• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ  ୧୧୦୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୯୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୮୬୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
  2. ଓଡ଼ିଶାରେ  ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୫୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୧୬କୁ ବୃଦ୍ଧି ପାଇଛି ।
  3. ବଙ୍ଗୋପସାଗରରୁ ମାଡ଼ି ଆସୁଥିବା   ‘ୟସ୍’  ୨୬ତାରିଖର  ଉତ୍ତର ଓଡ଼ିଶା ଉପକୂଳରେ ମାଡ଼ ହେବ । ବୁଧବାର ପ୍ରାୟ ଅପରାହ୍ନରେ ଚାନ୍ଦିପୁର ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗକୁ ମାଡ଼ିଯିବ । ସେତେବେଳକୁ ପବନ ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଛୁଇଁପାରେ । ପବନ ଝଟ୍‌କା ୧୮୫ କିମି ହୋଇପାରେ ।
  4. ଯୋଗ ଗୁରୁ ରାମଦେବ ଏଲୋପାଥି ଚିକିତ୍ସା ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟକୁ ରବିବାର ଦିନ ପ୍ରତ୍ୟାହାର କରି ନେଇଛନ୍ତି । ଦେଶବ୍ୟାପୀ ଡାକ୍ତରଙ୍କ ପ୍ରତିବାଦ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ପତ୍ର ପାଇବା ପରେ ସେ ତାଙ୍କର ମନ୍ତବ୍ୟ ପ୍ରତ୍ୟାହାର କରିନେଇଥିବା କଥା ସୂଚନା ଦେଇଛନ୍ତି।
  5. ଭାରତରେ ବିକଶିତ ହେଉଥିବା ନାକରେ ବୁନ୍ଦା ନେଲା ଭଳି ଏକ ପ୍ରକାର କୋଭିଡ୍‌ ଟିକା ଶିଶୁମାନଙ୍କ କୋଭିଡ୍‌ ସଂକ୍ରମଣ ପାଇଁ ଅଭୟ ବରଦାନ ସଦୃଶ ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ଆଶା ପ୍ରକଟ କରିଛନ୍ତି। 
  6. ଭାରତର ମୋଟ କୋଭିଡ୍‌ ମୃତ୍ୟୁ ଆଜି ୩ ଲକ୍ଷ ଅତିକ୍ରମ କରିଯାଇଛି। ‘ୱାର୍ଲଡୋମିଟର’ର ତଥ୍ୟ ମୁତାବକ ଦେଶର ମୋଟ କୋଭିଡ୍‌ ମୃତ୍ୟୁ ୩୦୨,୭୪୪ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିବାରେ ଆମେରିକା ଓ ବ୍ରାଜିଲ୍‌ ପରେ ଭାରତ ତୃତୀୟ ରାଷ୍ଟ୍ର ପାଲଟିଛି।
  7. ଓଡ଼ିଶା ସମେତ ୨୫ଟି ହାଇକୋର୍ଟର ମୁଖ୍ୟବିଚାରପତିଙ୍କୁ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ଶୀଘ୍ର ନାମ ସୁପାରିସ୍‌ କରି ପଠାଇବା ପାଇଁ ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଏନ୍‌.ଭି. ରମନ୍ନା ପତ୍ର ଲେଖିଥିବା ଜଣାପଡ଼ିଛି। 
  8. ବର୍ତ୍ତମାନ ଦେଶରେ କରୋନା ଟିକାର ଅଭାବ ଥିବାରୁ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ବିଳମ୍ବରେ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସରକାରଙ୍କ ଟିକା କମିଟି ମୁଖ୍ୟ କହିଛନ୍ତି।
  9. ଆମେରିକାର ଭେଷଜ ସଂସ୍ଥା ମଡର୍ଣ୍ଣା ସିଧାସଳଖ ରାଜ୍ୟକୁ ଟିକା ଯୋଗାଇବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ଆଜି ପଂଜାବ ସରକାରଙ୍କ ପକ୍ଷରୁ କୁହାଯାଇଛି।
  10. କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଦେଶର ୪୦ କୃଷକ ସଂଗଠନ ବା ସଂଯୁକ୍ତ କିଷାନ ମୋର୍ଚ୍ଚା ମେ' ୨୬ ତାରିଖ ଦିନ ସାରା ଦେଶର କୃଷକମାନଙ୍କୁ କଳା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲା |
  11. ମେଡିକାଲ ନିର୍ମାଣ ପାଇଁ ଦିଆଯିବ ୫୦ବର୍ଷ ହେବ ଗୁରୁଦ୍ୱାରରେ ଗଚ୍ଛିତ ସୁନା କୁ  ବ୍ୟବହାର  କରାଯିବ  ବୋଲି  ତଖ୍ଟ ଶ୍ରୀ ହଜୁର ସାହିବଙ୍କ ବଡ ଘୋଷଣା
