• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟରେ ବାତ୍ୟା ଚାଲିଯିବା ପରେ ଏବେ ପୁଣି କରୋନା ଚିନ୍ତା ଫେରିଆସିଛି । ବାତ୍ୟା ପାଇଁ ଆଶ୍ରୟସ୍ଥଳକୁ ନିଆଯାଇଥିବା ଲକ୍ଷ ଲକ୍ଷ ଲୋକ, ଉଦ୍ଧାର ଓ ସହାୟତା କରିବାକୁ ଯାଇଥିବା ହଜାର ହଜାର କର୍ମଚାରୀ ଯେପରି କରୋନା ସଂକ୍ରମିତ ନ ହୁଅନ୍ତି ସେ ଦିଗରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି ।
  2. ୭ ଦିନ ମଧ୍ୟରେ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।
  3. ଜୁଲାଇରେ ଆସିବ ଫାଇଜର ଟିକା ।
  4. ଆଗ୍ନେୟଗିରି ବିସ୍ଫୋରଣରେ ପ୍ରଭାବିତ ‘ଗୋମା’କୁ ଆଂଶିକ ଖାଲି କରିବାକୁ ନିର୍ଦ୍ଦେଶ ଦେଲା କଙ୍ଗୋ ପ୍ରଶାସନ ।
  5. ବାତ୍ୟା ୟାସର ପ୍ରଭାବ ସମୀକ୍ଷା ପାଇଁ ମେ ୨୮ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ ।
  6. ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୨୨ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ – ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୧.୮୪ କୋଟି ଡୋଜ ଉପଲବ୍ଧ ଅଛି ।
  7. ଦିଲ୍ଲରେ ଆଜି ୧୫୩ ମକର୍ମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) ମାମଲା ବୃଦ୍ଧି – ବ୍ଲାକ୍ ଫଙ୍ଗସ୍ ରୋଗକୁ ଦିଲ୍ଲୀରେ ମହାମାରୀ ଘୋଷଣା ।
  8. ଦେଶର ବାହ୍ୟ ଗୋଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ମୁଖ୍ୟ ସାମନ୍ତ କୁମାର ଗୋୟଲ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ମୁଖ୍ୟ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳକୁ ଗୋଟିଏ ବର୍ଷ ବଢ଼ାଇ ଦିଆଯାଇଛି ।
  9. ଟ୍ବିଟର୍‌-ସରକାର ମୁହାଁମୁହିଁ: ନୂଆ ନିୟମ ମାନିବାକୁ ଗୁଗୁଲ୍‌, ଫେସ୍‌ବୁକ୍ ରାଜି ।
  10. ଏବେବି ବାତିଲ ‌ହୋଇପାରେ କି ଟୋକିଓ ଅଲିମ୍ପିକ୍ସ, ଅତୀତରେ ୫ଟି ଅଲିମ୍ପିକ୍ସ ବାତିଲ ‌ହୋଇଛି ।
  11. ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ଓକିଲ ଟିମ୍‌ ‘ହେବିୟସ୍ କର୍ପସ୍‌ ପିଟିସନ୍’ ଦାଏର କରିବାରୁ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବା ଯୋଜନା ଉପରେ ଡୋମିନିକାର ଏକ ଅଦାଲତ ରହିତାଦେଶ ଜାରି କରିଛନ୍ତି। ଆଇନଗତ ଅଧିକାରରୁ ବଞ୍ଚିତ କରାଯିବା ସହ ଓକିଲମାନଙ୍କୁ ଭେଟିବା ଲାଗି ତାଙ୍କୁ ସୁଯୋଗ ଦିଆଯାଇ ନାହିଁ ବୋଲି ଉକ୍ତ ପିଟିସନ୍‌ରେ ଉଲ୍ଲେଖ ଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।
  12. ଅଧ୍ୟୟନ ମୁତାବକ, ଏହି ୫୦ ବର୍ଷ ମଧ୍ୟରେ ଦେଶରେ ଚରମ ପ୍ରତିକୂଳ ପାଣିପାଗ ସଂପର୍କିତ ୭୦୬୩ ଘଟଣା ଘଟିଛି ଏବଂ ଏଥିରେ ୧,୪୧,୩୦୮ ଜଣଙ୍କ ଜୀବନ ଯାଇଛି। ଭାରତରେ ୧୯୭୦ରୁ ୨୦୧୯ ପର୍ଯ୍ୟନ୍ତ ୫୦ ବର୍ଷ ଭିତରେ ୧୧୭ଟି ବାତ୍ୟା ଆସିଛି ଏବଂ ଏଥିରେ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। 
