- ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୫୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୮୪୨୨ରେ ପହଞ୍ଚିଛି।
- ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୫୨୩ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି ।
- ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ଓଡିଶା ରାଜ୍ୟ ସରକାର । ରୋଗର ଭୟାବହତାକୁ ଦୃ୍ଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରାଜ୍ୟରେ ଏଯାଏଁ ୧୧ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତ ରୋଗୀ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।
- ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ପ୍ରଖ୍ୟାତ ଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଗୁରୁବାର ବିୟୋଗ ଘଟିଛି ସାନ ପୁଅଙ୍କର ବି ଦେହାନ୍ତ ଘଟିଛି ।
- ଆଇଏମ୍ଡିର ସାଇକ୍ଲୋନ୍ ୱାର୍ଣ୍ଣିଂ ସେଣ୍ଟରର ମୂଖ୍ୟ ଆର.କେ ଜେନାମଣିଙ୍କ ସୂଚନା ଅନୁସାରେ ବଙ୍ଗୋପସାଗରରେ ଆସିବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ୍’ ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ ।୨୨ ତାରିଖରେ ଲଘୁଚାପ ବଳୟ ସୃଷ୍ଟି ପରେ ସ୍ପଷ୍ଟ ହେବ ବାତ୍ୟାର ଗତିପଥ ।
- ପୁରୀରେ ରଥଖଳାରୁ ପୁଣି ୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେ । ୮ଜଣ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ ଅଟନ୍ତି । ସମସ୍ତଙ୍କୁ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି।
- ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପହାଡିଆ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।
- ମେ’ ୨୬ ଅର୍ଥାତ ବୁଧବାର ଦିନ ୨୦୨୧ର ପ୍ରଥମ ଏବଂ ଶେଷ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖାଯିବ । ଏହାକୁ ବ୍ଲଡ୍ ମୁନ୍ ବା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମଧ୍ୟ କୁହାଯାଏ । ଏହି ସମୟରେ ଚନ୍ଦ୍ର ଲାଲ ରଙ୍ଗ ଦେଖାଯିବ । ପୃଥିବୀର ଅନେକ ଦେଶରେ ଏହା ଦେଖାଯିବ । କିନ୍ତୁ ଭାରତରେ ଏହି ଉପଛାୟା ଚନ୍ଦ୍ରଗ୍ରହଣ ରୂପେ ୫ ମିନିଟ୍ ପର୍ଯ୍ୟନ୍ତ ଦେଖାଯିବ ।
- ଦେଶରେ କରୋନା ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶର ୧୦ ରାଜ୍ୟର ୫୪ ଜିଲ୍ଲାପାଳଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। ଏଥିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ।ମମତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆମକୁ କହିବାକୁ ମଧ୍ୟ ଦେଲେ ନାହିଁ।
- କରୋନା ମହାମାରୀ ଦେଶକୁ କବଳିତ କରି ରଖିଥିଲେ ବି ଦେଶର ଅନେକ ଲୋକ ଏବେ ବି ସତର୍କତା ଅବଲମ୍ବନ କରୁନାହାନ୍ତି । ଏକ ଅଟକଳ ଅନୁସାରେ ଦେଶର ମୋଟ ଜନସଂଖ୍ୟାର ଅଧା ମାସ୍କ ପିନ୍ଧୁନାହାନ୍ତି ।
- ବିଚାରପତି ଏସ୍ଜେ କଥାୱାଲା ଏବଂ ଏସ୍ପି ତାୱଡ଼େଙ୍କୁ ନେଇ ବମ୍ବେ ହାଇକୋର୍ଟର ଏକ ଡିଭିଜନ୍ ଖଣ୍ଡପୀଠ ବୁଧବାର ପୂର୍ବାହ୍ନ ୧୦.୪୫ରେ ଆରମ୍ଭ ହୋଇ ବିନା କୌଣିସ ବିରତିରେ ୧୨ ଘଣ୍ଟା ପରେ ଶେଷ ହୋଇଥିବା ଜଣାପଡ଼ିଛି। ୧୨ ଘଣ୍ଟାରେ ଏହି ଖଣ୍ଡପୀଠ ୮୦ଟି ମାମଲାର ଶୁଣାଣି କରିଛନ୍ତି।
