• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପିଏସଏ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟ ବ୍ୟବସ୍ଥା କରିବାକୁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ବାଲେଶ୍ବର, ବଲାଙ୍ଗିର, ଗଞ୍ଜାମ, ମୟୂରଭଞ୍ଜ ଜିଲ୍ଲାରେ ୨ଟି ଲେଖାଁଏ ଏବଂ କଟକ, ଦେବଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୋନପୁରରେ ଗୋଟିଏ ଲେଖାଁଏ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ସେ ଅନୁରୋଧ କରିଛନ୍ତି  ।
  2. ରାଜ୍ୟରେ ବିଭିନ୍ନ ଜେଲ୍‌ରୁ ଜାମିନ୍‌ ସତ୍ତ୍ୱେ  ବାହାରି ପାରୁନଥିବା ୪୭୦ କଏଦୀ ଏବେ ବ୍ୟକ୍ତିଗତ ମୁଚାଲିକାରେ  ମୁକ୍ତ ହେବେ   ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । 
  3. ସୋମବାରଠୁ ସଂକ୍ରମଣ ସନ୍ଦେହ କରୁଥିବା ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରାଯିବା ସହ ଟିକା କେନ୍ଦ୍ରକୁ ନେବା ଆଣିବାରେ ସହଯୋଗ କରିବ ବୋଲି ଶନିବାର ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ।
  4. କରୋନା ପାଣିରେ ବ୍ୟାପେ ଏହାର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ପ୍ରମାଣ ନାହିଁ। ତେବେ ହାଇଦ୍ରାବାଦ ହୁସେନ ସାଗର ସମେତ ନିଜାମ ପୋଖରୀ ଓ ପେଡ୍ଡା ଚେରୁବୁ ପୋଖରୀ ପାଣିରେ କରୋନା ଭୂତାଣୁ ମହଜୁଦ ଥିବା ବୈଜ୍ଞାନିକ ପ୍ରଥମ ଥର ଦାବି କରିଛନ୍ତି। 
  5. କରୋନାର କୌଣସି ଲକ୍ଷଣ ଦେଖାଗଲେ ବିଏମସିର ୧୯୨୯ କଲ୍ ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ୧୯୨୯ରେ କଲ୍ କରି ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ ।
  6. ଦେଶରେ ଗ୍ଲୋବାଲ ଟେଣ୍ଡର କରିବାରେ ଓଡିଶା ପ୍ରଥମ ରେ ଅଛି  । ତିନି କୋଟି ୮୦ ଲକ୍ଷ ଟିକା କିଣିବାକୁ ଟେଣ୍ଡର କରାଯାଇଛି । ୪ ମାସ ମଧ୍ୟରେ ଟିକା କିଣିବାକୁ ସମୟ ସୀମା ଧାର୍ଯ୍ୟ କରାଯାଇଛି
  7. ଓଡ଼ିଶାରେ ଯଦି କେହି ସାଇବର ଠକେଇ କିମ୍ବା ସାଇବର ଅପରାଧର ସମ୍ମୁଖୀନ ହେଉଛନ୍ତି ତୁରନ୍ତ ୧୦୦/୧୧୨ ଡାଏଲ କରିବାକୁ କୁହାଯାଇଛିି। ନଚେତ ହେଲ୍ପଡେସ୍କରେ କାର୍ଯ୍ୟରତ ଅଫିସର: ପିଟି ଗଣେଶ – ୮୮୯୫୮୧୨୩୦୪ ଓ ଅନିଲ ଦାସଙ୍କୁ- ୭୩୨୮୦୭୭୧୪୪ଙ୍କୁ ଦିଆଯାଇଥିବା ନମ୍ବରରେ କଲ କରି ଅଭିଯୋଗ ଜଣାଇପାରିବେ।
