• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କୋଭିଶିଲ୍ଡ ଡୋଜ୍ ମଧ୍ୟରେ ବଢିଲା ବ୍ୟବଧାନ ସମୟ । କୋଭିଶିଲ୍ଡ ଟିକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ କେନ୍ଦ୍ର ଗୁରୁବାର ଅନୁମୋଦନ କରିଛି।
  2. କରୋନାର ଦ୍ୱିତୀୟ ଲହରରେ ଅଧିକ ଯୁବପିଢ଼ି ଆକ୍ରାନ୍ତ ହେଉଛନ୍ତି। ପ୍ରଥମ ଲହରରେ ୧୫ରୁ ୪୦ବର୍ଷୀୟ ଯୁବକମାନେ ଅତି ବେଶିରେ ୩୦ରୁ ୩୫ % ଆକ୍ରାନ୍ତ ହେଉଥିବାବେଳେ ଏବେ ଏହା ୬୫ପ୍ରତିଶତରୁ ଊର୍ଦ୍ଧ୍ବ ରହୁଛନ୍ତି।
  3. ଭାରତରେ ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା ଉପଲବ୍ଧ ହେବ
  4. ‘ସ୍ପୁଟନିକ ଭି’ ଟିକା  ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ଉପଲବ୍ଧ ହେବ
  5. ଦିଲ୍ଲୀ ହାଇକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି, କଲ୍‌ର ଟ୍ୟୁନ୍‌ରେ ଗୋଟିଏ ବିରକ୍ତିକର ବାର୍ତ୍ତା ବଜେଇ ଆସୁଛ। ଯେତେବେଳେ କେହି ଜଣେ ଅନ୍ୟ ଜଣକୁ ଫୋନ୍‌ କରୁଛି କଲ୍‌ର ଟ୍ୟୁନ୍‌ରେ ଟିକା ନେବାକୁ କୁହାଯାଉଛି, ଯେତେବେଳେ କି ସରକାରଙ୍କ ପାଖରେ ଟିକା ନାହିଁ।
  6. ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ ଦଳରେ ବିଦ୍ରୋହ, ସିଦ୍ଧୁଙ୍କୁ କଂଗ୍ରେସରୁ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନିକଟରେ ୭ ମନ୍ତ୍ରୀଙ୍କ ଫେରାଦ।
  7. ଭାରତରେ ମିଳିଥିବା କରୋନାର ନୂଆ ଭାରିଆଣ୍ଟ ୪୪ ଦେଶରେ ଠାବ, ଡବ୍ଲ୍ୟୁଏଚଓ କହିଲା- ବିଶ୍ଵ ପାଇଁ ଏହା   ଚିନ୍ତାର କାରଣ ହୋଇପାରେ
  8. କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ଆସନ୍ତା ଜୁନ ୨୭ରେ ହେବାକୁ ଥିବା ୨୦୨୧ ବର୍ଷର ସିଭିଲ ସର୍ଭିସ ପ୍ରିଲିମନାରି ପରୀକ୍ଷାକୁ ଆସନ୍ତା ଅକ୍ଟୋବର ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
  9. ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ନ ପାଇବାରୁ  ମହାରାଷ୍ଟ୍ରରେ ଜୁନ ପହିଲା ଯାଏଁ ତାଲାବନ୍ଦ ଅବଧି ବୃଦ୍ଧି, ନିଷ୍ପତ୍ତି ନେଇଛନ୍ତି  ରାଜ୍ୟ  ସରକାର
  10. କରୋନାରେ ଆକ୍ରାନ୍ତ ଯୁବପିଢ଼ିଙ୍କ ପାଇଁ ନୂଆ ଏକ  ବିପଦ ସୃଷ୍ଟି କରିଛି ‘ହାପି ହାଇପୋକ୍ସିଆ’। ଏହା ଦ୍ୱାରା   ରୋଗୀ ଶରୀରରେ ହଠାତ୍‌ ଅମ୍ଳଜାନ ସ୍ତର ହ୍ରାସ ପାଉଛି ଏବଂ ଗୁରୁତର ହୋଇ ରୋଗୀ   ମୃତ୍ୟୁମୁଖରେ ପଡ଼ୁଛି।
  11. ଟିକା ଅଭାବ ଦୂର ପାଇଁ ଦେଶର ଦୁଇ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ ଏବଂ ସେରମ୍‍ ଇନଷ୍ଟିଚ୍ୟୁଟ ସହିତ ଆଲୋଚନା କଲା କେନ୍ଦ୍ର, ଅଗଷ୍ଟ ସୁଦ୍ଧା ଟିକା ଉତ୍ପାଦନ ବୃଦ୍ଧି ସୂଚନା
