• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅତି ଭୀଷଣ ବାତ୍ୟା ରୂପରେ ମାଡ଼ ହେବ ବାଲେଶ୍ୱର ସଦର ଉପକୂଳ ପାଖରେ । ବୁଧବାର ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ । ସେତେବେଳେ ୧୫୫ରୁ ୧୬୫ କିଲୋମିଟର ବେଗରେ ମାଡ଼ ହେବ ପବନ । ମଝିରେ ମଝିରେ ୧୮୫ କିମି ବେଗରେ ପବନ ମାଡ଼ କରି ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳକୁ ମୋଡ଼ି ମକଚି ଦେବ ୟସ୍‌ ।
  2. ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୧୭୮ ଏବଂ ସ୍ଥାନୀୟ ସଂକ୍ରମିତ ୪୭୬୧ ଜଣ ରହିଛନ୍ତି। ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨୯୮ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂତ୍ରରୁ ଜଣାଯାଇଛି।
  3. ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସଙ୍କ କଣ୍ଠସ୍ୱର ଆଉ ଶୁଣିବାକୁ ମିଳିବ ନାହିଁ। କରୋନାରେ ଆକ୍ରାନ୍ତ ହୋଇ ପୁରୀ ଆଇଡ଼ିଏଚ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା।
  4. ବାତ୍ୟା ୟସ ଅତିକ୍ରମ କରିବା ସମୟରେ ଉଦ୍ଧାର କାର୍ଯ୍ୟ ଓ ଅତିକ୍ରମ କରିବା ପରେ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିଶମ, ପୂର୍ତ୍ତ, ଜଳସେଚନ ଓ ବିଦ୍ୟୁତ ବିଭାଗର ପ୍ରସ୍ତୁତି ଅପାତତଃ ଶେଷ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।
  5. ପ୍ରତ୍ୟେକ କିନ୍ନରଙ୍କୁ ଦେଢ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
  6. ରୁଷ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ପାଣ୍ଠି ଆର୍ଡି୍ଆଇଏଫ୍‍ ଓ ଭାରତୀୟ ବାୟୋଟେକ୍ନୋଲୋଜି କମ୍ପାନୀ ପାନାସିଆ ବାୟୋଟେକ୍‍ ମିଳିତ ଭାବେ ଭାରତରେ ସ୍ପୁଟନିକ୍‍-ଭି କୋଭିଡ-୧୯ ଟିକା ଉତ୍ପାଦନ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଏହାଦ୍ୱାରା ଦେଶରେ ଦେଖା ଦେଇଥିବା କୋଭିଡ୍‍ ପ୍ରତିଷେଧକ ଟିକାର ଅଭାବ ପୂରଣ ହୋଇପାରିବ।
  7. ଭାରତ ବାୟୋଟେକ୍‍ ତାହାର କୋଭାକ୍ସିନ ଟିକା ପିଲାଙ୍କ ଠାରେ ପ୍ରୋୟଗ ଭିତ୍ତିକ ପରୀକ୍ଷା ଆସନ୍ତା ଜୁନରୁ ଆରମ୍ଭ କରିବା ସମ୍ଭାବନା ରହିଛି। କମ୍ପାନୀର ବିଜନେସ ଡେଭଲପମେଣ୍ଟ ଆଣ୍ଡ ଇଣ୍ଟରନ୍ୟାସନାଲ ଆଡଭୋକେସି ମୁଖ୍ୟ ଡ.ରାଚେସ୍‍ ଏଲା ଏହା କହିଛନ୍ତି। 
