ୍ତୋର ଜିଲ୍ଲା କଲେକ୍ଟର ଏମ ହରି ନାରାୟଣନ କହିଛନ୍ତି।
  7. ଦେଶବାସୀଙ୍କୁ ୧୭ କୋଟି ଟିକା ଦେବାରେ ଭାରତ ବିଶ୍ବର ଦ୍ରୁତତମ ରାଷ୍ଟ୍ର ହେବାର ବିରଳ କୀର୍ତ୍ତି ଅର୍ଜନ କରିଛି। ଟିକାକରଣ ଅଭିଯାନ ଆରମ୍ଭର ୧୧୪ ଦିନରେ ଭାରତ ଏହି ଲକ୍ଷ୍ୟ ହାସଲ କରିଛି। ବିଶ୍ବର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନ୍‌କୁ ଏଥିପାଇଁ ୧୧୯ ଦିନ ଲାଗିଥିବା ବେଳେ ବହୁ ଚର୍ଚ୍ଚିତ ଆମେରିକା ୧୧୫ ଦିନରେ ତାହା କରିପାରିଥିଲା।
  8. ଅଭିନେତା ସୋନୁ ସୁଦ୍ ଭାରତରେ କୋଭିଡ-୧୯ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ଫ୍ରାନ୍ସ ଓ ଅନ୍ୟ କେତେକ ଦେଶରୁ ଅମ୍ଳଜାନ ପ୍ଲାଣ୍ଟ ଆଣୁଥିବାର ଖବର ମିଳିଛି। ଏହାକୁ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ।
  9. କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୧୮ କୋଟି କୋଭିଡ ଟିକା ମାଗଣାରେ ଯୋଗାଇଦେଇ ସାରିଲେଣି, ଆଗାମୀ ତିନିଦିନ ମଧ୍ୟରେ ସେମାନଙ୍କୁ ୯ ଲକ୍ଷ ପାନରୁ ଅଧିକ ଟିକା ଯୋଗାଇ ଦିଆଯିବ
  10. ବିଜେପି ନେତା ହିମନ୍ତ ବିଶ୍ଵଶର୍ମାଙ୍କ ଆସାମର ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ। ରାଜ୍ୟପାଳ ଜଗଦୀଶ ମୁଖୀ ବିଶ୍ଵଶର୍ମାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଛନ୍ତି
  11. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି। ସୋମବାର କଲକାତାସ୍ଥିତ ରାଜଭବନରେ ଏହି ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି।
  12. କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି: ଓଡ଼ିଶାବାସୀ ଯେପରି ସୁବିଧାରେ ଟିକା ପାଇ ପାରିବେ ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରମୁଖ ଟିକା କମ୍ପାନୀରୁ ଟିକା ସଗ୍ରହ ଲାଗି ରାଜ୍ୟ ସରକାର ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରିବେ।
  13. ଓଡ଼ିଶାରେ ପ୍ରଥମ ବ୍ଲାକ ଫଙ୍ଗସ୍‌ ରୋଗୀ ଚିହ୍ନଟ
  14. ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ସ୍କିମ୍‌ରେ ପଞ୍ଜାବ ଚାଷୀଙ୍କୁ ୨୧,୫୮୮ କୋଟି ଟଙ୍କା ଓ ହରିୟାଣାର ଚାଷୀଙ୍କୁ ୧୧,୭୮୪ କୋଟି ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି।
  15. ଭାରତରେ ଏବେ କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ବ୍ୟାପୁଛି। ଦେଶରେ ବ୍ୟାପୁଥିବା  ଭୂତାଣୁ ପ୍ରକାର ଅଧିକ ସଂକ୍ରାମକ ଓ ସଂକ୍ରମଣକାରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ବୈଜ୍ଞାନିକ ଡା.ସୌମ୍ୟା ସ୍ୱାମୀନାଥନ ସୋମବାର କହିଛନ୍ତି। ଦେଶରେ ସଂକ୍ରମଣର ପ୍ରସାର ବିଷମ ରହିଛି। ଏଣୁ ଟିକା ନେଇ ସଂକ୍ରମଣର ଜଟିଳତା ହ୍ରାସ କରାଯାଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
  16. ଜଣେ ମହିଳା ନିଜର ୫ ଜଣ ନାବାଳିକା ଝିଅଙ୍କୁ ଧରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ପ୍ରାୟସ କରିଥିଲେ । ତେବେ ଘଟଣାସ୍ଥଳରେ ୩ ଝିଅ ଏବଂ ମା’ ର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟବଶତଃ ୨ ନାବାଳିକା ଝିଅ ନିଶ୍ଚିତ‌ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ମା’ ର ହାତ ମଥାରେ ରହିଲେ ସବୁକ୍ଷେତ୍ରରେ ସଫଳତା ମିଳେ ବୋଲି ଲୋକକଥା ରହିଛି କିନ୍ତୁ ଏ କ୍ଷେତ୍ରରେ ତାହାର ଓଲଟା ଦେଖିବାକୁ ମିଳିଛି । ମା’ ର ହାତ ଛାଡିଦେବାରୁ ବଞ୍ଚିଯାଇଛି ୨ ନୀରିହ ଶିଶୁଙ୍କ ଜୀବନ ।
  17. ଆଫଗାନିସ୍ତାନ ମଜାର-ଏ-ଶରିଫରେ ଅବସ୍ଥାପିତ ଭାରତୀୟ କନସୁଲେଟ୍ ଜେନେରାଲ ଭିନେଶ କାଲରାଙ୍କ ସୋମବାର ପରଲୋକ ହୋଇଛି। ସେ କୋଭିଡ-୧୯ରେ ଆକ୍ରାନ୍ତ ଥିଲେ ଓ କାବୁଲର ଏକ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। 
  18. ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଜୟ ପରେ ରାଜ୍ୟରେ ହିଂସାତ୍ମକ ଘଟଣା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୬୧ ବିଧାୟକଙ୍କୁ X କାଟାଗୋରୀର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି। ପଶ୍ଚିମବଙ୍ଗର ୬୧ ବିଜେପି ବିଧାୟକଙ୍କୁ ସିଆଇଏସଏଫ ସୁରକ୍ଷାର ବିସ୍ତୃତ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। 
  19. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟ ଗଠନ ପରେ ମନ୍ତ୍ରାଳୟ ବଣ୍ଟନ କରିଛନ୍ତି। ମମତା ନିଜ ପାଖରେ ୬ ମନ୍ତ୍ରାଳୟ ରଖିଥିବା ବେଳେ ୪୩ ସଦସ୍ୟ ବିଶିଷ୍ଟ କ୍ୟାବିନେଟ୍‌ରେ ୨୦ ନୂଆ ଚେହେରା ସାମିଲ ହୋଇଛନ୍ତି। 
  20. ଭେଟେରାନ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀଙ୍କ ୪୦ ବର୍ଷର ପୁରୁଣା ବ୍ୟକ୍ତିଗତ ସଚିବ ମାର୍କଡେୟ ମେହେଟ୍ଟାଙ୍କର କରୋନା ସଂକ୍ରମଣରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.