  13. କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପୀ ଲାଗୁ ହୋଇଥିବା କୋଭିଡ୍‌-୧୯ କଟକଣାକୁ ଆଗାମୀ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏ ବାବଦରେ ପୂର୍ବରୁ ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାହାକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଜାରି ରଖିବାକୁ ଆଜି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି ।
  14. ଏକ ରେଳ ଷ୍ଟେସନ ବିଲଡିଂ ଏକ ହାଇ ସ୍ପିଡ୍ ଏକ୍ସପ୍ରେସ ଟ୍ରେନର ବେଗ ବା କମ୍ପନକୁ ସହ୍ୟ କରି ନ ପାରି ଭୁଶୁଡି ପଡିଛି । ବୁଧବାର ସନ୍ଧ୍ୟାରେ ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାର ଚାନ୍ଦନୀ ରେଳ ଷ୍ଟେସନରେ ଏହି ଘଟଣା ଘଟିଛି। ଏହି ଷ୍ଟେସନ କେନ୍ଦ୍ରୀୟ ରେଳବାଇର ଭୁସାୱାଲ ରେଳ ବିଭାଗ ଅଧୀନରେ ଆସିଛି।
  15. ଆଇଏମଏ ଏହାର ଏତଲାରେ ଅଭିଯୋଗ କରିଛି କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଆପଣାଯାଉଥିବା ପ୍ରକ୍ରିୟା ଓ ଔଷଧକୁ ରାମଦେବ ନିନ୍ଦା କରିଛନ୍ତି। ଏହା ତାଙ୍କର ଉଦ୍ଦେଶ୍ୟମୂଳକ ଓ ମିଥ୍ୟା ପ୍ରଚାର। ଆଇଏମଏର ଏତଲା ସମ୍ପର୍କରେ ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ ସ୍ବୀକାର କରିବା ସହିତ ଏହାର ତଦନ୍ତ ଚାଲିଥିବା କହିଛନ୍ତି।
  16. କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ବ୍ୟକ୍ତିର ଗୋପନୀୟତା ଉଲ୍ଲଙ୍ଘନ କରିବ ଓ ଏହା ବ୍ୟକ୍ତିର ସ୍ବାଧୀନ ମତବ୍ୟକ୍ତର ଅଧିକାରକୁ ହସ୍ତକ୍ଷେପ କରିବ ବୋଲି ଟ୍ବିଟର ଅଭିଯୋଗ କରିବା ପୂର୍ବକ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛି।
  17. ମନ୍ତ୍ରଣାଳୟ ୨୦୧୭ରୁ ୨୦୨୧ ମଧ୍ୟରେ ଅବସର ନେଇଥିବା ସେନା ଡାକ୍ତରଙ୍କ ମଧ୍ୟରୁ ପ୍ରାୟ ୪୦୦ଙ୍କୁ ବର୍ଷକ ପାଇଁ ପୁନଃ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ନିବେଦନର ଦୁଇ ସପ୍ତାହ ମଧ୍ୟରେ ମାତ୍ର ୯୦ରୁ ୧୦୦ଜଣ ଏଥିପାଇଁ ଆବେଦନ କରିଥିବା ଜଣାପଡ଼ିଛି। 
  18. ଗତ ୨୪ ଘଣ୍ଟା ମଧ୍ୟରେ ୭୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୯୯୫୫ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦୪୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୧୭୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
  19. କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରରେ ରାଜଧାନୀ  ଦିଲ୍ଲୀ ଏବେ ଅସ୍ତବ୍ୟସ୍ତ। ସବୁଠୁ ଚିନ୍ତାଜନକ ପାଲଟିଛି ତାହା ହେଉଛି ମ୍ୟୁକୋର ମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍ ସଂକ୍ରମଣ। ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଏପର୍ଯ୍ୟନ୍ତ ୬୨୦ ଜଣ ସଂକ୍ରମିତ ଭର୍ତ୍ତି ହୋଇଥିବା ବେଳେ ରାଜ୍ୟ ସରକାର ଗୁରୁବାର ଏହାକୁ ମହାମାରୀ ଘୋଷଣା କରିଛନ୍ତି।
  20. ପାଗ ଅନୁକୂଳ ରହୁଥିବାରୁ ଓଡ଼ିଶାକୁ ଜୁନ୍‌ ୧୦ ତାରିଖ କିମ୍ବା ତା’ର ଦୁଇଦିନ ଆଗରୁ ଆସିପାରେ ମୌସୁମୀ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.