  8. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଆଶିମ ବାନାର୍ଜୀଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ପରେ ତାଙ୍କର ପରଲୋକ ଘଟିଛି।
  9. ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ଦୂତାବାସ ସୂଚନା ଅନୁସାରେ ଆସନ୍ତା ୧୯ କିମ୍ବା ୨୦ ତାରିଖରେ ୬ଷ୍ଠ ପର୍ଯ୍ୟାୟରେ ଭାରତକୁ ୪ଟି ରାଫେଲ ଯୁଦ୍ଧ ବିମାନ ଆସିବ। । ଏହି ଯୁଦ୍ଧ ବିମାନ ପହଞ୍ଚିବା ପରେ ଭାରତୀୟ ବାୟୁସେନାରେ ରାଫେଲ ସଂଖ୍ୟା ୨୦କୁ ବୃଦ୍ଧି ପାଇବ। 
  10.  ଚୀନ ଦ୍ବାରା ମଙ୍ଗଳ ଗ୍ରହକୁ ପଠାଯାଇଥିବା ରୋଭର ‘ଜୁରୋଙ୍ଗ’ ଶନିବାର ଲୋହିତ ଗ୍ରହର ଭୂଭାଗରେ ଅବତରଣ କରିଛି।
  11. ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଆଜି କହିଛନ୍ତି ଯେ ବିଭିନ୍ନ ଷ୍ଟେରୋଇଡ୍‌ର ଦୁରୁପଯୋଗ ଏବଂ ଡାକ୍ତରଙ୍କ ବିନା ପରାମର୍ଶରେ ଏହା ଗ୍ରହଣ କରିବା ବିପଜ୍ଜନକ ହୋଇଛି। ଅନ୍ୟ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା କରୋନା ପଜିଟିଭ୍‌ ରୋଗୀଙ୍କ କ୍ଷେତ୍ରରେ ଷ୍ଟେରୋଇଡ୍‌ର ଭୁଲ୍‌ ପ୍ରୟୋଗ ବ୍ଲାକ୍ ଫଙ୍ଗସ ସମସ୍ୟା ବଢ଼ାଉଛି ବୋଲି ସେ ସତର୍କ କରାଇ ଦେଇଛନ୍ତି। 
  12. ଶନିବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ଦେଶରେ ୩,୨୬,୧୨୩ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୩,୭୨,୯୦୭ ହୋଇଛି। ସେହିପରି ଏହି ଦିନକ ଭିତରେ ୩,୮୯୦ ଜଣ କୋଭିଡ୍‌ ପୀଡ଼ିତଙ୍କର ମୃତ୍ୟୁ ଘଟିଥିବା ବେଳେ ଦେଶରେ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୨,୬୬,୨୦୭ରେ ପହଞ୍ଚିଛି। ଅପରପକ୍ଷେ, ଏହି ୨୪ ଘଣ୍ଟା ଭିତରେ ୩.୫୩ ଲକ୍ଷ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ମହାମାରୀରୁ ମୋଟ ୨,୦୪,୩୨,୮୯୮ ଜଣ ପୀଡ଼ିତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି।
  13. ଦେଶରେ କ୍ରମାଗତ ୪ର୍ଥ ଦିନ ପାଇଁ ଶୁକ୍ରବାର ସଂକ୍ରମିତଙ୍କ ଅପେକ୍ଷା ଅଧିକ ଆରୋଗ୍ୟଲାଭ କରିବା ମଧ୍ୟ ଆଶ୍ବସ୍ତି ଆଣିଛି। ସେହିପରି ଗୁରୁବାର ଯାଏ ଲଗାତାର ତିନି ଦିନ ଧରି ଦେଶରେ କୋଭିଡ୍‌ ମୃତକଙ୍କ ସଂଖ୍ୟା ୪,୦୦୦ ଉପରେ ରହିବା ପରେ ଆଜି ତାହା ୪ ହଜାର ତଳକୁ ଖସି ଆସିବା ମଧ୍ୟ ଅନ୍ୟତମ ଖୁସି ଖବର ହୋଇଛି।
