- ଦେଶରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧ ଲକ୍ଷ ୭୩ ହଜାର ୭୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୬୦୦ଟପିଛି । ୨୪ ଘଣ୍ଟା ମଧ୍ୟରେ ୩୬୧୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୭୭ଲକ୍ଷ ୨୯ ହଜାର ୨୪୭ରେ ପହଞ୍ଚିଛି।
- ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୧୮୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୮୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
- ଆକାଶ ମାର୍ଗରୁ ବାତ୍ୟା ପରବର୍ତ୍ତୀ ସ୍ଥିତି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀ, ଓଡିଶା ପାଇଁ ଘୋଷଣା କଲେ ୫୦୦ କୋଟିର ସହାୟତା
- ମେ ୩୧ରେ ଘୋଷିତ ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ଆବେଦନର ସୁପ୍ରିମ୍କୋର୍ଟ ଶୁଣାଣି କରିବେ ଜଣାଯାଇଛି.
- ମଧ୍ୟପ୍ରଦେଶ ସାଗରରେ ଘରର କାନ୍ଥ ଭାଙ୍ଗିବା ବେଳେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ରାଣୀ ଭିକ୍ଟୋରିଆଙ୍କ ରାଜତ୍ୱର ୩୦ଟି ରୂପା ମୁଦ୍ରା କାନ୍ଥରେ ଦେଖିବାକୁ ମିଳିଛି ।
- ନାରଦା ଷ୍ଟିଙ୍ଗ ଟେପ ମାମଲାରେ ଗିରଫ ତୃଣମୂଳ କଂଗ୍ରେସର ୪ ଜଣ ବିଧାୟକଙ୍କୁ ଜାମିନ ମଂଜୁର କରାଯାଇଛି.
- କେନ୍ଦ୍ର ସରକାର ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ବଦଳି କରିଛନ୍ତି। କାର୍ମିକ ମନ୍ତ୍ରଣାଳୟ, ଲୋକ ଅଭିଯୋଗ ଓ ପେନସନ ବିଭାଗ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ମେ ୩୧ରେ ନୂଆଦିଲ୍ଲୀ ଅଫିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।
- ରାଜ୍ୟରେ ଗଛିତ ୩.୪୫ଲକ୍ଷ ଡୋଜ କୋଭାକ୍ସିନ ଟିକାକୁ ୧୮ରୁ ୪୫ବର୍ଷ ହିତାଧିକାରୀମାନଙ୍କୁ ସ୍ବଳ୍ପ ଅବଧି ପାଇଁ ଦେବାକୁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ
- ୩୧ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଆମଦାନୀ ଉପରେ ଏହି ଶୁଳ୍କ ରିହାତି ମିଳିବ ବୋଲି ସୀତାରମଣ ଶୁକ୍ରବାର କହିଛନ୍ତି। ଏଥିରେ ବ୍ଲାକ ଫଙ୍ଗସ ଚିକିତ୍ସା ଲାଗି ଆମଦାନୀ ହେଉଥିବା ଔଷଧ ଓ ଉପକରଣକୁ ମଧ୍ୟ ଆଇଜିଏସଟି ଶୁଳ୍କରୁ ବାଦ ଦିଆଯାଇଛି।
- ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବ। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଏନେଇ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲଙ୍କୁ ଚଠି ଲେଖି ଅବଗତ କରାଇଛନ୍ତି।
- ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାତ୍ୟା ସମ୍ପର୍କିତ ବୈଠକରୁ ଜରୁରୀ କାମ ଥିବା ଦର୍ଶାଇ ପଳାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା
- ଡ୍ୟୁଟିରେ ଯାଇଥିବା ମହିଳା କନଷ୍ଟେବଲଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ଗିରଫ
- ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା ଦେଶ କରୋନା ମହାମାରୀରେ ଯୁଝି ହେଉଥିବାରୁ ବର୍ତ୍ତମାନ ପାଇଁ ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ପାଇଁ
