• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରକୃତ କୋଭିଡ୍‌ ମୃତକଙ୍କ ପରିଗଣନା’ ନାମକ ଅନୁଧ୍ୟାନ ଅନୁଯାୟୀ, ଭାରତ ଓ ଆମେରିକାରେ ସରକାରୀ ଭାବେ ଘୋଷିତ କୋଭିଡ୍‌ ମୃତକଙ୍କ ମଧ୍ୟରେ ୭.୭ ଲକ୍ଷ ସଂଖ୍ୟକ ପ୍ରକୃତ ମୃତକ ସ୍ଥାନ ପାଇନଥିବା କୁହାଯାଇଛି।
  2. ଭାରତ ଜନ୍ମିତ ଆମେରିକୀୟ ନୀରା ଟାଣ୍ଡେନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବରିଷ୍ଠ ପରାମର୍ଶଦାତା ଭାବେ ଯୋଗଦେବେ। ଆମେରିକାର ଅଫିସ୍‍ ଅଫ ମ୍ୟାନେଜମେର୍ଟ ଆଣ୍ଡ ବଜେଟ (ଓଏମବି) ର ମୁଖ୍ୟ ହେବାକୁ ନୀରା ଦାଖଲ କରିଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ତାଙ୍କୁ ବାଇଡେନ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।
  3. ଏହି ଦିନକ ଭିତରେ ଦେଶରେ ୩,୪୪,୭୭୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଅଦ୍ୟାବଧି ମୋଟ ୨,୦୦,୭୯,୫୯୯ ଜଣ କୋଭିଡ୍‌ ପୀଡ଼ିତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣାଯାଇଛି। ସଂକ୍ରମିତଙ୍କ ତୁଳନାରେ ସକ୍ରିୟ ମାମଲା ୧୫.୪୧ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୮୩.୫୦ ପ୍ରତିଶତ ହୋଇଛି। ତଥାପି ଦେଶରେ ଏବେ ବି ୩୭,୦୪,୮୯୩ଟି ସକ୍ରିୟ ମାମଲା ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି।
  4. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ୍‌) ଯୋଜନା ଅନ୍ତର୍ଗତ ଅଷ୍ଟମ କିସ୍ତିରେ ସମଗ୍ର ଦେଶର ସାଢ଼େ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟି ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାରେ ପ୍ରଦାନ କରିଛନ୍ତି। ଏଥିରେ ଓଡ଼ିଶାର ୨୭ ଲକ୍ଷ ୮୩ ହଜାର ୨୦୯ ଜଣ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ଟଙ୍କା ପ୍ରଦାନ କରାଯାଇଛି।
  5. ଆରବ ସାଗରରେ ଦାନା ବାନ୍ଧୁଥିବା ବାତ୍ୟା ତୌକ୍‌ତେ ଶନିବାର ରାତି ସୁଦ୍ଧା ଭୀଷଣ ରୂପ ନେବାକୁ ଯାଉଛି। ପାଣିପାଗ ବିଭାଗ ମହରାଷ୍ଟ୍ର, ଗୋଆ, ଦକ୍ଷିଣ କୋଙ୍କଣ ସମେତ କର୍ଣ୍ଣାଟକର ବିଭିନ୍ନ ଅଂଚଳ ପାଇଁ ଆଲର୍ଟ ଜାରି କରିଛି।
  6. ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଏସ କେ ଭଣ୍ଡାରିଙ୍କର କରୋନାରେ ପରଲୋକ ଘଟିଛି। ସାର୍‌ ଗଙ୍ଗା ରାମ୍‌ ହସ୍ପିଟାଲରେ ସେ ବହୁ ଦଶନ୍ଧି ଧରି କାମ କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ‌ପ୍ରିୟଙ୍କା ଗାନ୍ଧି ତାଙ୍କ ହାତରେ ଜନ୍ମ ହୋଇଥିଲେ।
  7. ଚଳିତ ମାସ ପାଇଁ ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ଘରୋଇ ଡାକ୍ତରଖାନା ସିଧାସଳଖ ଟିକା ନିର୍ମାତାଙ୍କ ଠାରୁ ୮୦ ଲକ୍ଷ କୋଭିଡ୍‌ ଟିକାର ମାତ୍ରା କ୍ରୟ କରିଥିବା ଜଣାଯାଇଛି।
  8. ଆସନ୍ତା ସପ୍ତାହରେ ବଜାରରେ ଉପଲବ୍ଧ ହେବ 2-DGର ୧୦ ହଜାର ଡୋଜ୍ । DRDO ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି ।
  9. ସହିଦ ଭଗତ ସିଂହଙ୍କ ପୁତୁରା ଅଭୟ ସିଂହ ସଂଧୁଙ୍କ କରୋନାରେ ପରଲୋକ ହୋଇଛି । ମୋହାଲିସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