  8. ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ବାଲେଶ୍ଵର ସଦରରେ ସ୍ଥଳଭାଗକୁ ଛୁଇଁବ। ବାଲେଶ୍ଵରର ୧୪୦ ଗାଁ ପ୍ରଭାବିତ ହେବ।
  9. କୋଭିଡ ସମୟରେ ବାତ୍ୟା ମୁକାବିଲା ପାଇଁ ଓଡିଶାର ବଡ ଧରଣର ପ୍ରସ୍ତୁତି । ମୁତୟନ ହେବେ ୫୨ ଏନଡିଆରଏଫ ଟିମ୍ । ୬୦ ଓଡ୍ରାଫ୍ ଓ ୨ଶହ ଅଗ୍ନିଶମ ଟିମ୍ ସହ ଆଇଏନଏସ୍ ଚିଲିକାକୁ ରଖାଗଲା ସଜାଗ୍ ।
  10. ମଦୁରାଇ ରେ ତାଲା ବନ୍ଦ ପାଇଁ ଆକାଶ ମାର୍ଗରେ ବିବାହ କଲେ ରାଜେଶ ଓ ଦକ୍ଷିଣ, ବିବାହ ଉତ୍ସବରେ ୧୬୧ ଅତିଥି ଥୀଲେ ,୨ଘଣ୍ଟା ଉଡିଥିଲା ବିମାନ।
  11. ମାଟ୍ରିକ  ମୂଲ୍ୟାୟନ  ପାଇଁ ପ୍ରସ୍ତୁତ ହୋଇଥିବା ଟାବୁଲେସନ ରେଜିଷ୍ଟର(tiଆର)କୁ ସରୁକ୍ଷିତ ରଖିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା  ଅଧିକାରୀ(ଡିଇଓ)ଙ୍କୁ ଓଡ଼ିଶା ମାଧ୍ୟମିକ  ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନିର୍ଦେଶ  ଦିଆଯାଇଛି ।
  12. ଟିକାକରଣର   ନିୟମରେ ପରିବର୍ତ୍ତନ କରିଛନ୍ତି ସରକାର। ଏହା ଦ୍ବାରା ୧୮-୪୪ ବର୍ଷବର୍ଗଙ୍କୁ ଆଶ୍ବସ୍ତିମ ିଳିବ। ଏବେ ଏହି ବର୍ଗର ଲୋକମାନଙ୍କୁ ଅନଲାଇନରେ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ।ଏମାନେ ଟିକାକରଣ କେନ୍ଦ୍ରକୁ ଯାଇ ନିଜର ନାମ ପଞ୍ଜୀକରଣକରି ଟିକା ନେଇପାରବେି । ଟିକା ଅପଚୟକୁରୋକିବା ପାଇଁ କେନ୍ଦ୍ରଏହି ନିଷ୍ପତ୍ତିନେଇଛ ି। ଅନେକ ରାଜ୍ୟରେ ସ୍ଲଟ ବୁକିଂ କରି ଲୋକେ ଟିକା ନେବାକୁ ଯାଉନଥିବାରୁ ଅଧିକ ଟିକା ନଷ୍ଟହେଉଛ ି। 
  13. ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ଭିମସାର ନିର୍ଦ୍ଦେଶକ ଏହାର ମୁକାବିଲା ପାଇଁ ଆଠ ଜଣିଆଁ କମିଟୀ ଗଠନ କରିଛନ୍ତି। ଏହି କମିଟି ବ୍ଲାକ ଫଙ୍ଗସ ରୋଗୀ ବା ସନ୍ଦେହ ଜନକ ରୋଗୀଙ୍କ ଉପରେ ପରୀକ୍ଷା ନିରୀକ୍ଷା ତଥା ଲକ୍ଷଣ ଯାଞ୍ଚକରି ରିପୋର୍ଟ ପ୍ରସ୍ତୁତ କରି ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବେ ବୋଲି ଜଣାପଡିଛି।
  14.  ନିକଟରେ ସ୍ପେସ୍‌ ଏକ୍ସ ମାଲିକ ଏଲନ ମସ୍କ ସମସ୍ତଙ୍କୁ ପଛରେ ପକାଇ ବିଶ୍ବର ଧନୀ ବ୍ୟକ୍ତି ହୋଇଥିଲେ। ପରେ ତାଙ୍କୁ ମାତ ଦେଇ ଧନୀଙ୍କ ଲିଷ୍ଟର ଶୀର୍ଷରେ ପହଞ୍ଚିଥିଲେ ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌। ଏବେ ବେଜୋସ୍‌ଙ୍କୁ ଟପିଛନ୍ତି ଲୁଇସ୍‌ ବୁଇଟନ୍‌ (ଏଲଭିଏମଏଚ୍‌)ର ମାଲିକ ତଥା ଲକ୍‌ଜୁରୀ ଆଇକନ୍‌ ବର୍ନାଡ୍‌ ଅର୍ନଲ୍ଟ।