- ଆୟକର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବ୍ୟକ୍ତିଗତ ଆୟକରଦାତାମାନଙ୍କ ପାଇଁ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ୩୧ ଜୁଲାଇ ଥିବାବେଳେ ତାହାକୁ ୩୦ ସେପ୍ଟେମ୍ବରକୁ ବୃଦ୍ଧି କରାଯ଼ାଇଛି ।
- ଏପ୍ରିଲ୍ ଓ ମେ' ମାସରେ କରୋନା ମହାମାରୀର ପ୍ରଭାବ ଲାଗି ରହିଥିବାରୁ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଏସି ଓ ଫ୍ରିଜ୍ ବିକ୍ରି ପ୍ରଭାବିତ ହୋଇଛି। ମହାମାରୀର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ଘୋଷଣା କରିଥିବା ଲକ୍ଡାଉନ୍ ଯୋଗୁଁ ଷ୍ଟୋର୍ ଖୋଲିବା ସମ୍ଭବପର ହେଉନାହିଁ।
- କରୋନା ମହାମାରୀ ବ୍ୟାଙ୍କ ଶିଳ୍ପକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଅର୍ଥନୀତିର କଳକୁ ଚାଲୁ ରଖିବାରେ ଗୁରୁତ୍ବପୂର୍ଣ୍ଣ ସେବା ପ୍ରଦାନ କରୁଥିବା ଏକ ହଜାରରୁ ଅଧିକ ବ୍ୟାଙ୍କ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହୋଇଛି।
- ଓଡ଼ିଶାର କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ବିଶେଷ ଭାବରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ପକ୍ଷରୁ ଓଡ଼ିଶାରେ ପାଖାପାଖି ୫ ହଜାର କୋଭିଡ୍ ବେଡ୍ ଏବଂ ୧ ହଜାରରୁ ଊର୍ଦ୍ଧ୍ବ ଭେଂଟିଲେଟରର ବ୍ୟବସ୍ଥା କରାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
- ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ୍ କୋଭିଡ ଟିକା କୋଭାକ୍ସିନ ଉତ୍ପାଦନ ଆଉ ୨୦ କୋଟି ପାନ ବୃଦ୍ଧି ନିମନ୍ତେ ଘୋଷଣା କରିଛି। ଭାରତ ବାୟୋଟେକର ଏହି ଘୋଷଣା ଟିକା ନେଇନଥିବା ଭାରତୀୟ ଜନସାଧାରଣଙ୍କ ମଧ୍ୟରେ ଆଶାର ସଂଚାର କରିଛି।
- ଭାରତକୁ ଚଳିତ ବର୍ଷ ଅକ୍ଟୋବର-ଡିସେମ୍ବରରେ ଏସ-୪୦୦ ବିମାନ ବିଧ୍ୱଂସୀ କ୍ଷେପଣାସ୍ତ୍ର ବ୍ୟବସ୍ଥାର ପ୍ରଥମ ଦଫା ଯୋଗାଇ ଦିଆଯିବ। ଏସ-୪୦୦ ରୁଷିଆର ସର୍ବାଧୁନିକ ଅଧିକ ଦୂରଗାମୀ ଭୂପଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ପ୍ରତିରକ୍ଷା ବ୍ୟବସ୍ଥା।
- ବିଳମ୍ବିତ ରାତ୍ରୀରେ ନିରାପତ୍ତା କ୍ୟାବିନେଟ୍ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏହି ଅସ୍ତ୍ରବିରତି ଘୋଷଣା କରିଛି। ହମାସ୍ ସଙ୍ଗଠନ ନିର୍ବିବାଦରେ ଇଜିପ୍ଟର ମଧ୍ୟସ୍ଥମାନେ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିବା ପରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ବିବୃତିରେ ଉଲ୍ଲେଖ ଅଛି।
- ଚୀନର ସେନାବାହିନୀ ଏବେ ଏହାର ପ୍ରଶିକ୍ଷଣ କ୍ଷେତ୍ରରେ ଗତିବିଧି ବଢ଼ାଇଛି। ଚୀନ ସେନାର ଏହି ଗତିବିଧି ବୃଦ୍ଧିକୁ ନେଇ ଭାରତ ବିଶେଷ ସତର୍କତା ଅବଲମ୍ବନ କରିଛି। ସେନାମୁଖ୍ୟ ଏମ ଏମ ନରବଣେ କହିଛନ୍ତି ଯେ ଚୀନ୍ ସେନା ତାହାର ବାର୍ଷିକ ସମରାଭ୍ୟାସ କରୁଛି।
- ସିପିଏମ୍ର ବରିଷ୍ଠ ନେତା ପିନରାୟୀ ବିଜୟନ ଦ୍ବିତୀୟ ଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜପାଳ ଆରିଫ୍ ମହମ୍ମଦ ଖାନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.