  10. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ ଅଦନୋମ କହିଛନ୍ତି ଯେ, ମହାମାରୀର ଆସନ୍ତା ବର୍ଷ ପ୍ରଥମ ବର୍ଷ ତୁଳନାରେ ଅଧିକ ଘାତକ ହେବ । ଏହାସହ ସେ କହିଛନ୍ତି ଭାରତର ଏଭଲି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯଥାସମ୍ଭବ ସହାୟତା କରୁଛି ।
  11. ହମାସ ଉପରେ ଜୋରଦାର ଆକ୍ରମଣ କରିବା ସହ ଇସ୍ରାଏଲ କେବଳ ୪୦ ମିନିଟ୍‌ରେ ୪୫୦ରୁ ଅଧିକ ମିସାଇଲ୍‌ ମାଡ଼ କରିଛି। ଏହି ସବୁ ମିସାଇଲ୍‌ ମାଧ୍ୟମରେ ଇସ୍ରାଏଲ ହମାସର ୧୫୦ରୁ ଅଧିକ ଠିକଣା ଉପରେ ଟାର୍ଗେଟ କରିଥିଲା । ମିସାଇଲ୍‌ ବର୍ଷା କରିଥିବା ନେଇ ଖୋଦ ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସ ସୂଚନା ଦେଇଛି।
  12. କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ବିନା ଭକ୍ତରେ ହେବ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା।
  13. ଆସନ୍ତା ୧୭ ତାରିଖରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସବୁ ବିଧାୟକଙ୍କ ବୈଠକ ଡାକିଛନ୍ତି। ବୈଠକରେ କରୋନା ମୁକାବିଲା ନେଇ ବିଧାୟକମାନଙ୍କ ମତାମତ ଆଧାରରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୧୭ ତାରିଖ ସନ୍ଧ୍ୟା ୫.୩୦ରେ ବସୁଥିବା ବୈଠକ ଚିତ୍ର ଉତ୍ତୋଳନ ମାଧ୍ୟମରେ ସମ୍ମିଳନୀ (ଭିଡିଓ କନଫରେନ୍ସିଂ) ବ୍ୟବସ୍ଥାରେ କରାଯିବ।
  14. ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଏବଂ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନାଲ୍‌କୋ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜରେ ଏକ ୭୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ଯତ୍ନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯାଉଛି। ଏଥିସହିତ ଅନୁଗୋଳ ଜିଲାର ବଅଁରପାଳସ୍ଥିତ ଇଏସ୍ଆଇ ଡାକ୍ତରଖାନାରେ ୬୬ଶଯ୍ୟା ବିଶିଷ୍ଟ କୋଭିଡ୍‌ ଯତ୍ନ କେନ୍ଦ୍ର ପାଇଁ ସହାୟତା ପ୍ରଦାନ ସହିତ ଏହାର ଆନୁଷଙ୍ଗିକ ପରିଚାଳନା ଖର୍ଚ୍ଚ ନାଲ୍‌କୋ ବହନ କରିବ।
  15. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଚାଷୀମାନଙ୍କୁ ‘କାଳିଆ’ ଯୋଜନା ସହାୟତା ରାଶି ପ୍ରଦାନ କରିଛନ୍ତି
  16. ପିଏମ୍‍ କିଷାନ ଯୋଜନାରେ ଦେଶର ସାଢ଼େ ୯ କୋଟି କୃଷକଙ୍କ ଖାତାରେ ଜମା ହେଲା ୨୦ ହଜାର କୋଟିରୁ ଅଧିକ ଟଙ୍କା
  17. କୋଭିଶିଲ୍ଡ ଟିକାର ୨ଟି ପାନ ମଧ୍ୟରେ ୪ ମାସ ବ୍ୟବଧାନ ଯଥାର୍ଥ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡା. ଫାଉଚୀ।
  18. ‘ଗୋ ଏୟାର’ ନାମ ବଦଳି ‘ଗୋ ଫାଷ୍ଟ’ ହେଲା। ୧୫ ବର୍ଷ ଉଡାଣ ପରେ ବିମାନ ଚଳାଚଳ ସଂସ୍ଥାର ନାମ ପରିବର୍ତ୍ତନ।
  19. ରାଜ୍ୟରେ କାର୍ଯ୍ୟବନ୍ଦ, ଧର୍ମଘଟ, ଧାରଣା ମନା –ଏସ୍‌ମା ଲାଗୁ କଲେ ସରକାର
  20. କେନ୍ଦ୍ରୀୟ ମାଧ୍ୟମ ଶିକ୍ଷା ବୋର୍ଡ(ସିବିଏସଇ)ର ଦଶମ ଭଳି ଦ୍ୱାଦଶ ପରୀକ୍ଷାକୁ ମଧ୍ୟ ବାତିଲ କରି ବିକଳ୍ପ ମୂଲ୍ୟାୟନ କରିବାକୁ ଚାଲିଛି ଆଲୋଚନା । ତେବେ ଏ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.