  12. ଭାରତର ସୁପ୍ରିମ୍‌ କୋର୍ଟଙ୍କ ‘ଇ-କମିଟି’ ଶନିବାର ଦିନ ୧୪ଟି ଭାଷାରେ ତା’ର ଗୁରୁତ୍ବପୂର୍ଣ୍ଣ ନାଗରିକକେନ୍ଦ୍ରିକ ସେବା ‘ନିଶୁଳ୍କ ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌’ ରିଲିଜ୍ କରିଛି। ଇଂରାଜୀ, ହିନ୍ଦୀ, ଆସାମୀ, ବଙ୍ଗଳା, ଗୁଜରାଟୀ, କନ୍ନଡ଼, ଖାସି, ମାଲୟାଲମ୍‌, ମରାଠୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଓ ତେଲୁଗୁ ଭାଷାର ଏହି ‘ଇ-କୋର୍ଟ ସର୍ଭିସେସ୍‌ ମୋବାଇଲ୍‌ ଆପ୍‌’ ଏପର୍ଯ୍ୟନ୍ତ ୫୭ ଲକ୍ଷ ଡାଉନ୍‌ଲୋଡ୍‌ ହୋଇସାରିଲାଣି।
  13. 1ବହୁ ଚର୍ଚ୍ଚିତ କେର୍ଣ୍ଣ ଏନର୍ଜି ଟିକସ ବିବାଦ ମାମଲାରେ ଏକ ଆନ୍ତର୍ଜାତିକ ଟ୍ରିବ୍ୟୁନାଲ୍ ଯେଉଁ ରାୟ ଦେଇଥିଲେ ମଧ୍ୟ   ତାହାକୁ ଭାରତ ସରକାର ଚ୍ୟାଲେଞ୍ଜ୍‌ କରିଛନ୍ତି।
  14. ଗତବର୍ଷ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଧନୀକ ବର୍ଗର ଲୋକମା‌ନଙ୍କ ମଧ୍ୟରେ ପ୍ରାଇଭେଟ୍ ଜେଟ୍‌ ବ୍ୟବହାର ବହୁତ ବଢ଼ିଯାଇଛି। କରୋନା ସଂକ୍ରମଣକୁ ଭୟ କରି ଧନୀମାନେ ବାଣିଜ୍ୟିକ ବିମାନରେ ଯାତ୍ରା କରିବାକୁ ଚାହୁନାହାନ୍ତି।
  15. ତଉତେ ପରେ ସାମ୍ଭାବ୍ୟ ବାତ୍ୟା “ୟସ”କୁ ନେଇ ସବୁଠି ହାଇ ଆଲର୍ଟ । ତେବେ ବାତ୍ୟା ପାଇଁ ନିୟୋଜିତ ଥିବା ଉଦ୍ଧାର ଏବଂ ରିଲିଫ କାରୀ ଦଳକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବାୟୁମାର୍ଗରେ ପଠାଯାଉଛି । ଏଥିପାଇଁ ପ୍ରତିରକ୍ଷା ବିମାନ ଏବଂ ନୌସେନା ଜାହାଜକୁ ସଜାଗ ରହିବାକୁ କୁହାଯାଇଛି । ଏହି ସମୟରେ, ପୂର୍ବ ରେଳବାଇ ୨୪ମେ ରୁ ୨୯ମେ ମଧ୍ୟରେ ୨୫ଟି ଟ୍ରେନ୍ ବାତିଲ କରିଛି ପୂର୍ବତଟ ରେଳପଥ ।
  16. ଝଡତୋଫାନ ସହ କୁଆ ପଥର ବର୍ଷା ଉତ୍ତର-ପଶ୍ଚିମ ଚୀନ ପାର୍ବତ୍ୟାଞ୍ଚଳରେ ଅନୁଷ୍ଠିତ ୧୦୦ କିଲୋମିଟର ଅଲ୍ଟ୍ରା ମାରାଥନରେ ବିତ୍ପାତ ରଚିଛି  । ଫଲରେ  ୨୧ ଜଣ ଧାବକଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣାଶୁଣା ଧାବକ ଲିୟାଙ୍ଗ ଜିଙ୍ଗ ମଧ୍ୟ ପ୍ରାଣ ହରାଇଥିବା ଚୀନ୍‌ ସରକାରୀ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି। ଏହି ପ୍ରତିଯୋଗୀତାରେ ୧୭୨ ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୫୧ ଜଣ ସୁରକ୍ଷିତ ଫେରିଛନ୍ତି।
  17. ମିଳିଥିବା ସୂଚନା ଅନୁସାରେ ସିବିଏସଇ ପକ୍ଷରୁ ପରୀକ୍ଷା ତାରିଖ ଜୁନ ପହିଲାରେ ଘୋଷଣା ହେବ।
  18. ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ନିଜର ୨.୫ ଲକ୍ଷ କର୍ମଚାରୀଙ୍କୁ ଗତ ଆର୍ଥିକ ବର୍ଷ ପାଇଁ ୧୫ ଦିନର ଅଧିକ ଦରମା ଦେଇପାରେ।
  19. ସକାଳ ୭ଟାରୁ ୧୧ଟା ଯାଏଁ ଖୋଲା ରହୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । କିନ୍ତୁ ଏବେ ବାତ୍ୟା ପ୍ରଭାବିତ ସମ୍ଭାବନା ଥିବା ୧୦ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର ।  ଏହି  ୧୦ ଜିଲ୍ଲା ହେଲା - ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା । ଏହି ୧୦ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଦୋକାନୃବଜାର ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି ।
  20. ଭାରତରେ COVID-19 ମାମଲା: COVID-19 ସକ୍ରିୟ କ୍ୟାସେଲୋଡ୍ ହେଉଛି 28,05,399 ଯାହା ବର୍ତ୍ତମାନ ମୋଟ ସଂକ୍ରମଣର 10.57 ପ୍ରତିଶତ ଅଟେ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.