  12. ଦେଶର ଗ୍ରାମାଞ୍ଚଳରେ ଶତ ପ୍ରତିଶତ ବାସଗୃହଗୁଡିକୁ ଟ୍ୟାପ୍‍ ପାଣି ଯୋଗାଇବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି
  13. ତେବେ କୋଭାକ୍ସିନ୍ ଡୋଜ ମଧ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବ ଭଳି କୋଭାକ୍ସିନ୍ ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଟିକା ନେଇ ହେବ ।
  14. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ର  ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
  15. ଅନୁଗୁଳର  ପଞ୍ଚମହଲା ସ୍ଥିତ ଆଦୃତା ଶିଶୁ ସଦନ ଅନୁଷ୍ଠାନର କର୍ମଚାରୀଙ୍କ ସମେତ ମୋଟ୍ ୬୦ ଜଣ ଅନ୍ତେବାସୀମାନେ  କରୋନା ରେ  ସଂକ୍ରମିତ  ହୋଇଛନ୍ତି  । 
  16. ଚଳିତମାସ ଶେଷ ସୁଦ୍ଧା ଦେଶରେ ୮ କୋଟି କୋଭିଡ୍‌ ଟିକା ପ୍ରସ୍ତୁତ ହେବା ସହ ଆସନ୍ତା ଜୁନ୍‌ ମାସରେ ୯ କୋଟି ଟିକା ମିଳିପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି।
  17. ଗୋଆ ସରକାରୀ ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲରେ ଆଜି ସକାଳେ ଅକ୍ସିଜେନ୍‌ ଅଭାବରୁ ପୁଣି ୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହା ପୂର୍ବରୁ ଗତ ୧୧ ତାରିଖ ରାତିରେ ଅକ୍ସିଜେନ୍‌ ଅଭାବରୁ ୨୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା।
  18. ଟାଇମ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଇନ୍ଦୁ ଜୈନଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। କରୋନା‌ଜନିତ କ‌ାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଇନ୍ଦୁ ଜୈନ ଜଣେ ଶିଳ୍ପସାମ୍ରାଜ୍ୟର ଅଧିପତି, ଆତ୍ମିକବାଦୀ ବକ୍ତା, ସମାଜସେବୀ ଭାବେ ଜଣାଶୁଣା ଥିଲେ।
  19. ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଯ଼ାଇଛି ଓ ଆସନ୍ତା ରବିବାର ସୁଦ୍ଧା ଏହା ଏକ ବାତ୍ୟାରେ ପରିଣତ ହେବ । ଏହା ଆସନ୍ତା ମଙ୍ଗଳବାର ଅର୍ଥାତ ମେ ୧୮ ସୁଦ୍ଧା ଗୁଜୁରାଟ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯ଼ାଇଛି ।
  20. କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’ ଯୋଗାଣ ସମ୍ବନ୍ଧରେ କେତେକ ରାଜନୈତିକ ନେତାଙ୍କ ମନ୍ତବ୍ୟର ଉପଲକ୍ଷ୍ୟ ଦେଇ ବୁଧବାର ରାତିରେ ଏଲା ଟୁଇଟ୍‌ କରିଥିଲେ, ଆମର ମନୋଭାବ ପ୍ରସଙ୍ଗରେ କେତେକ ରାଜ୍ୟର ଅଭିଯୋଗ ଆମ ଟିମ୍‌କୁ ଖୁବ୍‌ ଆଘାତ ଦେଇଛି। କୋଭିଡ୍‌-୧୯ ସଂକ୍ରମିତ ‌ହୋଇଥିବାରୁ ଆମର ୫୦% କର୍ମଚାରୀ କାମ କରୁନାହାନ୍ତି। ମହାମାରୀ ଲକ୍‌ଡାଉନ ସତ୍ତ୍ବେ ଆମେ ଆପଣମାନଙ୍କ ପାଇଁ ଅହର୍ନିଶ କାର୍ଯ୍ୟ କରୁଛୁ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.