  14. ଭାରତ ସରକାର ଚଳିତବର୍ଷର ତୃତୀୟ ତ୍ରୟମାସ ସୁଦ୍ଧା ୫ କୋଟି ଡୋଜ୍ ଫାଇଜର ଟିକା କିଣିପାରନ୍ତି। ଆମେରିକାର ଏହି ଟିକା ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଭାରତ ସରକାରଙ୍କ ସହ ଇତିମଧ୍ୟରେ ଏକାଧିକ ପର୍ଯ୍ୟାୟ ଆଲୋଚନା କରିସାରିଛନ୍ତି।
  15. .ସନ୍ତ୍ରାସବାଦୀ ଗୋଷ୍ଠୀ ହମାସମାନଙ୍କ କବ୍‌ଜାରେ ଥିବା ପାଲେଷ୍ଟାଇନ୍‌ର ଗାଜା ପଟିରେ ଇସ୍ରାଏଲ୍‌ ସେନା ଭୀଷଣ ବିମାନ ଆକ୍ରମଣ କରି ବ୍ୟାପକ ଧନଜୀବନ ସହ କୋଠାବାଡ଼ି ଧ୍ବଂସ କରିବା ପରେ ଶୁକ୍ରବାର ପ୍ରଥମ ଥର ଲାଗି ସ୍ଥଳଭାଗରୁ ଆକ୍ରମଣ ଆରମ୍ଭ କରିଛି।
  16. ଦେଶରେ ଟିକାକରଣକୁ ପୂରିଲା ୪ ମାସ । ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ । ଆଉ ୭ ମାସରେ ସମସ୍ତଙ୍କୁ ଟିକାଦେବାକୁ ଲକ୍ଷ୍ୟ । ଏପରି ସମୟରେ ତଥ୍ୟ କହୁଛି ଦୈନିକ ୭୩ ଲକ୍ଷ ଡୋଜ୍ ଦିଆଗଲେ ପୂରଣ ହୋଇପାରିବ ଟାର୍ଗେଟ୍ ।
  17. କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଶନିବାର କହିଛନ୍ତି ଯେ ଜୁଲାଇ ଶେଷ ସୁଦ୍ଧା ଭାରତରେ 51.6 କୋଟି କୋଭିଡ -19 ଟିକା ଦିଆଯିବ ଏବଂ ଏହା ପୂର୍ବରୁ 18 କୋଟି ଡୋଜ  ଦିଆଯାଇଛି ।
  18. ଦ୍ୱିତୀୟ କରୋନାଭାଇରସ୍ ତରଙ୍ଗ ମଧ୍ୟରେ ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଅନ୍ୟ କର୍ମଚାରୀଙ୍କ ଦରମା ପ୍ରଦାନ ପାଇଁ ତିନିଟି ମ୍ୟୁନିସିପାଲିଟି କର୍ପୋରେସନ୍ ପାଇଁ ଦିଲ୍ଲୀ ସରକାର ଶନିବାର ଦିନ 1,051 କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି।
  19. ରେଳ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛି ଯେ ଆନ୍ଧ୍ରପ୍ରଦେଶ ନେଲୋରରେ ଏହାର ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ 40 ମେଟ୍ରିକ୍ ଟନ୍ (MT) ତରଳ ମେଡିକାଲ ଅମ୍ଳଜାନ (LMO) ସହିତ ପହଂଚିଛି
  20. ଫାଇନାନ୍ସିଆଲ୍ ଏକ୍ସପ୍ରେସର ପରିଚାଳନା ସମ୍ପାଦକ ସୁନୀଲ ଜେନ ଶନିବାର ଦିନ କୋଭିଡ ପରବର୍ତ୍ତୀ ଜଟିଳତା କାରଣରୁ ଦେହାନ୍ତ କରିଛନ୍ତି। ସେ 58 ବର୍ଷ ହୋଇଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.