- ଭାରତ ସରକାରଙ୍କ ଆଭିମୁଖ୍ୟ ପ୍ରସାର ପାଇଁ ଏହା ‘ବିବିସି ୱର୍ଲଡ୍’ ଶୈଳୀରେ ନୂଆ ଖବର ପ୍ରସାରଣ ଚାନେଲ ଆରମ୍ଭ କରିବାକୁ ଯୋଜନା ଚଳାଇଛି। ଏହାର ନାମ ‘ଡିଡି ଇଣ୍ଟରନ୍ୟାସନାଲ’ ରଖାଯିବା ପ୍ରସ୍ତାବ ରହିଛି; ଯାହାକି ବିଶ୍ୱ ସ୍ତରରେ ଭାରତର ସ୍ୱର ହେବ ବୋଲି କହିଛନ୍ତି ପ୍ରସାର ଭାରତୀ ମୁଖ୍ୟ ଶଶୀ ଶେଖର।
- ସରକାର ଓଡ଼ିଶାରାଜ୍ୟରେ ପ୍ଲାଜମା ଥେରାପି ବନ୍ଦ କରିବା ନେଇ ନିଷ୍ପତ୍ତି ଗ୍ରହଣ ନେଇଛନ୍ତି । ଭାରତ ସରକାରଙ୍କ ପରାମର୍ଶ ଅନୁଯାୟୀ ପ୍ଲାଜମା ଥେରାପି କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏବେ ଫଳପ୍ରଦ ହେଉନାହିଁ।
- କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ସଂକ୍ରମଣ ପ୍ରଭାବ ଜୁଲାଇରେ କ୍ରମଶଃ ହ୍ରାସ ଘଟିବ। ତାହାର ପ୍ରାୟ ଛଅରୁ ଆଠମାସ ପରେ କୋଭିଡ-୧୯ର ତୃତୀୟ ଲହର ଆସିବା ଆଶା କରାଯାଉଛି। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଗଠିତ ତିନିଜଣିଆ ବୈଜ୍ଞାନିକ ଦଳ ଏଭଳି ଅନୁମାନ କରିଛନ୍ତି।
- ଇଣ୍ଡିଆନ ଅଏଲ ଅଶୋଧିତ ପେଟ୍ରୋଲିୟମ ବିଶୋଧନ ପରିମାଣ ୮୪%କୁ ହ୍ରାସ କରିଛି। ଚଳିତ ମାସ ପ୍ରଥମ ଭାଗରେ ଦେଶରେ ରାଷ୍ଟ୍ରାୟତ୍ତ ବିଶୋଧନାଗାରଗୁଡିକ ପକ୍ଷରୁ ଡିଜେଲ ଓ ପେଟ୍ରୋଲ ବିକ୍ରି ଏକ ପଞ୍ଚମାଂଶ ହ୍ରାସ ପାଇଥିବା ସରକାରୀ ସୂତ୍ରରୁ କୁହାଯାଇଛି।
- କରୋନା ମହାମାରୀ ସଂକ୍ରମଣର ସମନ୍ୱିତ ମୁକାବିଲା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ଏକ କୋଭିଡ୍ ନାଇଣ୍ଟିନ୍ କମାଣ୍ଡ୍ ସେଣ୍ଟର୍ ସ୍ଥାପନ କରିବାକୁ ଟେକ୍ନୋଲୋଜି ଇନଫର୍ମେଶନ ଫୋରକାଷ୍ଟିଙ୍ଗ ଆଣ୍ଡ ଆସେସମେଣ୍ଟ କାଉନ୍ସିଲ – ଟିଫାକ ପ୍ରସ୍ତାବ ଦେଇଛି।
- ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ଏବଂ କଟକ ଜିଲାରୁ ୧୧୦୭ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।
- ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୯୮ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
- ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ୨୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ୭୨ ଘଣ୍ଟା ଭିତରେ (୨୫ ତାରିଖବେଳକୁ) ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସନ୍ଧ୍ୟାରେ ଓଡ଼ିଶା-ପଶ୍ଚିମ ବଙ୍ଗ ଉପକୂଳ ପାଖରେ ପହଞ୍ଚିବ । ତେବେ ଆସନ୍ତା ୨୨ ତାରିଖବେଳକୁ ଏ ବାବଦରେ ଅଧିକ ତଥା ସ୍ପଷ୍ଟ ଆକଳନ କରିହେବ ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ତାଉତେ ପ୍ରଭାବିତ ଗୁଜୁରାଟକୁ ୧୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ସହ ବାତ୍ୟା ପ୍ରଭାବିତ ରାଜ୍ୟରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଯୋଗେ ଗୁଜୁରାଟ ଏବଂ ଡିୟୁରେ ପ୍ରଭାବିତ ଅଞ୍ଚଳ ରେ ସ୍ଥିତି ସମୀକ୍ଷା କରିଛନ୍ତି ।
- ମହାରାଷ୍ଟ୍ର ରାଜ୍ୟରେ ୧୫୦୦ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୦ ଜଣ ପ୍ରାଣ ହରାଇଥିବା କହିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜଶେ ଟୋପେ ।
- ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ଅନ୍ ଭ୍ୟାକସିନ୍ ଆଡମିନିଷ୍ଟେ୍ରସନ୍ ଫର କୋଭିଡ-୧୯ (NEGVAC) ନୂଆ ସୁପାରିଶ ଅନୁସାରେ ଯଦି ଜଣେ ବ୍ୟକ୍ତି ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ସୁସ୍ଥ ହେବାର ୩ ମାସ ପରେ ତାଙ୍କୁ ଦ୍ବିତୀୟ ଡୋଜ୍ ଦିଆଯିବ। ଏହା ସହ ସ୍ତନ୍ୟପାନ କରୁଥିବା ସମସ୍ତ ମହିଳାଙ୍କୁ କରୋନା ଟିକା ଦେବାକୁ କୁହାଯାଇଥିଲା।
- ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ବା National Institute of Open Schooling (NIOS)ର ଦଶମ ଶ୍ରେଣୀ ପରୀକ୍ଷାକୁ ସମ୍ପୂର୍ଣ୍ଣ ରୁପେ ବାତିଲ କରାଯାଇଛି l ଏଥି ସହିତ ଦ୍ୱାଦଶ ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି l
- କୋଭିଡ୍-୧୯ ନମୁନା ପରୀକ୍ଷା ନିମନ୍ତେ ଭାରତ ପ୍ରଥମ ଥର ପାଇଁ ଏକ ‘ହୋମ୍ ଟେଷ୍ଟିଙ୍ଗ୍-କିଟ୍’କୁ ବୁଧବାର ଦିନ ଅନୁମୋଦନ କରିଛି। ୧୫ ମିନିଟ୍ ମଧ୍ୟରେ ଫଳାଫଳ ଜଣାଇ ଦେଉଥିବା ଏହି ‘ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଙ୍ଗ୍’ କିଟ୍ (ଆର୍ଏଟି) ମୂଲ୍ୟ ରହିଛି ୨୫୦ ଟଙ୍କା।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଏପି ସାର ଉପରେ ବସ୍ତା ପିଛା ଦିଆଯାଉଥିବା ସବ୍ସିଡି ରାଶି ୫୦୦ ଟଙ୍କାରୁ ବଢ଼ାଇ ୧୨୦୦ ଟଙ୍କା କରାଯାଇଛି। ଅର୍ଥାତ ଚାଷୀମାନେ ପୁରୁଣା ଦାମ୍ ୧୨୦୦ ଟଙ୍କାରେ ଏକ ବସ୍ତା ଡିଏପି ସାର ପାଇପାରିବେ।
- ୧୨ଟି ଏମ୍ସରେ ଉପଲବ୍ଧ ମୋଟ ୧୯୨୫ଟି ଅକ୍ସିଜେନ୍ ଶଯ୍ୟାରୁ ଭୁବନେଶ୍ୱର ଏମ୍ସରେ ରହିଛି ୨୯୫ଟି। ସେଭିଭଳି ୧୨ଟି ଏମ୍ସରେ ଉପଲବ୍ଧ ୯୦୮ଟି ଭେନ୍ଟିଲେଟର ଯୁକ୍ତ ଆଇସିୟୁ ଶଯ୍ୟାରୁ ଭୁବନେଶ୍ୱର ଏମ୍ସରେ ରହିଛି ୬୨ଟି। ଓଡ଼ିଶା ସମେତ ୧୨ଟି ଏମ୍ସରେ ପର୍ଯ୍ୟାପ୍ତ ଶଯ୍ୟା ଉପଲବ୍ଧ ଥିବା ସହ କୋଭିଡ୍ ଚିକିତ୍ସା ପାଇଁ ଆବଶ୍ୟକ ଯଥେଷ୍ଟ ଭେନ୍ଟିଲେଟର, ଅକ୍ସିଜେନ୍ କନ୍ସେଣ୍ଟ୍ରେଟର୍, ଅକ୍ସିଜେନ୍ ସିଲିଣ୍ଡର ଆଦି ଯୋଗାଇ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
- କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଦେଶରେ ଅଧିକରୁ ଅଧିକ ଫାର୍ମା କମ୍ପାନିକୁ ଟିକା ଉତ୍ପାଦନ କରିବାକୁ ଅନୁମତି ଦିଆଯିବା ଆବଶ୍ୟକ ବୋଲି କହିଥିଲେ।
- ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ନାବିଲା ସାଦିକଙ୍କ ବୁଧବାର ମୃତ୍ୟୁ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା କୁହାଯାଉଛି।
- ଯୁକ୍ତରାଷ୍ଟ୍ର ଆମେରିକାରେ ମିଳୁଥିବା କୋଭିଡ୍-୧୯ ଟିକା ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା ମାରାତ୍ମକ ‘ଭେରିଆଣ୍ଟ୍’ (ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ଭୂତାଣୁ) ବିପକ୍ଷରେ ଫଳପ୍ରଦ ବୋଲି ମଙ୍ଗଳବାର ଦିନ ଶୀର୍ଷସ୍ତରୀୟ ଆମେରିକୀୟ ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।
- ଓଡ଼ିଶା -ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହୋଇଛି । ଟ୍ରେନ୍କୁ ଭୁଲ ସିଗ୍ନାଲ ମିଳିବା ଯୋଗୁ ଏହି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଟ୍ରେନ୍ର ଇଞ୍ଜିନ୍ ଦେବ ନଦୀକୁ ଖସି ପଡ଼ିଥିବା ବେଳେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
- ୧୦ ଦିନରୁ ଊର୍ଦ୍ଧ୍ବ ହେବ ଚାଲିଥିବା ହିଂସାତ୍ମକ ସଂଘର୍ଷର ତୀବ୍ରତା କମାଇ ଅସ୍ତ୍ରବିରତି ପାଇଁ ଉପାୟ କରାଯାଉ ବୋଲି ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବୁଝାଇବା ସତ୍ତ୍ବେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଲେକା, ଗାଜାର ଶାସକ ହମାସ୍ ସଂଗଠନ ଉପରେ ଆକ୍ରମଣ ଅଭିଯାନ ପୂର୍ବ ଭଳି ଚାଲୁ ରହିବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.