- କରୋନାଭାଇରସ୍ ବିସ୍ତାର ରୋକିବା ଲାଗି ଶୁକ୍ରବାର ଦିନ ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଆଉ ୧୫ ଦିନ ଲାଗି ରାଜ୍ୟରେ ଲକ୍ଡାଉନ୍ ଭଳି କଟକଣା ଘୋଷଣା କରିଛନ୍ତି। ଏଥରର ପରିବର୍ଦ୍ଧିତ ଲକ୍ଡାଉନ୍ ପାଇଁ ନୂତନ ମାର୍ଗଦର୍ଶିକା ଜୁନ୍ ୧ ତାରିଖ ଦିନ ଘୋଷଣା କରାଯିବ।
- କୋଭିଡ୍-୧୯ର ଆଦ୍ୟ ସଂକ୍ରମଣ ବେଳେ ଯୁକ୍ତରାଷ୍ଟ୍ର ଆମେରିକାକୁ ସାହାଯ୍ୟ କରିବାକୁ ଭାରତ ସଦାସର୍ବଦା ପ୍ରସ୍ତୁତ ହୋଇ ରହିଥିବା କଥାକୁ ଆମେ କଦାପି ଭୁଲିବୁ ନାହିଁ ବୋଲି ଶୁକ୍ରବାର ଦିନ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲାଇଙ୍କେନ୍ କହିଛନ୍ତି।
- ବ୍ରିଟେନରେ ଗତ ଏପ୍ରିଲ ପରଠାରୁ ପ୍ରଥମ ଥର ପାଇଁ ଦୁଇ ଦିନ ହେଲା ଦୈନିକ ୩୦୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି। ତେବେ ଏହି ନୂଆ ମାମଲାର ପ୍ରାୟ ୭୫ ପ୍ରତିଶତ ଭାରତରେ ପ୍ରଥମେ ଦେଖାଯାଇଥିବା ଭୂତାଣୁ ପ୍ରଜାତିର ବୋଲି କୁହାଯାଉଛି। ବି.୧.୭୧୭.୨ କରୋନା ଭୂତାଣୁ ପ୍ରଜାତି ଭାରତରେ ସଂକ୍ରମଣକୁ ବହୁଗୁଣିତ କରିଛି ଏବଂ ଏହି ପ୍ରଜାତି ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ବ୍ରିଟେନରେ ଏବେ ଦେଖାଦେଇଥିବା ନୂଆ କରୋନା ମାମଲାର ସଂଖ୍ୟାଧିକ ଏହି ପ୍ରଜାତି ଯୋଗୁ ବ୍ୟାପିଛି ବୋଲି ବ୍ରିଟେନରେ ରିପୋର୍ଟ ପ୍ରକାଶ ପାଇଛି।
- ଆଜି ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୮୬,୩୬୪ ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି ଯାହା କି ଗତ ଏପ୍ରିଲ ୧୪ ତାରିଖ ପରଠାରୁ ୪୪ ଦିନ ଭିତରେ ସର୍ବନିମ୍ନ ବୋଲି ଜଣାଯାଇଛି। ଚଳିତ ସପ୍ତାହରେ ଦ୍ବିତୀୟ ଥର ପାଇଁ ସଂକ୍ରମିତଙ୍କତ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି। ପୂର୍ବରୁ ଗତ ମଙ୍ଗଳବାର ହିଁ ତାହା ୧,୯୬,୪୨୭ ରହିଥିଲା। ଏହି ଗୁରୁବାରର ସଂଖ୍ୟାକୁ ମିଶାଇ ଅଦ୍ୟାବଧି ମୋଟ ୨,୭୫,୫୫,୪୫୭ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।
- ବାତ୍ୟା ‘ୟାସ୍’ ପରବର୍ତ୍ତୀ ସହାୟତା ଓ ପୁନଃନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଲାଗି ୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଆଉ ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହିଭଳି ଭାବେ ମୋଟ ୧୦୦୦ କୋଟି ଟଙ୍କା ସହାୟତା ଘୋଷଣା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
- କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ତଥା ଗୁରୁତର ଆହତଙ୍କ ଲାଗି ୫୦ ହଜାର ଟଙ୍କାର ସହାୟତା
- ରାଜସ୍ଥାନର ଅଲଓ୍ବାରରେ ପତଞ୍ଜଳୀ ବ୍ରାଣ୍ଡ ନାଁରେ ସୋରିଷ ତେଲ ପ୍ୟାକିଂ କରୁଥିବା ଏକ ମିଲ ସିଜ୍ ହୋଇଛି। ମିଲ୍ରୁ ପତଞ୍ଜଳୀର ବହୁ ପରିମାଣର ପ୍ୟାକିଂ ସାମଗ୍ରୀ ଜବତ କରାଯାଇଛି । ପତଞ୍ଜଳୀ ନାଁରେ ଅପମିଶ୍ରିତ ସୋରିଷ ତେଲ ଚୋରାଚାଲାଣ ନେଇ ମଧ୍ୟ ଅଭିଯୋଗ ହୋଇଛି। ଗୁରୁବାର ପୁରା ମିଲ୍ର ଭିଡିଓଗ୍ରାଫି ହେବା ସହ ସାମ୍ପଲ୍ ସଂଗ୍ରହ କରିଛି ଜିଲ୍ଲା ପ୍ରଶାସନ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.