  15.  ବାବା ରାମଦେବ ସୋମବାର ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ଓ ଫାର୍ମା କମ୍ପାନୀକୁ ଖୋଲା ଚିଠି ଲେଖି ୨୫ଟି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଏଲୋପାଥି ସର୍ବଶକ୍ତିମାନ ଏବଂ ସର୍ବଗୁଣ ସଂପନ୍ନ ତେବେ ଏଲୋପାଥି ଡାକ୍ତରଙ୍କୁ ରୋଗ ହେବା ଉଚିତ୍ ନୁହେଁ। 
  16. ଔଷଧ ଓ ଅକ୍ସିଜେନ୍ ବିତରଣ କରିଥିବା ବିଜେପି ସାଂସଦ ଗୌତମ ଗମ୍ଭୀର, ଆପ୍ ବିଧାୟକ ପ୍ରୀତି ତୋମାର ଓ ପ୍ରବୀଣ କୁମାରଙ୍କ ବିରୋଧରେ ତଦନ୍ତ ଆଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅଦାଲତ ସୋମବାର  ତିନି ଜନ ପ୍ରତିନିଧିଙ୍କ ବିରୋଧରେ ତଦନ୍ତ କରିବାକୁ ଡ୍ରଗ୍ସ କଣ୍ଟ୍ରାଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
  17. ଟିକାକରଣ ଅଭିଯାନ ସମୟରେ ମିଳୁଥିବା ଭ୍ୟାକ୍ସିନ ସାର୍ଟିଫିକେଟ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟିବା ଆରମ୍ଭ ହୋଇ ଯାଇଛି । ଝାଡଖଣ୍ଡ ପରେ ଏବେ ଛତିଶଗଡରେ ୧୮ ରୁ ୪୪ ବର୍ଷ ବର୍ଗର ଟିକାକରଣ ସମୟରେ ଲୋକଙ୍କୁ ଦିଆଯାଉଥିବା ସାର୍ଟିଫିକେଟ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହଟାଇ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଫଟୋ ଦିଆଯାଇଛି।
  18.  ଟେଲିଗ୍ରାମ ରିପୋର୍ଟରେ ପ୍ରକାଶିତ ଖବର ଅନୁଯାୟୀ, ଭାରତୀୟ ମହିଳା ଖେଳାଳିଙ୍କୁ ୨୦୧୯ ବିଶ୍ଵ କପର ପୁରସ୍କାର ରାଶି ଏ ପର୍ଯ୍ୟନ୍ତ ମିଳିନାହିଁ।
  19. ଦିଲ୍ଲୀରେ ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଟିକା ନାହିଁ । ଦିଲ୍ଲୀର ଯୁବବର୍ଗଙ୍କୁ ଟିକା ଦେବା ପାଇଁ ମାସକୁ ୮୦ ଲକ୍ଷ ଡୋଜ ଆବଶ୍ୟକ। କିନ୍ତୁ ମେ ମାସରେ ଏହା କେବଳ ୧୬ ଲକ୍ଷ ଡୋଜ ଥିଲା ବୋଲି କେଜ୍ରିୱାଲ କହିଛନ୍ତି। ତେଣୁ ରବିବାର ଠାରୁ ଦିଲ୍ଲୀର ଯୁବବର୍ଗଙ୍କ ପାଇଁ ସମସ୍ତ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି।
  20. ପାରାଦୀପ ବନ୍ଦରକୁ ୩ନମ୍ବର ବିପଦ ସଂକେତ ଜାରି । ବାତ୍ୟା ୟଶକୁ ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ । ବନ୍ଦରର ବର୍ଥରେ ଲାଗିଥିବା ଜାହାଜ ଓ ଆଙ୍କରେଜ ମଧ୍ୟରେ ଥିବା ଜାହାଜ ଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ପଠାଇବା ଆରମ୍ଭ ହୋଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.